ୟୁରୋପୀୟ ସଂଘ କଥିତ ରୂପେ ଏହାର ସଦସ୍ୟ ଦେଶମାନଙ୍କର ୪୫ କୋଟି ଲୋକଙ୍କୁ ବିଶ୍ୱ ଯୁଦ୍ଧ ପରି ସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ଚେତାବନୀ ଦେଇଛି। ରିପୋର୍ଟ ଅନୁସାରେ,ୟୁରୋପୀୟ ସଂଘ ସମଗ୍ର ମହାଦେଶର ନାଗରିକମାନଙ୍କୁ ଅତି କମରେ ୭୨ ଘଣ୍ଟା ପାଇଁ ଖାଦ୍ୟ, ପାଣି ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ସଞ୍ଚୟ କରିବାକୁ ଅନୁରୋଧ କରିଛି। ନାଟୋର ମହାସଚିବ ମାର୍କ ରୁଟେ ଚେତାବନୀ ଦେଇଛନ୍ତି ଯେ ରୁଷିଆ ୨୦୩୦ ସୁଦ୍ଧା ଇଉରୋପରେ ଆଉ ଏକ ଆକ୍ରମଣ କରିବାରେ ସକ୍ଷମ ହୋଇପାରେ। ତାଙ୍କ ଚେତାବନୀ ପରେ ଇଉରୋପୀୟ ଦେଶମାନଙ୍କରେ ଆତଙ୍କ ଦେଖାଦେଇଛି। ଏହି ଚେତାବନୀ ପରେ ଅଧିକାଂଶ ନାଟୋ ଦେଶ ଯୁଦ୍ଧ ପାଇଁ ଅଗ୍ରିମ ପ୍ରସ୍ତୁତି ଆରମ୍ଭ କରିଛନ୍ତି, ଯେଉଁଥିରେ ଫ୍ରାନ୍ସ, ଜର୍ମାନୀ ଏବଂ ପୋଲାଣ୍ଡ ଭଳି ଦେଶମାନେ ମଧ୍ୟ ସାମିଲ ଅଛନ୍ତି।
ନାଟୋ ମହାସଚିବଙ୍କ ରୁଷିଆକୁ ଚେତାବନୀ
ନାଟୋର ମହାସଚିବ ମାର୍କ ରୁଟେ ବାର୍ସାୱାରେ କହିଛନ୍ତି, “ଯଦି ଭ୍ଲାଦିମିର ପୁତିନ କିମ୍ବା ଅନ୍ୟ କେହି ଭୁଲ୍ ଅନୁମାନ କରି ଭାବେ ଯେ ସେମାନେ ପୋଲାଣ୍ଡ କିମ୍ବା ଅନ୍ୟ କୌଣସି ସହଯୋଗୀ ଉପରେ ଆକ୍ରମଣ କରି ରକ୍ଷା ପାଇଯିବେ, ତେବେ ସେମାନଙ୍କୁ ଏହି ଭୟଙ୍କର ମେଣ୍ଟର ପୂର୍ଣ୍ଣ ଶକ୍ତିର ସମ୍ମୁଖୀନ ହେବାକୁ ପଡ଼ିବ। ଆମର ପ୍ରତିକ୍ରିୟା ବିନାଶକାରୀ ହେବ।” ତାଙ୍କର ଏହି ବୟାନ ୟୁକ୍ରେନର ସୁମୀ ସହର ଉପରେ ରୁଷିଆର ମିସାଇଲ ଆକ୍ରମଣର କିଛି ଘଣ୍ଟା ପରେ ଆସିଛି, ଯେଉଁଥିରେ ଡଜନରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ସେ କହିଛନ୍ତି, “ଏହା ଭ୍ଲାଦିମିର ଭ୍ଲାଦିମିରୋଭିଚ ପୁତିନ ଏବଂ ଆମ ଉପରେ ଆକ୍ରମଣ କରିବାକୁ ଚାହୁଁଥିବା ଅନ୍ୟ ଯେ କାହା ପାଇଁ ବି ଅତ୍ୟନ୍ତ ସ୍ପଷ୍ଟ ହେବା ଉଚିତ।” ଇଉରୋପୀୟ ସଂଘର ଚେତାବନୀ ସିଧାସଳଖ ରୁଷିଆର ଆକ୍ରମଣ ସହ ଜଡ଼ିତ ଥିଲା କି ନାହିଁ ତାହା ସ୍ପଷ୍ଟ ନୁହେଁ।

ରୁଷ୍ ନାଟୋ ପାଇଁ ସବୁଠାରୁ ବଡ଼ ବିପଦ
ଏହି ସମୟରେ, ପ୍ରସ୍ତୁତି ଏବଂ ସଙ୍କଟ ପରିଚାଳନା ଆୟୁକ୍ତ ହାଦଜା ଲାହବିବ କହିଛନ୍ତି ଯେ ‘ୟୁରୋପ ସାମ୍ନା କରୁଥିବା ବିପଦଗୁଡ଼ିକ ପୂର୍ବ ଅପେକ୍ଷା ଅଧିକ ଜଟିଳ’। ୟୁରୋପୀୟ ସଂଘର ମୁଖ୍ୟ ରୁଟେ ଚେତାବନୀ ଦେଇଛନ୍ତି ଯେ ରୁଷିଆ ଇଉରୋପୀୟ ଭୂମିରେ ଆଉ ଏକ ବଡ଼ ଆକ୍ରମଣ କରିବାରେ ସକ୍ଷମ। ସେ କହିଛନ୍ତି, “ଆମେ ଭୁଲିବା ଉଚିତ ନୁହେଁ ଯେ ରୁଷିଆ ଆମର ମେଣ୍ଟ ପାଇଁ ସବୁଠାରୁ ବଡ଼ ଏବଂ ଗୁରୁତର ବିପଦ ଅଟେ ଏବଂ ରହିବ। ଆମେ ଭୁଲିବା ଉଚିତ ନୁହେଁ ଯେ ରୁଷିଆ ଯୁଦ୍ଧକାଳୀନ ଅର୍ଥନୀତି ଆଡ଼କୁ ଅଗ୍ରସର ହେଉଛି, ଏବଂ ଏହା ସେମାନଙ୍କ ସଶସ୍ତ୍ର ବାହିନୀ ନିର୍ମାଣର କ୍ଷମତା ଏବଂ ଯୋଗ୍ୟତା ଉପରେ ବହୁତ ବଡ଼ ପ୍ରଭାବ ପକାଇବ।”
ଋଷ ମିସାଇଲ ଉତକ୍ଷେପଣ ଇଉରୋପ ଭୟଭୀତ
କ୍ରେମଲିନ ଜାପାନ ସାଗରରେ ଏହାର ଉଫା ଆକ୍ରମଣ ସବ୍ରୁ କ୍ରୁଜ ମିସାଇଲ ଉତ୍କ୍ଷେପଣ କରିଛି। ରୁଷିଆର ସରକାରୀ ଗଣମାଧ୍ୟମ ଦାବି କରିଛି ଯେ ମିସାଇଲଗୁଡ଼ିକ ଖାବାରୋଭ୍ସ୍ ଅଞ୍ଚଳରେ ୬୨୦ ମାଇଲ ଦୂରରେ ଥିବା ଏକ ସ୍ଥଳଭାଗ ଲକ୍ଷ୍ୟ ସହିତ ଏକ ନୌସେନା ଲକ୍ଷ୍ୟକୁ ମଧ୍ୟ ନିଶାନା କରିଥିଲା। ଏହି ଦାବି ଉପରେ ପ୍ରତିକ୍ରିୟା ଦେଇ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ମସ୍କୋ ଉପରେ ‘ହେରଫେର ଏବଂ ଧମକ’ର ଅଭିଯୋଗ ଲଗାଇଛନ୍ତି। “ଆମେ ସେମାନଙ୍କ ଉପରେ ଭରସା କରୁନାହୁଁ। ବିଶ୍ୱ ପ୍ରକୃତରେ ରୁଷ ଉପରେ ଭରସା କରୁନାହିଁ। ଦୁର୍ଭାଗ୍ୟବଶତଃ, ଏବେ ମଧ୍ୟ, ଆଲୋଚନାର ଦିନରେ ହିଁ, ଆମେ ଦେଖୁଛୁ ଯେ ରୁଷିୟମାନେ ଆଗରୁ ହିଁ ହେରଫେର ଆରମ୍ଭ କରି ଦେଇଛନ୍ତି।”