ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତି ଶୁଅନ୍ତି ତଳେ, ସାଧାରଣ ଲୋକଙ୍କ ଭଳି ରୁହନ୍ତି ଏଲନ୍ ମସ୍କ

ଏଲନ ମସ୍କ କେବଳ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ନୁହଁନ୍ତି ବରଂ ଜଣେ ଏମିତି ବ୍ୟକ୍ତିତ୍ୱ ଯିଏ ସବୁବେଳେ ଖବରର ଶିରୋନାମା ଏବଂ ବିବାଦରେ ରହିଥାନ୍ତି। ଏବେ ଏଲନ ମସ୍କଙ୍କୁ ଆମେରିକାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଡାହାଣ ହାତ ବୋଲି ବିବେଚନା କରାଯାଉଛି। ଏହି କାରଣରୁ ତାଙ୍କୁ କଠୋର ସମାଲୋଚନା ମଧ୍ୟ କରାଯାଉଛି। ମସ୍କ ଅନେକ ଥର କହିଛନ୍ତି ଯେ ସେ ତଳେ କିମ୍ବା ତାଙ୍କ ଅଫିସରେ ଶୋଇଥାନ୍ତି।

ସେ ଟେସଲା ଏବଂ ସ୍ପେସଏକ୍ସରେ କାମ କରିବା ସମୟରେ ତାଙ୍କର ଅଜବ ଶୋଇବା ଅଭ୍ୟାସ ବିଷୟରେ ବିଶେଷ ଭାବରେ କହିଥିଲେ। ୨୦୧୮ ମସିହାରେ, ଟେସଲାର ଉତ୍ପାଦନ ସମସ୍ୟା ସମୟରେ, ସେ କହିଥିଲେ ଯେ ସେ କାମ ତଦାରଖ କରିବା ପାଇଁ ତାଙ୍କ କାରରେ ନୁହେଁ ବରଂ କାରଖାନା ମହଲାରେ ଶୋଇଥିଲେ। ତେଣୁ ଯଦି କିଛି ଘଟଣା ଘଟେ ତେବେ ତାହା ମୋ ସହିତ ସବୁଠାରୁ ଅଧିକ ହେବା ଉଚିତ, ଯଦି କେବେ କାହାକୁ କୌଣସି କଷ୍ଟ ହୁଏ ତେବେ ମୁଁ ତାଙ୍କ ଅପେକ୍ଷା ଅଧିକ ଅନୁଭବ କରିବା ଉଚିତ।

ତା’ପରେ ସେ କହିଥିଲେ ଯେ ତାଙ୍କର କୌଣସି ସ୍ଥାୟୀ ଘର ନାହିଁ। ପ୍ରାୟତଃ ବନ୍ଧୁମାନଙ୍କ ଘରେ କିମ୍ବା ଅଫିସରେ ଶୋଇଥାଆନ୍ତି । ୨୦୨୨ ମସିହାରେ, ସେ କହିଥିଲେ ଯେ ସେ ଅଧିକାଂଶ ସମୟ SpaceXର ମୁଖ୍ୟାଳୟ ପାଖରେ ୫୦ ହଜାର ଡଲାର ମୂଲ୍ୟର ଏକ ଛୋଟ ଘରେ ରହନ୍ତି। ଅନେକ ଥର ସେ ଟେସଲା କିମ୍ବା ସ୍ପେସଏକ୍ସ ଅଫିସରେ ଶୋଇପଡ଼ନ୍ତି।

ଏକ ସାକ୍ଷାତକାରରେ ସେ କହିଥିଲେ ଯେ ସେ ରାତିରେ କେବଳ ୬ ଘଣ୍ଟା ଶୋଇଥାନ୍ତି। ପୂର୍ବରୁ ସେ କେବଳ ୪ ଘଣ୍ଟା ଶୋଉଥିଲେ, କିନ୍ତୁ ଏହା ତାଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ ନଥିଲା, ତେଣୁ ସେ ୬ ଘଣ୍ଟା ଶୋଇବା ଆରମ୍ଭ କଲେ। ସେ ଏହା ମଧ୍ୟ କହିଥିଲେ ଯେ ଯଦି ସେ କମ୍ ଶୋଇବେ, ତେବେ ତାଙ୍କ ମସ୍ତିଷ୍କ ଠିକ୍ ଭାବରେ କାମ କରିବ ନାହିଁ।

ଦିନର ରୁଟିନ୍ କ’ଣ?

ଏଲୋନ ମସ୍କଙ୍କ ଦୈନନ୍ଦିନ ଜୀବନଶୈଳୀ ବହୁତ ବ୍ୟସ୍ତବହୁଳ ଏବଂ ଶୃଙ୍ଖଳିତ।

ସକାଳର ଆରମ୍ଭ

– ଏଲନ୍ ମସ୍କ ସକାଳ ୭ଟାରେ ଉଠିପଡ଼ନ୍ତି। ସେ ପ୍ରାୟ ୬ ରୁ ୬.୫ ଘଣ୍ଟା ଶୋଇଥାଆନ୍ତି। ସେ ବିଶ୍ୱାସ କରନ୍ତି ଯେ ତାଙ୍କ ମାନସିକ କାର୍ଯ୍ୟକ୍ଷମତା ପାଇଁ ପର୍ଯ୍ୟାପ୍ତ ନିଦ ଅତ୍ୟନ୍ତ ଜରୁରୀ।

-ଉଠିବା ପରେ ତାଙ୍କର ପ୍ରଥମ କାମ ହେଉଛି ଗାଧୋଇବା, ଯାହା ତାଙ୍କୁ ସତେଜ କରିଥାଏ ଏବଂ ଦିନ ପାଇଁ ପ୍ରସ୍ତୁତ କରିଥାଏ।

– ସେ ପ୍ରାୟତଃ ସକାଳ ଜଳଖିଆ ବାଦ ଦିଅନ୍ତି, କିନ୍ତୁ ଯେତେବେଳେ ସେ ଏପରି କରନ୍ତି, ସେ ସାଧାରଣତଃ କଫି ସହିତ ଆମଲେଟ୍ ଭଳି ଅଧିକ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଖାଆନ୍ତି।

କାର୍ଯ୍ୟସମୟ

– ଜଳଖିଆ ପରେ, ସେ ସେମାନଙ୍କ ପିଲାମାନଙ୍କୁ ସ୍କୁଲକୁ ପଠାନ୍ତି। ତା’ପରେ କାମକୁ ବାହାରି ଯାଆନ୍ତି। ସେ ସପ୍ତାହରେ ୮୦ ରୁ ୧୨୦ ଘଣ୍ଟା କାମ କରନ୍ତି ବୋଲି କହିଛନ୍ତି, ତାଙ୍କର ଅଧିକାଂଶ ସମୟ ଡିଜାଇନ୍ ଏବଂ ଇଞ୍ଜିନିୟରିଂରେ ଥାଏ।

– ମସ୍କ ଅନାବଶ୍ୟକ ବୈଠକରେ ଯୋଗ ଦିଅନ୍ତି ନାହିଁ ଏବଂ ତାଙ୍କ ସମୟକୁ ମହତ୍ତ୍ବ ଦିଅନ୍ତି।

ଅପରାହ୍ନ ଏବଂ ସନ୍ଧ୍ୟା

– ସେ ସାଧାରଣତଃ ଦିନସାରା କମ୍ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଖାଇଥାଆନ୍ତି । ରାତିରେ ଅଧିକ ଖାଆନ୍ତି। ତାଙ୍କର ପ୍ରିୟ ପାନୀୟ ହେଉଛି ଡାଏଟ୍ କୋକ୍।

– ସେ ରାତି ପ୍ରାୟ ୧୦ଟାରେ ଘରକୁ ଫେରନ୍ତି, ତାପରେ କିଛି ସମୟ ପାଇଁ ପଢ଼ନ୍ତି କିମ୍ବା ଆନିମେଟେଡ୍ ସିନେମା ଦେଖନ୍ତି।

ଶୋଇବା ସମୟ

– ମସ୍କ ସାଧାରଣତଃ ରାତି ୧ଟାରେ ଶୋଇଥାନ୍ତି, ଯାହା ତାଙ୍କୁ ଆଗାମୀ ଦିନ ପାଇଁ ଶକ୍ତି ଦେଇଥାଏ।

ଖାଦ୍ୟ କେମିତି ?

ଏଲନ ମସ୍କଙ୍କ ଖାଦ୍ୟ ମୁଖ୍ୟତଃ ସରଳ ଏବଂ ଘରେ ରନ୍ଧା ଖାଦ୍ୟ । ତାଙ୍କର ପ୍ରିୟ ଜିନିଷ ହେଉଛି ଫଳ, ପନିପରିବା ଏବଂ ଡ୍ରାଏ ଫ୍ରୁଟ୍ସ। ସେ ମଝିରେ ମଝିରେ ଉପବାସ କରନ୍ତି, ଯାହା ତାଙ୍କୁ ପ୍ରାୟ ୯ କିଲୋଗ୍ରାମ ଓଜନ ହ୍ରାସ କରିବାରେ ସାହାଯ୍ୟ କରେ। ଏଲୋନ ମସ୍କ ମଧ୍ୟ ଡୋନଟ୍ସ ପସନ୍ଦ କରନ୍ତି।

ମସ୍କ ଭାରତୀୟ ଖାଦ୍ୟ, ବିଶେଷକରି ବଟର ଚିକେନ ଏବଂ ନାନକୁ ଭଲ ପାଆନ୍ତି। ସେ ଏକ୍ସରେ ଏନେଇ ପୋଷ୍ଟ କରିଥିଲେ । ମସ୍କ ଭାରତୀୟ ଖାଦ୍ୟର ବିବିଧତା ଏବଂ ସ୍ୱାଦକୁ ଭଲ ପାଆନ୍ତି, ଯାହା ପ୍ରାୟତଃ ତାଙ୍କ ଏକ୍ସ ପୋଷ୍ଟରେ ପ୍ରତିଫଳିତ ହୁଏ।

ଭାରତୀୟ ଖାଦ୍ୟ ତାଙ୍କର ଏଥିପାଇଁ ପସନ୍ଦ ଯେ ବିଭିନ୍ନ ସ୍ୱାଦ ଏବଂ ମସଲାର ମିଶ୍ରଣ ଯୁକ୍ତ ଖାଦ୍ୟ ତାଙ୍କୁ ପସନ୍ଦ ଯାହା ଭାରତୀୟ ଖାଦ୍ୟରେ ରହିଛି ।

କେଉଁ କାମ ପସନ୍ଦ କରନ୍ତି ?

ଇଞ୍ଜିନିୟରିଂ ଏବଂ ଡିଜାଇନ୍ – ଏଲନ୍ ମସ୍କ ଇଞ୍ଜିନିୟରିଂ ଏବଂ ଡିଜାଇନ୍ ପ୍ରତି ବହୁତ ଆଗ୍ରହୀ। ସେ ଟେସଲା ଏବଂ ସ୍ପେସଏକ୍ସରେ ନୂତନ ଉତ୍ପାଦ ଡିଜାଇନ୍ ଏବଂ ଡେଭଲପ୍ କରିବାରେ ଆକ୍ଟିଭ୍ ।

ଅଧ୍ୟୟନ ଏବଂ ଗବେଷଣା – ମସ୍କ ପୁସ୍ତକ ପଢ଼ିବାକୁ ଭଲ ପାଆନ୍ତି। ସେ ତାଙ୍କ ଦିନର ଏକ ପ୍ରମୁଖ ଅଂଶ ପାଠପଢ଼ାରେ ବିତାଇଥାନ୍ତି। ନୂତନ ପ୍ରଯୁକ୍ତିବିଦ୍ୟା ବିଷୟରେ ଶିଖିବାକୁ ଆଗ୍ରହ ରଖନ୍ତି ।

ଉଦ୍ୟୋଗ ଏବଂ ନବସୃଜନ – ଏଲନ ମସ୍କ ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଏବଂ ନବସୃଜନ କରିବାକୁ ଭଲ ପାଆନ୍ତି।

ଫିଟନେସ୍ ଏବଂ ବ୍ୟାୟାମ – ମସ୍କ ଟ୍ରେଡମିଲ୍‌ରେ ଦୌଡ଼ିବା ଏବଂ ଟାଏକୋଣ୍ଡୋ ଭଳି ମାର୍ଶାଲ ଆର୍ଟକୁ ଉପଭୋଗ କରନ୍ତି। ସେ ଶାରୀରିକ ସୁସ୍ଥତାକୁ ଗୁରୁତ୍ୱ ଦିଅନ୍ତି।

ମସ୍କ ବିଷୟରେ ଲୋକମାନେ କ’ଣ ଭାବନ୍ତି?

ତାଙ୍କ ସହିତ କାମ କରିଥିବା ଲୋକମାନେ ତାଙ୍କୁ ପ୍ରଶଂସା କରନ୍ତି, ଏହାସହ କିଛି ଅଦ୍ଭୁତ ବୋଲି କୁହନ୍ତି।

ଏଲନ୍ ମସ୍କଙ୍କୁ ଜଣେ କରିସ୍ମାଟିକ୍ ନେତା ଭାବରେ ଦେଖାଯାଏ ଯାହାଙ୍କ ପାଖରେ ତାଙ୍କ କମ୍ପାନୀଗୁଡ଼ିକୁ ନୂତନ ଏବଂ ଅନନ୍ୟ ଦିଗରେ ନେବାର କ୍ଷମତା ଅଛି।

ନବସୃଜନ ଏବଂ ଉଦ୍ୟୋଗୀତା – ତାଙ୍କୁ ନବସୃଜନ କ୍ଷେତ୍ରରେ ଜଣେ ବିଶେଷ ବ୍ୟକ୍ତି ଭାବରେ ବିବେଚନା କରାଯାଏ। ସେ ସ୍ପେସଏକ୍ସ, ଟେସଲା ଏବଂ ନ୍ୟୁରାଲିଙ୍କ ଭଳି ସଫଳ କମ୍ପାନୀ ପ୍ରତିଷ୍ଠା କରିଥିଲେ। ତାଙ୍କୁ ଜଣେ ଦୂରଦୃଷ୍ଟିସମ୍ପନ୍ନ ବ୍ୟକ୍ତି ଭାବରେ ଦେଖାଯାଏ।

ବିବାଦୀୟ ବ୍ୟକ୍ତିତ୍ୱ – ମସ୍କଙ୍କୁ ତାଙ୍କର ଟ୍ୱିଟର ପୋଷ୍ଟ ଏବଂ ସାର୍ବଜନୀନ ବୟାନ ଯୋଗୁଁ ମଧ୍ୟ ବିବାଦୀୟ ବୋଲି ବିବେଚନା କରାଯାଏ। ତାଙ୍କର ମନ୍ତବ୍ୟ ପ୍ରାୟତଃ ଆଲୋଚନାରେ ରହିଥାଏ। ତାଙ୍କୁ କେତେବେଳେ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଥାଏ।

Leave a Reply

Your email address will not be published. Required fields are marked *