ଦ୍ୱିତୀୟ ବିଶ୍ୱଯୁଦ୍ଧର କଳା ସତ : ବଳପୂର୍ବକଙ୍କ ମହିଳାଙ୍କୁ ଜାପାନୀ ସେନା କରିଥିଲା ଯୌନଦାସୀ

ଦ୍ୱିତୀୟ ବିଶ୍ୱଯୁଦ୍ଧର ଇତିହାସର ଫର୍ଦ୍ଦ ଭିତରେ ଲୁଚି ରହିଛି ଏମିତି ଅନେକ କଳା ସତ ଯାହା ଛାତିଥରାଇ ଦିଏ । ଯୁଦ୍ଧର ଘନଘଟା ଭିତରେ କେବଳ ଲକ୍ଷଲକ୍ଷ ସୈନିକ ଅଥବା ସାଧାରଣ ନାଗରିକ ମରୁନଥିଲେ । ଲକ୍ଷାଧିକ ମହିଳା ଏହି କାଳଖଣ୍ଡରେ ଯୁଦ୍ଧକ୍ଷେତ୍ରରେ ପାଲଟି ଯାଇଥିଲେ ଯୌନଦାସୀ । ଜାପାନରେ ଯଦି ସେମାନଙ୍କ ନାମ କମ୍ଫର୍ଟ ଓମେନ୍ ଥିଲା ତେବେ ଜର୍ମାନୀ ସୈନିକଙ୍କ ପାଇଁ ’ବେହରମାଚଟ-ବୋର୍ଡେଲ’ ବା ବେଶ୍ୟାଳୟ ତିଆରି କରିଥିଲା ନାଜି ଜର୍ମାନୀ । ମହିଳାଙ୍କ ବିରୋଧରେ ଅତ୍ୟାଚାରରେ ମିତ୍ରଦେଶ ମଧ୍ୟ ପଛରେ ନଥିଲେ । ସେମାନଙ୍କ ବିରୋଧରେ ମଧ୍ୟ ନାରୀ ନିର୍ଯ୍ୟାତନାର ଅଭିଯୋଗ ଆସିଥିଲା । କିନ୍ତୁ ବିଜେତାର ଇତିହାସ ଭଳି ଇତିହାସ ପୃଷ୍ଠାରେ ଆମେରିକା ଓ ମିତ୍ର ଦେଶଙ୍କ ନାରୀ ନିର୍ଯାତନା କଥା କମ ଆଲୋଚିତ ହୁଏ । ଯୁଦ୍ଧ କାଳରେ ଜାପାନ ଯେଉଁଭଳି ଭାବେ ଚୀନ,କୋରିଆ,ଫିଲିପାଇନ୍ସ ଭଳି ଦେଶର ଲକ୍ଷ ଲକ୍ଷ ମହିଳାଙ୍କୁ ସେମାନଙ୍କ ପରିବାରଠାରୁ ଛଡ଼ାଇ ନେଇ ବାରଙ୍ଗନା ସଜାଇଥିଲା,ତାହା ଆଜି ମଧ୍ୟ ମନରେ ଶିରହରଣ ସୃଷ୍ଟି କରେ । ଆଉ ଜାପାନ ନିଜର ଏହି କଳା ସତଠାରୁ ପିଛା ଛଡାଇବାକୁ ଚାହେଁ । ଆସନ୍ତୁ ଜାଣିବା କମ୍ଫର୍ଟ ଓମେନ୍ କ’ଣ ଥିଲା ଓ କେମିତି ଲକ୍ଷାଧିକ ମହିଳା ଏହାର ଶିକାର ହୋଇଥିଲେ ।

ଜାପାନୀ କମ୍ଫର୍ଟ ଓମେନ

ଦ୍ବିତୀୟ ବିଶ୍ବଯୁଦ୍ଧ ଯେତେବେଳେ ଆରମ୍ଭ ହୋଇଥିଲା, ସେହି ସମୟରେ ଜାପାନ ବହୁସଂଖ୍ୟକ କମ୍ଫର୍ଟ ଓମେନଙ୍କୁ ଭର୍ତ୍ତି କରିଥିଲା । ଏହା ଜାପାନର ସେନାର ଏକ ବାଧ୍ୟତାମୂଳକ ଅଂଶ ଥିଲା । ଏହାର ଷ୍ଟେସନ ସାରା ଦୁନିଆରେ ବ୍ୟାପିଥିଲା । ଏହାକୁ ନେଇ ଜାପାନରେ ବହୁତ ଆଲୋଚନା ହୋଇଥିଲା । ଜାପାନ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ କମ୍ଫର୍ଟ ଓମେନଙ୍କୁ ଯୌନ ଦାସୀ ଭାବେ ଭର୍ତ୍ତି କରିଥିଲା । କମ୍ଫର୍ଟ ଓମେନଙ୍କୁ ଯବାନଙ୍କ ଯୌନ ଇଚ୍ଛାକୁ ପୂରଣ କରିବା ପାଇଁ ବାଧ୍ୟ କରାଯାଉଥିଲା । ୧୯୯୦ ଦଶକରେ କମ୍ଫର୍ଟ ଓମେନଙ୍କ କାହାଣୀ ସାମ୍ନାକୁ ଆସିଥିଲା ।

ପ୍ରଶ୍ନ ଉଠୁଛି, କମ୍ଫର୍ଟ ଓମେନଙ୍କ ସହ ଜାପାନ ସୈନିକଙ୍କର କ’ଣ ସମ୍ପର୍କ ଥିଲା? ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ସାରା ଦୁନିଆରେ ଜାପାନୀ ସେନା ନିଜର ଶିବିର ପ୍ରତିଷ୍ଠା କରୁଥିଲା, ସେଠାରେ କମ୍ଫର୍ଟ ଓମେନଙ୍କୁ ରଖାଯାଉଥିଲା । ଏହି କଥା ସାମ୍ନାକୁ ଆସିବା ପରେ ହଙ୍ଗାମା ସୃଷ୍ଟି ହୋଇଥିଲା । ଯଦି କୌଣସି ଜାପାନୀ ସୈନିକଙ୍କ ସହ ଏହି କମ୍ଫର୍ଟ ଓମେନଙ୍କର ପ୍ରେମ ହୋଇଯାଉଥିଲା, ତେବେ ସେ କ୍ଷେତ୍ରରେ ଉଭୟଙ୍କୁ ବହୁତ ସଜ୍ଜା ଦିଆଯାଉଥିଲା । କମ୍ଫର୍ଟ ଓମେନ ଦ୍ବିତୀୟ ବିଶ୍ବଯୁଦ୍ଧର ଏକ କଳା ଅଧ୍ୟାୟ ଥିଲା ବୋଲି କୁହାଯାଉଥିଲା ।  ’କମ୍ଫର୍ଟ ଓମେନ’ର ଉପଯୋଗ ଜାପାନୀ ସେନା ଦ୍ବାରା ଯୌନ ଦାସୀ ରୂପେ କରାଯାଇଥିଲା । ଜାପାନର ସେନା ଅନେକ ଦେଶରୁ ମହିଳାଙ୍କୁ ଜବରଦସ୍ତ ଭାବେ ଆଣି ସେମାନଙ୍କୁ ନିଯୁକ୍ତି ଦେଉଥିଲେ । ଜାପାନର ସୈନିକଙ୍କୁ ମନୋରଞ୍ଜନ କରିବା ଓ ଯୌନ ଇଚ୍ଛାକୁ ପାଳନ କରିବା ହିଁ ଥିଲା ଏହି କମ୍ଫର୍ଟ ଓମେନଙ୍କର କାମ ।

୧୯୩୨ରୁ ଆରମ୍ଭ ହୋଇଥିଲା ଜାପାନର କଳା କାରନାମା

ଜାପାନୀ ସେନାଙ୍କ ଯୌନ ଦାସୀ ପାଇଁ କମ୍ଫର୍ଟ ଓମେନଙ୍କୁ ନିୟୋଜିତ କରାଯାଉଥିଲା । ଯେତେବେଳେ ଜାପାନୀ ସେନାର ସୈନିକଙ୍କ ’ଆବଶ୍ୟକତା’କୁ ପୂରଣ କରିବା ପାଇଁ କମ୍ଫର୍ଟ ଷ୍ଟେସନ ନିର୍ମାଣ କରାଯାଇଥିଲା, ସେହି ସମୟରେ ଏହି କଳା ଅଧ୍ୟାୟର ଆରମ୍ଭ ୧୯୩୨ରେ ଚୀନ-ଜାପାନ ଯୁଦ୍ଧ ସମୟରେ ହୋଇଥିଲା । ଧୀରେଧୀରେ ଯୁଦ୍ଧ ବଢ଼ିବା ସହିତ ଏହି ପ୍ରଣାଳୀ ଅନ୍ୟ ଦେଶମାନଙ୍କୁ ବ୍ୟାପିବାରେ ଲାଗିଥିଲା । ଜାପାନର ଯୁଦ୍ଧ ସମୟରେ କୋରିଆ, ଚୀନ, ଫିଲିପାଇନ୍ସ, ଇଣ୍ଡୋନେସିଆ, ମାଲେସିଆ, ଥାଇଲାଣ୍ଡ, ଭିଏତନାମ ଓ ଅନ୍ୟ ପ୍ରଶାନ୍ତ ଦ୍ବୀପରୁ ହଜାର ହଜାର ମହିଳାଙ୍କୁ ବଳପୂର୍ବକ ଭର୍ତ୍ତି କରାଯାଇଥିଲା । ଅଧିକାଂଶ ମହିଳା ଗରିବ ଶ୍ରେଣୀର ଥିଲେ, ଯେଉଁମାନଙ୍କୁ କି ମିଥ୍ୟା ରୋଜଗାରର ପ୍ରତିଶ୍ରୁତି ଦେଇ ଧୋକ୍କା ଦିଆଯାଉଥିଲା ବା ସିଧାସଳଖ ଅପହରଣ କରି ନିଆଯାଉଥିଲା । 

କମ୍ଫର୍ଟ ଷ୍ଟେସନମାନଙ୍କରେ ମହିଳାମାନଙ୍କ ସହ ଅତ୍ୟନ୍ତ କ୍ରୁର ବ୍ୟବହାର କରାଯାଉଥିଲା । ଏହି ମହିଳାମାନଙ୍କୁ ପ୍ରତିଦିନ ଅନେକ ସୈନିକଙ୍କ ସହ ସମ୍ବନ୍ଧ ସ୍ଥାପନ କରିବାକୁ ବାଧ୍ୟ କରାଯାଉଥିଲା । ସେମାନେ ସବୁ ପ୍ରକାରର ସ୍ବାଧିନତାରୁ ବଞ୍ଚିତ ହେଉଥିଲେ । କିଛି ମହିଳାଙ୍କୁ ପ୍ରତାରିତ କରାଯିବା ସହ ଅନେକଙ୍କୁ ମାଡ଼ ମରାଯାଉଥିଲା । ଅସୁରକ୍ଷିତ ସମ୍ବନ୍ଧ କାରଣରୁ ଅନେକ ମହିଳା ଯୌନ ସଂକ୍ରାମକ ରୋଗର ଶିକାର ହେବା ସହ ଗର୍ଭବତୀ ହୋଇଥିଲେ । ଅନେକଙ୍କୁ ଜବରଦସ୍ତ ଗର୍ଭପାତ କରିବାକୁ ବାଧ୍ୟ କରାଯାଉଥିଲା । ଯେଉଁ ମହିଳାମାନେ ଖସିବାକୁ ଉଦ୍ୟମ କରୁଥିଲେ, ସେମାନଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରାଯାଉଥିଲା । କେବେ କେବେ ମାଡ଼ ମଧ୍ୟ ମରାଯାଉଥିଲା ।

ନିଜ କବଜାରେ ଥିବା କ୍ଷେତ୍ରମାନଙ୍କରେ ଜାପାନୀ ସେନା କମ୍ଫର୍ଟ ଷ୍ଟେସନ ସ୍ଥାପନ କରିଥିଲା । ସେଥିମଧ୍ୟରେ ସାମିଲ ଥିଲା:-

 ଚୀନ- ନାନିଜିଙ୍ଗ, ବେଜିଂ, ଶଂଘାଈ ସମେତ ଅନେକ ବଡ଼ ବଡ଼ ସହର ।

କୋରିଆ- ଅଧିକୃତ କୋରିଆର ଅନେକ ଅଂଚଳରେ ଥିବା ଜାପାନୀ ସେନା ଶିବିରରେ ବହୁ ସଂଖ୍ୟକ କୋରିଆନ ମହିଳାଙ୍କୁ କମ୍ଫର୍ଟ ଓମେନ ଭାବେ ଭର୍ତ୍ତି କରାଯାଇଥିଲା ।

ଫିଲିପାଇନ୍ସରେ ମଧ୍ୟ ଅନେକ ମହିଳାଙ୍କୁ ଯୌନ ଦାସୀ କରାଯାଇଥିଲା ।

ବର୍ମା (ମ୍ୟାଁମାର), ଥାଇଲାଣ୍ଡ, ଭିଏତନାମ, ଇଣ୍ଡୋନେସିଆ, ମଲୟ (ମାଲେସିଆ)ରେ ମଧ୍ୟ କମ୍ଫର୍ଟ ଷ୍ଟେସନ ରହିଥିଲା । ପ୍ରଶାନ୍ତ ମହାସାଗରୀୟ ଦ୍ବୀପ, ଗୁଆମ, ସାଇପନରେ ମଧ୍ୟ ଜାପାନୀ ସେନା ପାଇଁ ଷ୍ଟେସନ ସ୍ଥାପନ କରାଯାଇଥିଲା ।

ଦ୍ବିତୀୟ ବିଶ୍ବ ଯୁଦ୍ଧର ସମାପ୍ତି ପରେ, ଜାପାନର କମ୍ଫର୍ଟ ଓ୍ବିମେନ ପ୍ରଣାଳୀକୁ ସମାପ୍ତ କରି ଦିଆଯାଇଥିଲା । ଦଶକ ଦଶକ ପର୍ଯ୍ୟନ୍ତ ଏହାକୁ ଲୁଚାଇ ରଖାଯାଇଥିଲା । ଯୁଦ୍ଧ ସମାପ୍ତ ହେବା ପରେ ଅନେକ ମହିଳାଙ୍କୁ ନିଜର ପରିବାରମାନେ ଗ୍ରହଣ କରିବାକୁ ମନା କରିଦେଇଥିଲେ । ସମାଜରେ ସେମାନଙ୍କୁ ବଦନାମୀ ଓ ବହିଷ୍କାର ସହ୍ୟ କରିବାକୁ ପଡ଼ିଥିଲା । ସେମାନେ ମାନସିକ ଓ ଶାରୀରିକ ଭାବେ ଗଭୀର ଆଘାତ ପାଇ ଜୀବନ ଜିଇବାକୁ ବାଧ୍ୟ ହୋଇଥିଲେ । ୧୯୯୦ ଦଶକରେ କିଛି ଜୀବିତ କମ୍ଫର୍ଟ ଓମେନ ସାର୍ବଜନିକ ଭାବେ ନିଜର କାହାଣୀର ପର୍ଦ୍ଦାଫାସ କରିବା ପରେ ଏହି ପ୍ରସଙ୍ଗ ଅନ୍ତରାଷ୍ଟ୍ରୀୟ ସ୍ତରର ଧ୍ୟାନ ଆକର୍ଷଣ କରିଥିଲା । ୧୯୯୩ରେ ଜାପାନ ସରକାର ’କୋନୋ ଷ୍ଟେଟମେଣ୍ଟ’ ଜାରି କରି ଜାପାନୀ ସେନା କମ୍ଫର୍ଟ ଓମେନ ପ୍ରଣାଳୀ ସାମିଲ କରିଥିବା ସ୍ବୀକାର କରିଥିଲା । । ୨୦୧୫ରେ ଜାପାନ ଓ ଦକ୍ଷିଣ କୋରିଆ ମଧ୍ୟରେ ଏକ ବୁଝାମଣା ହୋଇଥିଲା, ଯାହାଦ୍ବାରା ଜାପାନରେ ପୀଡ଼ିତ ମହିଳାମାନଙ୍କ ପାଇଁ ସହାୟତା ଘୋଷଣା କରାଯାଇଥିଲା । ଏହି ପ୍ରସଙ୍ଗରେ ଜାପାନ ଆଂଶିକ କ୍ଷମା ପ୍ରାର୍ଥନା କରିଥିଲା ବୋଲି କୁହାଯାଏ । ମାତ୍ର କିଛି ଜାପାନୀ ରାଷ୍ଟ୍ରବାଦୀ ଏହି ତଥ୍ୟକୁ ଗ୍ରହଣ କରିନଥାନ୍ତି । ଅନ୍ୟପକ୍ଷରେ ଦକ୍ଷିଣ କୋରିଆ ଓ ଅନ୍ୟ ପ୍ରଭାବିତ ଦେଶମାନଙ୍କରେ ଆଜି ମଧ୍ୟ ଏହା ଏକ ବଡ଼ ପ୍ରସଙ୍ଗ ହୋଇ ରହିଛି ।

କମ୍ଫର୍ଟ ଓମେନ ଆଜି ମଧ୍ୟ ଇତିହାସର ଏକ ସମ୍ବେଦନଶୀଳ ଓ ବିବାଦାସ୍ପଦ ବିଷୟ । ଏହି ବିଷୟକୁ ନେଇ ଦକ୍ଷିଣ କୋରିଆରେ ଅନେକ ସ୍ମାରକ ଓ ସଂଗ୍ରହାଳୟ ତିଆରି ହୋଇଛି । ଅନ୍ତରାଷ୍ଟ୍ରୀୟ ସ୍ତରରେ, ମାନବିକାଧିକାର ସଂଗଠନମାନେ ଜାପାନର ଏହି ପ୍ରସଙ୍ଗକୁ ଅଧିକ ଗୁରୁତ୍ବ ଦେବାକୁ ଦାବି ହୋଇଛି । କମ୍ଫର୍ଟ ଓମେନଙ୍କୁ ପ୍ରେମ କରିବା ନେଇ ଜାପାନୀ ସୈନିକଙ୍କ ପାଇଁ କଡ଼ା ନିୟମ ରହିଥିଲା । ଯଦି କୌଣସି ସୈନିକ ଓ କମ୍ଫର୍ଟ ଓମେନଙ୍କ ମଧ୍ୟରେ ପ୍ରେମ ହୋଇଯାଉଥିଲା, ତେବେ ସେମାନଙ୍କ ସମ୍ପର୍କକୁ ସମାପ୍ତ କରିବାକୁ ବାଧ୍ୟ କରାଯାଉଥିଲା । ଏହାକୁ ନେଇ ଜାପାନୀ ସୈନିକ ଓ ମହିଳା ଉଭୟଙ୍କୁ କଠୋର ଦଣ୍ଡ ବିଧାନ କରାଯାଉଥିଲା । ଜାପାନୀ ସୈନିକଙ୍କୁ ଜେଲରେ ଭର୍ତ୍ତି କରାଯାଉଥିଲା ଓ ମହିଳାଙ୍କୁ ଶାରୀରିକ ନିର୍ଯାତନା ଦିଆଯାଉଥିଲା ।

କିଛି କମ୍ଫର୍ଟ ଓମେନ ଗର୍ଭବତୀ ହେବା ସହ ତାଙ୍କର ସନ୍ତାନ ମଧ୍ୟ ଜନ୍ମ ହୋଇଥିଲେ । ମାତ୍ର ସେମାନେ ଗର୍ଭବତୀ ହୁଅନ୍ତି କିମ୍ବା ଶିଶୁ ଜନ୍ମ କରନ୍ତୁ, ଏହାକଥା ଜାପାନୀ ସେନା କଦାପି ଚାହୁଁ ନଥିଲା । ସେଥିପାଇଁ ଅନେକ ସ୍ଥାନରେ ଜାପାନୀ ସେନା ଡାକ୍ତରଙ୍କୁ ନିଯୁକ୍ତି ଦେଉଥିଲା । ଉକ୍ତ ଡାକ୍ତରମାନେ ମହିଳାଙ୍କୁ ଜବରଦସ୍ତି ଗର୍ଭପାତ କରାଉଥିଲେ । ମାତ୍ର କିଛି ମହିଳା ଗର୍ଭପାତରୁ ବର୍ତ୍ତି ଯାଇଥିଲେ ଓ ଶିଶୁଙ୍କୁ ଜନ୍ମ ଦେଇଥିଲେ । ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଜାପାନୀ ସୈନିକ ନିଜ ଦେଶକୁ ଫେରିଯାଇଥିଲେ । କିଛି ଶିଶୁଙ୍କୁ ପରିଚୟ ସ୍ପଷ୍ଟ ହୋଇପାରିନଥିଲା । କିଛି ଶିଶୁଙ୍କୁ ସେମାନଙ୍କ  ମା’ମାନେ କୋଳେଇ ନେବାକୁ ପ୍ରୟାସ କରିଥିଲେ, ମାତ୍ର ସେମାନଙ୍କୁ  ଗ୍ରହଣ କରିବାକୁ କେହି ନଥିଲେ ।

ଅନ୍ୟ ଦେଶମାନଙ୍କରେ କ’ଣ ଘଟିଥିଲା

୧- ନାଜୀ ଜର୍ମାନୀ (ଦ୍ବିତ ବିଶ୍ବଯୁଦ୍ଧ, ୧୯୩୯-୧୯୪୫)

ନାଜୀ ଶାସନ ସମୟରେ ଜର୍ମାନୀ ସୈନିକଙ୍କ ପାଇଁ ’ବେହରମାଚଟ-ବୋର୍ଡେଲ’ (Wehrmacht Brothels) ନାମକ ବେଶ୍ୟାଳୟ ନିର୍ମାଣ କରାଯାଇଥିଲା, ଯେଉଁଠାରେ ମହିଳାଙ୍କୁ ଜବରଦସ୍ତ ରଖାଯାଇଥିଲା । ଅଧିକାଂଶ ମହିଳାଙ୍କୁ କବଜା କରାଯାଇଥିବା ଦେଶ (ଫ୍ରାନ୍ସ, ପୋଲାଣ୍ଡ, ୟୁକ୍ରେନ ଓ ରୁଷ)ରୁ ଅଣାଯାଇଥିଲା । ଅନେକ ଇହୁଦୀ ଓ ସ୍ଲାବ ମହିଳାଙ୍କୁ ମଧ୍ୟ ଯାତନା ଶିବିରରେ ଯୌନ ଦାସୀ ପାଇଁ ବାଧ୍ୟ କରାଯାଉଥିଲା ।

୨- ସୋଭିଏତ ସଂଘର ଲାଲ ସେନା (୧୯୪୪-୧୯୪୫), ଦ୍ବିତୀୟ ବିଶ୍ବଯୁଦ୍ଧର ଶେଷରେ)

ଯେତେବେଳେ ସୋଭିଏତ ସେନାରେ ଜର୍ମାନୀ, ପୋଲାଣ୍ଡ ଓ ଅନ୍ୟ ୟୁରୋପୀୟ ଦେଶମାନେ ପ୍ରବେଶ କରିଥିଲେ, ସେହି ସମୟରେ ବହୁ ସଂଖ୍ୟକ ମହିଳାଙ୍କ ସହ ଦୁଷ୍କର୍ମ କରାଯାଇଥିବା ମାମଲା ସାମ୍ନାକୁ ଆସିଥିଲା । କିଛି ଅନୁମାନ ମୁତାବକ, ୧୯୪୫ରେ ବର୍ଲିନକୁ କବଜା କରିବା ସମୟରେ ୧୦ ଲକ୍ଷରୁ ଅଧିକ ଜର୍ମାନୀ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିଲା ।

୩- ଆମେରିକା ଓ ମିତ୍ର ଦେଶମାନଙ୍କର ସେନା

ଫ୍ରାନ୍ସରେ ୧୯୪୪-୧୯୪୫ ସମୟରେ ଆମେରିକା, ବ୍ରିଟିଶ ଓ ଫ୍ରାନ୍ସିସ ସୈନିକଙ୍କ ଉପରେ ଦୁଷ୍କର୍ମ ଓ ଯୌନ ହିଂସାର ଅଭିଯୋଗ ଅଣାଯାଇଥିଲା । ଆମେରିକା ସେନା କୋରିଆ ଓ ଭିଏତନାମ ଯୁଦ୍ଧ ଅବସରରେ ସ୍ଥାନୀୟ ମହିଳାଙ୍କ ସହ ସମ୍ବନ୍ଧ ସ୍ଥାପନ କରିଥିଲେ ଓ କିଛି ସ୍ଥାନରେ ସୈନିକଙ୍କ ପାଇଁ ବେଶ୍ୟାଳୟ ସଞ୍ଚାଳନ କରାଯାଇଥିଲା । କୋରିଆନ ଯୁଦ୍ଧ (୧୯୫୦-୧୯୫୩) ସମୟରେ ଦକ୍ଷିଣ କୋରିଆରେ ଆମେରିକା ସୈନିକଙ୍କ ପାଇଁ ବେଶ୍ୟାଳୟ ତିଆରି କରାଯାଇଥିଲା, ଯେଉଁଠାରେ କି ମହିଳାଙ୍କୁ ରଖାଯାଉଥିଲା ।

୪- ଭିଏତନାମ ଯୁଦ୍ଧ (୧୯୫୫-୧୯୭୫)

ଭିଏତନାମ ଯୁଦ୍ଧ ସମୟରେ ଆମେରିକା ସୈନିକଙ୍କ ପାଇଁ ’ବାର ଗାର୍ଲ’ ଓ ’ଆର ଆଣ୍ଡ ଆର (ରିଷ୍ଟ ଆଣ୍ଡ ରିକଭରୀ) କେନ୍ଦ୍ର’ ସ୍ଥାପନ କରାଯାଇଥିଲା, ଯେଉଁଠାରେ ମହିଳାଙ୍କୁ ଶୋଷଣ କରାଯାଉଥିଲା । ଆମେରିକା ଓ ଦକ୍ଷିଣ କୋରିଆନ ସୈନିକମାନେ ଅନେକ ଭିଏତନାମ ମହିଳାଙ୍କ ସହ ଦୁଷ୍କର୍ମ କରିଥିଲେ । ଫଳରେ ହଜାର ହଜାର ’ଲାଇ ଦାଈ ହାନ’ (କୋରିଆ-ଭିଏତନାମୀ ଶଙ୍କର ଶିଶୁ) ଜନ୍ମ ହୋଇଥିଲେ ।

୫- ବୋସ୍ନିଆ ଯୁଦ୍ଧ (୧୯୯୨-୧୯୯୫)

ବାଲକାନ ସଂଘର୍ଷ ସମୟରେ, ସର୍ବିଆ ସେନା ମୁସଲିମ ବୋସ୍ନିଆନ ମହିଳାମାନଙ୍କୁ ଦୁଷ୍କର୍ମ କରି ’ରେପ କ୍ୟାମ୍ପ’)ରେ ବନ୍ଦୀ କରିଥିଲେ । ସଂଗଠିତ  ଭାବେ ସେମାନଙ୍କୁ ଶୋଷଣ କରାଯାଇଥିଲା । ଉକ୍ତ ଯୁଦ୍ଧ ସମୟରେ ୨୦ ହଜାରରୁ ଅଧିକ ମହିଳା ରେପର ଶିକାର ହୋଇଥିବା ଅନୁମାନ କରାଯାଉଛି ।

ଜାପାନୀ କମ୍ଫର୍ଟ ଓମେନ ପ୍ରଣାଳୀ ସବୁଠାରୁ ସଂଗଠିତ ଥିଲା, ଯେଉଁଠାରେ କି ମହିଳାଙ୍କୁ ପଞ୍ଜିକୃତ କରାଯାଉଥିଲା । ସେମାନେ ସୈନିକମାନଙ୍କୁ ନିୟମିତ ଭାବେ ସେବା ଦେବାକୁ ବାଧ୍ୟ ହେଉଥିଲେ ।

Leave a Reply

Your email address will not be published. Required fields are marked *