
ସ୍କାମରମାନେ ଲୋକଙ୍କୁ ଠକିବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି। ମିସଡ୍ କଲ୍ ଠକେଇ ପରେ, ଏବେ ଏକ ନୂଆ କଲ୍ ମର୍ଜିଂ ଠକେଇ ସାମ୍ନାକୁ ଆସିଛି। ଯାହା ମାଧ୍ୟମରେ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ ଖାଲି କରାଯାଉଛି। ଏହି ସ୍କାମ ବିଷୟରେ ସତର୍କ ରହିବାକୁ NPCI ମଧ୍ୟ ଲୋକଙ୍କୁ ପରାମର୍ଶ ଦେଇଛି।
ଅଜଣା ନମ୍ବରରୁ ଆସୁଥିବା କଲଗୁଡ଼ିକୁ ମର୍ଜ କରନ୍ତୁ ନାହିଁ
ଯଦି ଆପଣଙ୍କୁ ଅଜଣା ନମ୍ବରରୁ କଲ୍ ଆସେ, ତେବେ ଭୁଲରେ ମଧ୍ୟ ସେଗୁଡ଼ିକୁ ମର୍ଜ କରନ୍ତୁ ନାହିଁ । ସ୍କାମରମାନେ ଆପଣଙ୍କୁ କଲ୍ ମର୍ଜ କରିବାକୁ କହି ଅନେକ ବାହାନା କରିପାରନ୍ତି।
ଯେପରି –
ଠକମାନେ କୌଣସି ଇଭେଣ୍ଟ କିମ୍ବା ଚାକିରି ବାହାନାରେ ଆପଣଙ୍କୁ ଫୋନ୍ କରନ୍ତି ଏବଂ କୁହନ୍ତି ଯେ ସେମାନେ ଆପଣଙ୍କ ସାଙ୍ଗ ମାନଙ୍କ ସହ ମଧ୍ୟ କଥା ହେଉଛନ୍ତି। ଏଥିପାଇଁ ଆପଣଙ୍କୁ କଲ ମର୍ଜ କରିବାକୁ କହିବେ । କିନ୍ତୁ ଦ୍ୱିତୀୟ କଲ୍ ଆପଣଙ୍କ ଜଣାଶୁଣା ବ୍ୟକ୍ତିଙ୍କର ନୁହେଁ ବରଂ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇବା ଉଦ୍ଦେଶ୍ୟରେ OTP ପାଇଁ ମର୍ଜ କରନ୍ତି ।
କଲ୍ ମର୍ଜ କରିବା ମାତ୍ରେ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ଖାଲି ହୋଇଯିବ
ଆପଣ କଲ୍ ମର୍ଜ କରିବା ମାତ୍ରେ, ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା କଟିଯିବ। ସ୍କାମରମାନେ OTP ଶୁଣନ୍ତି ଏବଂ ଏହାକୁ ବ୍ୟବହାର କରନ୍ତି। ତେଣୁ ଯଦି ଆପଣଙ୍କୁ କୌଣସି ଅଜଣା ନମ୍ବରରୁ କଲ୍ ଆସେ ଏବଂ ସେମାନେ ଆପଣଙ୍କୁ କଲ୍ ମର୍ଜ କରିବାକୁ କୁହନ୍ତି, ତାହେଲେ କୌଣସି ପରିସ୍ଥିତିରେ ମଧ୍ୟ କଲ୍ ମର୍ଜ କରିବେ ନାହିଁ ।
ସ୍କାମରମାନେ ଅନେକ ଲୋକଙ୍କୁ ଠକିଛନ୍ତି
ଏପରି ସ୍କାମରମାନେ ଅନେକ ଲୋକଙ୍କୁ ଠକିଛନ୍ତି। ସରକାର ମଧ୍ୟ ଲୋକଙ୍କୁ ଏ ବିଷୟରେ ସତର୍କ ରହିବାକୁ କହିଛନ୍ତି। ଏହିପରି ଅନ୍ୟ ପ୍ରକାରର ଠକେଇରୁ ରକ୍ଷା ପାଇବା ପାଇଁ ସରକାର, ଏଜେନ୍ସି ଏବଂ ବ୍ୟାଙ୍କଗୁଡ଼ିକ ପକ୍ଷରୁ ଲୋକଙ୍କୁ ସତର୍କ ରହିବାକୁ ମଧ୍ୟ କୁହାଯାଇଛି।
କିପରି ହେବେ ସଚେତନ
ବର୍ତ୍ତମାନ ଠକେଇ କରିବା ପାଇଁ ଅନେକ ପଦ୍ଧତି ଅବଲମ୍ବନ କରାଯାଉଛି। ତେଣୁ ଲୋକଙ୍କୁ ସତର୍କ ରହିବାକୁ ପଡିବ। ଯଦି ଆପଣ ପାଖକୁ କୌଣସି ପରିଚିତ ବ୍ୟକ୍ତିଙ୍କ ସହ କଲ୍ ମର୍ଜ କରିବାକୁ କହୁଥିବା ଭଳି କିଛି କଲ୍ ଆସେ, ତେବେ ତୁରନ୍ତ ସତର୍କ ରୁହନ୍ତୁ।