ଭାଲେଣ୍ଟାଇନ୍ସ ଡେ ହେଉଛି ପ୍ରେମ, ଏକତା ଏବଂ ହୃଦୟସ୍ପର୍ଶୀ ସମ୍ପର୍କକୁ ପାଳନ କରିବାର ଦିନ। ବଲିଉଡ୍ ଅଭିନେତ୍ରୀ ଅଦା ଶର୍ମା ଏବଂ ଅନେକ ପ୍ରସିଦ୍ଧ ଟିଭି ବ୍ୟକ୍ତିତ୍ୱ ସେମାନଙ୍କର ପ୍ରେମ ପାଇଁ ଅନୁଭୂତି ପ୍ରକାଶ କରିଛନ୍ତି। ‘ମୈଁ ଦିଲ୍ ତୁମ୍ ଧଡକନ୍’ ଏବଂ ‘ବଡି ହାଭେଲି କି ଛୋଟି ଠାକୁରାଇନ୍’ ଅଭିନେତ୍ରୀ ରାଧିକା ମୁଥୁକୁମାର ଏବଂ ଦୀକ୍ଷା ଧାମି ପ୍ରେମକୁ ନେଇ ନିଜର ଭାବନା ସେୟାର କରିଛନ୍ତି।

ଭାଲେଣ୍ଟାଇନ୍ସ ଡେ’ର ଏହି ବିଶେଷ ଦିନରେ, ସବୁଠି ପ୍ରେମର କଥା ଶୁଣିବାକୁ ମିଳୁଛି। ବଲିଉଡ୍ ଅଭିନେତ୍ରୀ ଅଦା ଶର୍ମା ତାଙ୍କ ଡ୍ରିମ୍ ବୟର ବିଶେଷ ଗୁଣଗୁଡ଼ିକୁ ପ୍ରକାଶ କରିଥିବା ବେଳେ, ଅନେକ ଟିଭି ଅଭିନେତ୍ରୀ ମଧ୍ୟ ସେମାନଙ୍କର ହୃଦୟର କଥା ସେୟାର କରିଛନ୍ତି ।
‘ମୈଁ ଦିଲ୍ ତୁମ୍ ଧଡକ୍’ରେ ବୃନ୍ଦା ଭୂମିକାରେ ଅଭିନୟ କରୁଥିବା ରାଧିକା ମୁଥୁକୁମାର ନିଜର ଫିଲିଂସ୍ ସେୟାର କରିଥିଲେ । ସେ କହିଥିଲେ ଯେ ‘ପ୍ରେମକୁ ପ୍ରକାଶ କରିବା ଏକ ସୁନ୍ଦର ଅନୁଭବ।’ ଠିକ୍ “ମୈଁ ଦିଲ୍ ତୁମ୍ ଧଡକ୍” ଶୋ’ ପରି, ବୃନ୍ଦାଙ୍କ ପାଇଁ ପ୍ରେମର ଅର୍ଥ ତାଙ୍କ ପୁଅ କାନ୍ହା। ତାଙ୍କ ପାଇଁ, କାନ୍ହା ତାଙ୍କର ଦୁନିଆ ଥିଲା ଏବଂ ଏହା ହିଁ ପ୍ରେମର ଶକ୍ତି। ଏହି ପ୍ରେମ କେବଳ ଏକ ସମ୍ପର୍କରେ ସୀମିତ ନୁହେଁ। ତାହା ସ୍ୱାମୀ-ସ୍ତ୍ରୀ, ମା-ପିଲା, ବାପା-ମା କିମ୍ବା ଅନ୍ୟ କୌଣସି ସମ୍ପର୍କ ହେଉ। ମୋ ବ୍ୟକ୍ତିଗତ ଜୀବନରେ, ମୋ ଚାରିପାଖରେ ଥିବା ସମସ୍ତ ଲୋକ ମୋ ପାଇଁ ବହୁତ ସ୍ୱତନ୍ତ୍ର। ରହିଲା ମୋ ଜୀବନ ସାଥୀଙ୍କ କଥା, ମୋର ଆରେଞ୍ଜ ମ୍ୟାରେଜ କିନ୍ତୁ ଆମ ମଧ୍ୟରେ ଥିବା ପ୍ରେମ ବହୁତ ମୂଲ୍ୟବାନ।
ସେହିପରି ଅଭିନେତ୍ରୀ ଆଦା ଶର୍ମା ଭାଲେଣ୍ଟାଇନ୍ସ ଡେରେ ଜଣେ ପୁଅଙ୍କଠାରେ କେଉଁ ଗୁଣ ତାଙ୍କୁ ଅଧିକ ପସନ୍ଦ ତାହା ପ୍ରକାଶ କରିଥିଲେ। ସେ ଏହା ମଧ୍ୟ କହିଥିଲେ ଯେ ତାଙ୍କୁ ‘ବେଡ୍ ବଏଜ’ ଆଦୌ ପସନ୍ଦ ନୁହଁନ୍ତି। ତାଙ୍କ ‘ପରଫେକ୍ଟ ମେନ’ ବିଷୟରେ କଥା ହୋଇ ଆଦା କହିଥିଲେ, ‘ମୁଁ ଭାବୁଛି ଜଣେ ପୁରୁଷଙ୍କ ମଧ୍ୟରେ ସବୁଠାରୁ ଆକର୍ଷଣୀୟ ଗୁଣ ହେଉଛି ଯେ ସେ ତାଙ୍କ ଫୋନକୁ ଦୂରରେ ରଖି ବର୍ତ୍ତମାନରେ ଉପସ୍ଥିତ ରହିବା।’ ମୁଁ ଖରାପ ପୁଅମାନଙ୍କୁ ଆଦୌ ପସନ୍ଦ କରେ ନାହିଁ, ଯେପରି ମୁଁ ଖରାପ ଖାଦ୍ୟ ପସନ୍ଦ କରେ ନାହିଁ। ,
ସନ୍ ନିଓ ଅଭିନେତା ଆଶିଷ ଦୀକ୍ଷିତ ଏବଂ ଲକ୍ଷ୍ୟ ଖୁରାନା ଭାଲେଣ୍ଟାଇନ୍ସ ଡେରେ ନିଜ ହୃଦୟର କଥା କହିଛନ୍ତି । ଯେ ଭାଲେଣ୍ଟାଇନ୍ସ ଡେ ହେଉଛି ପ୍ରେମ, ଏକତା ଏବଂ ହୃଦୟର ସମ୍ପର୍କକୁ ପାଳନ କରିବାର ଦିନ। ଏହି ଅବସରରେ, ସନ୍ ନିଓଙ୍କ ଶୋ’ ‘ ଛଠି ମଇୟା କି ବିଟିଆ’ ଏବଂ ‘ଇଶ୍କ ଜବରିଆ’ର ପ୍ରସିଦ୍ଧ ଅଭିନେତା ଆଶିଷ ଦୀକ୍ଷିତ ଏବଂ ଲକ୍ଷ୍ୟ ଖୁରାନା ପ୍ରେମ ଉପରେ ସେମାନଙ୍କର ମତ ରଖିଥିଲେ। ଆଶିଷ ବନ୍ଧୁତାରୁ ବିବାହ ପର୍ଯ୍ୟନ୍ତ ସେମାନଙ୍କ ଯାତ୍ରାର କାହାଣୀ ବର୍ଣ୍ଣନା କରୁଥିବା ବେଳେ, ଲକ୍ଷ୍ୟ ପ୍ରକୃତ ପ୍ରେମର ମୂଳ ତତ୍ତ୍ବ – ବୁଝାମଣା, ଧୈର୍ଯ୍ୟ ଏବଂ ଏକାଠି ବଢ଼ିବାର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ।
‘ଇଶ୍କ ଜବରିଆ’ରେ ଆଦିତ୍ୟ ଭୂମିକାରେ ଅଭିନୟ କରୁଥିବା ଲକ୍ଷ୍ୟ ଖୁରାନା ପ୍ରେମର ଗଭୀରତା ପ୍ରକାଶ କରି କହିଥିଲେ, ‘ମୋ ପାଇଁ ପ୍ରେମର ଅର୍ଥ ହେଉଛି ଏକାଠି ରହିବା, ପରସ୍ପରକୁ ବୁଝିବା ଏବଂ ପ୍ରତ୍ୟେକ ପରିସ୍ଥିତିରେ ପରସ୍ପର ସହିତ ଠିଆ ହେବା।’ ଏହା କେବଳ ବିବାହ ଯାଏଁ ନୁହେଁ, ଏହା ପରସ୍ପରର ଯତ୍ନ ନେବା, ଏକାଠି ହସିବା ଏବଂ ସମସ୍ତ ବିଶେଷ ମୁହୂର୍ତ୍ତଗୁଡ଼ିକୁ ଉପଭୋଗ କରିବା । “ଇଶ୍କ ଜବରିଆ”ରେ ଆଦିତ୍ୟ ଭୂମିକାରେ ଅଭିନୟ କରିବା ପରେ, ମୁଁ ସମ୍ପର୍କରେ ଆସିବାକୁଥିବା ଅସୁବିଧା ବିଷୟରେ ଅଧିକ ବୁଝିବାର ସୁଯୋଗ ପାଇଲି।