ବଲୁଚିସ୍ତାନରେ ସକ୍ରିୟ ଥିବା ବଲୁଚ୍ ଆର୍ମିର ମଜିଦ୍ ବିଗ୍ରେଡ କାହିଁକି ଚର୍ଚ୍ଚାରେ ? ଜାଣନ୍ତୁ କ’ଣ ପାଇଁ ମଜିଦ ବିଗ୍ରେଡକୁ ଭୟକରେ ପାକ୍ ସେନା

ଗତକାଲି ପାକିସ୍ତାନରେ ଟ୍ରେନ୍ ହାଇଜାକ୍ ହେବା ଖବର ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ବଲୁଚ ଲିବରେସନ ଆର୍ମି ଏହି ଟ୍ରେନ୍ ହାଇଜାକ କରିଛି ବୋଲି ଦାବି କରିଛି । ତେବେ କାହିଁକି ବଲୁଚ ଆର୍ମି ଟ୍ରେନ୍ ହାଇଜାକ୍ କଲା, ଜାଣନ୍ତୁ ଏହି ବିଷୟରେ ପୂରା ରିପୋର୍ଟ…

ପାକିସ୍ତାନରେ ଏକ ସ୍ଥାନ ଅଛି ଯାହାର ନାଁ ବୋଲନ୍ । ଏହି ସ୍ଥାନରେ ଟ୍ରେନ ସୁଡଙ୍ଗ ଦେଇ ଗତି କରେ । ଏହି ସୁଡଙ୍ଗ ଦେଇ ଜାଫର୍ ଏକ୍ସପ୍ରେସ୍ ଯାଉଥିଲା ବେଳେ ହାଇଜାକ୍ କରି ନିଆଯାଇଥିଲା । ଟ୍ରେନ୍ କ୍ବେଟାରୁ ପେସାଓ୍ବର ଯାଉଥିଲା । ତେବେ ଏହି ବିଏଲଏ ଏବଂ ମଜିଦ୍ ବ୍ରିଗେଡ କ’ଣ ?

ବଲୁଚିସ୍ତାନର ଇତିହାସ

ଭାରତ ପାକିସ୍ତାନ ଅଲଗା ହେଲା ବେଳେ ବଲୁଚିସ୍ତାନ ଏକ ସ୍ବାଧୀନ ଦେଶ ଭାବେ ରହିବାକୁ ଚାହୁଁଥିଲା । ବଲୁଚଙ୍କ ଇଚ୍ଛା ବିରୁଦ୍ଧରେ ଜିନ୍ନା ବଳପୂର୍ବକ ବଲୁଚିସ୍ତାନକୁ ପାକିସ୍ତାନରେ ସାମିଲ କରିଥିଲେ । କଲତର ଶାସକ ଖାନ୍ ସେତେବେଳେ ଏହାକୁ ନେଇ ଅସନ୍ତୁଷ୍ଠ ଥିଲେ । କଲତର ଖାନଙ୍କ ନେତୃତ୍ୱରେ ୧୯୫୦ ଦଶକର ମଧ୍ୟ ଭାଗରେ ପ୍ରଥମ ବିଦ୍ରୋହ ହୋଇଥିଲା । ଯାହାକୁ ପାକ୍ ସେନା ଦମନ କରିଥିଲା । ବାଂଲାଦେଶ ମୁକ୍ତି ସଂଗ୍ରାମର ୫ ବର୍ଷ ପରେ ବଲୁଚିସ୍ତାନରେ ପୁଣି ବିଦ୍ରୋହର ନିଆଁ ଜଳିଥିଲା । ୧୯୭୬ ମସିହାରେ ପାକିସ୍ତାନୀ ସେନା ବିଦ୍ରୋହ ଦମନ ପାଇଁ ପୁଣି ମୈଦାନରେ ଥିଲା । ସେହି ସମୟରେ ପାକ୍ ବାୟୁସେନା ନିଜ ନାଗରିକଙ୍କ ଉପରେ ବୋମବର୍ଷା କରିଥିଲା । ସ୍ବଧୀନତାର ଲଢ଼େଇ ଭିତରେ ବହୁ ବିଦ୍ରୋଦୀ ସଂଗଠନ ତିଆରି ହୋଇଥିଲେ । ଏହି ସବୁ ସଂଗଠନ ମଧ୍ୟରୁ ବଲୁଚିସ୍ତାନ ଲିବରେସନ ଆର୍ମି ସବୁଠୁ ଶକ୍ତିଶାଳୀ ସଂଗଠନ । ଏହି ସଂଗଠନ ବଲୁଚିସ୍ତାନକୁ ପାକିସ୍ତାନ ସରକାର ଏବଂ ଚୀନ ସେନାଠୁ ମୁକ୍ତି ଦେବାକୁ ଚାହେଁ । ୨୦୦୬ ପରଠାରୁ ବଲୁଚିସ୍ତାନର ତୃତୀୟ ବିଦ୍ରୋହ ଆରମ୍ଭ ହୋଇଛି । ପାକିସ୍ତାନର ଅଭିଯୋଗ ଯେ, ବଲୁଚି ବିଦ୍ରୋହୀଙ୍କୁ ଭାରତର ସମର୍ଥନ ରହିଛି ।

ମଜିଦ ସଂଗଠନର ନାମକରଣ

ପାକିସ୍ତାନ ସରକାର ବଲୁଚିସ୍ତାନ ଲିବରେସନ ଆର୍ମିକୁ ୨୦୦୭ରେ  ଅତଙ୍କବାଦୀ ସଂଗଠନ ଭାବେ ଘୋଷଣା କରିଥିଲା ।  ଏବଂ ମଜିଦ୍ ବ୍ରିଗେଡ ବିଏଲଏର ଏକ ସ୍ବାଡ୍ । ଏହି ସ୍ବାଡ୍ ଆତ୍ମଘାତୀ ଆକ୍ରମଣର ସିଦ୍ଧହସ୍ତ । ୨୦୧୧ରେ ଏହାର ଗଠନ କରାଯାଇଥିଲା । ଏହାର ନାମକରଣ ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଜୁଲଫିକାର ବଲ୍ଲୀ ଭୁଟ୍ଟୋଙ୍କ ହତ୍ୟା ଉଦ୍ୟମ କରି ନିହତ ହୋଇଥିବା ମଜିଦ୍ ଲଙ୍ଗୋବ ନାଁରେ ନାମକରଣ ହୋଇଥିଲା । ମଜିଦ୍ ଲଙ୍ଗୋବ ଭୁଟ୍ଟୋକୁ ମାରିବାକୁ ଚେଷ୍ଟା କରିଥିଲା । ଆତ୍ମଘାତି ଆକ୍ରମଣ କାଳରେ ମଜିଦର ମୃତ୍ୟୁ ହୋଇଥିଲା । ଭୁଟ୍ଟୋଙ୍କ ହତ୍ୟା ପାଇଁ ମଜିଦ ଏକ ହ୍ୟାଣ୍ଡ ଗ୍ରେନଡ୍ ଧରି ଗୋଟିଏ ଗଛ ଉପରେ ଛକି ରହିଥିଲେ । ତେବେ ମଜିଦ୍ ନିଜ ମିଶନରେ ବିଫଳ ହୋଇଥିଲେ ।

ମଜିଦର ମୃତ୍ୟୁ ପରେ ଏହା ଆନ୍ଦୋଳନକୁ ଅଧିକ ଖୋରାକ ଯୋଗାଇଥିଲା । ଏହା ପରେ ମଜିଦ ଜୁନିଅରର ଜନ୍ମ ହୋଇଥିଲା । ମଜିଦ ଜୁନିୟର ଥିଲେ ମଜିଦ ସିନିୟରଙ୍କ ସାନଭାଇ । ବଡ଼ ଭାଇ ଭଳି ମଜିଦ ଜୁନିଅର ମଧ୍ୟ ବଲୁଚ ରାଷ୍ଟ୍ରବାଦୀ ଥିଲେ । ସେ ମଧ୍ୟ ନିଜକୁ ବିଦ୍ରୋହୀ ଦଳରେ ସାମିଲ କରିଥିଲେ । 

ଜୁନିଅର ମଜିଦର ମୃତ୍ୟୁ

ଏକ ରିପୋର୍ଟ ଅନୁସାରେ କ୍ବେଟାର ଓ୍ବାହଦତ୍ କଲୋନୀରେ ଥିବା ଏକ ଘରକୁ ପାକିସ୍ତାନୀ ସେନା ଘେରି ରହିଥିବା ଖବର ମିଳେ । ଏହି ଘରେ ଅନେକ ବିଦ୍ରୋହୀ ଲୁଚି ରହିଥିଲେ । ନିଜକୁ ଚାରିପାଖରୁ ଘେରାବନ୍ଦୀ ଦେଖି ଜୁନିଅର୍ ମାଜିଦ ଅସ୍ତ୍ର ଧରି ପାକିସ୍ତାନୀ ସେନା ସହ ମୁକାବିଲା କରିଥିଲେ । ଏଥିରେ ନିଜର ମୃତ୍ୟୁ ସୁନିଶ୍ଚିତ ଜାଣି ମଧ୍ୟ ସେ ଲଢ଼ିଥିଲେ  ଏବଂ ତାଙ୍କର ମୃତ୍ୟୁ ହୋଇଥିଲା । ୧୭ ମାର୍ଚ୍ଚ ୨୦୧୦ରେ  ପାକିସ୍ତାନ ଆର୍ମିଙ୍କ ଦ୍ବାରା ନିହତ ହେଲେ ମାଜିଦ ।

ମାଜିଦ ସିନିଅର୍ ଏବଂ ଜୁନିଅରର ମୃତ୍ୟୁ ପରେ ସମସ୍ତେ ଭାଙ୍ଗି ପଡ଼ିଥିଲେ । ଏହା ପରେ ଏହି ଆନ୍ଦୋଳନକୁ ତୀକ୍ଷ୍ମ କରିବାକୁ ସେମାନେ ନିଷ୍ପତ୍ତି ନେଇଥିଲେ । ଏହା ପରେ ମାଜିଦ ଫିଦାୟିନ ବ୍ରିଗେଡ ଜନ୍ମ ନେଲା । ସେବେଠାରୁ ଏହି ଯୁନିଟ ବଲୁଚିଚାନ ଲିବରେସନ ଆର୍ମି ବା ବିଏଲଏ ଏକ ଶାଖା ଭାବେ କାମ କରୁଛି ।

ପ୍ରଥମ ଆତ୍ମଘାତୀ ବିସ୍ଫୋରଣ

ଏହି ବ୍ରିଗେଡ ପାକିସ୍ତାନରେ ସାମରିକ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଆତ୍ମଘାତୀ ଆକ୍ରମଣ କରିଥାଏ । ଏହା ବିଶେଷ କରି ପ୍ରାକୃତିକ ଗ୍ୟାସ୍  ଏବଂ ଖଣିଜ ପଦାର୍ଥର ଶୋଷଣ ବିରୁଦ୍ଧରେ ଲଢ଼େଇ କରେ । ଏହା ୨୦୧୧ ମସିହାରେ ପ୍ରଥମ ଆକ୍ରମଣ କରିଥିଲା । ଏହା ପୂର୍ବତନ ମନ୍ତ୍ରୀଙ୍କୁ IED ଦ୍ବାରା ବିସ୍ଫୋରଣ କରି ହତ୍ୟା କରିଥିଲା । ଏଥିରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହା ପରେ ୨୦୧୮ରେ କରାଚୀରେ ଚୀନ୍ ଦୂତବାସ ଉପରେ ଆକ୍ରମଣ କରିଥିଲା । ଏହା ପରେ ୨୦୧୯ରେ ଏକ ହୋଟେଲ ଉପରେ ଆକ୍ରମଣ କରିଥିଲା ।

ବିଦେଶରୁ ଆସେ ପାଣ୍ଠି ଏବଂ ଅସ୍ତ୍ରଶସ୍ତ୍ର

ମାଜିଦ ବିଗ୍ରେଡକୁ ବିଦେଶରୁ ଅସ୍ତ୍ରଶସ୍ତ୍ର ଏବଂ ପାଣ୍ଠି ଆସେ । ବିଦେଶରେ ରହୁଥିବା ବାଲୁଚ ବାସୀ ପାଣ୍ଠି ଯୋଗାଇଥାନ୍ତି ।  ଏହି ଅସ୍ତ୍ର ମଧ୍ୟରେ IED , ଆଣ୍ଟି ଟ୍ୟାଙ୍କ, ଗ୍ରେନେଡ, RPG, ଏବଂ ବିଭିନ୍ନ ପ୍ରକାର ସ୍ବୟଂଚାଳିତ ଅସ୍ତ୍ରଶସ୍ତ୍ର ରହିଛି । ଏହା ସହ BM-12, 107MM, 109MM ରକେଟ୍ ରହିଛି । ଏମାନେ ସମସ୍ତେ M4 ରାଇଫଲରେ ଦେଖାଯାଆନ୍ତି ।

Leave a Reply

Your email address will not be published. Required fields are marked *