ଲଞ୍ଚ କରିବା ମାତ୍ରେ ନିଦ ଆସୁଛି କି ? ବିଶେଷଜ୍ଞ କହିଲେ ଏହି ୪ଟି ସରଳ ଉପାୟ 

ଦିନ ମଧ୍ୟାହ୍ନରେ ଖାଦ୍ୟ ଖାଇବା ପରେ ଅନେକ ଲୋକଙ୍କୁ ନିଦ ଆସିଥାଏ। ଲଞ୍ଚ କରିବା ପରେ ଏମିତି ଲାଗେ ଯେ କେବଳ ଟିକିଏ ଶୋଇପଡ଼ିଲେ ଭଲ ହୁଅନ୍ତା। କିଛି ଲୋକଙ୍କର ତ ନିୟମିତ ଅଭ୍ୟାସ ଥାଏ ଯେ ସେମାନେ ଲଞ୍ଚ ପରେ ଶୋଇଥାନ୍ତି । ଏହି ଅବସ୍ଥାକୁ ‘ଫୁଡ୍ କୋମା’ କୁହାଯାଏ। କିନ୍ତୁ ଆପଣ ଜାଣନ୍ତି କି ଖାଦ୍ୟ ଖାଇବା ତୁରନ୍ତ ପରେ ଆମକୁ ନିଦ କାହିଁକି ଆସେ ?

ସ୍ୱାସ୍ଥ୍ୟ ବିଶେଷଜ୍ଞ ରମିତା କୌର ଏହା ବିଷୟରେ କହିଛନ୍ତି ଯେ ଖାଦ୍ୟ ଖାଇବା ପରେ ଆମ ଶରୀରରେ ଇନ୍ସୁଲିନ୍‌ର ସ୍ତର ବୃଦ୍ଧି ପାଇଥାଏ। ଏହା ଫଳରେ ମସ୍ତିଷ୍କରେ ସେରୋଟୋନିନ୍ ଓ ମେଲାଟୋନିନ୍ ନାମକ ହରମୋନ୍ ନିର୍ଗତ ହେବାକୁ ଲାଗିଥାଏ, ଯାହା ଆମକୁ ନିଦ୍ରା ଅନୁଭବ କରାଇଥାଏ। କିନ୍ତୁ ଏହାକୁ ଏଡ଼ାଇବା ପାଇଁ ଆପଣ କିଛି ଘରୋଇ ଉପାୟ ଅନୁସରଣ କରିପାରିବେ। 

ସେଉର ସିର୍କା ପିଅନ୍ତୁ

ବିଶେଷଜ୍ଞ କହିଛନ୍ତି ଯେ ଯେତେବେଳେ ଆପଣ ଦିନ ମଧ୍ୟାହ୍ନରେ ଲଞ୍ଚ କରୁଛନ୍ତି, ତା’ପୂର୍ବରୁ ଏକ ଗ୍ଲାସ୍ ପାଣିରେ ଏକ ଚାମଚ ସେଉର ସିର୍କା (ଆପଲ୍ ସାଇଡର୍ ଭିନେଗାର୍) ମିଶାଇ ପିଅନ୍ତୁ। ସିର୍କା ପିଇବା ଦ୍ୱାରା ରକ୍ତରେ ଶର୍କରାର ମାତ୍ରା ନିୟନ୍ତ୍ରଣରେ ରହିଥାଏ। ଏହା ଇନ୍ସୁଲିନ୍‌ର ସ୍ତରକୁ ମଧ୍ୟ ବଢ଼ିବାରୁ ରୋକିଥାଏ। ଆପଣ ଖାଦ୍ୟ ଖାଇବାର ୨୦ ମିନିଟ୍ ପୂର୍ବରୁ ଏହା ପିଇପାରିବେ। 

ଚାଲିବା ଆବଶ୍ୟକ 

ଲଞ୍ଚ ପରେ ଏକ ଛୋଟ ଚାଲିବା (ୱାକ୍) ମଧ୍ୟ ଲାଭଦାୟକ ହୋଇଥାଏ। ୧୦-୧୫ ମିନିଟ୍‌ର ହାଲୁକା ବ୍ୟାୟାମ ଦ୍ୱାରା ଶରୀରରେ ଶକ୍ତି ସଞ୍ଚାର ହୋଇଥାଏ। ଏହା ଶରୀରର ରକ୍ତ ସଞ୍ଚାଳନକୁ ଉନ୍ନତ କରିଥାଏ ଏବଂ ଆପଣ ସତେଜ ଅନୁଭବ କରିବେ। 

ଦେଶୀ ଘିଅ ଖାଆନ୍ତୁ

ସ୍ୱାସ୍ଥ୍ୟ ବିଶେଷଜ୍ଞ ମଧ୍ୟ କହିଛନ୍ତି ଯେ ଆପଣଙ୍କ ଖାଦ୍ୟରେ ଦେଶୀ ଘିଅକୁ ନିଶ୍ଚିତ ଭାବେ ସାମିଲ କରନ୍ତୁ। ଏଥିରେ ସ୍ୱାସ୍ଥ୍ୟକର ଚର୍ବି (ହେଲ୍ଦି ଫ୍ୟାଟ୍ସ) ଥାଏ। ଦେଶୀ ଘିଅ ଇନ୍ସୁଲିନ୍‌କୁ ବଢ଼ିବାରୁ ରୋକିଥାଏ ଏବଂ ପାଚନକୁ ଠିକ୍ ରଖିବାରେ ସାହାଯ୍ୟ କରିଥାଏ। ଆପଣ ରୁଟି କିମ୍ବା ଡାଲିରେ ଘିଅ ମିଶାଇ ଖାଇପାରିବେ। 

ସାଲାଡ୍ ମଧ୍ୟ ଖାଆନ୍ତୁ

ଆପଣଙ୍କ ଲଞ୍ଚ ସହିତ ସାଲାଡ୍ ନିଶ୍ଚିତ ଖାଆନ୍ତୁ। ଏଥିରେ ଥିବା ଫାଇବର ଶରୀରର ପାଚନ ପ୍ରକ୍ରିୟାକୁ ଧୀମା କରିଥାଏ। ସାଲାଡ୍ ଖାଇବା ଦ୍ୱାରା ଇନ୍ସୁଲିନ୍ ସ୍ପାଇକ୍ ନିୟନ୍ତ୍ରଣରେ ରହିଥାଏ। ସବୁଜ ପତ୍ରଯୁକ୍ତ ଶାଗ ଓ କଞ୍ଚା ପନିପରିବା ରକ୍ତରେ ଶର୍କରାକୁ ନିୟନ୍ତ୍ରଣରେ ରଖିଥାଏ। ଉଚ୍ଚ ଫାଇବର ଯୁକ୍ତ ଖାଦ୍ୟ ଖାଇଲେ ନିଦ୍ରା ଆସିବାର ସମସ୍ୟା ହୋଇନଥାଏ।

Leave a Reply

Your email address will not be published. Required fields are marked *