ସୁନା ଏକ ଏଭଳି ଧାତୁ ଯାହାର ମୂଲ୍ୟ ଆକାଶଛୁଆଁ ହୋଇଛି। ଏତେ ମହଙ୍ଗା ହୋଇଥିଲେ ମଧ୍ୟ ସୁନା ପିନ୍ଧିବାର ଶୋକ କମିନାହିଁ, ଅର୍ଥାତ୍ ବଜାରରେ ସୁନାର ଚାହିଦା ପୂର୍ବଭଳି ରହିଛି। ସୁନାର ବଢୁଥିବା ଚାହିଦା ହେତୁ ଏହାର ଖଣି ଖନନ ମଧ୍ୟ ଦ୍ରୁତ ଗତିରେ ହେଉଛି, ତଥାପି ସୁନାର ଦାମ କମିବାର ନାଁ ନେଉନାହିଁ। କିନ୍ତୁ ଆପଣ ଜାଣିଛନ୍ତି କି, ଯେଉଁ ସୁନା ଖଣିରୁ ଖୋଳି ବାହାର କରାଯାଏ, ତାହା ବୈଜ୍ଞାନିକମାନେ ଲ୍ୟାବରେ ମଧ୍ୟ ତିଆରି କରିପାରନ୍ତି।
କଥାଟି ଆଶ୍ଚର୍ଯ୍ୟଜନକ ନିଶ୍ଚିତ ଭାବେ, କିନ୍ତୁ ଏହା ସତ୍ୟ। ବୈଜ୍ଞାନିକମାନେ ଲ୍ୟାବରେ କିଛି ପରୀକ୍ଷଣ କରି ସୁନା ତିଆରି କରିପାରନ୍ତି। ଏପରି ସ୍ଥିତିରେ ଆପଣଙ୍କ ମନରେ ମଧ୍ୟ ପ୍ରଶ୍ନ ଉଠୁଛି କି, ଯେତେବେଳେ ସୁନା ଲ୍ୟାବରେ ତିଆରି କରାଯାଇପାରେ, ତେବେ ଖଣି ଖୋଳି ସୁନା କାହିଁକି ବାହାର କରାଯାଉଛି? ବୈଜ୍ଞାନିକମାନେ ଲ୍ୟାବରେ ସୁନା ତିଆରି କରି ଲୋକଙ୍କ ଆବଶ୍ୟକତା କାହିଁକି ପୂରଣ କରୁନାହାନ୍ତି?
ସୁନା କେଉଁଥିରୁ ତିଆରି ହୋଇଥାଏ ?
ଲ୍ୟାବରେ ସୁନା ତିଆରି କରିବାର ପ୍ରଣାଳୀ ଜାଣିବା ପୂର୍ବରୁ ଏହା ଜାଣିବା ଜରୁରୀ ଯେ ସୁନା କେଉଁଥିରୁ ତିଆରି ହୋଇଥାଏ ଏବଂ ଏଥିରେ କ’ଣ କ’ଣ ଥାଏ। ଜଣାଇ ଦିଅନ୍ତୁ ଯେ, ସୁନା ଏକ ରାସାୟନିକ ତତ୍ତ୍ୱ, ଯାହାର ପ୍ରତ୍ୟେକ ପରମାଣୁର ନାଭିକରେ ୭୯ଟି ପ୍ରୋଟନ ଥାଏ। ଅର୍ଥାତ୍ ୭୯ଟି ପ୍ରୋଟନ ଥିବା ଏକ ପରମାଣୁ ହେଉଛି ସୁନା ପରମାଣୁ ଏବଂ ଏଥିରେ ଅନ୍ୟ ତତ୍ତ୍ୱର ମିଶ୍ରଣ ନଗଣ୍ୟ ହୋଇଥାଏ।
ଲ୍ୟାବରେ ସୁନା କିପରି ତିଆରି ହୋଇପାରେ ?
ଲ୍ୟାବରେ ସୁନା ତିଆରି କରିବା ପାଇଁ ବୈଜ୍ଞାନିକମାନଙ୍କୁ ୭୯ଟି ପ୍ରୋଟନ ବିଶିଷ୍ଟ ଏକ ପରମାଣୁ ପ୍ରସ୍ତୁତ କରିବାକୁ ହେବ, କିନ୍ତୁ ଏହା ଏତେ ସହଜ ନୁହେଁ। ଏଥିପାଇଁ ବୈଜ୍ଞାନିକମାନଙ୍କୁ ହୁଏତ ୮୦ଟି ପ୍ରୋଟନ ବିଶିଷ୍ଟ ପାରଦ (ମର୍କୁରୀ)ରୁ ଗୋଟିଏ ପ୍ରୋଟନ ଅଲଗା କରିବାକୁ ହେବ, କିମ୍ବା ୭୮ଟି ପ୍ରୋଟନ ବିଶିଷ୍ଟ ପ୍ଲାଟିନମରେ ଗୋଟିଏ ପ୍ରୋଟନ ଯୋଗ କରିବାକୁ ହେବ। କିନ୍ତୁ ପ୍ରୋଟନକୁ ଅଲଗା କରିବା କିମ୍ବା ଯୋଗ କରିବା ଏକ କଷ୍ଟସାଧ୍ୟ ପ୍ରକ୍ରିୟା। ଏହା କେବଳ ନ୍ୟୁକ୍ଲିୟର ରିଆକ୍ସନ ଦ୍ୱାରା ହିଁ ସମ୍ଭବ। ଏଥିପାଇଁ ବୈଜ୍ଞାନିକମାନଙ୍କୁ ନ୍ୟୁକ୍ଲିୟର ରିଆକ୍ଟର ସ୍ଥାପନ କରିବାକୁ ହେବ ଏବଂ ଆବଶ୍ୟକ ସାମଗ୍ରୀ ମଧ୍ୟ ସଂଗ୍ରହ କରିବାକୁ ହେବ।

ଖଣିରୁ ହିଁ ସୁନା କାହିଁକି ବାହାର କରାଯାଏ ?
ଲ୍ୟାବରେ ସୁନା ତିଆରି କରିବା ପାଇଁ ବୈଜ୍ଞାନିକମାନଙ୍କୁ ନ୍ୟୁକ୍ଲିୟର ରିଆକ୍ସନ ପ୍ରକ୍ରିୟାର ଆବଶ୍ୟକତା ହୁଏ, ଯେଉଁଥିପାଇଁ ନ୍ୟୁକ୍ଲିୟର ରିଆକ୍ଟର ସ୍ଥାପନ କରିବା ଅନିବାର୍ଯ। ଏହା ବହୁତ ମହଙ୍ଗା ଓ ଜଟିଳ କାମ। ଏହି ପ୍ରକ୍ରିୟା ଦ୍ୱାରା ସୁନା ତିଆରି କରାଯାଇପାରେ, କିନ୍ତୁ ଏଥିରେ ଯେତିକି ଖର୍ଚ୍ଚ ହେବ, ତାହାର ପୂରଣ ସୁନା ବିକ୍ରି କରି ମଧ୍ୟ ହୋଇପାରିବ ନାହିଁ। ଅନ୍ୟପକ୍ଷରେ, ଖଣିରୁ ସୁନା ବାହାର କରିବା ଏହା ତୁଳନାରେ ବହୁତ ସହଜ ଏବଂ ବୈଜ୍ଞାନିକମାନେ ସୁନା ବାହାର କରିବା ପାଇଁ ଏଭଳି ପଦ୍ଧତି ଆବିଷ୍କାର କରିଛନ୍ତି, ଯାହା ବହୁତ ସହଜ ଓ ଶସ୍ତା ମଧ୍ୟ।