ହାଫିଜ ଉପରେ ଆକ୍ରମଣ,ଏବେ କ’ଣ ମୁଖାଧାରୀ ଆତତାୟୀଙ୍କ ହିଟଲିଷ୍ଟରେ ଦାଉଦର ନାମ ?

ଭାରତ ବିରୋଧରେ ଆତଙ୍କବାଦୀ  ଆକ୍ରମଣ କରିଥିବା ହାଇପ୍ରୋଫାଇଲ୍ ଆତଙ୍କବାଦୀଙ୍କ ବେଳକାଳ ଖରାପ ପଡ଼ିଛି । ଆତଙ୍କବାଦୀଙ୍କ ପାଇଁ ସୁରକ୍ଷିତ ପାକିସ୍ତାନୀ ମାଟିରେ ଅଜ୍ଞାତ ଆତତାୟୀ ଜଣକ ପରେ ଜଣେ ହାଇଭ୍ୟାଲୁ ଟାର୍ଗେଟଙ୍କୁ ଖଲାସ କରିବାରେ ଲାଗିଛନ୍ତି । ଏହି କ୍ରମରେ ଶନିବାର ରାତିରେ ରାୱୱପିଣ୍ଡିରେ ହୋଇଥିବା ଆକ୍ରମଣରେ ଲସ୍କର ମୁଖିଆ ହାଫିଜ ସଇଦର ପୁତୁରା ପ୍ରାଣ ହରାଇଥିବା ବେଳେ ଖୋଦ ହାଫିଜ ହସ୍ପିଟାଲ ବେଡରେ ମୃତ୍ୟୁ ସହ ଲଢୁଛି । କୁହାଯାଉଛି ଯେ, ଉଭୟ ଦାଦା ପୁତୁରା ଗୋଟିଏ କାରରେ ପାକ୍ ସେନାର ଜଣେ ବରିଷ୍ଠ ଅଧିକାରୀଙ୍କୁ ଭେଟି ଘରକୁ ଫେରୁଥିବା ବେଳେ ଆତତାୟୀ ପୁତୁରାକୁ ଜହନ୍ନୁମ ପଠାଇ ଦେଇଛନ୍ତି ।

ଲସ୍କର-ଇ-ତୋଏବା ଗ୍ୟାଙ୍ଗଷ୍ଟର ହାଫିଜ୍ ସଇଦର ଡାହାଣ ହାତ ଅବୁ କାତଲ ଲସ୍କର ଓ ଜମାତ-ଉଦ-ଦାଓ୍ଵା ଲାଗି କାମ କରୁଥିଲା। ଜିଆ-ୟୋର ରେହମାନ ଓରଫ ନଦୀମ ଓରଫ ଅବୁ କାତାଲ ଓରଫ କାତାଲ ସିନ୍ଧି ଭାରତରେ ଅନେକ ଆତଙ୍କବାଦୀ ଆକ୍ରମଣରେ ୱାଣ୍ଟେଡ ଥିଲା । ପାକିସ୍ତାନର ପଞ୍ଜାବ ପ୍ରଦେଶର ଝେଲମ୍ ଅଞ୍ଚଳରେ ଅବୁ କାତାଲ ନିହତ ହୋଇଥିଲା। ଏବେ  ଅଜଣା ବନ୍ଧୁକଧାରୀଙ୍କ ପରବର୍ତ୍ତୀ ଟାର୍ଗେଟ କିଏ? ବୋଲି ଆଲୋଚନା ହେଉଛି । କିଛି ତ କହୁଛନ୍ତି ହିଟଲିଷ୍ଟରେ ପଳାତକ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମ୍ର ନାମ ରହିଛି ।

ପଳାତକ ଡନ୍ ଦାଉଦ ଇବ୍ରାହିମ ୧୯୯୩ ମୁମ୍ବାଇ ବିସ୍ଫୋରଣର ମାଷ୍ଟରମାଇଣ୍ଡ। ଭାରତରେ ଆଇନଗତ କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବା ପାଇଁ ଦାଉଦ ପାକିସ୍ତାନ ପଳାଇଥିଲା। କୁହାଯାଉଛି ଯେ ସେ ବର୍ଷ ବର୍ଷ ଧରି ପାକିସ୍ତାନର କରାଚି ସହରରେ ରହୁଛନ୍ତି। ଦାଉଦକୁ ପାକିସ୍ତାନ ସରକାର, ସେନା ଓ ଆଇଏସଆଇର ପୃଷ୍ଠପୋଷକତା ରହିଛି। ଭାରତ ପୂର୍ବରୁ ଅନେକ ଥର ପାକିସ୍ତାନକୁ ଦାଉଦକୁ ହସ୍ତାନ୍ତର କରିବାକୁ ଦାବି କରିଥିଲେ ମଧ୍ୟ ପାକିସ୍ତାନ ପକ୍ଷରୁ ଏ ଦିଗରେ କୌଣସି ଠୋସ୍ ପଦକ୍ଷେପ ନିଆଯାଇନାହିଁ। ମିଳିଥିବା ସୂଚନା ଅନୁଯାୟୀ, ଦାଉଦ ଇବ୍ରାହିମ କରାଚିର କ୍ଲିଫ୍ଟନ୍ ଅଞ୍ଚଳରେ ରହୁଛି। ତେବେ ଏହାକୁ ସ୍ୱାଧୀନ ଭାବେ ଯାଞ୍ଚ କରାଯାଇପାରିବ ନାହିଁ। ଦାଉଦର ସ୍ଥାନ ପରିବର୍ତ୍ତନ ଖବର ସାମ୍ନାକୁ ଆସୁଛି ।

ପରବର୍ତ୍ତୀ ଟାର୍ଗେଟ କିଏ?

ପାକିସ୍ତାନରେ କ୍ରମାଗତ ଭାବେ ଆତଙ୍କବାଦୀ ନିହତ ହେଉଛନ୍ତି। ଅଜଣା ବନ୍ଧୁକଧାରୀ ଓ ଆକ୍ରମଣକାରୀ ପ୍ରଥମେ ହାଇପ୍ରୋଫାଇଲ ଆତଙ୍କବାଦୀଙ୍କୁ ଟାର୍ଗେଟ କରନ୍ତି ଏବଂ ତା’ପରେ ସେମାନଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯାଇଥାଏ। ସୁଯୋଗ ମିଳିବା ମାତ୍ରେ ସେମାନଙ୍କୁ ହତ୍ୟା କରାଯାଏ। ଏଭଳି ଆକ୍ରମଣକାରୀଙ୍କ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଠୋସ୍ ସୂଚନା ମିଳିପାରିନାହିଁ। ହାଫିଜ୍ ସୟିଦର ଡାହାଣ ହାତ ଅବୁ କତାଲର ହତ୍ୟା ପରେ ଦାଉଦ ଇବ୍ରାହିମକୁ ନେଇ ମଧ୍ୟ ଆଲୋଚନା ହେଉଛି । ଆକ୍ରମଣକାରୀମାନେ ଦାଉଦଙ୍କୁ ମଧ୍ୟ ଟାର୍ଗେଟ କରିପାରନ୍ତି ବୋଲି କୁହାଯାଉଛି। ତେବେ ଦାଉଦ ଇବ୍ରାହିମ କେଉଁଠି ଲୁଚି ରହିଛି ତାହା ସ୍ପଷ୍ଟ ହୋଇନାହିଁ। ପାକିସ୍ତାନୀ ସେନା ତାକୁ କୌଣସି ଅଜଣା ସ୍ଥାନରେ ଲୁଚାଇ ରଖିଛି କିମ୍ବା ଜୀବନ ବଞ୍ଚାଇବା ପାଇଁ ସେ ଅନ୍ୟ କୌଣସି ସ୍ଥାନରେ ରହୁଛନ୍ତି।

ମାସୁଦ ଆଝାରର ଘନିଷ୍ଠ ସହଯୋଗୀକୁ ହତ୍ୟା କରାଯାଇଛି

ଜୈଶ-ଏ-ମହମ୍ମଦ ମୁଖ୍ୟ ମୌଲାନା ମାସୁଦ ଆଝାରର ଜଣେ ଘନିଷ୍ଠ ସହଯୋଗୀଙ୍କୁ ମଧ୍ୟ ଅଜଣା ହତ୍ୟାକାରୀ ପୂର୍ବରୁ ହତ୍ୟା କରିଛନ୍ତି । ୨୦୨୩ରେ ମାସୁଦ ଆଝାରର ଘନିଷ୍ଠ ସହଯୋଗୀ ମୌଲାନା ରହିମୁଲ୍ଲା ତାରିକ୍ଙ୍କୁ ଅଜଣା ବନ୍ଧୁକଧାରୀମାନେ ହତ୍ୟା କରିଥିଲେ। କରାଚିରେ ଏହି ହତ୍ୟାକାଣ୍ଡ ଘଟିଥିଲା। ଏହା ପୂର୍ବରୁ ଲସ୍କର କମାଣ୍ଡର ଆକ୍ରମ ଗାଜି ଖୈବର ପଖ୍ତୁନଖୱାରେ ନିହତ ହୋଇଥିଲା। ଏହା ପୂର୍ବରୁ ଜମ୍ମୁ-କଶ୍ମୀରର ସଞ୍ଜୱାନ ଆକ୍ରମଣର ମାଷ୍ଟରମାଇଣ୍ଡ ଖୱାଜା ସାହିଦ ମଧ୍ୟ ନିହତ ହୋଇଥିଲା। ଏହାବ୍ୟତୀତ ଭାରତ ଉପରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରୁଥିବା କିମ୍ବା ପାକିସ୍ତାନରେ ଆକ୍ରମଣରେ ସମ୍ପୃକ୍ତ ଥିବା ଅନେକ ଆତଙ୍କବାଦୀଙ୍କୁ ଅଜଣା ଆକ୍ରମଣକାରୀମାନେ ନିପାତ କରିଛନ୍ତି।

Leave a Reply

Your email address will not be published. Required fields are marked *