ଧୋନୀ ଦେଲେ ସ୍ଲୋଗାନ,ମାଚିସ କି ତିଲ୍ଲି…ଉଡା ଦୋ ବାବର ଆଜମ କି ଗିଲ୍ଲୀ

ଭାରତୀୟ କ୍ରିକେଟରେ ମହେନ୍ଦ୍ର ସିଂ ଧୋନି ଯଦି କିଛି ଟିପ୍ପଣୀ ରଖନ୍ତି ତାହେଲେ ସେ କଥାର ଗୁରୁତ୍ବ ବଢ଼ିବା ସ୍ବାଭାବିକ । ତେବେ ଏଭଳି ପରିସ୍ଥିତିରେ ଚମ୍ପିଅନ୍ସ ଟ୍ରଫି ୨୦୨୫ ପୂର୍ବରୁ ଧୋନି କିଛି ସ୍ଲୋଗାନ ଦେଉଥିବା ଜାତୀୟ ଗଣମାଧ୍ୟମରେ ଦେଖିବାକୁ ମିଳିଛି । ଯାହାକୁ ନେଇ କ୍ରିକେଟ ପ୍ରେମୀଙ୍କ ଭିତରେ ଉତ୍ସାହ ବଢ଼ିବାକୁ ଲାଗିଛି । ଷ୍ଟାର ସ୍ପୋର୍ଟ୍ସରେ ଏକ ଭିଡିଓ ଦେଖିବାକୁ ମିଳିଛି ଯେଉଁଥିରେ ଧୋନି କିଛି ସ୍ଲୋଗାନ ଦେଉଛନ୍ତି । ଯାହାକୁ ନେଇ ସବୁଠି ଚର୍ଚ୍ଚା । ଧୋନିଙ୍କ ସହ ତାଙ୍କ ପ୍ରଶଂସକ ମାନେ ମଧ୍ୟ ସ୍ଲୋଗାନ ଦେଉଛନ୍ତି । ଅଧିକାଂଶ ସ୍ଲୋଗାନ ୨୦୨୫ ଚମ୍ପିଅନ୍ସ ଟ୍ରଫିର ଭାରତ-ପାକିସ୍ତାନ ମ୍ୟାଚ ପାଇଁ ଥିଲା । ଗୋଟିଏ ଥିଲା ମ୍ୟାଚିସ କି ତିଲ୍ଲୀ ଅର୍ ବାବର କି ଗିଲ୍ଲୀ ।


ଚମ୍ପିଅନ୍ସ ଟ୍ରଫିରେ ଉତ୍ସାହ ପାଇଁ ଧୋନିଙ୍କ ସ୍ଲୋଗାନ
ନିଜ ସମ୍ମୁଖରେ ବସିଥିବା ଦର୍ଶକଙ୍କୁ ଧୋନି ସ୍ଲୋଗାନ ଦେବା ଆରମ୍ଭ କରିଥିଲେ । ଧୋନି କହିଥିଲେ ମ୍ୟାଚିସ କି ତିଲ୍ଲୀ ତାଙ୍କ ସହ ତାଳ ଦେଇ ପ୍ରଶଂସକ ମାନେ କହିଥିଲେ ଶମି ଉଡ଼ାଦେ ବାବର ଆଜମ କି ଗିଲ୍ଲୀ । ଏହାପରେ ସେ କହୁଛନ୍ତି ଏକ, ଦୋ, ତିନ, ଚାର …ପ୍ରଶଂସକ କହୁଛନ୍ତି ହିଟମେନ୍ ଶାହିନ କୋ ଚୌକା ମାର୍ । ଏହାପରେ ଧୋନି ପାକିସ୍ତାନର ଟିଭି ଭାଙ୍ଗିବାକୁ ନେଇ ସ୍ଲୋଗାନ ଦେଇଥିଲେ । ଧୋନି ପଚାରୁଛନ୍ତି ଆସମାନ ମେଁ କିତନେ ତାରେ…ପ୍ରଶଂସକ କହୁଛନ୍ତି ଟୁଟେଙ୍ଗେ ଉନକେ ଟିଭି ସାରେ ।

https://www.instagram.com/sureshraina3/?utm_source=ig_embed&ig_rid=94adce97-a92a-49d4-88fa-be1afc0516b0


୨୦୧୭ର ପ୍ରତିଶୋଧ ନେବାକୁ ବ୍ୟଗ୍ର
ଭିଡ଼ିଓରେ ଧୋନି କହୁଛନ୍ତି ଅପନା ନମ୍ବର ଅଗଲା ହେ । ଯେଉଁଥିରେ ପ୍ରଶଂସକ ମାନେ କହୁଛନ୍ତି…ଲେନା ୨୦୧୭ କା ବଦଲା ହେ । ଏହାପରେ ଧୋନି କହୁଛନ୍ତି ଆହୁରି ଜୋରରେ କୁହ…ସେତେବେଳେ ଦର୍ଶକ ମାନେ ଇଣ୍ଡିଆ..ଇଣ୍ଡିଆ କହିବା ମଧ୍ୟ ଆରମ୍ଭ କରୁଛନ୍ତି ।
ଆମକୁ ୨୦୧୭ର ପ୍ରତିଶୋଧ ନେବାକୁ ପଡ଼ିବ-ସୁରେଶ ରାଇନା
ଧୋନିଙ୍କ ଏହି ଭିଡିଓ ଦେଖିବା ପରେ ସୁରେଶ ରାଇନା ମଧ୍ୟ ବିଶ୍ବାସ କରି ପାରିଲେ ନାହିଁ । ଧୋନିଙ୍କର ଏହିଭଳି ଶୈଳୀ ସେ ପୂର୍ବରୁ କେବେ ଦେଖିନଥିବା ମଧ୍ୟ କହିଛନ୍ତି । ଆହୁରି ମଧ୍ୟ ରାଇନା କହିଛନ୍ତି ଯେ ୨୦୧୭ର ପ୍ରତିଶୋଧ ନେବାକୁ ପଡ଼ିବ । କାରଣ ଫାଇନାଲରେ ପାକିସ୍ତାନ ଭାରତକୁ ଯେଭଳି ପରାସ୍ତ କଲା ତାହାକୁ ନେଇ ଖେଳାଳୀମାନେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ । ଚମ୍ପିଅନ୍ସ ଟ୍ରଫି ୨୦୨୫ରେ ଭାରତ ପାକିସ୍ତାନ ମୁକାବିଲା ୨୩ ଫେବୃଆରୀରେ ଦୁବାଇରେ ହେବାର କାର୍ଯ୍ୟକ୍ରମ ରହିଛି ।

Leave a Reply

Your email address will not be published. Required fields are marked *