ମହାକୁମ୍ଭକୁ ନେଇ ଗୁଜବ ପ୍ରଚାର କରୁଥିବା 54 ସୋସିଆଲ ମିଡିଆ ଆକାଉଣ୍ଟ ବିରୋଧରେ ମାମଲା

ମହାକୁମ୍ଭକୁ ନେଇ ସୋସିଆଲ ମିଡିଆରେ ଗୁଜବ ପ୍ରଚାର କରୁଥିବା ବ୍ୟକ୍ତିମାନଙ୍କ ବିରୋଧରେ ଉତ୍ତରପ୍ରଦେଶ ପୋଲିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସୋସିଆଲ ମିଡିଆରେ ଫେକ୍ ନ୍ୟୁଜ୍ ପ୍ରସାରଣ କରୁଥିବା ୫୪ ଟି ସୋସିଆଲ ମିଡିଆ ଆକାଉଣ୍ଟ ବିରୋଧରେ ପୋଲିସ ଏଫଆଇଆର ପଞ୍ଜୀକୃତ କରିଛି ଯାହା ବିଭ୍ରାନ୍ତିକର ଏବଂ ନକଲି ଭିଡିଓ ପୋଷ୍ଟ କରି ଗୁଜବ ପ୍ରଚାର କରୁଥିଲେ। ପୋଲିସର ଅନୁସନ୍ଧାନରୁ ଜଣାପଡିଛି ଯେ ମହାକୁମ୍ଭକୁ ବଦନାମ କରିବା ପାଇଁ ଏହିସବୁ ଆକାଉଣ୍ଟରୁ କିଛି ଭିଡିଓ ପୋଷ୍ଟ କରାଯାଇଥିଲା ଯାହାର ମହାକୁମ୍ଭ ତ ଛାଡନ୍ତୁ ଭାରତ ସହିତ ମଧ୍ୟ କୌଣସି ସମ୍ପର୍କ ନଥିଲା।
କେତେକ ସୋସିଆଲ ମିଡିଆ ଆକାଉଣ୍ଟରେ ମିଶରର ଏକ ଅଗ୍ନିକାଣ୍ଡ ଘଟଣାକୁ ମହାକୁମ୍ଭର ବୋଲି ପ୍ରଚାର କରାଯାଇ ଭିଡିଓ ପୋଷ୍ଟ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ୫ ଟି ଇନଷ୍ଟାଗ୍ରାମ ଆକାଉଣ୍ଟ, ଗୋଟିଏ ଏକ୍ସ ଆକାଉଣ୍ଟ ଏବଂ ଗୋଟିଏ ୟୁଟ୍ୟୁବ ଚ୍ୟାନେଲରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କେବଳ ଏତିକି ନୁହେଁ, ୭ ଟି ଫେସବୁକ୍ ଏବଂ ୮ ଏକ୍ସ ଆକାଉଣ୍ଟ ବିରୋଧରେ ମଧ୍ୟ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି

ନକଲି ଭିଡିଓ ଏବଂ ମିଛ ଖବର ପୋଷ୍ଟ କରନ୍ତୁ ନାହିଁ
ବିଭ୍ରାନ୍ତିକର ପୋଷ୍ଟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଉତ୍ତରପ୍ରଦେଶ ପୋଲିସ ପୂର୍ବରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିସାରିଛି। ଏପର୍ଯ୍ୟନ୍ତ ୫୪ଟି ସୋସିଆଲ ମିଡିଆ ଆକାଉଣ୍ଟ ବିରୋଧରେ FIR ପଞ୍ଜିକୃତ ହୋଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶରେ ୟୁପି ପୋଲିସ ସୋସିଆଲ ମିଡିଆ ଉପରେ ତୀକ୍ଷ୍ଣ ନଜର ରଖିଛି। ଫେକ୍ ଭିଡିଓ ଏବଂ ମିଛ ଖବର ପୋଷ୍ଟ ନକରିବାକୁ ଡିଜିପି ସମସ୍ତଙ୍କୁ ନିବେଦନ କରିଛନ୍ତି।
ଗତ ବର୍ଷର ଭିଡିଓକୁ ମହାକୁମ୍ଭ ଭିଡିଓ ଭାବେ ସେୟାର କରାଯାଉଛି
ପୋଲିସ ଏକ ପୋଷ୍ଟରେ କହିଛି ଯେ ବିହାରର ପାଟନାର ୨୦୨୪ ମସିହାର ଏକ ଭିଡିଓକୁ ମହାକୁମ୍ଭ ସହିତ ଯୋଡ଼ି ଗୁଜବ ପ୍ରଚାର କରାଯାଇଥିଲା। ଏହି ପ୍ରସଙ୍ଗରେ ପୋଲିସ ବିଭିନ୍ନ ସୋସିଆଲ ମିଡିଆ ଆକାଉଣ୍ଟ ବିରୋଧରେ ଏଫଆଇଆର ପଞ୍ଜିକରଣ କରିଛି। ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ତଥ୍ୟକୁ ଯାଞ୍ଚ ନକରି ସୋସିଆଲ ମିଡିଆରେ କୌଣସି ବିଭ୍ରାନ୍ତିକର ପୋଷ୍ଟ ନକରିବାକୁ ଲୋକଙ୍କୁ ପୋଲିସ ନିବେଦନ କରିଛି।
ଇଜିପ୍ଟର ୨୦୨୦ ଭିଡିଓକୁ ବ୍ୟବହାର କରି ଗୁଜବ ସୃଷ୍ଟି
ସେହିଭଳି, ୨୦୨୦ ମସିହାରେ, ଇଜିପ୍ଟର କାଇରୋରେ ହୋଇଥିବା ଗୋଟିଏ ଅଗ୍ନିକାଣ୍ଡ ଭିଡିଓକୁ ମହାକୁମ୍ଭର ବୋଲି କହି ପ୍ରଚାର କରାଯାଉଥିଲା। ପୋଲିସ ଏକ ପୋଷ୍ଟରେ କହିଛି ଯେ କୁମ୍ଭମେଳା ପୋଲିସ ଏପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ୭ ଟି ସୋସିଆଲ ମିଡିଆ ଆକାଉଣ୍ଟ ବିରୋଧରେ ଏଫଆଇଆର ପଞ୍ଜିକରଣ କରିଛି । ଏହି ଆକାଉଣ୍ଟ ଗୁଡିକ ମିଶର ରାଜଧାନୀ କାଇରୋରେ ୨୦୨୦ରେ ହୋଇଥିବା ଏକ ଆଗ୍ନିକାଣ୍ଡକୁ ମହାକୁମ୍ଭ ସହିତ ଯୋଡ଼ି ଗୁଜବ ପ୍ରଚାର କରୁଥିଲେ।

Leave a Reply

Your email address will not be published. Required fields are marked *