ଯଦି ଆପଣଙ୍କ ବୟସ ୩୦ରୁ କମ ତେବେ ଶୀଘ୍ର ରିଟାୟର ହେବା ପାଇଁ କରନ୍ତୁ ଏହି କାମ

investment

ନିବେଶ ଏମିତି ଗୋଟିଏ ବିଷୟ ଯାହା ଶୀଘ୍ର କରିବାରେ ଅଧିକ ଲାଭ ଥାଏ । ଆପଣ ଯଦି କମ ବୟସରୁ ନିବେଶ ଆରମ୍ଭ କରନ୍ତି,ତେବେ ଖୁବଶୀଘ୍ର ନିଜ ପାଇଁ ରିଟାୟରମେଣ୍ଟ୍ ଫଣ୍ଡ ତିଆରି କରି ପାରିବେ । ଆପଣଙ୍କ ବନ୍ଧୁ ମାନେ ୧୦ରୁ ୫ ଚାକିରିରେ ପେଶି ହେଉଥିବା ବେଳେ ଆପଣ ଯୁବାବସ୍ଥାରେ ହିଁ ରିଟାୟରମେଣ୍ଟର ଆନନ୍ଦ ନେଉଥିବେ । କମ ବୟସରେ ବିଶେଷକରି ୩୦ ପୂର୍ବରୁ ନିବେଶ ଆରମ୍ଭ କରିବା ଦ୍ୱାରା କ’ଣ ସବୁ ଫାଇଦା ମିଳିଥାଏ ଆସନ୍ତୁ ଜାଣିବା । ଆଉ ଏହା ସହିତ ଜାଣିବା ଯେ, କ୍ୟାରିୟର ଆରମ୍ଭ ସମୟରେ ନିବେଶ ଓ ସଂଚୟକୁ ନେଇ ଆମେ କେଉଁ ଭୁଲ କରିବା କଥା ନୁହେଁ । ଆଉ କେଉଁ ସବୁ ଭୁଲ ଆମକୁ ଭବିଷ୍ୟତରେ ମହଙ୍ଗା ପଡ଼ିପାରେ ।

ଚକ୍ରବୃଦ୍ଧି ହାରରେ ସୁଧ ବଢିବା କଥା ଯଦି ଶୁଣିଥିବେ ତେବେ ଏହା ମଧ୍ୟ ଜାଣନ୍ତୁ ୟେ, ନିବେଶ ଯେତେ ଲମ୍ବା ଅବଧି ପାଇଁ କରିବେ ସେତେ ଅଧିକ ରିଟର୍ଣ୍ଣ ପାଇବେ । ଉଦାହରଣ ସ୍ୱରୁପ ଦୁଇ ଜଣ ବ୍ୟକ୍ତିଙ୍କୁ ନିଅନ୍ତୁ । ଉଭୟ ୬୦ ବର୍ଷ ବୟସରେ ଅବସର ନେବେ । ଦୁହିଁଙ୍କ ମଧ୍ୟରୁ ଜଣଙ୍କ ବୟସ ୨୫ ଓ ଦ୍ୱିତୀୟ ବ୍ୟକ୍ତିଙ୍କ ବୟସ ୩୫ । ଉଭୟ ମାସିକ ୧ ହଜାର ଟଙ୍କା ନିବେସ କରୁଛନ୍ତି । ୬୦ ବର୍ଷ ବୟସ ଟାର୍ଗେଟ୍ ହେଲେ ପ୍ରଥମ ବ୍ୟକ୍ତିଙ୍କ ପାଖରେ ଲକ୍ଷ୍ୟରେ ପହଂଚିବାକୁ ୩୫ ବର୍ଷ ସମୟ ଅଛି । ଅନ୍ୟପକ୍ଷରେ ଦ୍ୱିତୀୟ ବ୍ୟକ୍ତିଙ୍କ ପାଖରେ ଅଛି ୨୫ ବର୍ଷ । ୧୨ ପ୍ରତିଶତ ଆମୁମାନିକ ରିଟର୍ଣ୍ଣ ହେଲେ ପ୍ରଥମ ବ୍ୟକ୍ତିଙ୍କୁ ୬୦ ହେଲା ବେଳକୁ ୬୪ ଲକ୍ଷ ଟଙ୍କା ମିଳିବ । କିନ୍ତୁ ସମାନ ଟଙ୍କା ନିବେଶ କରି ଦ୍ୱିତୀୟ ବ୍ୟକ୍ତି(୩୫ ବର୍ଷ ବୟସ୍କ) ପାଇବେ ୩୫ ଲକ୍ଷ ଟଙ୍କା । ଏହା ହେଉଛି ନିବେଶର କମ୍ପାଉଣ୍ଡିଂ ଫଣ୍ଡା ।

ଏବେ ଆସନ୍ତୁ ଆଉ ଗୋଟିଏ ଉଦାହରଣରୁ ବୁଝିବା କେମିତି ନିବେଶକୁ ଜାରି ରଖିବା ଦ୍ୱାରା ଜଣେ ବ୍ୟକ୍ତି ଆଉ ଜଣେ ବ୍ୟକ୍ତିଙ୍କଠାରୁ-ଯିଏ ସମ୍ପୂର୍ଣ୍ଣ ନିବେଶ ଅବଧି ପୁରଣ କରନ୍ତି ନାହିଁ- ଅଧିକ ବଡ଼ ଫଣ୍ଡ୍ ସୃଷ୍ଟି କରିପାରନ୍ତି । ଧରି ନିଅନ୍ତୁ ରାମ ବାବୁ ଓ ଶ୍ୟାମ ବାବୁ ଦୁଇ ଜଣ ବନ୍ଧୁ । ଦୁଇ ଜଣଙ୍କ ବୟସ ସମାନ । ଉଭୟଙ୍କ ବୟସ ୩୦ ଥିବାବେଳେ ସେମାନେ ମାସିକ ୨ ହଜାର ଟଙ୍କା ନିବେଶ କରିବା ଆରମ୍ଭ କଲେ । ରାମବାବୁ ୧୫ ବର୍ଷ ପର୍ଯ୍ୟନ୍ତ ମାସିକ ୨ ହଜାର ଟଙ୍କା ନିବେଶ କରିବା ପରେ କୌଣସି କାରଣରୁ ଆଉ ଅଧିକ ନିବେଶ କରିଲେ ନାହିଁ । କିନ୍ତୁ ଟଙ୍କା ଉଠାଇଲେ ନାହିଁ । କିନ୍ତୁ ଶ୍ୟାମ ବାବୁ ୩୦ ବର୍ଷ ଯାଏ ନିବେଶ ଜାରି ରଖିଲେ । ସବୁଠୁ ରୋଚକ କଥା ହେଲା ଶ୍ୟାମ ବାବୁ କିନ୍ତୁ ମାସକୁ ୧ ହଜାର ଟଙ୍କା ନିବେଶ କରୁଥିଲେ । ୧୫ ବର୍ଷ ହିସାବରେ ରାମବାବୁଙ୍କ ନିବେଶ ଥିଲା ୭ଲକ୍ଷ ୨୦ ହଜାର । ସେହିଭଳି ଶ୍ୟାମ ବାବୁଙ୍କ ନିବେଶ ୩୦ ବର୍ଷରେ ଥିଲା ୭ ଲକ୍ଷ କୋଡିଏ ହଜାର । କିନ୍ତୁ ରିଟର୍ଣ୍ଣରେ ଶ୍ୟାମବାବୁ,ରାମବାବୁଙ୍କଠାରୁ ଅଧିକ ଟଙ୍କା ପାଇବେ । କାରଣ ସେ ନିୟମିତ ନିବେଶ କରୁଥିଲେ ଓ ତାଙ୍କ ନିବେଶ କମ୍ପାଉଣ୍ଡିଂ ହୋଇ ଚାଲିଥିଲା ।

ସାଧାରଣ ଭାଷାରେ କହିଲେ କଂପାଉଣ୍ଡିଂ ଯେକୌଣସି ସଂଚୟ ଉପରେ ବଡ ପ୍ରଭାବ ପକାଇଥାଏ । ଶୀଘ୍ର ଓ ଅଧିକ ନିବେଶ ଲମ୍ବା ଅବଧିରେ ଉତ୍ତମ ସେଭିଂ ଦେଇଥାଏ । ମଝିରେ ମଝିରେ ଆସୁଥିବା ଆର୍ଥିକ ମାନ୍ଦାବସ୍ଥା ଓ ଅର୍ଥନୈତିକ ଉତ୍ଥାନ ପତନରେ ଏହା ସୁରକ୍ଷା ପ୍ରଦାନ କରିଥାଏ । କ୍ୟାରିଅର ଆରମ୍ଭରେ ସଂଚୟର ଅଲଗା ଫାଇଦା ମଧ୍ୟ ରହିଛି ।

କମ ବୟସରୁ ନିବେଶ ଆରମ୍ଭ କରିବା ଦ୍ୱାରା ଆପଣ ନିଜ ପାଇଁ ଏକ ଶକ୍ତ ପ୍ଲାଟଫର୍ମ ତିଆରି କରନ୍ତି । ଏହା ଆପଣଙ୍କୁ ଆର୍ଥିକ ଚିନ୍ତାରୁ ମୁକ୍ତ ରଖିଥାଏ ।ଫଳରେ ଆପଣ ମାନସିକ ଶାନ୍ତି ପାଇଥାନ୍ତି ।

 ସଂଚୟ ଗୋଟିଏ ଭଲ ଅଭ୍ୟାଶ ହୋଇଥାଏ । ଆପଣ ଯେତେବେଳେ ନିୟମିତ ସଂଚୟ କରନ୍ତି,ସେତେବେଳେ ଆପଣ ବଦଖର୍ଚ୍ଚରୁ ଦୁରେଇ ରୁହନ୍ତି । ଆପଣ ନିଜ ଆୟ ଭିତରେ ଖର୍ଚ୍ଚ କରିବାର କଳା ଶିଖନ୍ତି । କାରଣ ଆପଣଙ୍କୁ କିଛି ଖର୍ଚ୍ଚ କମ କରି ସଂଚୟ କରିବାକୁ ପଡିଥାଏ ।

ଆରମ୍ଭରୁ ହିଁ ଆପଣଙ୍କୁ ନିବେଶର ଅଧିକ ବିକଳ୍ପ ବାଛିବାର ସ୍ୱାଧିନତା ମିଳିଥାଏ । ବିଭିନ୍ନ ନିବେଶ ବିକଳ୍ପ ଭିନ୍ନ ଭିନ୍ନ ପ୍ରକାର ରିସ୍କ ଓ ରିଟର୍ଣ୍ଣ ସହ ଆସିଥାନ୍ତି । କମ ବୟସରେ ଜଣେ ଅଧିକ ରିସ୍କ ନେଇ ପାରିବେ । ନିବେଶରେ ଯଦି କିଛି କ୍ଷତି ହୁଏ ତେବେ ବୟସ କମ ହୋଇଥିଲେ ଜଣେ ଏଥିରୁ ଉବୁରିବାର ସମୟ ପାଇଥାନ୍ତି । କିନ୍ତୁ ବୟସ ଅଧିକ ହୋଇଥିଲେ ଜଣେ ନିବେକଶକଙ୍କ ପକ୍ଷରେ କ୍ଷତିରୁ ଉବୁରିବାର ସମୟ ନଥିବ । ।

ଲମ୍ବା ଅବଧି ନିବେଶ ଏବେ ଲୋକଙ୍କ ପସନ୍ଦର ବିକଳ୍ପ ହୋଇଗଲାଣି । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ,ମେସିନ୍ ଲର୍ଣ୍ଣିଂର ଉପଯୋଗ କରି ଅନେକ ଫାଇନାନ୍ସିଆଲ ପ୍ଲାଟଫର୍ମ ନିବେଶର ପରାମର୍ଶ ଦେଇଥାନ୍ତି । ତେଣୁ ଉପଲବ୍ଧ ଟେକ୍ନୋଲଜିର ଲାଭ ଉଠାଇ କମ ବୟସରୁ ନିବେଶ କରନ୍ତୁ ।

Leave a Reply

Your email address will not be published. Required fields are marked *