ଟ୍ରମ୍ପଙ୍କ ଟାରିଫ ପ୍ରଭାବରେ ସେୟାର ବଜାରରେ ହାହାକର,କାଲି ଯାହା କମାଇଥିଲେ ଆଜି ହରାଇଲେ ନିବେଶକ

share market

ଅମେରିକା ଟାରିଫର ପ୍ରଭାବ ଦ୍ୱିତୀୟ ଦିନ ମଧ୍ୟ ଭାରତୀୟ ବଜାରରେ ଦେଖାଦେଇଛି ଲଗାତାର ଦ୍ୱିତୀୟ ଦିନ ଏବଂ କାରୋବାରୀ ସପ୍ତାହର ଶେଷ ଦିନରେ ପ୍ରାରମ୍ଭିକ କାରବାରରେ ସେନସେକ୍ସ ପ୍ରାୟ ୮୦୦ରୁ ଅଧିକ ପଏଣ୍ଟ ତଳକୁ ଖସିଛି। ସେହିପରି ନିଫ୍ଟିରେ ମଧ୍ୟ ପ୍ରାୟ ୩୦୦ ପଏଣ୍ଟର ହ୍ରାସ ଦେଖାଦେଇଛି। ଏହା ସହିତ ପ୍ରାରମ୍ଭିକ କାରବାରରେ ଅମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାରେ ହ୍ରାସ ଦେଖାଦେଇଛି। ଟଙ୍କା ଅମେରିକୀୟ ଡଲାର ତୁଳନାରେ ୮୪.୯୯କୁ ଖସି ପଡ଼ିଛି। ଏକ ଦିନ ପୂର୍ବେ ମଧ୍ୟ ସେନସେକ୍ସ ଏବଂ ନିଫ୍ଟିରେ ବଡ଼ ଧରଣର ହ୍ରାସ ଦେଖାଦେଇଥିଲା।

ଦିନକ ପୂର୍ବରୁ ଭାରତୀୟ ବଜାରରେ ବଡ଼ ଧରଣର ହ୍ରାସ

ଅମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ସମେତ ୬୦ଟି ଦେଶ ଉପରେ ଜବାବୀ ଶୁଳ୍କ ଲଗାଇବା ଘୋଷଣା ପରେ ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି) ଶେୟାରରେ ବିକ୍ରି ଏବଂ ବିଶ୍ୱସ୍ତରୀୟ ଦୁର୍ବଳ ପ୍ରବଣତା ଯୋଗୁଁ ବଜାର କ୍ଷତିରେ ରହିଥିଲା। ୩୦ଟି ଶେୟାର ଆଧାରିତ ବିଏସଇ ସେନସେକ୍ସ ୩୨୨.୦୮ ପଏଣ୍ଟ ଅର୍ଥାତ୍ ୦.୪୨ ପ୍ରତିଶତ ହ୍ରାସ ସହିତ ୭୬,୨୯୫.୩୬ ପଏଣ୍ଟରେ ବନ୍ଦ ହୋଇଥିଲା। କାରବାର ସମୟରେ ଏକ ସମୟରେ ଏହା ୮୦୯.୮୯ ପଏଣ୍ଟ ପର୍ଯ୍ୟନ୍ତ ଖସିଥିଲା।

ତେବେ, ପରେ ଔଷଧ ଶେୟାରରେ ତୀବ୍ରତା ଯୋଗୁଁ ବଜାର କ୍ଷତିର କିଛି ପରିମାଣରେ ପୂରଣ କରିବାରେ ସଫଳ ହୋଇଥିଲା। ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ମଧ୍ୟ ୮୨.୨୫ ପଏଣ୍ଟ ଅର୍ଥାତ୍ ୦.୩୫ ପ୍ରତିଶତ ହ୍ରାସ ସହିତ ୨୩,୨୫୦.୧୦ ପଏଣ୍ଟରେ ବନ୍ଦ ହୋଇଥିଲା। ନିଫ୍ଟି ଏକ ସମୟରେ ୧୮୬.୫୫ ପଏଣ୍ଟ ପର୍ଯ୍ୟନ୍ତ ଖସି ପଡ଼ିଥିଲା।

ଅମେରିକା ଭାରତ ଉପରେ ୨୭ ପ୍ରତିଶତ ଜବାବୀ ଶୁଳ୍କ ଲଗାଇବାର ଘୋଷଣା କରିଛି। ଟ୍ରମ୍ପ ପ୍ରଶାସନର ମତ ହେଉଛି ଯେ ଅମେରିକୀୟ ବସ୍ତୁ ଉପରେ ଭାରତ ଉଚ୍ଚ ଆମଦାନୀ ଶୁଳ୍କ ଆଦାୟ କରୁଛି, ତେଣୁ ଦେଶର ବାଣିଜ୍ୟ କ୍ଷତିକୁ କମ୍‌ କରିବା ଏବଂ ଉତ୍ପାଦନକୁ ବୃଦ୍ଧି କରିବା ପାଇଁ ଏହି ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଥିଲା। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱସ୍ତରୀୟ ଅମେରିକୀୟ ଉତ୍ପାଦ ଉପରେ ଲାଗୁ ହୋଇଥିବା ଉଚ୍ଚ ଶୁଳ୍କ ହାରର ମୁକାବିଲା ପାଇଁ ଏକ ଐତିହାସିକ ପଦକ୍ଷେପ ନେଇ ପ୍ରାୟ ୬୦ଟି ଦେଶ ଉପରେ ଜବାବୀ ଶୁଳ୍କ ଲଗାଇବାର ଘୋଷଣା କରିଛନ୍ତି।

ୱାଲ୍‌ ଷ୍ଟ୍ରିଟ୍‌ରେ ଜବରଦସ୍ତ ପ୍ରଭାବ

ଅନ୍ୟପକ୍ଷରେ ଅମେରିକୀୟ ବଜାର ଉପରେ ମଧ୍ୟ ଟାରିଫର ବଡ଼ ପ୍ରଭାବ ଦେଖାଦେଇଛି। ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ଯୋଗୁଁ ବାଣିଜ୍ୟ ଯୁଦ୍ଧ ଏବଂ ଆର୍ଥିକ ମାନ୍ଦାବସ୍ଥାର ସଙ୍କଟ ଏବେ ଘନିଭୂତ ହେଉଛି ଏବଂ ଏହାର ସବୁଠାରୁ ଖରାପ ପ୍ରଭାବ ଖୋଦ ଅମେରିକୀୟ ଶେୟାର ବଜାର ଉପରେ ପଡ଼ିଛି। ବିଶ୍ୱ ଆର୍ଥିକ ବଜାରରେ ଚିନ୍ତା ମଧ୍ୟରେ କୋଭିଡ-୧୯ ପରେ ଏହା ପ୍ରଥମ ଥର ଘଟିଛି ଯେ ଅମେରିକୀୟ ଶେୟାର ବଜାରର ଏପରି ଅବସ୍ଥା ହୋଇଛି।

ଗୋଟିଏ ପକ୍ଷରେ ଯେଉଁଠି ଏସ୍‌ଏଣ୍ଡପି ୫୦୦ ଇଣ୍ଡେକ୍ସ ପ୍ରାୟ ୪.୮% ହ୍ରାସ ପାଇଛି, ଯାହା ଜୁନ୍‌ ୨୦୨୦ ପରେ ଗୋଟିଏ ଦିନରେ ଏତେ ବଡ଼ ହ୍ରାସ ହୋଇଛି। ଏହି ହ୍ରାସ ଯୋଗୁଁ ବଜାରକୁ ପ୍ରାୟ ୨.୪ ଟ୍ରିଲିୟନ୍‌ ଡଲାର ଅର୍ଥାତ୍ ୨୦୦ ଲକ୍ଷ କୋଟିର କ୍ଷତି ହୋଇଛି। ଏହା ବ୍ୟତୀତ, ଡାଉ ଜୋନ୍ସ ଇଣ୍ଡଷ୍ଟ୍ରିଆଲ୍‌ ଏଭରେଜ୍‌ ଏବଂ ନାସଡାକ୍‌ କମ୍ପୋଜିଟ୍‌ରେ ମଧ୍ୟ ସେହି ହ୍ରାସ ଦେଖାଦେଇଥିଲା, ଯାହା କରୋନା ମହାମାରୀ ସମୟରେ ୨୦୨୦ରେ ଦେଖାଯାଇଥିଲା। ଡାଉ ଜୋନ୍ସ ଇଣ୍ଡଷ୍ଟ୍ରିଆଲ୍‌ ଏଭରେଜ୍‌ରେ ୪% ଅର୍ଥାତ୍ ୧୬୭୯ ପଏଣ୍ଟ ଏବଂ ନାସଡାକ୍‌ କମ୍ପୋଜିଟ୍‌ରେ ୬% ହ୍ରାସ ଘଟିଥିଲା।

ଟାରିଫ ପରେ ଦୁର୍ବଳ ଆର୍ଥିକ ଗତି ଏବଂ ମୁଦ୍ରାସ୍ଫୀତିର ଆଶଙ୍କା ମଧ୍ୟରେ ୱାଲ୍‌ ଷ୍ଟ୍ରିଟ୍‌ ଦୋହଲି ଯାଇଛି । ବଡ଼ ଟେକ୍‌ କମ୍ପାନୀ ଏବଂ କ୍ରୁଡ୍‌ ଅଏଲ୍‌ ସହିତ ଅମେରିକୀୟ ଡଲାର ତୁଳନାରେ ଅନ୍ୟ ମୁଦ୍ରା ପର୍ଯ୍ୟନ୍ତ, ସମସ୍ତଙ୍କରେ ହ୍ରାସର ଧାରା ଜାରି ରହିଥିଲା। ଏସୋସିଏଟେଡ୍‌ ପ୍ରେସ୍‌ ଅନୁସାରେ,ଯଦିଓ ସୁନାର ମୂଲ୍ୟରେ ବୃଦ୍ଧି ଘଟିଛି ଏବଂ ନିବେଶକମାନଙ୍କୁ ଏଥିରେ ଟଙ୍କା ଲଗାଇବା ସବୁଠାରୁ ଉତ୍ତମ ନିବେଶ ଲାଗୁଛି ।

ଯଦିଓ ବିଶ୍ୱବ୍ୟାପୀ ନିବେଶକମାନେ ଟ୍ରମ୍ପଙ୍କ ରେସିପ୍ରୋକାଲ୍‌ ଟାରିଫ ଘୋଷଣା ସମ୍ପର୍କରେ ସମ୍ପୂର୍ଣ୍ଣ ଭାବେ ଅବଗତ ଥିଲେ। ତେଣୁ ଏସ୍‌ଏଣ୍ଡପି ୫୦୦ ଇଣ୍ଡେକ୍ସର ସ୍ୱାସ୍ଥ୍ୟ ଉପରେ ଏହାର ସ୍ପଷ୍ଟ ପ୍ରଭାବ ଦେଖାଦେଇଥିଲା ଏବଂ ଏଥିରେ ରେକର୍ଡ ୧୦% ହ୍ରାସ ଦେଖାଗଲା।

Leave a Reply

Your email address will not be published. Required fields are marked *