କେତେବେଳେ ବିଧାୟକ ଚାହିଁଲେ ଭାଙ୍ଗିପାରିବେ ଦଳ,କେବେ ଲାଗୁ ହୁଏନା ଦଳ ବଦଳ ନିରୋଧ ଆଇନ ?

anti defection law

୨୦୨୫ ଦିଲ୍ଲୀ ବିଧାନସଭା ନିର୍ବାଚନରେ ​​ବିଜେପି ଐତିହାସିକ ବିଜୟ ହାସଲ କରିଛି। ଦିଲ୍ଲୀର ୭୦ଟି ଆସନ ପାଇଁ ହୋଇଥିବା ଭୋଟରେ ବିଜେପି ୪୮ଟି ଆସନ ଜିତିଛି, ଅନ୍ୟପକ୍ଷରେ  ଆମ ଆଦମୀ ପାର୍ଟିକୁ କେବଳ 22ଟି ଆସନ ମିଳିଛି। ଏହା ବ୍ୟତୀତ ଅନ୍ୟ କୌଣସି ଦଳ,ଯେଉଁଥିରେ କଂଗ୍ରେସ ମଧ୍ୟ ରହିଛି,ନିଜ ଖାତା ଖୋଲି ପାରି ନାହାନ୍ତି । ଆପ୍ କ୍ଷମତାରୁ ଯିବା ପରେ ଦଳରେ ବିଭାଜନ ଆଶଙ୍କା ସୃଷ୍ଟି ହୋଇଛି ।  କିନ୍ତୁ ଆପଣ ଜାଣନ୍ତି କି କେତେ ଜଣ ବିଧାୟକ ଏକାଠି ହୋଇ କୌଣସି ଦଳକୁ ଭାଙ୍ଗି ପାରିବେ? ଆଜି ଆମେ ଆପଣଙ୍କୁ ଏହା ବିଷୟରେ କହିବୁ।

ଦୁଇଥର ସରକାର ଗଠନ କରିଥିବା ଆମ ଆଦମୀ ପାର୍ଟି ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ଏକ ବଡ଼ ପରାଜୟ ବରଣ କରିଛି। ପରାଜୟ ପର୍ଯ୍ୟନ୍ତ ପରିସ୍ଥିତି ଠିକ୍ ଥିଲା, କିନ୍ତୁ ଆପ ଦଳର ମୁଖ୍ୟ ଅରବିନ୍ଦ କେଜରିୱାଲ ନୂଆଦିଲ୍ଲୀ ବିଧାନସଭାରୁ ନିଜ ଆସନକୁ ମଧ୍ୟ ବଞ୍ଚାଇ ପାରିଲେ ନାହିଁ। ଦିଲ୍ଲୀ ବିଧାନସଭା ନିର୍ବାଚନ ପରେ, ପଞ୍ଜାବରେ ଆପ୍ ସରକାରଙ୍କ ବିଧାୟକମାନଙ୍କ ସମ୍ପର୍କରେ ଆଲୋଚନା ତୀବ୍ର ହୋଇଛି। ପଂଜାବ ଆପ୍ ର କିଛି ବିଧାୟକ କଂଗ୍ରେସ ସହିତ ସମ୍ପର୍କରେ ଅଛନ୍ତି ବୋଲି ଶୁଣିବାକୁ ମିଳୁଛି । ଖୋଲାଖୋଲି ଭାବେ ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ଏବାବାଦରେ କହୁଛନ୍ତି । ସେମାନେ କହୁଛନ୍ତି ଯେ,ଆପ୍ ବିଧାୟକ ଜାଣି ସାରିଲେଣି ଦ୍ୱିତୀୟ ଥର ସେମାନେ ପଂଜାବରେ ଜିତିବା କଷ୍ଟ । ତେଣୁ ସେମାନେ ନିଜ ଦଳକୁ ଛାଡ଼ିବାକୁ ଚାହୁଁଛନ୍ତି । ଯେତେବେଳେ ଜଣେ ବିଧାୟକ ନିଜ ଦଳ ତ୍ୟାଗ କରି ଅନ୍ୟକୌଣସି ଦଳରେ ଯୋଗ ଦିଅନ୍ତି ସେତେବେଳେ ତାଙ୍କ ବିରୋଧରେ ଦଳ ବଦଳ ନିରୋଧ ଆଇନ ଲାଗୁ ହୁଏ । ସେ ନିଜ ବିଧାୟକ ପଦବୀ ମଧ୍ୟ ହରାଇ ପାରନ୍ତି । କିନ୍ତୁ ଆଇନରେ ଏମିତି ମଧ୍ୟ ବ୍ୟବସ୍ଥା ରହିଛି ଯାହା ଦ୍ୱାରା କିଛି ବିଧାୟକ ଦଳରେ ବିଭାଜନ କରିପାରିବେ । ଆସନ୍ତୁ ଜାଣିବା ସେହି ବ୍ୟବସ୍ଥା କ’ଣ ।

ପ୍ରଥମେ, ଆସନ୍ତୁ ଜାଣିବା ଆଣ୍ଟି ଡିଫେକ୍ସନ ଲ କ’ଣ? ଆପଣଙ୍କୁ କହିରଖୁଛୁ ଯେ ରାଜନୀତିରେ ନେତାମାନେ ଦଳ ବଦଳାଇବା ସାଧାରଣ କଥା, ପ୍ରାୟତଃ ନିର୍ବାଚନ ପୂର୍ବରୁ ନେତାମାନେ ଗୋଟିଏ ଶିବିରରୁ ଅନ୍ୟ ଶିବିର କୁଦା ମାରିଥାନ୍ତି । ୧୯୮୦ ଦଶକରେ ଏହି ବେମାରୀ ଉତ୍ତର ଭାରତରେ ବ୍ୟାପକ ହୋଇଥିଲା । ସବୁ ଦଳ ସବୁବେଳେ ନିଜ ବିଧାୟକଙ୍କୁ ନେଇ ଆତଙ୍କିତ ରହୁଥିଲେ । କାରଣ କେତେବେଳେ କେଉଁ ବିଧାୟକ ପଲ୍ଲା ବଦଳାଇବେ ତା’ର କିଛି ଭରସା ନଥଇଲା ।  ଏହାକୁ ବନ୍ଦ କରିବା ପାଇଁ, ରାଜୀବ ଗାନ୍ଧୀ ସରକାର ୧୯୮୦ ମସିହାରେ ସମ୍ବିଧାନରେ ୯୨ତମ ସଂଶୋଧନ କରିଥିଲେ। ଏହି ସଂଶୋଧନରେ, ଦଳ ପରିବର୍ତ୍ତନ ବିରୋଧୀ ଆଇନ ଗୃହୀତ ହୋଇଥିଲା।

ସେତେବେଳେ, ଏହି ଆଇନର ଉଦ୍ଦେଶ୍ୟ ଥିଲା ରାଜନେତାମାନଙ୍କୁ ରାଜନୈତିକ ଲାଭ ପାଇଁ ଦଳ ପରିବର୍ତ୍ତନ ଏବଂ ଘୋଡା ବେପାରରୁ ରୋକିବା। ଏହି ଆଇନକୁ ସମ୍ବିଧାନର ଦଶମ ଅନୁସୂଚୀରେ ସ୍ଥାନିତ କରାଯାଇଛି। ଯେତେବେଳେ ଜଣେ ନେତା ଦଳ ପରିବର୍ତ୍ତନ କରନ୍ତି କିମ୍ବା ଏପରି ପଦକ୍ଷେପ ନିଅନ୍ତି ଯାହା ଅନ୍ୟ ଦଳର ନେତାଙ୍କ ସମର୍ଥନ ପାଏ, ତାହାକୁ ଘୋଡା ବେପାର କୁହାଯାଏ। ସାଧାରଣ ଭାଷାରେ ଏହାକୁ ଦଳ ପରିବର୍ତ୍ତନ କିମ୍ବା ରାଜନୈତି ଘୋଡ଼ା ବେପାର ବୋଲି ମଧ୍ୟ କୁହାଯାଏ।

ଆପଣଙ୍କୁ କହି ରଖୁଛୁ ଯେ ଯଦି କୌଣସି ବିଧାୟକ କିମ୍ବା ସାଂସଦ ନିଜ ଇଚ୍ଛାରେ ଦଳୀୟ ସଦସ୍ୟତା ଛାଡି ଦିଅନ୍ତି, ତେବେ ଏହି କାରଣରୁ ତାଙ୍କ ଆସନ ଛଡ଼ାଇ ନିଆଯାଇପାରେ। ଅନ୍ୟପକ୍ଷରେ, ଯଦି କୌଣସି ବିଧାୟକ କିମ୍ବା ସାଂସଦ ଜାଣିଶୁଣି ଭୋଟଦାନରେ ଅନୁପସ୍ଥିତ ରୁହନ୍ତି କିମ୍ବା ଦଳ ଦ୍ୱାରା ଜାରି ନିର୍ଦ୍ଦେଶ ବିରୁଦ୍ଧରେ ଭୋଟ ଦିଅନ୍ତି, ତେବେ ତାଙ୍କୁ ତାଙ୍କ ଆସନ ହରାଇବାକୁ ପଡ଼ିପାରେ। ସେହିପରି, ଯଦି କୌଣସି ସ୍ୱାଧୀନ ସାଂସଦ କିମ୍ବା ବିଧାୟକ କୌଣସି ରାଜନୈତିକ ଦଳରେ ଯୋଗ ଦିଅନ୍ତି, ତେବେ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯିବ। ତଥାପି, ଯେକୌଣସି ବିଧାୟକ କିମ୍ବା ସାଂସଦଙ୍କୁ ଅଯୋଗ୍ୟ ଘୋଷଣା କରିବାର କ୍ଷମତା ବାଚସ୍ପତି କିମ୍ବା ବିଧାନସଭାର ଅଧ୍ୟକ୍ଷଙ୍କ ଦ୍ୱାରା ନିଆଯାଇଥାଏ।

ଦଳ ପରିବର୍ତ୍ତନ ବିରୋଧୀ ଆଇନ ଅନୁଯାୟୀ କିଛି ବ୍ୟତିକ୍ରମ ଅଛି। ଏହା ଅଧୀନରେ, ସାଂସଦ ଏବଂ ବିଧାୟକମାନଙ୍କୁ ଦଳ ପରିବର୍ତ୍ତନ ବିରୋଧୀ ଆଇନର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ପ୍ରକୃତରେ, ଯଦି କୌଣସି ରାଜନୈତିକ ଦଳର ଏକ ତୃତୀୟାଂଶ ସାଂସଦ କିମ୍ବା ବିଧାୟକ ଇସ୍ତଫା ଦିଅନ୍ତି, ତେବେ ଏହି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ନାହିଁ। ଏହା ବ୍ୟତୀତ, ଯଦି କୌଣସି ଦଳର ଦୁଇ-ତୃତୀୟାଂଶ ସାଂସଦ କିମ୍ବା ବିଧାୟକ ଅନ୍ୟ ଦଳରେ ଯୋଗ ଦିଅନ୍ତି, ତେବେ ଏହି ପରିସ୍ଥିତିରେ ମଧ୍ୟ ଏହାକୁ ଦଳତ୍ୟାଗ ଭାବରେ ବିବେଚନା କରାଯାଏ ନାହିଁ।

Leave a Reply

Your email address will not be published. Required fields are marked *