ଭରଣପୋଷଣ ବାବଦରେ ପତ୍ନୀଙ୍କୁ କେତେ ଦେବେ ଗୋବିନ୍ଦା ? କେତେ ସମ୍ପତ୍ତିର ଅଧିକାରୀ ‘ରାଜାବାବୁ’ !

ବର୍ତ୍ତମାନ ସବୁଠି ବଲିଉଡ ଅଭିନେତା ଗୋବିନ୍ଦାଙ୍କୁ ନେଇ ଚର୍ଚ୍ଚା । କାରଣ ଖବର ଆସୁଛି ଯେ ଏହି ଦମ୍ପତି ଛାଡପତ୍ର ନେବାକୁ ଯାଉଛନ୍ତି । ଯଦି ଛାଡପତ୍ର ହୁଏ ତାହେଲେ ଗୋବିନ୍ଦା ପତ୍ନୀଙ୍କୁ ଭରଣପୋଷଣ ବାବଦରେ କେତେ ଟଙ୍କା ଦେବେ ? ତାଙ୍କୁ କ’ଣ ସମ୍ପତ୍ତିରୁ ମଧ୍ୟ କିଛି ଅଂଶ ପତ୍ନୀଙ୍କୁ ଦେବାକୁ ପଡ଼ିବ । ଆସନ୍ତୁ ଜାଣିବା ରାଜାବାବୁ ଓରଫ ଗୋବିନ୍ଦାଙ୍କ ନେଟୱର୍ଥ କେତେ

ବଲିଉଡର ରାଜାବାବୁ ଜଣେ ୩୦ ବର୍ଷୀୟା ମରାଠୀ ଅଭିନେତ୍ରୀଙ୍କ ପ୍ରେମରେ ପଡି ୩୭ ବର୍ଷର ସମ୍ପର୍କ ଭାଙ୍ଗିବାକୁ ଯାଉଛନ୍ତି ବୋଲି ଗୁଜବ ଉଡ଼ୁଛି । ଆଗରୁ ତାଙ୍କର ନାମ ନିଲମ କୋଠାରୀଙ୍କ ସହ ଗୋଟିଏ ସମୟରେ ଯୋଡା ଯାଉଥିଲା । ଯାହାକୁ ନେଇ ପରିବାରର ଭିତରେ ଅସନ୍ତୋଷ ସୃଷ୍ଟି ହୋଇଥିଲା । ତେବେ ମାମଲା ରଫାଦଫା ହୋଇଯାଇଥିଲା । ଏବେ କିନ୍ତୁ ମାମଲା ଗୋଲମାଲ ଲାଗୁଛି ।

ମିଡିଆ ରିପୋର୍ଟ ଅନୁସାରେ ଗୋବିନ୍ଦାଙ୍କ ମୋଟ ସମ୍ପତ୍ତି ୧୮ ମିଲିୟନ ଡଲାର ବା ପାଖାପାଖି୧୫୦ କୋଟି । ଗୋବିନ୍ଦାଙ୍କ ରୋଜଗାର ପନ୍ଥା ଅନେକ ରହିଛି । ଯେଉଁଥିରେ ସଫଳ ଫିଲ୍ମ କ୍ୟାରିୟର, ବିଜ୍ଞାପନ ଏବଂ ରିଅଲ ଇଷ୍ଟେଟ ବ୍ୟବସାୟ ମଧ୍ୟ ରହିଛି । କୁହାଯାଉଛି ଗୋବିନ୍ଦାଙ୍କର ବାର୍ଷିକ ଆୟ ପାଖାପାଖି ୧୨ କୋଟି ।

ସୂଚନାନୁସାରେ ଗୋବିନ୍ଦାଙ୍କ ଆୟର ବଡ଼ ଅଂଶ ବିଜ୍ଞାପନରୁ ଆସେ । ଯାହା କୁହାଉଛି ଯେ ଗୋଟିଏ ବିଜ୍ଞାପନ ପାଇଁ ସେ ପାଖାପଖି ୨କୋଟି ଟଙ୍କା ନେଇଥାନ୍ତି ।  ବର୍ତ୍ତମାନ ସମୟରେ ସେ ଗୋଟିଏ ଫିଲ୍ମ ପାଇଁ ୫ରୁ ୬କୋଟି ଟଙ୍କା ନେଇଥାଆନ୍ତି ।

ଅଭିନେତା ଗୋବିନ୍ଦାଙ୍କ ପାଖରେ ମୁମ୍ବାଇରେ ଅନେକ ସମ୍ପତ୍ତି ରହିଛି । ସହରରେ ଦୁଇଟି ଘର, ଗୋଟିଏ ଜୁହୁର କେଡିଆ ପାର୍କରେ ରହିଛି ଏବଂ ଅନ୍ୟଟି ମଡ ଆଇଲାଣ୍ଡରେ ରହିଛି । ଏବେ ଏହି ସମ୍ପତ୍ତିର ମୂଲ୍ୟ ପାଖାପାଖି  ୧୬ କୋଟି । ଏହାଛଡ଼ା ଗୋବିନ୍ଦା ମଧ୍ୟ ଅନେକ ରିୟଲ ଇଷ୍ଟେଟ କମ୍ପାନୀରେ ମଧ୍ୟ ନିବେଶ କରିଛନ୍ତି । ଯାହାଦ୍ବାରା ତାଙ୍କର ଆର୍ଥିକ ସ୍ଥିତି ଖୁବ୍ ମଜବୁତ୍ ରହିଛି ।

ଗୋବିନ୍ଦାଙ୍କ ନିକଟରେ ଅନେକ ବିଳାସମୟ କାର ରହିଛି । ସେଥିମଧ୍ୟରେ ହୋଣ୍ଡାଇ କ୍ରେଟା, ଟୋୟୋଟା ଫର୍ଚୁନର୍, ଫର୍ଡ ଏଣ୍ଡେଭର୍, ମର୍ସିଡିଜ୍ C220D ଏବଂ ମର୍ସିଡିଜ୍ ବେଞ୍ଜ GLC ରହିଛି ।

ଏବେ ପ୍ରଶ୍ନ ଯେ ଗୋବିନ୍ଦାଙ୍କ ପତ୍ନି କେତେ ସମ୍ପତ୍ତି ଡିମାଣ୍ଡ କରିବେ । ବର୍ତ୍ତମାନ ଏହା କହିବା ମୁସ୍କିଲ ଯେ ତାଙ୍କ ସ୍ତ୍ରୀ କେତେ ମାଗିବେ । କିନ୍ତୁ କୋର୍ଟଙ୍କ ଶେଷ ଆଦେଶ ହିଁ ବାଧ୍ୟତାମୂଳକ ।

Leave a Reply

Your email address will not be published. Required fields are marked *