କ’ଣ ବୈଜ୍ଞାନିକ ଡାଇନୋସର ଭଳି ପୁରୁଣା ପ୍ରାଣୀଙ୍କୁ ପୁଣି ଜୀବନ୍ତ କରିପାରିବେ ?

dino

ବିଜ୍ଞାନର ଚମତ୍କାରର ସାକ୍ଷୀ ତ ସମଗ୍ର ବିଶ୍ୱ। ବିଜ୍ଞାନ ଚାହିଁଲେ କେଉଁ ଜିନିଷ ସମ୍ଭବ ହୋଇପାରିବ ନାହିଁ। ଏପରିକି ବିଜ୍ଞାନ ଯୋଗୁଁ ମୃତ ମଣିଷକୁ ପୁନର୍ବାର ଜୀବନ୍ତ କରାଯିବାର ଆଶା ରହିଛି। ବର୍ତ୍ତମାନ ମଣିଷ ତ ଜୀବନ୍ତ ହୋଇପାରିନାହିଁ, କିନ୍ତୁ ବିଜ୍ଞାନର ଚମତ୍କାର ଯୋଗୁଁ ହଜାର ହଜାର ବର୍ଷ ପୂର୍ବେ ବିଲୁପ୍ତ ହୋଇଯାଇଥିବା ଏକ ଗଧିଆ ପ୍ରଜାତିକୁ ବୈଜ୍ଞାନିକମାନେ ନିଶ୍ଚିତ ଭାବେ ଜୀବନ୍ତ କରିଛନ୍ତି, ଯାହା ଆଶ୍ଚର୍ଯ୍ୟରୁ କମ୍ ନୁହେଁ। ଆମେରିକାର ଡାଲାସ୍ରେ ଏକ କମ୍ପାନୀ ଏପରି କାରନାମା କରି ଦେଖାଇଛି, ଯାହା ସତରେ କୌଣସି ଚମତ୍କାରରୁ କମ୍ ନୁହେଁ। ଆସନ୍ତୁ ଏ ବିଷୟରେ କିଛି ବିସ୍ତୃତ ଭାବେ ଜାଣିବା-

କେଉଁ ଟେକ୍ନିକ୍ ଜରିଆରେ ଗଧିଆମାନେ ଜୀବନ୍ତ ହେଲେ?
ଆମେରିକାର ଡାଲାସ୍ରେ ଥିବା କୋଲୋସାଲ ବାୟୋସାଇନ୍ସେସ୍ ବିଲୁପ୍ତ ହୋଇଯାଇଥିବା ଜନ୍ତୁକୁ ପୁନର୍ବାର ଜୀବନ୍ତ କରିବାରେ ସଫଳତା ହାସଲ କରିଛି। ବ୍ଲୁମବର୍ଗର ରିପୋର୍ଟ ଅନୁସାରେ, ଏହା ଦାବି କରୁଛି ଯେ କମ୍ପାନୀ ପ୍ରାୟ ୧୨,୦୦୦ ବର୍ଷ ପୂର୍ବେ ବିଲୁପ୍ତ ହୋଇଯାଇଥିବା ଡାୟାର ଗଧିଆ ପ୍ରଜାତିକୁ ପୁନର୍ବାର ଜୀବନ୍ତ କରିଛି। କୋଲୋସାଲ ଏଥିପାଇଁ ଯେଉଁ ଟେକ୍ନିକ୍ର ବ୍ୟବହାର କରିଛି, ତାହାକୁ ଜିନ୍ ଏଡିଟିଂ ଟେକ୍ନିକ୍ କୁହାଯାଏ। ଏହି ଟେକ୍ନିକ୍ ଜରିଆରେ ସ୍ୱାସ୍ଥ୍ୟ ଏବଂ ଜୈବ ବିବିଧତା କ୍ଷେତ୍ରରେ ମଧ୍ୟ ଉପଯୋଗୀ ଜିନିଷର ବିକାଶର ସମ୍ଭାବନା ପ୍ରକାଶ କରାଯାଉଛି।
ଡାୟାର ଗଧିଆ କିପରି ପୃଥିବୀକୁ ଫେରିଲେ?
ଏହି କମ୍ପାନୀ ହଜାର ହଜାର ବର୍ଷ ପୁରୁଣା ଦାନ୍ତ ଏବଂ ୭୨,୦୦୦ ବର୍ଷ ପୂର୍ବର ଖପୁରୀରୁ ନିଷ୍କାସିତ ଡିଏନଏର ବ୍ୟବହାର କରି କ୍ରିସ୍ପର (CRISPR) ଟେକ୍ନୋଲୋଜି ପ୍ରୟୋଗ କରିଛି ଏବଂ ୧୪ଟି ଜିନ୍ରେ ୨୦ଟି ଏଡିଟିଂ କରିଛି। ତା’ପରେ ଏହି ଏଡିଟେଡ ସେଲ୍ଗୁଡ଼ିକୁ କ୍ଲୋନ କରାଯାଇଥିଲା, ଏବଂ ଘରୋଇ ମାଈ କୁକୁରମାନଙ୍କ ଜରିଆରେ ଏମାନଙ୍କୁ ଜନ୍ମ ଦିଆଯାଇଛି। ଏମାନଙ୍କ ମଧ୍ୟରୁ ଦୁଇଟି ପୁରୁଷ ଏବଂ ଗୋଟିଏ ମାଈ। ପୁରୁଷଙ୍କ ଜନ୍ମ ୧ ଅକ୍ଟୋବର ୨୦୨୪ରେ ଏବଂ ମାଈର ଜନ୍ମ ୩୦ ଜାନୁଆରୀ ୨୦୨୫ରେ ହୋଇଛି।
ଏହି ଗଧିଆମାନଙ୍କୁ କେଉଁଠାରେ ରଖାଯାଇଛି?
କମ୍ପାନୀ ଦାବି କରିଛି ଯେ ସେ ଏହି ଶାବକମାନଙ୍କୁ ୨୦୦୦ ଏକର ଜାଗାରେ ରଖିଛି। ଏଠାରେ ୧୦ ଫୁଟ ଉଚ୍ଚ କାନ୍ଥ ଅଛି, ଡ୍ରୋନ ଏବଂ କ୍ୟାମେରା ଲାଗିଛି ଯାହା ସେମାନଙ୍କ ଉପରେ ନଜର ରଖୁଛି। ଏମାନଙ୍କୁ ଜନ୍ତୁମାନଙ୍କ ପାଇଁ ତିଆରି ଖାଦ୍ୟ ଖାଇବାକୁ ଦିଆଯାଉଛି। ଏମାନେ ହରିଣ, ଘୋଡ଼ା ଏବଂ ଗାଈର ମାଂସ ଖାଆନ୍ତି। ଦୁଇ ପୁରୁଷ ଗଧିଆ ସେମାନଙ୍କ ନିକଟତମ ସମ୍ପର୍କୀୟ ଗ୍ରେ ଗଧିଆର ଶାବକଙ୍କଠାରୁ ପ୍ରାୟ ୨୦ରୁ ୨୫% ବଡ଼। କୋଲୋସାଲର ଦାବି ଅନୁସାରେ, ଯେତେବେଳେ ଏମାନେ ପୂରାପୂରି ବଡ଼ ହୋଇଯିବେ, ସେତେବେଳେ ଏମାନଙ୍କ ଓଜନ ପ୍ରାୟ ୧୪୦ ପାଉଣ୍ଡ ହେବ।
ଡାଇନୋସର ମଧ୍ୟ ଜୀବନ୍ତ ହୋଇପାରିବେ କି?
ଏପରି ସ୍ଥିତିରେ ପ୍ରଶ୍ନ ଉଠୁଛି ଯେ ବିଲୁପ୍ତ ହୋଇଯାଇଥିବା ପୁରାତନ ଜନ୍ତୁ ଯେପରିକି ଡାଇନୋସର ମଧ୍ୟ ଏହି ଟେକ୍ନିକ୍ ଜରିଆରେ ଫେରି ଆସିପାରିବେ କି? ଯଦିଓ ଏହା ନେଇ ଏବେ ସନ୍ଦେହ ରହିଛି, କାରଣ ସେମାନେ ପ୍ରାୟ ୬୬ ମିଲିୟନ ବର୍ଷ ପୂର୍ବେ ବିଲୁପ୍ତ ହୋଇଯାଇଥିଲେ। ଆଜିର ସମୟରେ ସେମାନଙ୍କ ଡିଏନଏ ଜୀବନ୍ତ ରହିବା ବହୁତ କଷ୍ଟକର। କିନ୍ତୁ ପ୍ରକୃତି ସହ ଏହି ପ୍ରକାର ଛେଡ଼ଛାଡ଼ କରିବା ନେଇ ନୈତିକ ପ୍ରଶ୍ନ ମଧ୍ୟ ଉଠୁଛି।

Leave a Reply

Your email address will not be published. Required fields are marked *