ୱାକଫ୍ ବିଧେୟକକୁ ସମର୍ଥନ କଲେ KRK,କହିଲେ ମୁଁ ମୋଦିଙ୍କ ସହ

krk

ଓ୍ଵାକଫ୍ ସଂଶୋଧନ ବିଲ୍ ମାମଲାରେ ଚଳଚ୍ଚିତ୍ର ସମାଲୋଚକ ତଥା ଅଭିନେତା କମଲ ରସିଦ ଖାନ୍ ଓରଫ୍ କେଆରକେ ମଧ୍ୟ ଏକ ବୟାନ ଦେଇଛନ୍ତି। ସେ ଏହି ବିଲକୁ ସମର୍ଥନ କରିଛନ୍ତି। ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଶାହା ୱାକ୍ଫ ବୋର୍ଡକୁ ସମ୍ପୂର୍ଣ୍ଣ ଭାଙ୍ଗି ଦିଅନ୍ତି ତେବେ ସେ ସେମାନଙ୍କୁ ପୂର୍ଣ୍ଣ ସମର୍ଥନ କରିବେ ବୋଲି କେଆରକେ କହିଛନ୍ତି।

କମଲ ରସିଦ ଖାନ୍ ଟ୍ୱିଟ୍ କରି ଲେଖିଛନ୍ତି, ‘ଓ୍ଵାକଫ୍ ବୋର୍ଡ ମୋ ପାଇଁ କିମ୍ବା ମୋର କୌଣସି ବନ୍ଧୁ କିମ୍ବା ଅନ୍ୟ କୌଣସି ସମ୍ପର୍କୀୟ କିମ୍ବା ମୋ ଗାଁ କିମ୍ବା ଅନ୍ୟ କୌଣସି ଅଞ୍ଚଳର କାହା ପାଇଁ କ’ଣ କରିଛି? କିଛି କରିନାହିଁ। ୱାକଫ୍ ବୋର୍ଡ ହେଉଛି କିଛି ଦୁର୍ନୀତିଗ୍ରସ୍ତ ମୁସଲମାନଙ୍କର ଘର ଚଳାଇବା ପାଇଁ ଏକ ସଂଗଠନ । ତେଣୁ ବିଜେପି ସରକାର ଏଥିରେ ସଂଶୋଧନ କରି ଭଲ କାମ କରୁଛନ୍ତି। ଯଦି ଅମିତ ଶାହା ଓ ନରେନ୍ଦ୍ର ମୋଦି ଏହି ଅନୁଷ୍ଠାନକୁ ସମ୍ପୂର୍ଣ୍ଣ ଲୋପ କରିଦିଅନ୍ତି ତେବେ ମୁଁ ସେମାନଙ୍କୁ ପୂର୍ଣ୍ଣ ସମର୍ଥନ କରିବି।

ଆଗରୁ ପଲଟି ମାରିଛନ୍ତି କେଆରକେ

କେଆରକେ ତାଙ୍କ ବିବାଦୀୟ ବକ୍ତବ୍ୟ ପାଇଁ ଜଣାଶୁଣା । ଅନେକ ସମୟରେ ସେ କେନ୍ଦ୍ର ସରକାରଙ୍କ ଉପରେ ମଧ୍ୟ ତୀବ୍ର ଆକ୍ରମଣ କରୁଥିବାର ନଜିର ରହିଛି। ତେବେ କେଆରକେ କେବେ କେଉଁ ପାର୍ଶ୍ୱକୁ ଆସିବେ ତାହା କହିବା ସମସ୍ତଙ୍କ ପାଇଁ କଷ୍ଟକର। ଦୀର୍ଘ ଦିନ ଧରି କେନ୍ଦ୍ରର ନୀତିକୁ ବିରୋଧ କରି ଆସୁଥିବା କେଆରକେ ଏଥର କେନ୍ଦ୍ର ଦ୍ୱାରା ଅଣାଯାଇଥିବା ଏହି ୱାକଫ ସଂଶୋଧନ ବିଲକୁ ସମର୍ଥନ କରିଛନ୍ତି।କେଆରକେଙ୍କ ଏହି ରୂପ ଦେଖି ଅନେକ ଲୋକ ତାଙ୍କୁ ବିଶ୍ୱାସ କରିପାରୁନାହାନ୍ତି । ଜଣେ ୟୁଜର ଏହି ପୋଷ୍ଟରେ କମେଣ୍ଟ କରି ଲେଖିଛନ୍ତି, ‘ଡର ସବ୍କୋ ଲଗତା ହୈ, ଗଳା ସବକା ସୁଖତା ହୈ।

ଲୋକସଭାରେ ପାରିତ ହେଲା ବିଲ୍

ଓ୍ଵାକଫ୍ ସଂଶୋଧନ ବିଲ୍ ଉପରେ ଦୀର୍ଘ ଦିନ ଧରି ବିତର୍କ ଚାଲିଛି। ସେପଟେ କେନ୍ଦ୍ର ସରକାର ବୁଧବାର ଲୋକସଭାରେ ଏହି ବିଲ୍ ଆଗତ କରିଛନ୍ତି। ପାଖାପାଖି ୧୨ ଘଣ୍ଟା ଧରି ଏହି ବିଲ୍ ଉପରେ ଆଲୋଚନା ହୋଇଥିଲା ଏବଂ ମଧ୍ୟରାତ୍ରିରେ ଏହା ଉପରେ ମତଦାନ ହୋଇଥିଲା। ବିଲ୍ ସପକ୍ଷରେ ୨୮୮ ଓ ବିପକ୍ଷରେ ୨୩୨ ଭୋଟ୍ ପଡ଼ିଥିଲା। ଏଭଳି ଭାବେ ଏହି ବିଲ୍ ଲୋକସଭାରୁ ପାରିତ ହୋଇଥିଲା। ଏବେ ଏହି ବିଲ୍ ରାଜ୍ୟସଭାରେ ଆଗତ ହୋଇଛି। ଗୁରୁବାର ରାଜ୍ୟସଭାରେ ଏହା ଉପରେ ଆଲୋଚନା ଚାଲିଛି।

Leave a Reply

Your email address will not be published. Required fields are marked *