ଗଛପତ୍ର ହିଁ ମାନବ ଜୀବନର ଅସ୍ତିତ୍ଵର କାରଣ। କିନ୍ତୁ ଦୁନିଆରେ ଏମିତି ଅନେକ ଗଛ ଅଛି ଯାହା ବହୁତ ବିଷାକ୍ତ। ଏକ ଗଛ ଏତେ ବିପଜ୍ଜନକ ଯେ ଏହାକୁ ଛୁଇଁଲେ ମାତ୍ର ଅସହ୍ୟ ଯନ୍ତ୍ରଣା ହୁଏ ଯାହା ଫଳରେ ମଣିଷ ଆତ୍ମହତ୍ୟା କରିବାକୁ ବାଧ୍ୟ ହୁଏ। ଏହି କାରଣରୁ ଏହାକୁ ସୁସାଇଡ୍ ପ୍ଲାଣ୍ଟ ମଧ୍ୟ କୁହାଯାଏ। ଏହା ବିଷୟରେ ଆପଣଙ୍କୁ କହୁଛୁ।
ଦୁନିଆରେ ମିଳୁଥିବା ଏହି ବିପଜ୍ଜନକ ଗଛର ନାମ ହେଉଛି ଜିମ୍ପାଇ ଜିମ୍ପାଇ। ଦେଖିବାକୁ ଏହି ଗଛ ଏକଦମ ସାଧାରଣ, କିନ୍ତୁ ଏତେ ବିଷାକ୍ତ ଯେ ଯଦି କେହି ଏହାକୁ ଛୁଏଁ, ତାହା ଆତ୍ମହତ୍ୟା କରିବାକୁ ବାଧ୍ୟ ହୁଏ।

କିଛି ସମୟ ପୂର୍ବେ ବୈଜ୍ଞାନିକ ମରିନା ହର୍ଲେ ଏହି ଗଛ ବିଷୟରେ ବିସ୍ତୃତ ଭାବେ ସୂଚନା ଦେଇଥିଲେ। ସେ କହିଥିଲେ ଯେ ଏକଦା ସେ ଅଷ୍ଟ୍ରେଲିଆର ବର୍ଷାବନରେ ଗବେଷଣା କରୁଥିଲେ।
ତାଙ୍କୁ ଜଣାଥିଲା ଯେ ଜଙ୍ଗଲରେ ଅନେକ ଗଛ ବହୁତ ବିପଜ୍ଜନକ ହୋଇଥାଏ, ତେଣୁ ସେ ବଡି ସୁଟ୍ ଏବଂ ଓ୍ଵେଲଡିଂ ଗ୍ଲୋଭ୍ସ ପିନ୍ଧିଥିଲେ, କିନ୍ତୁ ତଥାପି ଏହା ତାଙ୍କ ପାଇଁ ଭାରୀ ପଡିଗଲା।
ତାଙ୍କର କହିବା ଥିଲା ଯେ ଏହି ଗଛକୁ ଛୁଇଁବା ପରେ ତାଙ୍କୁ ଏମିତି ଅନୁଭବ ହେଲା ଯେମିତି ତାଙ୍କୁ ଏସିଡ୍ ଓ ବିଜୁଳି ଆଘାତ ଏକାସାଙ୍ଗରେ ଦିଆଯାଇଛି। ତାଙ୍କର ସାରା ଶରୀର ଲାଲ ହୋଇଯାଇଥିଲା ଏବଂ ସେ ଜଳାପୋଡାରୁ ଚିତ୍କାର କରୁଥିଲେ।
ଏହାର ପ୍ରଭାବ କମ୍ କରିବା ପାଇଁ ତାଙ୍କୁ ଅନେକ ଦିନ ଧରି ହସ୍ପିଟାଲରେ ଷ୍ଟେରଏଡ୍ ସେବନ କରିବାକୁ ପଡିଥିଲା। ଏକ ସାକ୍ଷାତକାରରେ ସେ ଏହି କଥାର ଉଲ୍ଲେଖ କରିଥିଲେ।
ଅଷ୍ଟ୍ରେଲିଆ ସହିତ ଏହି ଗଛ ଇଣ୍ଡୋନେସିଆ ଏବଂ ମୋଲୋକାସରେ ମଧ୍ୟ ମିଳିଥାଏ। ଏହାକୁ ସୁସାଇଡ୍ ପ୍ଲାଣ୍ଟ ବ୍ୟତୀତ ଷ୍ଟିଙ୍ଗିଂ ବ୍ରଶ୍, ଜିମ୍ପାଇ ଷ୍ଟିଙ୍ଗର ଏବଂ ମୁନଲାଇଟର ନାମରେ ମଧ୍ୟ ଜଣାଯାଏ।
ଏହି ଗଛର ପତ୍ରରେ ଛୋଟ ଛୋଟ କଣ୍ଟା ଥାଏ, ଏଥିରେ ନ୍ୟୁରୋଟକ୍ସିନ ନାମକ ବିଷ ରହିଥାଏ ଏବଂ ଏହାର କଣ୍ଟା ମାଧ୍ୟମରେ ହିଁ ବିଷ ଶରୀର ଭିତରକୁ ପଶିଯାଏ। ଏହାର ପ୍ରଭାବ ସିଧାସଳଖ ସ୍ନାୟୁତନ୍ତ୍ର ଉପରେ ପଡିଥାଏ। ଏହା ଦ୍ଵାରା ମଣିଷର ମୃତ୍ୟୁ ମଧ୍ୟ ହୋଇପାରେ। ଏହାର କଣ୍ଟା ଚୁମ୍ବିଲେ ୩୦ ମିନିଟ୍ ମଧ୍ୟରେ ଯନ୍ତ୍ରଣା ଦ୍ରୁତଗତିରେ ବଢିବାକୁ ଲାଗେ।