ପେଚାର ମୁର୍ତ୍ତି ଘରେ ରଖିବା ଶୁଭଙ୍କର କି ?

ସାଧାରଣତ ସମସ୍ତେ ବାସ୍ତୁ ଶାସ୍ତ୍ର ଅନୁସାରେ ନିଜ ଘରକୁ ସଜାଇବାକୁ ଚାହାନ୍ତି । ବାସ୍ତୁ ଅନୁରୂପ ଘର ସୁଖ ସମୃଦ୍ଧିର କାରକ ବନେ ବୋଲି ବିଶ୍ୱାସ ଅଛି । ଘର କହିଲେ କେବଳ ଇଟା ପଥରର ଚାରିକାନ୍ଥରେ ଆବଧ ସ୍ଥାନ ନୁହେଁ । ଘର କହିଲେ ଘରର ଭିତର ଓ ବାହାରକୁ ମଧ୍ୟ ବୁଝାଇଥାଏ । ତେଣୁ ଘର ଭିତରର ସାମଗ୍ରୀ ଚୟନ କରିବା ବେଳେ ମଧ୍ୟ ସାବଧାନତା ଅବଲମ୍ବନ କରିବାକୁ ପଡେ । ଅନେକ ସମୟରେ ଘର ସଜାଇବା ପାଇଁ ସାମଗ୍ରୀ କିଣିବା ବେଳେ ଆମ ମନକୁ ପ୍ରଶ୍ନ ଆସିଥାଏ ଯେ, ସେହି ସାମଗ୍ରୀ ଘର ପାଇଁ ଶୁଭଙ୍କର ହେବ କି ନାହିଁ । ଏମିତିରେ କେବେ ଆପଣଙ୍କ ମନକୁ ବି ପ୍ରଶ୍ନ ଆସିଥିବ ଯେ, ମା’ ଲକ୍ଷ୍ମୀଙ୍କ ବାହନ ପେଚରା ମୁର୍ତ୍ତି ଘରେ ରଖାଯାଇ ପାରିବ କି ନାହିଁ ? ଏହା ଘରେ ରଖିବା ଶୁଭଙ୍କର ହେବ କି ନାହିଁ ? ଆସନ୍ତୁ ଆଜି ସେହି ପ୍ରଶ୍ନର ଉତ୍ତର ଜାଣିବା..

ପେଚା ପ୍ରତିମା ରଖିବାର ନିୟମ

ବାସ୍ତୁ ଶାସ୍ତ୍ର  ଅନୁଯାୟୀ, ଘରେ ଏକ ପେଚା ଫଟୋ କିମ୍ବା ପ୍ରତିମା ରଖିବା ପାଇଁ ପୂଜା କୋଠରୀ କିମ୍ବା ଅଧ୍ୟୟନ କକ୍ଷ ଉପଯୁକ୍ତ ସ୍ଥାନ ଅଟେ। ଏଠାରେ ଏକ ପେଚା ଛବି ରଖିବା ଦ୍ୱାରା ଘରେ ସକାରାତ୍ମକ ଭାବନା ଆସିବ । ଆହୁରି ମଧ୍ୟ,ଖରାପ ଆଖିର ଛାୟା ଘରଠାରୁ ଦୂରରେ ରହିବ । ଏକ ପେଚା ଚିତ୍ର ରଖିବା ଦ୍ୱାରା ଘରେ ସୁଖ ଏବଂ ସମୃଦ୍ଧି ଆସିଥାଏ 

ଆପଣ ପେଚାର ଫଟୋ କିମ୍ବା ପ୍ରତିମାକୁ ଏଭଳି ସ୍ଥାନରେ ରଖି ପାରିବେ ଯେଉଁଠାରୁ ପେଚାର ଆଖି ଘରର ପ୍ରତିକୋଣ ଉପରେ ପଡ଼ିବ ।ଯଦି ପେଚାର ମୁହଁ କବାଟ ଆଡକୁ ରହିବ ତେବେ ବହୁତ ଶୁଭ ।

ଅଫିସରେ କେମିତି ରଖିବେ ?

ଅଫିସରେ ପେଚାର ଛବି କିମ୍ବା ପ୍ରତିମା ରଖିବା ଶୁଭ ବୋଲି ବିବେଚନା କରାଯାଏ  । ବାସ୍ତୁଶାସ୍ତ୍ର  ଅନୁଯାୟୀ, ଅଫିସରେ ଏକ ପେଚା ମୂର୍ତ୍ତି ରଖିବା ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ଆଣିଥାଏ। ଏହା କର୍ମକ୍ଷେତ୍ରରେ ସକରାତ୍ମକ ଶକ୍ତିର ପ୍ରବାହକୁ ମଧ୍ୟ ବଢାଇଥାଏ ।  ବ୍ୟବସାୟ ସମ୍ପର୍କିତ ଜିନିସ ପାଖରେ ପେଚାର ଛବିକୁ ରଖନ୍ତୁ । ଆପଣ ଚାହିଁଲେ ଏହାକୁ କ୍ୟାସ କାଉଣ୍ଟର ପାଖରେ ରଖି ପାରିବେ ।ତେବେ ଧ୍ୟାନ ଦିଅନ୍ତୁ ଯେ,ପେଚା ଯେମିତି ଆପଣଙ୍କ ଡାହଣ ପଟେ ରହିବ । ଏଭଳି ରଖିବା ଦ୍ୱାରା ସମ୍ଭାବିତ ବାଧା ଦୁର ହୋଇଥାଏ ।

Leave a Reply

Your email address will not be published. Required fields are marked *