ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୮ତମ ସିଜନ୍ ଡିଫେଣ୍ଡିଂ ଚାମ୍ପିୟନ୍ କୋଲକାତା ନାଇଟ୍ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଏକ ମ୍ୟାଚ୍ ସହିତ ଆରମ୍ଭ ହେଉଛି। ଟୁର୍ନାମେଣ୍ଟର ଆରମ୍ଭ ୨୨ ମାର୍ଚ୍ଚରେ କୋଲକାତାର ହୋମ୍ ଗ୍ରାଉଣ୍ଡ ଇଡନ୍ ଗାର୍ଡେନ୍ସରେ ହେବ। ସୂଚନାଯୋଗ୍ୟ ଯେ, ଏହି ନୂଆ ସିଜନ୍ ପୂର୍ବରୁ ଆଇପିଏଲ୍ ଏକ ମେଗା ନିଲାମର ଆୟୋଜନ କରିଥିଲା। ଏହା ଦ୍ୱାରା ଏଥର ଅନେକ ଖେଳାଳିଙ୍କ ଟିମ୍ ମଧ୍ୟରେ ଅଦଳବଦଳ ହୋଇଛି। ନୂଆ ସିଜନରେ ସବୁକିଛି ନୂଆ ହେବାକୁ ଯାଉଛି, କିନ୍ତୁ କିଛି ଜିନିଷ ଏମିତି ଅଛି ଯାହା ପ୍ରତ୍ୟେକ ଆଇପିଏଲ୍ ସିଜନ୍ ପୂର୍ବରୁ ମନରେ ଆସିଯାଏ। ତେଣୁ ଆସନ୍ତୁ ଜାଣିବା ଏହି ଲିଗର ଇତିହାସରେ ଏପର୍ଯ୍ୟନ୍ତ ଘଟିଥିବା ୫ଟି ବଡ଼ ବିବାଦ ବିଷୟରେ।
ହରଭଜନ ସିଂହଙ୍କ ଚାପୁଡ଼ା କାଣ୍ଡ

ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଇତିହାସର ସବୁଠାରୁ ବଡ଼ ବିବାଦ ହରଭଜନ ସିଂହ ଏବଂ ଏସ୍ ଶ୍ରୀସାନ୍ତଙ୍କୁ ନେଇ ଘଟିଥିଲା। ଆଇପିଏଲର ପ୍ରଥମ ସିଜନରେ ହରଭଜନ ସିଂହ ମୁମ୍ବାଇ ଇଣ୍ଡିଆନ୍ସ ଟିମରେ ଥିଲେ ଏବଂ ଶ୍ରୀସାନ୍ତ ପଞ୍ଜାବ କିଙ୍ଗ୍ସ ପାଇଁ ଖେଳୁଥିଲେ। ମ୍ୟାଚ୍ ପରେ ହରଭଜନ ସିଂହ କୌଣସି କଥାକୁ ନେଇ ଶ୍ରୀସାନ୍ତଙ୍କ ଉପରେ ଏତେ ରାଗିଗଲେ ଯେ ତାଙ୍କୁ ଚାପୁଡ଼ା ମାରିଥିଲେ। ଏହି ଘଟଣାକୁ ‘ସ୍ଲାପଗେଟ୍ କାଣ୍ଡ’ ନାମରେ ମଧ୍ୟ ଜଣାଯାଏ। ଯଦିଓ ପରେ ହରଭଜନ ସିଂହ ଏହି କାର୍ଯ୍ୟ ପାଇଁ କ୍ଷମା ମାଗିଥିଲେ ଏବଂ ବର୍ତ୍ତମାନ ଶ୍ରୀସାନ୍ତଙ୍କ ସହ ତାଙ୍କର ସମ୍ପର୍କ ଠିକ୍ ଅଛି। ତେବେ ସେତେବେଳେ ଏହି କାଣ୍ଡ ବିରାଟ ବିବାଦ ସୃଷ୍ଟି କରିଥିଲା।
ଯେବେ ରବିନ୍ଦ୍ର ଜାଡେଜାଙ୍କ ସଚ୍ଚୋଟତା ନେଇ ଉଠିଥିଲା ପ୍ରଶ୍ନ
ଇଣ୍ଡିଆନ୍ ପ୍ରିମିୟର ଲିଗର ଦମଦାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ବିଷୟରେ ବହୁତ କମ୍ ପ୍ରଶଂସକ ଜାଣିଥିବେ ଯେ ତାଙ୍କୁ ଏହି ଲିଗ ଖେଳିବାରୁ ଏକ ବର୍ଷ ପାଇଁ ବ୍ୟାନ୍ କରାଯାଇଥିଲା। ପ୍ରକୃତରେ ଜାଡେଜା ତାଙ୍କ ଆଇପିଏଲ୍ କ୍ୟାରିୟର ରାଜସ୍ଥାନ ରୟାଲ୍ସ ସହିତ ଆରମ୍ଭ କରିଥିଲେ। ୨୦୦୯ ମସିହାରେ ଜାଡେଜା ରାଜସ୍ଥାନରେ ଥାଇ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ସହ ଚୁକ୍ତି କରିବାକୁ ଚାହୁଁଥିଲେ। ଏହି କଥାର ସୂଚନା ରାଜସ୍ଥାନ ଫ୍ରାଞ୍ଚାଇଜି ଏବଂ ଗଭର୍ନିଂ କାଉନସିଲକୁ ମିଳିଗଲା। ତେଣୁ ତାଙ୍କ ସଚ୍ଚୋଟତା ଉପରେ ପ୍ରଶ୍ନ ଉଠାଇ ତାଙ୍କୁ ଏକ ବର୍ଷ ପାଇଁ ବ୍ୟାନ୍ କରାଯାଇଥିଲା। ଏହା କାରଣରୁ ଜାଡେଜା ୨୦୧୦ ସିଜନରେ ଖେଳି ପାରିନଥିଲେ। ପରେ ସେ କୋଚ୍ଚି ଟସ୍କର୍ସ ସହିତ ପୁନରାଗମନ କରିଥିଲେ ଏବଂ ତା’ପରେ ଚେନ୍ନାଇ ସୁପର କିଙ୍ଗ୍ସ ଟିମରେ ସାମିଲ ହୋଇଥିଲେ।
ସିଏସକେ ଓ ରାଜସ୍ଥାନକୁ ୨ ବର୍ଷ ପାଇଁ ବ୍ୟାନ୍
ଇଣ୍ଡିଆନ୍ ପ୍ରିମିୟର ଲିଗରେ ଲାଗିଥିବା ସବୁଠାରୁ ବଡ଼ ବିବାଦ ମଧ୍ୟରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରାଜସ୍ଥାନ ରୟାଲ୍ସ ଉପରେ ୨ ବର୍ଷର ବ୍ୟାନ୍ ମଧ୍ୟ ସାମିଲ ଅଛି। ସିଏସକେର ଶୀର୍ଷ ପରିଚାଳନାରେ ଥିବା ଗୁରୁନାଥ ମୟ୍ୟପନ ଏବଂ ରାଜସ୍ଥାନ ରୟାଲ୍ସ ସହ ଜଡ଼ିତ ରାଜ କୁନ୍ଦ୍ରା,ସ୍ପଟ୍ ଫିକ୍ସିଂରେ ସାମିଲ ଥିବା ତଦନ୍ତରୁ ଜଣା ପଡ଼ିଥିଲା। ଏହି ଘଟଣା ୨୦୧୩ରେ ଘଟିଥିଲା। ଲୋଢ଼ା କମିଟିର ତଦନ୍ତରେ ଏହା ପ୍ରମାଣିତ ହେବା ପରେ ଏହି ଦୁଇ ଟିମକୁ ୨ ବର୍ଷ ପାଇଁ ବ୍ୟାନ୍ କରାଯାଇଥିଲା। ସିଏସକେ ଓ ରାଜସ୍ଥାନ ୨୦୧୫ ଏବଂ ୨୦୧୬ ସିଜନରେ ଖେଳି ନଥିଲେ।
ଧୈର୍ଯ୍ୟ ହରାଇଥିଲେ କ୍ୟାପଟେନ୍ କୁଲ୍ ଧୋନୀ
ମହେନ୍ଦ୍ର ସିଂହ ଧୋନୀଙ୍କୁ ସାରା ବିଶ୍ୱ ‘କ୍ୟାପଟେନ୍ କୁଲ୍’ ନାମରେ ଜାଣେ, କିନ୍ତୁ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୧୯ରେ ଧୋନୀଙ୍କର ଏକ ଭିନ୍ନ ରୂପ ଦେଖିବାକୁ ମିଳିଥିଲା। ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ଧୋନୀ ଅମ୍ପାୟାରଙ୍କ ନୋ ବଲ୍ ନିଷ୍ପତ୍ତିରେ ଏତେ ରାଗିଗଲେ ଯେ ସେ ଡଗ୍ଆଉଟରୁ ଉଠି ମୈଦାନକୁ ପଶି ଆସିଥିଲେ। ଧୋନୀ ରାଗରେ ଥରୁ ଥିଲେ। ଏହା ପ୍ରଥମ ଥର ଥିଲା ଯେ ଧୋନୀ କୌଣସି ନିଷ୍ପତ୍ତିକୁ ନେଇ ଅମ୍ପାୟାରଙ୍କ ସହ ଏଭଳି ଯୁକ୍ତିତର୍କ କରିଥିଲେ। ଏହି ଘଟଣା କାରଣରୁ ଧୋନୀଙ୍କର ଖୁବ୍ ସମାଲୋଚନା ହୋଇଥିଲା ଏବଂ ତାଙ୍କ ଉପରେ ମ୍ୟାଚ୍ ଫିସ୍ର ୫୦ ପ୍ରତିଶତ ଜରିମାନା ମଧ୍ୟ ଲାଗିଥିଲା।
ବିରାଟ କୋହଲି-ଗୌତମ ଗମ୍ଭୀର ମୁହାଁମୁହିଁ
ଭାରତୀୟ କ୍ରିକେଟ ଟିମର ବର୍ତ୍ତମାନର ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ୨୦୨୩ ଆଇପିଏଲରେ ଲକ୍ଷ୍ନୌ ସୁପରଜାଇଣ୍ଟସର ମେଣ୍ଟର ଥିଲେ। ଏହି ସିଜନରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷ ମ୍ୟାଚରେ ବିରାଟ କୋହଲିଙ୍କର ଲକ୍ଷ୍ନୌ ପାଇଁ ଖେଳୁଥିବା ନବୀନ ଉଲ୍ ହକ୍ ସହ ମ୍ୟାଚ୍ ପରେ ବଚସା ହୋଇଥିଲା। ଡଗ୍ଆଉଟରେ ବସିଥିବା ଗମ୍ଭୀର ଏହା ଦେଖି ମୈଦାନକୁ ଆସିଗଲେ ଏବଂ ନବୀନଙ୍କୁ ପଛକୁ କରି ନିଜେ ବିରାଟ କୋହଲିଙ୍କ ସହ ଯୁକ୍ତିତର୍କ କରିବାକୁ ଲାଗିଥିଲେ। ବହୁତ କଷ୍ଟରେ ବିରାଟ କୋହଲି ଏବଂ ଗମ୍ଭୀରଙ୍କୁ ଶାନ୍ତ କରାଯାଇଥିଲା। ଆଇପିଏଲର ଏହି ବିବାଦ ମଧ୍ୟ ସେତେବେଳେ ଖୁବ୍ ଚର୍ଚ୍ଚାରେ ରହିଥିଲା।