
ଗତ ତିନି ବର୍ଷ ଧରି ଚାଲିଥିବା ୟୁକ୍ରେନ ଯୁଦ୍ଧରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ହୋଇଥିବା ଫୋନ୍ କଲ୍ ଅସ୍ଥାୟୀ ଅସ୍ତ୍ରବିରତି ସୃଷ୍ଟି କରିଛି। କିନ୍ତୁ ଋଷ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଏହି ଫୋନ୍ କଲ୍ ପାଇଁ ଦୀର୍ଘ ସମୟ ଅପେକ୍ଷା କରିବାକୁ ବାଧ୍ୟ କରିଛନ୍ତି।
ଟ୍ରମ୍ପ ୟୁକ୍ରେନରେ ଅସ୍ତ୍ରବିରତି ଲାଗୁ କରିବାରେ ସଫଳ ହୋଇଛନ୍ତି, ଯାହା କି ତାଙ୍କର ଗୋଟିଏ ବଡ଼ ନିର୍ବାଚନୀ ପ୍ରତିଶ୍ରୁତି ଥିଲା । ଯେଉଁଥିପାଇଁ ସାଉଦି ଆରବରେ ଥିବା ରୁଷୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ଆମେରିକୀୟ ଅଧିକାରୀ । ଏହି ଯୁଦ୍ଧବିରତି ପାଇଁ ଟ୍ରମ୍ପ ନିଜ ଆଡ଼ୁ ଋଷ ରାଷ୍ଟ୍ରପତିଙ୍କୁ ଫୋନ୍ ଲଗାଇଥିଲା । ଫୋନରେ ଅଧିକ ଆଲୋଚନା କରିବା ଥିଲା ଉଦ୍ଦେଶ୍ୟ ।କିନ୍ତୁ ପୁତିନ ଫୋନ୍ କଲକୁ ନେଇ କୌଣସି ଆଗ୍ରହ ଦେଖାଇନଥିଲେ ଏବଂ ଆମେରିକା ରାଷ୍ଟ୍ରପତିଙ୍କୁ ପ୍ରାୟ ଏକ ଘଣ୍ଟା ଅପେକ୍ଷା କରିବାକୁ ବାଧ୍ୟ କରିଥିଲେ।
ବ୍ରିଟେନର ଏକ୍ସପ୍ରେସ୍ ଖବରକାଗଜ ଅନୁଯାୟୀ, ଏହି କଲ୍ ପୂର୍ବରୁ ଋଷ ରାଷ୍ଟ୍ରପତି ଅନ୍ୟ ଏକ କାର୍ଯ୍ୟକ୍ରମରେ ବ୍ୟସ୍ତ ଥଲେ । ଯେତେବେଳେ ତାଙ୍କୁ କୁହାଯାଇଥିଲା ଯେ, ଟ୍ରମ୍ପଙ୍କ ସହ କଥାବାର୍ତ୍ତା ବିଳମ୍ବ ହେଉଛି,ସେତେବେଳେ ସେ ଏହି ଚେତାବନୀକୁ ହସି ଉଡା଼ଇ ଦେଇଥିଲେ ।
ପୁଟିନ୍ ଅପେକ୍ଷା କରାଇଥିଲେ
ମସ୍କୋରେ ଦେଶର ଶୀର୍ଷ ଅଧିକାରୀଙ୍କ ସମେତ ଆସୋସିଏସନ୍ ଅଫ୍ ରୁଷିଆନ୍ ବିଜନେସ୍ ଆଣ୍ଡ୍ ଏଣ୍ଟରପ୍ରେନର ବାର୍ଷିକ ସମ୍ମିଳନୀକୁ ଋଷ ରାଷ୍ଟ୍ରପିତ ପୁତିନ ସମ୍ବୋଧନ କରୁଥିଲେ । ରୁଷ୍ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଟ୍ରମ୍ପ ଏବଂ ପୁଟିନଙ୍କ ମଧ୍ୟରେ ଫୋନ୍ କଥାବାର୍ତ୍ତା ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ହେବାର ଥିଲା। ସଂଗଠନର ନେତା ଆଲେକ୍ଜାଣ୍ଡର ଶୋଖିନ ତାଙ୍କ ଘଡ଼ିକୁ ଦେଖି କହିଥିଲେ ଯେ କ୍ରେମଲିନ୍ ମୁଖପାତ୍ର ଦିମିତ୍ରୀ ପେସ୍କୋଭ ସନ୍ଧ୍ୟା ୬ଟା ପୂର୍ବରୁ ଟ୍ରମ୍ପଙ୍କ ସହ କଥାବାର୍ତ୍ତା ପାଇଁ ସମୟ ଧାର୍ଯ୍ୟ କରିଛନ୍ତି।ଏହାର ଉତ୍ତରରେ ପୁଟିନ୍ କହିଥିଲେ,ତାଙ୍କ କଥା ଶୁଣନ୍ତୁ ନାହିଁ। ଏହା ସେମାନଙ୍କ କାମ,” କିନ୍ତୁ ସେ ଯିବାର କୌଣସି ଲକ୍ଷଣ ଦେଖାଇନଥିଲେ।
ବିଳମ୍ବ କରି କ’ଣ ଦେଖାଇଲେ ପୁଟିନ୍ ?
ଫୋନ୍ କଲ୍ ରିସିଭ କରିବାକୁ ଟ୍ରମ୍ପଙ୍କୁ ପ୍ରାୟ ଏକ ଘଣ୍ଟା ଅପେକ୍ଷା କରାଇ ପୁଟିନ୍ ଆମେରିକା ସମ୍ମୁଖରେ ନିଜକୁ ଶକ୍ତିଶାଳୀ ପ୍ରଦର୍ଶନ କରିବାକୁ ଚାହୁଁଛନ୍ତି ଏବଂ ସଙ୍କେତ ଦେବାକୁ ଚାହୁଁଛନ୍ତି ଯେ ରୁଷ୍ ଅସ୍ତ୍ରବିରତି ପାଇଁ ଆଗ୍ରହୀ ନୁହେଁ ଏବଂ ଏକ ଲମ୍ବା ଯୁଦ୍ଧ ଲଢ଼ିପାରିବ। ବିଶେଷଜ୍ଞଙ୍କ ମତରେ ପୁଟିନ୍ ଏପରି କରିବା ଦ୍ୱାରା ତାଙ୍କ ନିଜ ସର୍ତ୍ତରେ ଅସ୍ତ୍ରବିରତି ରେ ସହାୟକ ହେବ।