
ହୋଲି ହେଉ କି ଶିବରାତ୍ରି, ବାରଣାସୀ, ଲକ୍ଷ୍ନୌ, ମଥୁରା ଏବଂ କାନପୁର ସମେତ ଦେଶର ଅନେକ ସ୍ଥାନରେ ଭାଙ୍ଗ ପିଇବାର ପରମ୍ପରା ରହିଆସିଛି। ସେହି ଭାଙ୍ଗ ଯାହାକୁ ଥରେ ଖାଇଲେ ହସ ଆରମ୍ଭ ହୁଏ ହେଲେ ଘଣ୍ଟା ଘଣ୍ଟା ଧରି ହସ ବନ୍ଦ ହୁଏନାହିଁ । ଆଉ ଯଦି ନାଚନ୍ତି ତାହେଲେ ଘଣ୍ଟା ଘଣ୍ଟା ଧରି ନାଚିଲେ ବି ହାଲିଆ ହୁଅନ୍ତି ନାହିଁ । ଭୁହଁରେ ହସ ଭରି ରୁହେ । ଭାଙ୍ଗର ପ୍ରଭାବ ଏହିପରି କିଛି।
ଭାଙ୍ଗର ପରମ୍ପରା ଭାରତରେ ବହୁତ ପୁରୁଣା। ହୋଲି ବାହାନାରେ, ଆସନ୍ତୁ ଜାଣିବା ଭାଙ୍ଗ ପିଇବା ମାତ୍ରେ କିପରି ଏହାର ପ୍ରଭାବ ଦେଖାଯାଏ, ଏହାର ବିପଦ କ’ଣ ଏବଂ ବିଜ୍ଞାନ ଏହା ବିଷୟରେ କ’ଣ କୁହେ।
ଶରୀରରେ ପ୍ରବେଶ କରିବା ପରେ ଭାଙ୍ଗ କିପରି ଏହାର ପ୍ରଭାବ ଦେଖାଏ ?
ଭାରତରେ ଏକ ଧାର୍ମିକ ବିଶ୍ୱାସ ଅଛି ଯେ ସମୁଦ୍ର ମନ୍ଥନ ପରେ ଭାଙ୍ଗ ଗଛର ଜନ୍ମ ହୋଇଥିଲା। ମନ୍ଥନରୁ ପ୍ରାପ୍ତ ଅମୃତର ବୁନ୍ଦା ମଦାର ପର୍ବତ ଉପରେ ପଡ଼ିଲା ଏବଂ ସେହି ବୁନ୍ଦାରୁ ଭାଙ୍ଗ ଗଛ ବଢ଼ିଲା। ଏହାର ଔଷଧୀୟ ଗୁଣ ଯୋଗୁଁ ଏହାକୁ ନେଇ ଗବେଷଣା ମଧ୍ୟ ହେଲା । ଶରୀରରେ ପହଞ୍ଚିବା ମାତ୍ରେ ଏହାର ପ୍ରଭାବ ଦେଖାଇବା ଆରମ୍ଭ କରେ। ଏହା ପଛରେ କାରଣ ହେଉଛି ହାପି ହରମୋନ୍ ଡୋପାମାଇନ୍, ଯାହା ଜଣେ ବ୍ୟକ୍ତିକୁ ଖୁସି ଅନୁଭବ କରାଇଥାଏ ।
ଯେତେବେଳେ ଏହି ହରମୋନର ସ୍ତର ବୃଦ୍ଧି ହୁଏ, ସେତେବଳେ ଏହା ମଣିଷର ମନୋଭାବକୁ ନିୟନ୍ତ୍ରଣ କରିବା ଆରମ୍ଭ କରେ ଏବଂ ଖୁସି ଅନୁଭବ କରାଏ। ଏହି କାରଣରୁ ଯେତେବେଳେ ଲୋକମାନେ ନିଶା ବଢ଼ିବା ପରେ ହସିବାକୁ ଆରମ୍ଭ କରନ୍ତି, ସେମାନେ ଘଣ୍ଟା ଘଣ୍ଟା ଧରି ହସୁଥାନ୍ତି କାରଣ ଭାଙ୍ଗର ପ୍ରଭାବ ସେମାନଙ୍କୁ କିଛି ଘଣ୍ଟା ପର୍ଯ୍ୟନ୍ତ ହସିବାକୁ ବାଧ୍ୟ କରେ। ଭାଙ୍ଗ ଭଳି କୌଣସି ଜିନିଷ ହେଉ ଏହାକୁ ଖାଇବା ଦ୍ୱାରା ଭିନ୍ନ ଭିନ୍ନ ପ୍ରକାରର ସୁଖ ମିଳିଥାଏ। ଫଳସ୍ୱରୂପ, ଯଦି ଆପଣ ଏହାକୁ ବାରମ୍ବାର ଖାଆନ୍ତି ତେବେ ଏହା ଏକ ଅଭ୍ୟାସରେ ପରିଣତ ହୁଏ। ଯାହା ଅନେକ ପ୍ରକାରର ବିପଦକୁ ବୃଦ୍ଧି କରେ।
ଏହାର ପ୍ରଭାବ କେତେବେଳେ ହୁଏ?
ପ୍ରତ୍ୟେକ ବ୍ୟକ୍ତିଙ୍କଠାରେ ଏକ ନିର୍ଦ୍ଦିଷ୍ଟ ସମୟରେ ଭାଙ୍ଗ ନିଶା ଧରିନଥାଏ । କେତେବେଳେ ନିଶା ହେବ ତାହା ଭାଙ୍ଗର ପ୍ରକାର ଉପରେ ନିର୍ଭର କରେ । ଉଦାହରଣ ସ୍ବରୁପ ଯଦି ଭାଙ୍ଗକୁ ସିଗାରେଟ୍ କିମ୍ବା ବିଡ଼ି ଆକାରରେ ବ୍ୟବହାର କରାଯାଏ, ତେବେ ଏହାର ପ୍ରଭାବ କିଛି ସେକେଣ୍ଡ ମଧ୍ୟରେ ଦେଖାଯିବା ଆରମ୍ଭ କରେ। କାରଣ ଫୁସଫୁସ ଏହାର ଧୂଆଁକୁ ବହୁତ ଶୀଘ୍ର ଶୋଷି ନିଏ ଏବଂ ଏହାର ପ୍ରଭାବ ମସ୍ତିଷ୍କରେ ପହଞ୍ଚିବା ଆରମ୍ଭ କରେ।
ଯଦି ଆପଣ ଭାଙ୍ଗକୁ କୌଣସି ପାନୀୟରେ ବ୍ୟବହାର କରନ୍ତି, ତେବେ ନିଶାଗ୍ରସ୍ତ ହେବା ପାଇଁ ଗୋଟିଏ ଘଣ୍ଟା କିମ୍ବା ଅଧିକ ସମୟ ଲାଗିପାରେ। ପ୍ରଭାବ ପଡ଼ିବା ମାତ୍ରେ, ମସ୍ତିଷ୍କ ଆବଶ୍ୟକତାଠାରୁ ଅଧିକ ସକ୍ରିୟ ହୋଇଯାଏ। ଜଣେ ବ୍ୟକ୍ତିଙ୍କ ଚିନ୍ତା କରିବା ଏବଂ ବୁଝିବାର କ୍ଷମତା କମିବାକୁ ଲାଗେ। ଯଦି ଏହାର ପରିମାଣ ବୃଦ୍ଧି ପାଏ, ତେବେ କ୍ଷତିର ଆଶଙ୍କା ବଢ଼ିଯାଏ।
କ’ଣ ଜୀବନ ନେଇପାରେ? Webmd ର ରିପୋର୍ଟ ଅନୁସାରେ, ଔଷଧରେ ମଧ୍ୟ ଭାଙ୍ଗ ପ୍ରଭାବଶାଳୀ, କିନ୍ତୁ ଯଦି ଏହାକୁ ଅତ୍ୟଧିକ ପରିମାଣରେ ଗ୍ରହଣ କରାଯାଏ, ତେବେ ଏହାର ପ୍ରତିକୂଳ ପ୍ରଭାବ ମଧ୍ୟ ପଡ଼ିପାରେ। ଭାଙ୍ଗର ମସ୍ତିଷ୍କ ଉପରେ ସିଧାସଳଖ ପ୍ରଭାବ ପଡ଼ିଥାଏ।