ଦିଲ୍ଲୀପ କୁମାର ନଥିଲେ,ମୋତେ ମାରିଦେଇଥାନ୍ତେ : ଗୋବିନ୍ଦା

ବଲିଉଡ୍ ଅଭିନେତା ଗୋବିନ୍ଦା ଏହା ଅନେକ ଥର କହିଛନ୍ତି ଯେ ଗୋଟିଏ ସମୟରେ ସେ ୭୦ ରୁ ଅଧିକ ଚଳଚ୍ଚିତ୍ର ସାଇନ୍ କରିଥିଲେ। ପରିସ୍ଥିତି ଏପରି ହୋଇଥିଲା ଯେ ସେ ବିନା ଛୁଟିରେ କାମ କରୁଥିଲେ ଏବଂ ଏହା ତାଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇବାକୁ ଲାଗିଲା। ତା’ପରେ ହଠାତ୍ ଦିନେ ଅଭିନେତା ଦିଲୀପ କୁମାର ଗୋବିନ୍ଦାଙ୍କୁ ଏମିତି ପଦେ କଥା କହିଥିଲେ,ଯାହା ତାଙ୍କ ଜୀବନକୁ କେବଳ ବଦଳାଇ ଦେଇନଥିଲା ବଂର ତାଙ୍କୁ ବଂଚାଇ ଦେଇଥିଲା । ଦିଲ୍ଲୀପ କୁମାର,ଗୋବିନ୍ଦାଙ୍କୁ କହିଥିଲେ..ତୁମ୍ ୟେ କ୍ୟା କର ରହେ ହୋ?  ଏହି କଥାକୁ ଏବେ ଗୋବିନ୍ଦା ପୁଣି ଥରେ ସ୍ୱୀକାର କରିଛନ୍ତି ଯେ ଯଦି ଦିଲୀପ କୁମାର ନଥାନ୍ତେ, ତେବେ ଲୋକମାନେ ହୁଏତ ମୋତେ ମାରି ଦେଇଥାନ୍ତେ ।

ଗୋବିନ୍ଦା ଶକ୍ତିମାନ ଫେମ୍ ଅଭିନେତା ମୁକେଶ ଖାନ୍ନାଙ୍କୁ ଏକ ସାକ୍ଷାତକାର ଦେଇଛନ୍ତି, ଯେଉଁଥିରେ ସେ ଅନେକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏହି ସମୟରେ ସେ ସେହି ସମୟର ମଧ୍ୟ ଉଲ୍ଲେଖ କରିଥିଲେ ଯେତେବେଳେ ସେ ଏକାଥରେ ୭୫ଟି ଫିଲ୍ମ ସାଇନ୍ କରିଥିଲେ ଏବଂ ୪୯ଟି ଫିଲ୍ମ ଫ୍ଲୋରରେ ଥିଲା। ଯେତେବେଳେ ଗୋବିନ୍ଦାଙ୍କୁ ସେଟରେ ବିଳମ୍ବରେ ଆସିବା ବିଷୟରେ ପଚରାଗଲା, ସେ କହିଥିଲେ କଣ କହୁଛ ଜଣେ ଲୋକ ଏକା ସାଙ୍ଗରେ ତ ସବୁ ଫିଲ୍ମ କରିପାରିବନି । ମୋର ଫ୍ଲୋରରେ ୪୦-୪୯ ଫିଲ୍ମ ଚାଲିଛି । ସେଠୁ ଏଠିକି , ଏଠୁ ସେଠିକି ଯିବି ।

‘ସେମାନେ ମୋତେ ମାରି ଦେଇଥାନ୍ତେ’

ଗୋବିନ୍ଦା କହିଥିଲେ, “ମୁଁ ଜଣେ ନିରକ୍ଷର ଲୋକ, ମୁଁ ଫିଲ୍ମ ଲାଇନରେ ଫସି ଯାଇଥିଲି। ଏ ଲୋକମାନେ ତ… ଯଦି ମୁଁ ଦିଲୀପ ସାହେବଙ୍କୁ ଭେଟି ନଥାନ୍ତି, ତେବେ ସେମାନେ ମୋତେ ମାରି ଦେଇଥାନ୍ତେ। ଗୋବିନ୍ଦା କହିଥିଲେ ଯେ ସେହି ସମୟରେ ଦିଲୀପ କୁମାର ତାଙ୍କୁ ୨୫ଟି ଫିଲ୍ମ ଛାଡିବାକୁ ବାଧ୍ୟ କରିଥିଲେ। ଉତ୍ତରରେ ଗୋବିନ୍ଦା ଦିଲ୍ଲୀପ କୁମାରଙ୍କୁ କହିଥିଲେ ଯେ,  “ସାର, ଯଦି ମୁଁ ଏତେ ଫିଲ୍ମ ଛାଡିଦିଏ, ତେବେ ମୋତେ ଟଙ୍କା ଫେରାଇବାକୁ ପଡିବ। ସେ କହିଥିଲେ ମୁଁ କେଉଁଠୁ ଆଣି ଦଉଛି କିନ୍ତୁ ତୁ ଫିଲ୍ମ ଛାଡ଼ି ଦେ । ୨୫ଟି ଫିଲ୍ମ ଛାଡିଥିଲି । ତାପରେ ଫାଇନାନ୍ସରକୁ ଡାକିଥିଲି । ତାଙ୍କର ପ୍ରଶ୍ନ ଥିଲା କଣ ପ୍ଲଟ୍ କିଣୁଛ । ମୁଁ କହିଥିଲି ପ୍ଲଟ୍ କିଣୁନି କି ବଙ୍ଗଳା କିଣୁନି, ମୁଁ ଫିଲ୍ମ ଛାଡୁଛି ।

ଫାଇନାନ୍ସର୍ ଆଶ୍ଚର୍ଯ୍ୟ ହୋଇଗଲେ

ଫାଇନାନ୍ସର କହିଲେ ଯେ ତୁମେ ଏବେ ଦାରିଦ୍ର୍ୟରୁ ବାହାରି ଆସିଛ ଆଉ ଏହା ଏବେ କ’ଣ,ୟା ଅର୍ଥ କ’ଣ ଯେ ଦିଲୀପ କୁମାର କହିଲେ ? ଗୋବିନ୍ଦାଙ୍କ ଅନୁସାରେ ଦିଲୀପ କୁମାର ତାଙ୍କର ବହୁତ ଯତ୍ନ ନେଉଥିଲେ। ତାଙ୍କ ଆଗରୁ କେହି ମଧ୍ୟ ମୋତେ କହିନଥିଲେ ଯେ, ତୁମେ  ଅସୁସ୍ଥ ହୋଇ ମରିଯିବ । ଗୋବିନ୍ଦା ଆହୁରି ମଧ୍ୟ କହିଛନ୍ତି ଯେ, ଲଗାତର କାମ କରିବା କାରଣରୁ ସେ ଅନେକ ଥର ସେଟରେ ବେହୋସ ହୋଇ ପଡୁଥିଲେ ।

Leave a Reply

Your email address will not be published. Required fields are marked *