ଫିଲ୍ମ ‘ଛୱା’ ପରେ ପୁଣି ଥରେ ଔରଙ୍ଗଜେବଙ୍କ କ୍ରୁରତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଔରଙ୍ଗଜେବ ନାମକ ଜିନ୍ ଏବେ ଇତିହାସର ବନ୍ଦ ବୋତଲ ଭିତରୁ ବାହାରି ଦେଶର ରାଜନୀତିକୁ ଉଛନ କରିଛନ୍ତି । ଔରଙ୍ଗଜେବର ନିଷ୍ଠୁରତାକୁ ନେଇ ଯଦି ଦକ୍ଷୀଣପନ୍ଥି ରାଜନୀତି କରୁଛନ୍ତି ତେବେ ମୁସଲିମ ମୌଳବାଦୀ ମଧ୍ୟ ପଛରେ ନାହାନ୍ତି । ହିନ୍ଦୁବାଦୀଙ୍କ ନଜରରେ ଯଦି ଔରଙ୍ଗଜେବ ଜଣେ କ୍ରୁର ନିଷ୍ଠରୁ ଶାସକ ତେବେ ମୁସଲିମ ମୁଲ୍ଲାମାନଙ୍କ ନଜରରେ ସେ ହେଉଛି ସଚ୍ଚା ମୁସଲମାନ ଶାସକ । ମୋଗଲ ଶାସକଙ୍କ ଇତିହାସ ପଢିବା ପରେ ଆମେ ଜାଣୁ ଯେ ଔରଙ୍ଗଜେବ ପ୍ରକୃତରେ ନିଷ୍ଠୁର ଥିଲେ । ରାଜନୈତିକ କ୍ଷମତା ହାସଲ କରିବା ପାଇଁ ସେ ଲୋକଙ୍କ ଉପରେ ଏପରି ଅତ୍ୟାଚାର କରିଛନ୍ତି ଯେ ଏହାକୁ ପଢ଼ିବା କିମ୍ବା ଶୁଣିବା ପରେ ମଧ୍ୟ ଆତ୍ମା ଥରି ଉଠିବ। ଏହି ଖବରରେ ଆମେ ବିଶ୍ୱନାଥ ମନ୍ଦିର ଭାଙ୍ଗିବା ବିଷୟରେ ଆଲୋଚନା କରିବା । ଗୋଟିଏ ସମୟରେ ଔରଙ୍ଗଜେବ କାଶୀ ବିଶ୍ୱନାଥ ମନ୍ଦିରକୁ ଦାନ କରିଥିଲା । କିନ୍ତୁ କିଛି ବର୍ଷ ପରେ ଏହାକୁ ଭାଙ୍ଗିବାକୁ ଫର୍ମାନ ବି ଜାରି କରିଥିଲା । ତେବେ ଏମିତି କ’ଣ ହୋଇଥିଲା ଯେ ସେ ମନ୍ଦିର ଭାଙ୍ଗିବାକୁ ଆସିଦେଶ ଦେଲେ? ଆସନ୍ତୁ କିଛି ଇତିହାସ ପୃଷ୍ଠାରୁ ଏହାକୁ ବୁଝିବାକୁ ଚେଷ୍ଟା କରିବା ।
ମାସିର-ଏ-ଆଲମଗିରିକୁ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଭାବରେ ବିବେଚନା କରାଯାଏ । ଔରଙ୍ଗଜେବଙ୍କ ଶାସନ କାଳରେ ସାକି ମୁସ୍ତାଦ ଖାନଙ୍କ ଦ୍ୱାରା ଲିଖିତ ଏହି ପୁସ୍ତକରେ କାଶୀ ବିଶ୍ୱନାଥ ମନ୍ଦିର ଏବଂ ମଥୁରାର କୃଷ୍ଣ ଜନ୍ମଭୂମି ମନ୍ଦିର ଭାଙ୍ଗିବାର କାହାଣୀ କୁହାଯାଇଛି । ମୋଗଲ ଶାସକ ଔରଙ୍ଗଜେବଙ୍କ ଶାସନ କାଳରେ ୧୬୬୯ ମସିହା ଏପ୍ରିଲ ୯ ତାରିଖରେ ଏକ ଗୁରୁତ୍ୱପୂର୍ଣ୍ଣ ଆଦେଶ ଜାରି ହୋଇଥିଲା । ହିନ୍ଦୁ ମନ୍ଦିର ଓ ଗୁରୁକୁଳକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସେପ୍ଟେମ୍ବର ୨ ତାରିଖରେ ମୋଗଲ ସୈନିକମାନେ କାଶୀ ବିଶ୍ୱନାଥ ମନ୍ଦିରରେ ପହଞ୍ଚି ଏହି ପବିତ୍ର ମନ୍ଦିର ଉପରେ ଆକ୍ରମଣ କରି ଭାଙ୍ଗି ଦେଇଥିଲେ।
ମନ୍ଦିର ଭାଙ୍ଗିବା ପଛର କାରଣ କ’ଣ?
ମନ୍ଦିର ଭାଙ୍ଗିବା ପରେ ସେହି ସ୍ଥାନରେ ଜ୍ଞାନବାପି ମସଜିଦ ନିର୍ମାଣ କରାଯାଇଥିଲା। ତେବେ କିଛି ଐତିହାସିକ ଏହା ମଧ୍ୟ ବିଶ୍ୱାସ କରନ୍ତି ଯେ ଔରଙ୍ଗଜେବଙ୍କ ନିର୍ଦ୍ଦେଶରେ କାଶୀ ବିଶ୍ୱନାଥ ମନ୍ଦିର ଭାଙ୍ଗିବା କେବଳ ଧାର୍ମିକ ଧର୍ମାନ୍ଧତାର ପରିଣାମ ହୋଇପାରିବ ନାହିଁ । କାରଣ ଏହାର କିଛି ବର୍ଷ ପୂର୍ବରୁ ଔରଙ୍ଗଜେବ ବନାରସର ମନ୍ଦିରଗୁଡ଼ିକୁ ବହୁତ ଦାନ କରିଥିଲେ ।
ଏବେ ପ୍ରଶ୍ନ ଉଠୁଛି ଯେ ଯେତେବେଳେ ଔରଙ୍ଗଜେବ ବିଶ୍ୱନାଥ ମନ୍ଦିରକୁ ଦାନ କରିଥିଲେ, କିଛି ବର୍ଷ ପରେ ଏମିତି କ’ଣ ହେଲା ଯେ ସେ ଦେଶର ସବୁଠାରୁ ଧାର୍ମିକ କେନ୍ଦ୍ର ଭାବେ ପରିଚିତ କାଶୀରେ ଥିବା ହିନ୍ଦୁଙ୍କ ମନ୍ଦିର କୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ପ୍ରଶ୍ନର ଉତ୍ତର ରିଚାର୍ଡ ଇଟନଙ୍କ ପୁସ୍ତକ ‘ଇଣ୍ଡିଆ ଇନ୍ ଦ ପର୍ସିଆନ୍ ଏଜ୍’ରେ ମିଳେ।
ବିଶ୍ୱନାଥ ମନ୍ଦିର ଭାଙ୍ଗିବା ପଛର କାହାଣୀ କ’ଣ?
ବାସ୍ତବରେ ୧୬୬୯ ମସିହାରେ ବନାରସରେ ଔରଙ୍ଗଜେବଙ୍କ ବିରୋଧରେ ବିଦ୍ରୋହ ଆରମ୍ଭ ହୋଇଥିଲା । ଏହି ବିଦ୍ରୋହର ନେତୃତ୍ୱ ଅନ୍ୟ କେହି ନୁହେଁ ବରଂ ଛତ୍ରପତି ଶିବାଜୀ ମହାରାଜଙ୍କ ଦ୍ୱାରା ପ୍ରଭାବିତ ହୋଇଥିବା ସେହି ଜମିଦାରମାନେ ନେଇଥିଲେ । ସେହି ସମୟରେ ଛତ୍ରପତି ଶିବାଜୀ ମହାରାଜ ଔରଙ୍ଗଜେବଙ୍କ ପାଇଁ ଏକ ବଡ଼ ସମସ୍ୟା ଥିଲେ। ସେ ଏକ ସ୍ୱାଧୀନ ମରାଠା ରାଜ୍ୟ ପାଇଁ ଲଢୁଥିଲେ । ଏହି ପ୍ରୟାସରେ ସେ ମୋଗଲମାନଙ୍କ ଅଞ୍ଚଳରେ ଅନେକ ଆକ୍ରମଣ କରିଥିଲେ ।
ଅନେକ ଐତିହାସିକଙ୍କ ମତରେ ଏହି ବିଦ୍ରୋହରେ କ୍ରୋଧିତ ହୋଇ ଔରଙ୍ଗଜେବ ବନାରସର ମନ୍ଦିର ଗୁଡ଼ିକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲେ। ରିଚାର୍ଡ ଇଟନ୍ ତାଙ୍କ ପୁସ୍ତକରେ ଲେଖିଛନ୍ତି, “ଔରଙ୍ଗଜେବ ତାଙ୍କ କ୍ରମରେ କାଶୀ ବିଶ୍ୱନାଥଙ୍କୁ ବାଛିଥିଲେ କାରଣ ଏହା ରାଜା ମାନ ସିଂହଙ୍କ ଦ୍ୱାରା ନିର୍ମିତ ହୋଇଥିଲା । ରାଜା ମାନ ସିଂହଙ୍କ ନାତି ଛତ୍ରପତି ଶିବାଜୀ ମହାରାଜଙ୍କୁ ଔରଙ୍ଗଜେବଙ୍କ କବଳରୁ ଖସି ଯିବାରେ ସାହାଯ୍ୟ କରିଥିବା ନେଇ ଔରଙ୍ଗଜେବଙ୍କୁ ସୂଚନା ମିଳିଥିଲା। ତେଣୁ ଔରଙ୍ଗଜେବ କାଶୀ ବିଶ୍ୱନାଥଙ୍କୁ ଆକ୍ରମଣ କରି ରାଜା ମାନ ସିଂହଙ୍କ ପରିବାରଠାରୁ ପ୍ରତିଶୋଧ ନେବାକୁ ଯୋଜନା କରିଥିଲେ। ଏହି ସମୟରେ ମନ୍ଦିର ଭାଙ୍ଗି ଯାଇଥିଲା। ଅନେକ ଲୋକଙ୍କୁ ଅତି ନିର୍ମମ ଭାବେ ହତ୍ୟା ମଧ୍ୟ କରାଯାଇଥିଲା।