ହଜାରେ ମହିଳାଙ୍କ ସହ ସମ୍ପର୍କ ରଖିଥିବା ଶେନ ୱାର୍ଣ୍ଣଙ୍କ ସମ୍ପତ୍ତି କାହାକୁ ମିଳିଥିଲା ?

ଶେନ୍ ୱାର୍ଣ୍ଣଙ୍କୁ ବିଶ୍ୱର ସର୍ବଶ୍ରେଷ୍ଠ ବୋଲରଙ୍କ ମଧ୍ୟରେ ଗଣନା କରାଯାଏ। କ୍ରିକେଟ୍ ପଡ଼ିଆରେ ଅପାର ଲୋକପ୍ରିୟତା ହାସଲ କରିଥିବା ଏହି ଖେଳାଳି ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ବହୁତ ଚର୍ଚ୍ଚିତ। ବିଶ୍ୱର ଶ୍ରେଷ୍ଠ ସ୍ପିନରମାନଙ୍କ ମଧ୍ୟରୁ ଜଣେ ଶେନ୍ ୱାର୍ଣ୍ଣ । ଏହି ଅଷ୍ଟ୍ରେଲିଆର ଖେଳାଳି ଦୁନିଆ ଛାଡିବାର ଆଜି ତିନି ବର୍ଷ ପୁରିଛି। ୨୦୨୨ ମସିହାର ମାର୍ଚ୍ଚ ୪ ତାରିଖରେ ଥାଇଲ୍ୟାଣ୍ଡରେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା। ୱାର୍ଣ୍ଣଙ୍କ ଆକସ୍ମିକ ମୃତ୍ୟୁ କେବଳ କ୍ରିକେଟ ଜଗତକୁ ନୁହେଁ ବରଂ ସମଗ୍ର ବିଶ୍ୱକୁ ଦୋହଲାଇ ଦେଇଥିଲା। କ୍ରିକେଟ୍ ପଡ଼ିଆରେ ଖୁବ ନାମ କମାଇଥିବା  ଶେନ୍ ୱାର୍ଣ୍ଣ ତାଙ୍କ ବ୍ୟକ୍ତିଗତ ଜୀବନରେ ବହୁତ ରଙ୍ଗୀନ ଥିଲେ। ଏହି କାରଣରୁ ତାଙ୍କର ୧୦ ବର୍ଷର ବିବାହ ମଧ୍ୟ ଭାଙ୍ଗି ଯାଇଥିଲା ତାଙ୍କର ହଜାର ହଜାର ମହିଳାଙ୍କ ସହ ସମ୍ପର୍କ ଥିଲା ବୋଲି ମଧ୍ୟ ଶୁଣିବାକୁ ମଳିଥିଲା ।

କାହିଁକି ଭାଙ୍ଗିଥିଲା ୧୦ ବର୍ଷର ସମ୍ପର୍କ ?

ଶେନ୍ ୱାର୍ଣ୍ଣ ୧୩ ସେପ୍ଟେମ୍ବର ୧୯୬୯ରେ ଅଷ୍ଟ୍ରେଲିଆରେ ଜନ୍ମଗ୍ରହଣ କରିଥିଲେ। ସେ ୧୯୯୫ ମସିହାରେ ସିମୋନ କାଲାହାନଙ୍କୁ ବିବାହ କରିଥିଲେ। ସେମାନେ ଦୁହେଁ ତିନୋଟି ସନ୍ତାନର ପିତାମାତା ହୋଇଥିଲେ । ଦୁଇ ଝିଅ ସମର ଏବଂ ବ୍ରୁକ ଏବଂ ଗୋଟିଏ ପୁଅ, ଜ୍ୟାକସନ ୱାର୍ଣ୍ଣ। କିନ୍ତୁ ୧୦ ବର୍ଷ ପରେ, ୨୦୦୫ ମସିହାରେ, ୱାର୍ଣ୍ଣ ଏବଂ ସିମୋନଙ୍କ ମଧ୍ୟରେ ଛାଡପତ୍ର ହୋଇଥିଲା। ୨୦୦୫ ମସିହାରେ ଆଶେସ୍ ସିରିଜ୍ ପୂର୍ବରୁ ସିମୋନ୍ ଜାଣିବାକୁ ପାଇଥିଲେ ଯେ ୱାର୍ଣ୍ଣଙ୍କର ଅନ୍ୟ କାହା ସହିତ ସମ୍ପର୍କ ଅଛି। ତାଙ୍କ ନାମ ଲୌରା ସେୟର୍ସ ଏବଂ କେରି କୋଲିମୋର ନାମକ ମହିଳାଙ୍କ ସହିତ ଯୋଡା ଯାଇଥିଲା। ଏହା ପରେ ୱାର୍ଣ୍ଣ ଏବଂ ସିମୋନ ଅଲଗା ହୋଇଗଲେ।

୧୦୦୦ ମହିଳାଙ୍କ ସହ ଥିଲା ସମ୍ପର୍କ….

୨୦୧୧ ମସିହାରେ ୱାର୍ଣ୍ଣଙ୍କ ନାମ ବ୍ରିଟିଶ ଅଭିନେତ୍ରୀ ଏଲିଜାବେଥ ହର୍ଲିଙ୍କ ସହ ଯୋଡା ଯାଇଥିଲା। ୨୦୧୧ ମସିହାରେ, ଏଲିଜାବେଥ ଅରୁଣ ନାୟାରଙ୍କ ଠାରୁ ଛାଡପତ୍ର ନେଇଥିଲେ। ଏହା ପରେ ୱାର୍ଣ୍ଣ ଏବଂ ଏଲିଜାବେଥ ନିର୍ବନ୍ଧ କଲେ। କିନ୍ତୁ ପରେ ଖବର ଆସିଲା ଯେ ୱାର୍ଣ୍ଣଙ୍କର ବ୍ରିଟିଶ ପର୍ଣ୍ଣ ଷ୍ଟାର କ୍ଲୋଇ କୋରାଡଙ୍କ ସହ ମଧ୍ୟ ସମ୍ପର୍କ ଥିଲା। ଏହା ପରେ, ଏଲିଜାବେଥ ଏବଂ ୱାର୍ଣ୍ଣ ମଧ୍ୟ ଅଲଗା ହୋଇଗଲେ। ଶେନ୍ ୱାର୍ଣ୍ଣଙ୍କ ଏହି ରଙ୍ଗୀନ ସ୍ୱଭାବ ତାଙ୍କ ବ୍ୟକ୍ତିଗତ ଜୀବନରେ ଅନେକ ଉତ୍ଥାନ-ପତନ ଆଣିଥିଲା। ୨୦୦୬ ମସିହାରେ, ସାମ୍ବାଦିକ ପଲ ବାରି ତାଙ୍କ ପୁସ୍ତକ ‘ସ୍ପୁନ୍ ଆଉଟ୍’ରେ ୱାର୍ଣ୍ଣଙ୍କ ବିଷୟରେ ଏକ ଦାବି କରି ହଇଚଇ ସୃଷ୍ଟି କରିଥିଲେ। ସେ ଲେଖିଥିଲେ, ‘ସେନ୍ ୱାର୍ଣ୍ଣଙ୍କର ୧୦୦୦ ମହିଳାଙ୍କ ସହ ସମ୍ପର୍କ ଥିଲା କିନ୍ତୁ ସେ କେବଳ ୫ ଥର ଧରାପଡ଼ିଥିଲେ।’

କିଏ ହେଲା ଶେନ୍ ୱାର୍ଣ୍ଣଙ୍କ ଉତ୍ତାରାଧିକାରି?

ୱାର୍ଣ୍ଣ ତାଙ୍କ ସମ୍ପୂର୍ଣ୍ଣ ପରିବାର ଏବଂ କୋଟି କୋଟି ଟଙ୍କାର ସମ୍ପତ୍ତି ଛାଡିଯାଇଛନ୍ତି। ୱାର୍ଣ୍ଣ ତାଙ୍କ ଦୀର୍ଘ ବର୍ଷର କ୍ୟାରିୟର ମଧ୍ୟରେ ପ୍ରଚୁର ପରିମାଣର ସମ୍ପତ୍ତି ସଂଗ୍ରହ କରିଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସେ ୧୭୧ କୋଟି ଟଙ୍କାର ସମ୍ପତ୍ତିର ମାଲିକ ଥିଲେ। ତାଙ୍କ ମୃତ୍ୟୁ ପରେ, ଭିକ୍ଟୋରିଆର ସୁପ୍ରିମକୋର୍ଟ ତାଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତିକୁ ତାଙ୍କ ତିନି ସନ୍ତାନ ଜ୍ୟାକସନ, ବ୍ରୁକ ଏବଂ ସମରଙ୍କ ମଧ୍ୟରେ ୩୧ ପ୍ରତିଶତ ବାଣ୍ଟିବାକୁ ନିଷ୍ପତ୍ତି ନେଇଥିଲେ। ବାକି ସମ୍ପତ୍ତି ୱାର୍ଣ୍ଣଙ୍କ ଭାଇଙ୍କ ପରିବାର ଉତ୍ତରାଧିକାରୀ ଭାବରେ ପାଇଥିଲେ।

କେମିତି ଥିଲା ୱାର୍ଣ୍ଣଙ୍କ କ୍ରିକେଟ କ୍ୟାରିଅର…

ଶେନ୍ ୱାର୍ଣ୍ଣ ୧୪୫ଟି ଟେଷ୍ଟ ମ୍ୟାଚ୍ ଖେଳି ମୋଟ ୭୦୮ଟି ୱିକେଟ୍ ନେଇଥିଲେ। ସେ ଟେଷ୍ଟରେ ଦ୍ୱିତୀୟ ସର୍ବାଧିକ ୱିକେଟ୍ ନେଇଥିବା ବୋଲର। ଏକଦିବସୀୟ ମ୍ୟାଚ୍ରେ ସେ ୧୯୪ଟି ମ୍ୟାଚ୍ ଖେଳି ୨୯୩ଟି ୱିକେଟ୍ ନେଇଥିଲେ। ଏହା ବ୍ୟତୀତ ଏହି କିମ୍ବଦନ୍ତୀ ଖେଳାଳି ଆଇପିଏଲ ମଧ୍ୟ ଖେଳିଥିଲେ।  ସେ ରାଜସ୍ଥାନ ରୟାଲସ ପାଇଁ ଆଇପିଏଲ ମ୍ୟାଚ ଖେଳି ସେ ୫୫ ମ୍ୟାଚ୍ରୁ ୫୭ ୱିକେଟ୍ ନେଇଥିଲେ।

Leave a Reply

Your email address will not be published. Required fields are marked *