
ପାକିସ୍ତାନ ଅଧିନାୟକ ମହମ୍ମଦ ରିଜୱାନ ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି । ନିକଟରେ ରିଜୱାନଙ୍କ ନେତୃତ୍ୱରେ ପାକିସ୍ତାନୀ ଟିମ୍ ଚମ୍ପିଆନ୍ସ ଟ୍ରଫିରୁ ଲଜ୍ଜାଜନକ ଭାବେ ବିଦାୟ ନେଇଛି । ପାକିସ୍ତାନୀ ଟିମ୍ ଚାମ୍ପିୟନ୍ସ ଟ୍ରଫିର ପ୍ରଥମ ରାଉଣ୍ଡରୁ ବାଦ୍ ପଡ଼ିବା ପାକିସ୍ତାନୀଙ୍କୁ ବ୍ୟଥିତ କରିଥିବା ବେଳେ ଖେଳ ବାଦ ଅଲଗା ବିଷୟକୁ ନେଇ ଏବେ ପାକିସ୍ତାନୀ ଟିମ୍ ଓ ଏହାର କ୍ୟାପ୍ଟେନ ଚର୍ଚ୍ଚାରେ ଅଛନ୍ତି । ନିକଟରେ ପାକିସ୍ତାନ ଓପନର ଇମାମ-ଉଲ-ହକଙ୍କ ପଡକାଷ୍ଟର ଏକ କ୍ଲିପ୍ ଭାଇରାଲ ହୋଇଥିଲା। ଏହି କ୍ଲିପ୍ ରେ ସେ ରିଜୱାନଙ୍କ ବିଷୟରେ ବହୁତ କିଛି କହୁଛନ୍ତି । ରିଜୱାନଙ୍କ ସହ ଜଡ଼ିତ ଏଭଳି ଆଉ ଏକ କାହାଣୀ ହେଉଛି ସେ ପିଏସଏଲରେ ଖେଳାଳିଙ୍କୁ କୁରାନ ବଣ୍ଟନ କରିଥିଲେ । ଉଦ୍ଦେଷ୍ୟ ଥିଲା ଇସଲାମର ପ୍ରଚାର ।
ରିଜୱାନ କାହାକୁ ଦେଇଥିଲେ କୁରାନ ଉପହାର ?
ମହମ୍ମଦ ରିଜୱାନ ଥରେ ମାଥ୍ୟୁ ହେଡେନଙ୍କୁ ଉପହାର ସ୍ୱରୂପ କୋରାନ ଉପହାର ଦେଇଥିଲେ । ହେଡେନ୍ ନିଜେ ଥରେ କହିଥିଲେ ଯେ ସେ ପ୍ରତିଦିନ ଏହି ପବିତ୍ର ପୁସ୍ତକର ଇଂରାଜୀ ଅନୁବାଦ ପଢ଼ୁଥିଲେ। “ଆମେ ଅଧଘଣ୍ଟା ଧରି କୁରାନ ବିଷୟରେ କଥା ହୋଇଥିଲୁ। ରିଜଜୀ (ରିଜୱାନ) ମୋର ପ୍ରିୟ ଲୋକମାନଙ୍କ ମଧ୍ୟରୁ ଜଣେ, ସେ ବହୁତ ଚମତ୍କାର ବ୍ୟକ୍ତି | ବାବର ଆଜମ ମଧ୍ୟ ଜଣେ ବହୁତ ଭଲ ଖେଳାଳି ଏବଂ ବହୁତ ଭଲ ବ୍ୟକ୍ତି ଅଟନ୍ତି । ‘
ହେଡେନ୍ କହିଥିଲେ ଯେ ପାକିସ୍ତାନ ଦଳର ଡ୍ରେସିଂ ରୁମ୍ ରେ ଧର୍ମ ପ୍ରତି ଗଭୀର ସମର୍ପଣ ଏବଂ ବିଶ୍ୱାସ ରହିଛି। ହେଡେନ ମଧ୍ୟ ଏକ ଘଟଣା ବିଷୟରେ ଉଲ୍ଲେଖ କରିଛନ୍ତି। ମୁଁ ଜଣେ ଖ୍ରୀଷ୍ଟିଆନ, ମୁଁ ଖ୍ରୀଷ୍ଟିଆନ ଧର୍ମରେ ବିଶ୍ୱାସ କରେ, କିନ୍ତୁ ମୁଁ ଇସଲାମକୁ ବୁଝିବାକୁ ଚାହେଁ । ଭଗବାନ ଓ ଆଲ୍ଲା ସମସ୍ତେ ଏକ। ଜଣେ ଯୀଶୁ ଖ୍ରୀଷ୍ଟଙ୍କୁ ଅନୁସରଣ କରେ ଏବଂ ଅନ୍ୟଜଣେ ମହମ୍ମଦଙ୍କୁ ଅନୁସରଣ କରେ । ‘
ପାକ୍ କ୍ରିକେଟର ଧର୍ମାନ୍ଧତା ପାଇଁ ଜଣାଶୁଣା
ଅନେକ ପାକିସ୍ତାନୀ କ୍ରିକେଟର ଅଣମୁସଲମାନମାନଙ୍କ ବିରୋଧରେ ସାମ୍ପ୍ରଦାୟିକ କଠୋରତା ପାଇଁ ଜଣାଶୁଣା ବୋଲି ଅନେକ ଥର ଖବର ସାମ୍ନାକୁ ଆସିଛି । ୱାକର ୟୁନିସ୍, ସୋଏବ ଅଖତର, ସଇଦ ଅନଓ୍ଵାର, ମହମ୍ମଦ ୟୁସୁଫଙ୍କ ଭଳି ଅନେକ କ୍ରିକେଟର ଅଣମୁସଲମାନଙ୍କ ବିରୋଧରେ ସାମ୍ପ୍ରଦାୟିକ ମନ୍ତବ୍ୟ ଦେଇଛନ୍ତି। ଏହାବ୍ୟତୀତ ପୂର୍ବତନ କ୍ରିକେଟର ଦାନିଶ କନେରିଆ ହିନ୍ଦୁ ହୋଇଥିବାରୁ ଦଳରେ ଅନେକ ଥର ଅସଦାଚରଣ କରାଯାଇଥିବା ମଧ୍ୟ ସାମ୍ନାକୁ ଆସିଛି।