ପ୍ରଳୟ ପରେ ଖୋଲିବ ଏହି ଟ୍ରେଜେରି,ଯେଉଁଥିରେ ଅଛି ମାନବ ସଭ୍ୟତାକୁ ଜୀବିତ ରଖିବାର ଚାବି

ଟ୍ରେଜେରି ବା ସିନ୍ଦୁକ ଶବ୍ଦଟି ଶୁଣିବା ମାତ୍ରେ ଆମ ମନକୁ ଏକ ଚିତ୍ର ଆସେ ଯେଉଁଥିରେ ବହୁତ ସୁନା, ରୂପା ଏବଂ ଟଙ୍କା ରଖାଯାଇଥାଏ। ସମସ୍ତଙ୍କ ଘରେ ଛୋଟ କିମ୍ବା ବଡ଼ ସିନ୍ଦୁକ ଥାଏ। ଯେଉଁଠାରେ ଘରର ମୂଲ୍ୟବାନ ଜିନିଷପତ୍ର ରଖାଯାଏ। କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ସିନ୍ଦୁକ ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ମଣିଷକୁ ଜୀବିତ ରଖିବା ପାଇଁ ଆବଶ୍ୟକ ସମ୍ପଦ ରହିଛି। ଏହି ସିନ୍ଦୁକ କେଉଁଠାରେ ଅଛି ଜାଣନ୍ତୁ।

କେଉଁଠି ଅଛି ଏହି ସିନ୍ଦୁକ ?

ଘରେ ଏକ ସିନ୍ଦୁକ ରଖିବା ସାଧାରଣ କଥା। କାରଣ ମୂଲ୍ୟବାନ ଜିନିଷଗୁଡ଼ିକୁ କେବଳ ସିନ୍ଦୁକରେ ସୁରକ୍ଷିତ ରଖାଯାଏ। କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ବିଶ୍ୱରେ ଡୁମ୍ସଡେ ଭୋଲ୍ଟ ନାମକ ଏକ ସିନ୍ଦୁକ ଅଛି। ଏହି ସିନ୍ଦୁକକୁ ଡୁମ୍ସଡେ ସିନ୍ଦୁକ ମଧ୍ୟ କୁହାଯାଏ। ଏହା ମଧ୍ୟ କୁହାଯାଏ ଯେ ଏଥିରେ ଏମିତି ଧନ ଅଛି ଯାହା ମାନବ ସଭ୍ୟତାକୁ ଜୀବିତ ରଖି ପାରିବ। ଆଉ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଏହି ସିନ୍ଦୁକ ସେତେବେଳ ଖୋଲାଯିବ,ଯେତେବେଳେ ଦୁନିଆ ପରମାଣୁ ଯୁଦ୍ଧ କିମ୍ବା ଅନ୍ୟକୌଣସି ପ୍ରାକୃତିକ କାରଣରୁ ପାଖାପାଖି ଧ୍ୱଂସ ହୋଇ ଯାଇଥିବ। ମାନେ ପ୍ରଳୟ ପରେ ଖୋଲିବ  ଏହି ସିନ୍ଦୁକର ତାଲା । ଡୁମସ୍ ଡେ ନାମକ ଏହି ଭଣ୍ଡାରକୁ ନରୱେରେ ବହୁତ କମ ତାପମାତ୍ରାରେ ରଖାଯାଇଛି, ଯାହା ଉପରେ ୧୦୦ଟି ଦେଶଙ୍କ ଦାବି ରହିଛି।

ପୃଥିବୀରେ ବିପର୍ଯ୍ୟୟ କେବେ ଆସିଥିଲା ?

ଏବେ ପ୍ରଶ୍ନ ହେଉଛି ପୃଥିବୀରେ ସର୍ବନାଶ କେବେ ଆସିବ ଏବଂ ଏହା ଶେଷ ଥର ପାଇଁ କେବେ ଆସିଥିଲା। ସୂଚନା ଅନୁଯାୟୀ, ଶେଷ ମହାପ୍ରଳୟ ପ୍ରାୟ ୬୫ ନିୟୁତ ବର୍ଷ ପୂର୍ବେ ଘଟିଥିଲା, ଯେଉଁଥିରେ ପୃଥିବୀରୁ ଡାଇନୋସର ସମେତ ଅନେକ ପ୍ରଜାତି ଲୋପ ପାଇଯାଇଥିଲା। ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ପୃଥିବୀରେ ଷଷ୍ଠ ବିପର୍ଯ୍ୟୟ ମଧ୍ୟ ଖୁବ୍ ଶୀଘ୍ର ଆସିବ। ଯେତେବେଳେ ପୃଥିବୀରେ କୌଣସି ବିପର୍ଯ୍ୟୟ ଘଟେ, ସେତେବେଳେ ମଣିଷ, କବକ, ଉଦ୍ଭିଦ, ଜୀବାଣୁ, ସରୀସୃପ, ପକ୍ଷୀ ଏବଂ ମାଛ ଇତ୍ୟାଦି ସମସ୍ତଙ୍କ ବିଲୁପ୍ତ ହେବାର ଆଶଙ୍କା ଥାଏ। ତଥାପି, ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ଷଷ୍ଠ ପ୍ରଳୟ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଘଟିବ ।

ଏହି ସିନ୍ଦୁକ କାହିଁକି ସ୍ୱତନ୍ତ୍ର?

ଆପଣଙ୍କୁ କହି ରଖୁଛୁ ଯେ ଆର୍କଟିକ୍ ସାଗର ନିକଟରେ ନରୱେର ସ୍ପିଟସବର୍ଗେନ ଦ୍ୱୀପରେ ଅବସ୍ଥିତ ଏହି ଡୁମସ ଡେ ଭୋଲ୍ଟକୁ ଗ୍ଲୋବାଲ୍ ସିଡ୍ ଭୋଲ୍ଟ ମଧ୍ୟ କୁହାଯାଏ। ସୂଚନା ଅନୁଯାୟୀ, ଏହା ଉତ୍ତର ମେରୁ ନିକଟରେ ଅଛି, ଯେଉଁଥିପାଇଁ ଏହା ସର୍ବଦା ବହୁତ ଥଣ୍ଡା ରହିଥାଏ। ଏହି ଭଣ୍ଡାରଟି ନରୱେର ଏକ ଦ୍ୱୀପରେ ଏକ ପର୍ବତ ତଳେ ପ୍ରାୟ ୪୦୦ଫୁଟ ଗଭୀରରେ ନିର୍ମିତ ହୋଇଛି। ସୂଚନା ଅନୁଯାୟୀ, ଭଣ୍ଡାରରେ ପହଞ୍ଚିବା ପାଇଁ ପ୍ରଥମେ ଏକ କଂକ୍ରିଟ୍ ସୁଡ଼ଙ୍ଗ ଦେଇ ଯିବାକୁ ପଡିବ। ଏହା ପରେ, ଏକ ବହୁତ ସୁଦୃଢ଼ କୋଠରୀ ସାମ୍ନାକୁ ଆସିବ। ଏହି ଚାମ୍ବରରେ 3ଟି ଭଣ୍ଡାର ନିର୍ମିତ ହୋଇଛି, ପ୍ରତ୍ୟେକଟିରେ ଲକ୍ଷ ଲକ୍ଷ ବିହନ ସଂରକ୍ଷଣ କରାଯାଇଛି।  ଏଥିରେ ୬୯% ଶସ୍ୟ, ୯% ଡାଲି ଏବଂ ଫଳ ଏବଂ ପନିପରିବାର ବିହନ ରହିଛି। ଏଥିରେ ଅନେକ ଔଷଧୀୟ ଗୁଳ୍ମର  ବିହନ ମଧ୍ୟ ସଂରକ୍ଷିତ ରଖାଯାଇଛି। ଚିକିତ୍ସା ବିଜ୍ଞାନ ଦୃଷ୍ଟିକୋଣରୁ, ଏଠାରେ ଅଫିମ ଭଳି ନିଶାର ବିହନ ମଧ୍ୟ ସଂରକ୍ଷିତ ରହିଛି।

Leave a Reply

Your email address will not be published. Required fields are marked *