FBI, RAW ଓ ମୋସାଦ ମଧ୍ୟରୁ କାହାର ମୁଖ୍ୟ ସବୁଠାରୁ ଶକ୍ତିଶାଳୀ ?

ଗୋଟିଏ ଦେଶକୁ ସୁରକ୍ଷିତ ରଖିବା ପାଇଁ ଅନେକ ଜିନିଷର ଆବଶ୍ୟକତା ରହିଥାଏ । ଯେଉଁଥିରେ ସେନା ସହ ଗୁଇନ୍ଦା ଏଜେନ୍ସି ମଧ୍ୟ ରହିଛନ୍ତି । ଭାରତର ରିସର୍ଚ୍ଚ ଆନାଲିସିସ୍ ୱିଙ୍ଗ ବା RAW ବାହ୍ୟ ଗୁଇନ୍ଦା ଏଜେନ୍ସି । ର’ ଦେଶ ବାହାରେ ଅପରେଟ୍ କରିଥାଏ । ଆଇବି ବା ଇଣ୍ଟେଲିଜେନ୍ସ ବ୍ୟୁରୋ ଦେଶର ସୀମାଠାରୁ ୫୦ କିଲୋମିଟର ବାହାର ଅପରେଟ୍ କରୁଥିବା ବେଳେ ର’ ପୃଥିବୀର ଯେକୌଣସି ଦେଶରେ ଅପରେଟ୍ କରିଥାଏ । ସିଧା ଅର୍ଥରେ ଆଇବି ପାକିସ୍ତାନ,ନେପାଳ,ଭୁଟାନ ଓ ବାଂଲାଦେଶ ଭଳି ପଡ଼ୋଷୀ ଦେଶର ସୀମାଠାରୁ ୫୦ କିମି ଭିତରେ ଅପରେଟ୍ କରିଥାଏ । ଭାରତର ର’ ଭଳି  ପାକିସ୍ତାନରେ ଇଣ୍ଟର ସର୍ଭିସେସ୍ ଇଣ୍ଟେଲିଜେନ୍ସ (ଆଇଏସ୍ ଆଇ) ରହିଛି। ଅନ୍ୟପକ୍ଷରେ ଆମେରିକା ପାଖରେ ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସି ଅର୍ଥାତ୍ ସିଆଇଏ ଓ ଫେଡେରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ ଅର୍ଥାତ୍ ଏଫବିଆଇ ରହିଛି।

ଏହାବ୍ୟତୀତ ଇସ୍ରାଏଲର ଗୁଇନ୍ଦା ସଂସ୍ଥାର ନାଁ ହେଉଛି ମୋସାଦ। ଯାହା କି ପ୍ରତିଦିନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ସବୁ ଗୁଇନ୍ଦା ସଂସ୍ଥାର ନେତୃତ୍ୱ ନେଉଛନ୍ତି ସେମାନଙ୍କ ମୁଖ୍ୟ । ଅଧିକାଂଶ ସମୟରେ ଅନେକ ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି, କେଉଁ ଏଜେନ୍ସି ସବୁଠାରୁ ଶକ୍ତିଶାଳୀ

କେଉଁ ଏଜେନ୍ସି ମୁଖ୍ୟ ସବୁଠାରୁ ଶକ୍ତିଶାଳୀ?

ଏଫବିଆଇ, ର’ ବା ମୋସାଦ ନାମକ ଏହି ତିନୋଟି ଏଜେନ୍ସିର କାମ ହେଉଛି ନିଜ ଦେଶକୁ ସୁରକ୍ଷା ଦେବା ଏବଂ ଦେଶର ଶତ୍ରୁଙ୍କୁ ଚିହ୍ନଟ କରିବା । ଦେଶ ବିରୋଧରେ ଯେକୌଣସି ପ୍ରକାର ବିପଦକୁ ଦୂର କରିବାକୁ ଏମାନେ କାମ କରିଥାନ୍ତି। ଏହି ତିନୋଟି ଏଜେନ୍ସି ନିଜ ନିଜ ମୁଖ୍ୟଙ୍କ ନିର୍ଦ୍ଦେଶ ଆଧାରରେ କାମ କରନ୍ତି । କିନ୍ତୁ ଏହି ତିନୋଟି ଏଜେନ୍ସି ମଧ୍ୟରୁ କେଉଁ ଏଜେନ୍ସିର ମୁଖ୍ୟ ସବୁଠାରୁ ଶକ୍ତିଶାଳୀ? ଏହା ସିଧାସଳଖ କହିହେବ ନାହିଁ। କାରଣ ଦେଖିଲେ ସିଧାସଳଖ ଏଜେନ୍ସି ଆଧାରରେ ମୁଖ୍ୟଙ୍କ ଶକ୍ତି ଆକଳନ କରାଯାଇପାରିବ।

ତିନୋଟି ଭିନ୍ନ ଭିନ୍ନ କ୍ଷେତ୍ରରେ ଆଗୁଆ

ଏଫବିଆଇ, ର’ କିମ୍ବା ମୋସାଦ ବିଷୟରେ କହିବାକୁ ଗଲେ ଏହି ତିନୋଟି ଗୁଇନ୍ଦା ଏଜେନ୍ସିର ଭିନ୍ନ ଭିନ୍ନ ଅଧିକାର ରହିଛି। ଏଫବିଆଇ ମୁଖ୍ୟ ଆମେରିକା ଭିତରେ ଅଧିକ ଶକ୍ତିଶାଳୀ । କିନ୍ତୁ ଅନ୍ତର୍ଜାତୀୟ ସ୍ତରରେ ଏହାର କ୍ଷମତା ସୀମିତ ରହିଛି। ଏଥିସହ ର’ ଓ ମୋସାଦ୍ ସମଗ୍ର ବିଶ୍ୱରେ ଅପରେସନ୍ କରିପାରିବେ। ର’ର ମୁଖ୍ୟ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କ ଅଧୀନରେ ଅଛନ୍ତି। ସେହିଭଳି ମୋସାଦର ମୁଖ୍ୟ ଇସ୍ରାଏଲ ର ପ୍ରଧାନମନ୍ତ୍ରୀଙ୍କ ଅଧୀନରେ ଅଛନ୍ତି । ପରିସର ଅନୁଯାୟୀ, ର’ ଏବଂ ମୋସାଦ ମୁଖ୍ୟମାନେ ଏଫବିଆଇ ମୁଖ୍ୟଙ୍କ ତୁଳନାରେ ଅଧିକ ଶକ୍ତିଶାଳୀ ଅଟନ୍ତି । କିନ୍ତୁ ଅନ୍ତର୍ଜାତୀୟ ସ୍ତରରେ ଏହା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ହୋଇଥିବାରୁ ଏଫବିଆଇର ମୁଖ୍ୟ ମଧ୍ୟ ଏହି ଆଧାରରେ ଆପେ ଆପେ ଶକ୍ତିଶାଳୀ ହୋଇଯାଆନ୍ତି ।

ତିନି ଟି ଏଜେନ୍ସିର ମୁଖ୍ୟଙ୍କ ନାମ

ଡୋନାଲ୍ଡ ଟ୍ରମ୍ପ ଆମେରିକାରେ କ୍ଷମତାକୁ ଫେରିଛନ୍ତି । ସେ ଭାରତୀୟ ବଂଶୋଦ୍ଭବ କାଶ ପଟେଲଙ୍କୁ ଏସବିଆଇସିଇଓ ଭାବେ ନିଯୁକ୍ତ କରିଛନ୍ତି । ରବି ସିହ୍ନା ହେଉଛନ୍ତି ଭାରତର ରିସର୍ଚ୍ଚ ଆନାଲିସିସ୍ ୱିଙ୍ଗ୍ (ର’)ର ମୁଖ୍ୟ। ଆନ୍ୟପକ୍ଷରେ ଇସ୍ରାଏଲର ଗୁଇନ୍ଦା ଏଜେନ୍ସି ମୋସାଦର ମୁଖ୍ୟ ହେଉଛନ୍ତି ଡେଭିଡ୍ ବାର୍ନିଆ ।

Leave a Reply

Your email address will not be published. Required fields are marked *