ପୂର୍ବତନ ଭାରତୀୟ କ୍ରିକେଟର ହରଭଜନ ସିଂହ ସୋସିଆଲ ମିଡିଆରେ ବେସ୍ ସକ୍ରୀୟ। ସେ ପ୍ରାୟତଃ କିଛି ନା କିଛି ସୋସିଆଲ ମିଡିଆରେ ଲେଖିଥାନ୍ତି। ନିକଟରେ ପାକିସ୍ତାନ ଉପରେ ଭାରତର ବିଜୟକୁ ମଧ୍ୟ ସେ ସୋସିଆଲ ମିଡିଆରେ ସେଲିବ୍ରେଟ୍ କରିଥିଲେ। ସେ ଏକ ଟ୍ୱିଟ୍ କରିଥିଲେ ଯେ, ଇଣ୍ଡିଆ ବିଜୟର ଉତ୍ସବ। ତାଙ୍କର ଏହି ଟ୍ୱିଟ୍ ଉପରେ ଜଣେ ୟୁଜର୍ସ କମେଣ୍ଟ କରିବାକୁ ଯାଇ ହିନ୍ଦି କମେଣ୍ଟ୍ରୀକୁ ମଝିକୁ ଟାଣିଥିଲେ। ସେ ଲେଖିଥିଲେ ଯେ,ଏହି ସୁନ୍ଦର ଗ୍ରହରେ ହିନ୍ଦି କମେଣ୍ଟ୍ରୀ ହେଉଛି ସବୁଠାରୁ ଘଟିଆ ଜିନିଷ ମଧ୍ୟରୁ ଗୋଟିଏ। ଭଜି ୟୁଜର୍ସଙ୍କ ଏହି ମନ୍ତବ୍ୟକୁ ସହଜରେ ନେଇନଥିଲେ। ଉଭୟଙ୍କ ମଧ୍ୟରେ ଏହାକୁ ନେଇ କଥା କଟାକଟି ହୋଇଥିଲା। ଯାହାକୁ ନେଇ ଭଜ୍ଜି ଥାନାରେ ଏତଲା ଦେଇଛନ୍ତି।
ହରଭଜନ ସିଂଙ୍କ ଜୋରଦାର ଲଢ଼େଇ
ଏହି ୟୁଜରଙ୍କୁ ଜବାବ ଦେଇ ହରଭଜନ ଲେଖିଥିଲେ ଯେ, ‘ବାଃରେ ଇଂରେଜଙ୍କ ସନ୍ତାନ। ତୁମ ଉପରେ ମୋତେ ଲଜ୍ଜା ଆସୁଛି। ନିଜ ଭାଷା ଶୁଣି ଓ କହି ଜଣକୁ (ଫକ୍ର) ଗର୍ବ ଅନୁଭବ କରିବା କଥା। ଏହାପରେ ରେଣ୍ଡମ ସେନା ନାମକ ଏକ ଆକାଉଣ୍ଟରୁ ଭଜ୍ଜିଙ୍କୁ ଉତ୍ତର ଦେଇ ଲେଖାଯାଇଥିଲା, ହିନ୍ଦୀରେ କାହିଁକି ଲେଖୁ ନାହାନ୍ତି ? ଏମିତିରେ ହିନ୍ଦିରେ ଫକ୍ର ନୁହେଁ ଗର୍ବ। ଉତ୍ତର ଦେଇ ଭଜ୍ଜି ଲେଖିଥିଲେ ଯେ, ‘ତୁମେ ପାଗଳ ଲାଗୁନାହଁ କିନ୍ତୁ ତୁମ ଦିମାଗ ଦୋହଲି ଯାଇଛି, ଠିକ୍ ଭାଇ?
ଭଜ୍ଜିଙ୍କ ପୋଷ୍ଟର ଜବାବରେ ଏହି ୟୁଜର ଲେଖିଥିଲେ ଯେ, ‘ଏହା ଶୁଦ୍ଧ ହିନ୍ଦୀ, ଏବେ ଆପଣ ଅନ୍ୟମାନଙ୍କ ସହ କଥା ହୋଇପାରିବେ। ହରଭଜନ ଏତିକିରେ ଅଟକି ନଥିଲେ ଏବଂ ଏହି ପୋଷ୍ଟର ଉତ୍ତର ଦେଇ ଭଜ୍ଜି ୟୁଜର୍ସଙ୍କ ହିନ୍ଦିରେ ବ୍ୟାକରଣଗତ ଭୁଲ ଦେଖାଇଥିଲେ। ଆଉ କହିଥିଲେ ଯେ,ସେ ଶୀଘ୍ର ଠିକ୍ ହୋଇଯିବେ ବୋଲି ଆଶା। ମାମଲା ଏତିକିରେ ସରିନଥିଲା। ଏହି ୟୁଜର ଜମକ ଇଞ୍ଜାମାମ-ଉଲ-ହକ୍ଙ୍କ ଏକ ପୁରୁଣା ଭିଡିଓ ସେୟାର କରି ବିବାଦକୁ ଅଧିକ ବଢାଇଇଥିଲେ। ଯେଉଁଥିରେ ଇଞ୍ଜାମାମ କହୁଥିଲେ ଯେ ଆମେ ଖେଳୁଥିବା ବେଳେ ଏକ ରୁମ୍ ରିଜର୍ଭ ରଖିଥିଲୁ। ଯେଉଁଥିରେ ଆମେ ପ୍ରାର୍ଥନା କରୁଥିଲୁ। ଦିନେ ଦୁଇ ଦିନ ପରେ ଭାରତୀୟ ମୁସଲମାନ କ୍ରିକେଟର ଏବଂ କିଛି ଭାରତୀୟ ଖେଳାଳି ମଧ୍ୟ ସେଠାକୁ ଆସିବା ଆରମ୍ଭ କଲେ । ମୌଲାନା ପ୍ରାର୍ଥନା ପରେ ଆମ ସହ କଥା ହେଉଥିଲେ। ଦିନେ ହରଭଜନ ମୋତେ କହିଲେ ଯେ ମୁଁ ଭାବୁଛି ମୁଁ ତାଙ୍କ କଥା ମାନିବା ଉଚିତ୍ । ମୁଁ କହିଲି, ‘ଏହାକୁ ଗ୍ରହଣ କର’, ଏବଂ ସେ କହିଲେ, ‘ମୁଁ ତୁମକୁ ଦେଖି ଅଟକିଯାଏ।
ଏହି ପୋଷ୍ଟର ଜବାବରେ ହରଭଜନ ସିଂହ ସେହି ୟୁଜରଙ୍କ ମାନସିକ ଚିକିତ୍ସା ପାଇଁ ପରାମର୍ଶ ଦେଇଥିଲେ। ଏହାପରେ ଭଜ୍ଜୀ ଏହି ୟୁଜରଙ୍କ ଏକ ପୁରୁଣା ପୋଷ୍ଟ ସେୟାର କରିଥିଲେ ଯେଉଁଥିରେ ସେ ଅଯୋଧ୍ୟାର ହିନ୍ଦୁମାନଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଭଜ୍ଜି ଲେଖିଥିଲେ ଯେ, ‘ତୁମେ କେଉଁ ଆଡୁ ଆସିଛ? ଅଯୋଧ୍ୟାର ଆମ ହିନ୍ଦୁ ଭାଇମାନଙ୍କୁ ଖରାପ କହୁଛ। ମୁଁ ସନ୍ଦେହ କରୁଛି ଯେ ତୁମେ ପାଗଳରୁ ଅଧିକ ଦେଶଦ୍ରୋହୀ ହୋଇଥିବ। ଏହାପରେ ଭଜ୍ଜି ଗୋଟିଏ ନୂଆ ପୋଷ୍ଟରେ ଉକ୍ତ ୟୁଜରଙ୍କ ବିରୋଧରେ ଥାନାରେ ଏତଲା ଦେଇଥିବା କଥା ଲେଖିଛନ୍ତି। ସେ ଲେଖିଛନ୍ତି ଯେ, ତୁମେ ବୋଧ ଅନୁପ୍ରବେଶକାରୀ। ତୁମେ ଭାରତୀୟ ବୋଲି ଲାଗୁନାହଁ।
