ଉତ୍ତରପ୍ରଦେଶ ସରକାରଙ୍କ ଖାଦ୍ୟ ନିରାପତ୍ତା ଏବଂ ଔଷଧ ପ୍ରଶାସନ ନଭେମ୍ବର ୨୦୨୩ରେ ହଲାଲ ସାର୍ଟିଫାଏଡ୍ ଉତ୍ପାଦ ଉପରେ ପ୍ରତିବନ୍ଧକ ଲଗାଇଥିଲା। ଏହାକୁ ନେଇ ଜମିୟତ ଉଲେମା-ଏ-ହିନ୍ଦ ହଲାଲ ଟ୍ରଷ୍ଟ ହଲାଲ ଉତ୍ପାଦ ଉପରେ ଲଗାଯାଇଥିବା ପ୍ରତିବନ୍ଧକ ବିରୋଧରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଛି। ଟ୍ରଷ୍ଟ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ନୂଆ ସତ୍ୟପାଠ ଦାଖଲ କରାଯାଇଛି।
ଯେଉଁଥିରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ହଲାଲ ସାର୍ଟିଫିକେସନ ନେଇ ଦେଇଥିବା ମନ୍ତବ୍ୟକୁ ନେଇ ଆପତ୍ତି ଉଠିଛି । ଏହା ଦ୍ୱାରା ହଲାଲ ସାର୍ଟିଫିକେସନ୍ ପ୍ରକ୍ରିୟାକୁ ନେଇ ଆହୁରି ବିବାଦ ସୃଷ୍ଟି ହୋଇଛି ବୋଲି ଟ୍ରଷ୍ଟ କହିଛି। ଆସନ୍ତୁ ଜାଣିବା ହଲାଲ ସାର୍ଟିଫିକେଟ୍ କ’ଣ? ଏବଂ କେଉଁ ଜିନିଷ ପାଇଁ ଜାରି କରାଯାଏ ତଥା ଭାରତରେ ଏହାକୁ କିଏ ଜାରି କରିଥାଏ।
ହଲାଲ ସାର୍ଟିଫିକେଟ୍ କିପରି ପ୍ରଦାନ କରାଯାଏ?
ନିଜ ପ୍ରଡକ୍ଟ ପାଇଁ ହଲାଲ ସାର୍ଟିଫିକେଟ ଚାହୁଁଥିବା କମ୍ପାନୀକୁ ପୂରା ପ୍ରକ୍ରିୟା ଦେଇ ଗତି କରିବାକୁ ପଡିଥାଏ। ଏହି ପ୍ରକ୍ରୀୟା ଶେଷରେ କମ୍ପାନୀକୁ ହଲାଲ ସାର୍ଟିଫିକେଟ୍ ମିଳିଥାଏ। ଏଥିପାଇଁ କଂପାନିକୁ ଏକ ଅଧିକୃତ ହଲାଲ ସାର୍ଟିଫିକେସନ୍ ଏଜେନ୍ସିକୁ ଯିବାକୁ ପଡ଼ିଥାଏ। ଏଜେନ୍ସିର ବିଶେଷଜ୍ଞମାନେ କମ୍ପାନୀର ଉତ୍ପାଦ, ଏହାର ଉପାଦାନ ଏବଂ ସ୍ୱଚ୍ଛତା ମାନ ଯାଞ୍ଚ କରନ୍ତି ଏବଂ ଏହା ସୁନିଶ୍ଚିତ କରାଯାଏ ଯେ ଉତ୍ପାଦଗୁଡିକରେ ଘୁଷୁରି, ମଦ, ରକ୍ତ କିମ୍ବା ଅନ୍ୟ କୌଣସି ଉପାଦାନ ନାହିଁ ଯାହା ଇସଲାମର ଆଇନ ଅନୁଯାୟୀ ବେଆଇନ ବୋଲି ବିବେଚନା କରାଯାଏ ।
ସାର୍ଟିଫିକେଟ୍ କେତେ ଦିନ ପର୍ଯ୍ୟନ୍ତ ବୈଧ ରୁହେ?
ଏହି ପ୍ରକ୍ରିୟାରେ କିଛି ଉତ୍ପାଦକୁ ପରୀକ୍ଷାଗାରରେ ମଧ୍ୟ ପରୀକ୍ଷଣ କରାଯାଏ । ଯାହାଦ୍ୱାରା ଏହା ସମ୍ପୂର୍ଣ୍ଣ ସୁନିଶ୍ଚିତ ହୋଇପାରିବ ଯେ ସେଥିରେ ଏଭଳି କୌଣସି ପଦାର୍ଥ ନାହିଁ ଯାହା ଏହାର ହଲାଲର ଗୁଣବତ୍ତାକୁ ପ୍ରଭାବିତ କରେ। ଯଦି ଉତ୍ପାଦ ସମସ୍ତ ସର୍ତ୍ତ ପୂରଣ କରେ ତେବେ ଶେଷରେ ତାକୁ ହଲାଲ ସାର୍ଟିଫିକେଟ୍ ପ୍ରଦାନ କରାଯାଏ। ସାଧାରଣତଃ ଏହି ସାର୍ଟିଫିକେଟ୍ ୧ରୁ ୩ ବର୍ଷ ପର୍ଯ୍ୟନ୍ତ ଦିଆଯାଏ। ଏଥିସହିତ ସମୟ ସମୟରେ କଂପାନିର ସେହି ଉତ୍ପାଦର ଗୁଣବତ୍ତା ପୁନଃ ଯାଞ୍ଚ କରାଯାଏ।
ଏହା କେଉଁ ଜିନିଷ ପାଇଁ ପ୍ରଦାନ କରାଯାଏ?
ଅନେକ ଜିନିଷ ପାଇଁ ହଲାଲ ସାର୍ଟିଫିକେଟ୍ ପ୍ରଦାନ କରାଯାଏ । ଏଥିରେ ଖାଦ୍ୟ ସାମଗ୍ରୀ ପାଇଁ ହଲାଲ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥାଏ। ରେଷ୍ଟୁରାଣ୍ଟ ଖାଦ୍ୟ, ଔଷଧ, କସ୍ମେଟିକ୍ ଏବଂ ପର୍ସନାଲ କେୟାର ଉତ୍ପାଦ ତଥା ଅନ୍ୟାନ୍ୟ ସାମଗ୍ରୀ ପାଇଁ ହଲାଲ ସାର୍ଟିଫିକେଟ୍ ପ୍ରଦାନ କରାଯାଏ।
ଭାରତରେ ହଲାଲ ସାର୍ଟିଫିକେଟ୍ କିଏ ଜାରି କରେ?
ଭାରତ ବିଷୟରେ କହିବାକୁ ଗଲେ ଏଥିପାଇଁ ଅନେକ ଅନୁମୋଦିତ ଏଜେନ୍ସି ରହିଛି । ଯାହାକୁ ଅନ୍ତର୍ଜାତୀୟ ଇସଲାମିକ ସଂଗଠନ ମାନେ ସ୍ୱୀକୃତି ଦେଇଛନ୍ତି । ଏଥିରେ ଜମିୟତ ଉଲେମା-ଏ-ହିନ୍ଦ ହଲାଲ ଟ୍ରଷ୍ଟ, ହଲାଲ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍, ହଲାଲ ସାର୍ଟିଫିକେସନ୍ ସର୍ଭିସେସ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଏବଂ ହଲାଲ କାଉନସିଲ୍ ଅଫ୍ ଇଣ୍ଡିଆ ଅନ୍ତର୍ଭୁକ୍ତ।
