ଶଳାଙ୍କ ବିଶ୍ୱାସଘାତରେ ଶିକାର ହୋଇ ଧରା ପଡ଼ିଥିଲେ ଛତ୍ରପତି ସମ୍ଭାଜୀ ମହାରାଜ

ଭିକି କୌଶଳଙ୍କ ଫିଲ୍ମ “ଛାଭା” ସହିତ ବୀର ମରାଠା ଛତ୍ରପତି ସମ୍ଭାଜୀ ରାଜେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି।  ଛତ୍ରପତି ଶିବାଜୀ ମହାରାଜଙ୍କ ମୃତ୍ୟୁ ପରେ ମରାଠା ସାମ୍ରାଜ୍ୟର କ୍ଷମତା ସମ୍ଭାଜୀ ନିଜ ହାତକୁ ନେଇଥିଲେ। ୩ ଏପ୍ରିଲ୍ ୧୬୮୦ରେ ଶୀବାଜୀଙ୍କର ଦେହାନ୍ତ ହୋଇଥିଲା। ତେବେ ତାଙ୍କ ପରେ କିଏ ଛତ୍ରପତୀ ହେବ ଏହାକୁ ନେଇ ଶିବାଜୀ କୌଣସି ଇଛାପତ୍ର କରିଯାଇନଥିଲେ। ତେଣୁ ଛତ୍ରପତି ହେବା ପାଇଁ ମରାଠା ସାମ୍ରାଜ୍ୟରେ ଷଡ଼ଯନ୍ତ୍ର ଆରମ୍ଭ ହୋଇଥିଲା। ପାରିବାରିକ ଷଡ଼ଯନ୍ତ୍ରର ସମ୍ମୁଖୀନ ହୋଇ, ସମ୍ଭାଜୀ 20 ଜୁଲାଇ 1680 ରେ ଛତ୍ରପତି ହୋଇଥିଲେ। ଏହା ପରେ, ଶିବାଜୀଙ୍କ ପରି, ସେ ସାହସର ସହିତ ମୋଗଲମାନଙ୍କୁ ସାମ୍ନା କଲେ ଏବଂ ସେମାନଙ୍କୁ ପରାସ୍ତ କଲେ, କିନ୍ତୁ ଗଣୋଜୀ ଶିର୍କେ ଏବଂ କାନହୋଜୀ ନାମକ ଦୁଇ ସମ୍ପର୍କୀୟଙ୍କ ବିଶ୍ୱାସଘାତକତା ଯୋଗୁଁ, ଛତ୍ରପତି ସମ୍ଭାଜୀ ମହାରାଜ ଔରଙ୍ଗଜେବ ହାତର ପଡ଼ିଥିଲେ। ଆସନ୍ତୁ ଜାଣିବା ଗାନୋଜୀ ଏବଂ କାନହୋଜୀ କିଏ ଥିଲେ।

୧୬୮୨ ମସିହାର ବେଳକୁ ଔରଙ୍ଗଜେବଙ୍କ ନେତୃତ୍ୱରେ ମୋଗଲ ସେନା ଦ୍ରୁତ ଗତିରେ ଦକ୍ଷିଣ ଭାରତ ଆଡ଼କୁ ଅଗ୍ରସର ହେଉଥିଲା। ଔରଙ୍ଗଜେବ ଚାରିପଟୁ ମରାଠା ସାମ୍ରାଜ୍ୟକୁ  ଘେରିବା ପାଇଁ ପ୍ରସ୍ତୁତି କରିଥିଲେ କିନ୍ତୁ ଛତ୍ରପତି ସମ୍ଭାଜୀଙ୍କ ଦୃଢ଼ ପ୍ରସ୍ତୁତି ଏବଂ ଗରିଲା ଯୁଦ୍ଧ କୌଶଳ ଆଗରେ ସେ ସଫଳ ହୋଇପାରିଲେ ନାହିଁ।

ଏହି ସମୟରେ ମରାଠା ସେନା ମୋଗଲ ନିୟନ୍ତ୍ରଣରେ ଥିବା ବୁରହାନପୁର ଉପରେ ପ୍ରବଳ ଆକ୍ରମଣ କରିଥିଲା। ମୋଗଲ ସେନା  କିନ୍ତୁ ମରାଠା ଆକ୍ରମଣ ଆଗରେ ତିଷ୍ଟି ପାରିନଥିଲା। ମରାଠା ସୈନ୍ୟମାନଙ୍କ ନିରନ୍ତର ଆକ୍ରମଣ ଯୋଗୁଁ, ମୋଗଲମାନେ ୧୬୮୫ ମସିହା ପର୍ଯ୍ୟନ୍ତ ମରାଠା ସାମ୍ରାଜ୍ୟର କୌଣସି ଅଂଶ ଦଖଲ କରିପାରି ନଥିଲେ।

ସେନାପତିଙ୍କ ମୃତ୍ୟୁ

ପରେ ସମ୍ଭାଜୀ ମହାରାଜଙ୍କ ରାଜତ୍ୱ ସମୟରେ ମଧ୍ୟ, ମୋଗଲ ସେନା ମରାଠା ସାମ୍ରାଜ୍ୟକୁ ଦଖଲ କରିବାକୁ ଚେଷ୍ଟା କରିଥିଲେ। ଏହି ସମୟ ମଧ୍ୟରେ ସେମାନେ ବିଜାପୁର ଏବଂ ଗୋଲକୁଣ୍ଡାରେ ସଫଳତା ପାଇଲେ କିନ୍ତୁ ମୋଗଲ ସେନା ଅନ୍ୟ ସ୍ଥାନରେ ବିଫଳ ହେଲା। ୧୬୮୭ ମସିହାରେ ମରାଠା ବୀରମାନେ ଏପରି ଏକ ଆକ୍ରମଣର ଦୃଢ଼ ଜବାବ ଦେଇଥିଲେ ଏବଂ ମୋଗଲମାନଙ୍କୁ ପଛକୁ ଠେଲି ଦେଇଥିଲେ। ଏହି ଯୁଦ୍ଧରେ ସମ୍ଭାଜୀ ବିଜୟୀ ହୋଇଥିଲେ କିନ୍ତୁ ତାଙ୍କର ବିଶ୍ୱସ୍ତ ଏବଂ ସେନାପତି ହମ୍ବିରରାଓ ମୋହିତେ ସହିଦ ହୋଇଥିଲେ। ଯାହା ମରାଠା ସେନାର ମନୋବଳ ଭାଙ୍ଗିଦେଇଥିଲା। ଠିକ ଏହି ସମୟରେ ସମ୍ଭାଜୀଙ୍କୁ ନେଇ ଅସନ୍ତୁଷ୍ଠ ଥିବା କିଛି ବ୍ୟକ୍ତି ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ଆରମ୍ଭ କରିଥିଲେ। ସେହିମାନଙ୍କ ମଧ୍ୟରେ ଥିଲେ ସମ୍ଭାଜୀଙ୍କ ସମ୍ପର୍କୀୟ ଗଣୋଜି ଶିର୍କେ ଓ କାହ୍ନୋଜି ଶିର୍କେ।

ଷଡ଼ଯନ୍ତ୍ର କେବେ ଓ କେମିତି ତିଆରି  ହୋଇଥିଲା?

ସମ୍ଭାଜୀ ମହାରାଜ ପର୍ତ୍ତୁଗୀଜ୍, ନିଜାମ ଏବଂ ମୋଗଲମାନଙ୍କ ସହିତ ତିନୋଟି ଭିନ୍ନ ମୋର୍ଚ୍ଚାରେ ଲଢ଼ୁଥିଲେ। ସେ ଏହି ଲଢେଇରେ  ଜିତିଥିଲେ ଏବଂ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ତଥା ଅନ୍ୟ ବ୍ୟବସ୍ଥା କରିବା ପାଇଁ ସଙ୍ଗମେଶ୍ୱରରେ ଉପସ୍ଥିତ ଥିଲେ। ଜାନୁଆରୀ ୩୧, ୧୬୮୯ରେ, ଯେତେବେଳେ ସମ୍ଭାଜୀ ସଙ୍ଗମେଶ୍ୱରରେ ତାଙ୍କର ରାଜ୍ୟ କାର୍ଯ୍ୟ ସମାପ୍ତ କରି ରାୟଗଡ଼ ଅଭିମୁଖେ ଯିବାକୁ ଯାଉଥିଲେ, ତାଙ୍କ ସମ୍ପର୍କୀୟ ଗଣୋଜି ଶିର୍କେ ଏବଂ କାନହୋଜି ଶିର୍କେ ତାଙ୍କୁ ଫସାଇବା ପାଇଁ ଏକ ଷଡ଼ଯନ୍ତ୍ର ରଚିଲେ।

ଶିରକେ ସମ୍ଭାଜୀ ମହାରାଜଙ୍କ ପତ୍ନୀଙ୍କ ଭାଇ ଥିଲେ

ଗଣୋଜି ଶିରକେ ସମ୍ଭାଜୀଙ୍କ ପତ୍ନୀ ୟେସୁବାଇଙ୍କ ଭାଇ ଥିଲେ। କିଛି ଐତିହାସିକ କୁହନ୍ତି ଯେ ସେମାନେ ୟେସୁବାଇଙ୍କ ନିଜ ଭାଇ ଥିଲେ। ଅନ୍ୟପକ୍ଷରେ ଆଉ ଏକ ମତ ହେଉଛି ଯେ,ସେମାନେ ୟେସୁବାଇଙ୍କ ସମ୍ପର୍କୀୟ ଭାଇ ଥିଲେ। ଏହି ଦୁଇଭାଇଙ୍କ ପିତା ପିଲାଜୀ ଶିର୍କ ଜଣେ ମୋଗଲ ସାମ୍ରାଜ୍ୟ ପାଇଁ କାମ କରୁଥିଲେ। ଶିବାଜୀଙ୍କ ଆଦେଶରେ ତାଙ୍କଠାରୁ ତାଙ୍କ ଶାସନାଧୀନ ଦାଭୋଳକୁ ଛଡାଇ ନିଆଯାଇଥିଲା। ଯେଉଁଥିପାଇଁ ଶିର୍କେ ପରିବାର ଶିବାଜୀଙ୍କ ଉପରେ ଉତକ୍ଷିପ୍ତ ଥିଲେ।  ଶିବାଜୀଙ୍କ ପରେ ସେମାନେ ଆଶା କରୁଥିଲେ ଯେ, ଛତ୍ରପତି ସମ୍ଭାଜୀ ମହାରାଜ ସେମାନଙ୍କୁ ସେମାନଙ୍କ  ଅଧିକାର ଫେରାଇ ଦେବେ। କିନ୍ତୁ ସମ୍ଭାଜୀ ସେମାନଙ୍କ ଇଛା ପୁରଣ କରିନଥିଲେ। ଏଇଥିପାଇଁ ଦୁଇ ଭାଇ ସମ୍ଭାଜୀଙ୍କୁ ରାସ୍ତାରୁ ହଟାଇବା ପାଇଁ ଷଡ଼ଯନ୍ତ୍ର କରିଥିଲେ।

ମୋଗଲ ଦେଲେ ଅଧା ଦକ୍ଷୀଣ ଭାରତର ଲୋଭ

ଏହି ସମୟରେ, ଗଣୋଜି ଶିର୍କଙ୍କୁ ମୋଗଲ ସେନାପତି ମକରବ ଖାନ ନିଜ ଜାଲରେ ପକାଇଥିଲା। ସେ ଦୁଇ ଭାଇଙ୍କୁ ମୋଗଲ ପକ୍ଷରେ ଯୋଗ ଦେବା ବଦଳରେ ଅଧା ଦକ୍ଷୀଣ ଦେବାର ପ୍ରତିଶ୍ରୁତି ଦେଇଥିଲା। ସମ୍ଭାଜୀଙ୍କୁ ଧରାଇ ଦେଲେ ସେମାନଙ୍କୁ ଅଧା ରାଜ୍ୟ ଦିଆଯିବ ବୋଲି ମକରବ କହିଥିଲା। ଦୁଇ ଭାଇ ମୋଗଲ ସେନାପତିର ଜାଲରେ ପଡ଼ିଥିଲେ। ସଙ୍ଗମେଶ୍ୱର ଛାଡିବା ସମୟରେ ସମ୍ଭାଜୀଙ୍କୁ ବାଟରେ ଫସାଇବା ପାଇଁ  ସେମାନେ ଷଡ଼ଯନ୍ତ୍ର କରିଥିଲେ। ସମ୍ଭାଜୀ ସଙ୍ଗମେଶ୍ୱର ଛାଡିବା ପୂର୍ବରୁ, ଗଣୋଜୀ କିଛି ଗ୍ରାମବାସୀଙ୍କ ସହିତ ସେଠାରେ ପହଞ୍ଚିଲେ ଏବଂ କହିଲେ ଯେ ଅଞ୍ଚଳର ଲୋକମାନେ ତାଙ୍କୁ ସମ୍ମାନିତ କରିବାକୁ ଚାହୁଁଛନ୍ତି। ଏଥିରେ ସମ୍ଭାଜୀ ରାସ୍ତାରେ ଅଟକି ଯିବାକୁ ରାଜି ହେଲେ। ସେ ତାଙ୍କ ସହିତ କେବଳ 200 ସୈନ୍ୟ ରଖିଲେ ଏବଂ ବାକି ସୈନ୍ୟବାହିନୀକୁ ରାୟଗଡ଼ ପଠାଇଲେ।

ମୋଗଲ ସେନାକୁ ଶଳା ଦେଲେ  ସୂଚନା

ସମ୍ଭାଜୀ ମହାରାଜଙ୍କ ସମ୍ମତି ପାଇବା ପରେ, ଗଣୋଜୀ ମୋଗଲ ସର୍ଦ୍ଦାର ମୁକାରବ ଖାନଙ୍କୁ ସୂଚନା ପଠାଇ ଛତ୍ରପତି କେତେବେଳେ,କେଉଁ ରାସ୍ତା ଦେଇ ଯିବେ ଓ ତାଙ୍କ ସହିତ କେତେ ସୈନିକ ରହିବେ ସେବାବଦରେ  ସୂଚନା ଦେଇଥିଲେ। ମୁକାର୍ବ ଖାନ ପାଞ୍ଚ ହଜାର ସୈନ୍ୟଙ୍କ ସହିତ ଏକ ଗୁପ୍ତ ରାସ୍ତା ଦେଇ ପହଞ୍ଚିଲେ। ସମ୍ଭାଜୀ ଯେଉଁ ରାସ୍ତା ଦେଇ ଯାତ୍ରା କରୁଥିଲେ ତାହା କେବଳ ମରାଠାମାନଙ୍କୁ ଜଣା ଥିଲା। ଏହି ରାସ୍ତାର ବିଶେଷତ୍ୱ ଥିଲା ଯେ ଏହା ଏତେ ସଂକୀର୍ଣ୍ଣ ଥିଲା ଯେ ଗୋଟିଏ ସମୟରେ କେବଳ ଜଣେ ସୈନିକ ଏହା ଦେଇ ଯାଇପାରୁଥିଲା। ମରାଠା ସୈନିକ ସେହି ସଂକୀର୍ଣ୍ଣ ଗିରିପଥ ଦେଇ ଯିବା ବେଳେ ସେମାନଙ୍କ ହତ୍ୟା ହୋଇଥିଲା କିମ୍ବା ବନ୍ଦୀ କରାଯାଇଥିଲା। ଔରଙ୍ଗଜେବଙ୍କ ନିର୍ଦ୍ଦେଶ ଅନୁସାରେ, ସମ୍ଭାଜୀ ମହାରାଜଙ୍କୁ ଜୀବନ୍ତ ଧରାଯାଇଥିଲା। ତାରିଖଟି ଥିଲା ୧ ଫେବୃଆରୀ, ୧୬୮୯। ତାଙ୍କୁ ଶିକୁଳିରେ ବାନ୍ଧି ତୁଳାପୁର ଦୁର୍ଗକୁ ନିଆଯାଇଥିଲା। ସେଠାରେ ଔରଙ୍ଗଜେବ ସମ୍ଭାଜୀ ମହାରାଜଙ୍କୁ ଇସଲାମ ଗ୍ରହଣ କରିବା ପାଇଁ ବହୁତ ନିର୍ଯାତନା ଦେଇଥିଲେ।

ଶିର୍କ ଛତ୍ରପତି ରାଜାରାମଙ୍କୁ ରକ୍ଷା କରିଥିଲେ ଏବଂ ଔରଙ୍ଗଜେବ ତାଙ୍କୁ ବନ୍ଦୀ କରିଥିଲେ।

ସମ୍ଭାଜୀ ମହାରାଜଙ୍କୁ ପ୍ରାୟ ଚାଳିଶ ଦିନ ଧରି ଓଲଟା ଝୁଲାଇ ନିର୍ଯାତନା ଦିଆଯାଇଥିଲା। ତାଙ୍କ ଆଖି ତାଡ଼ି ଦିଆଯାଇଥିଲା। ଜିଭ କାଟି ଦିଆଯାଇଥିଲା। ମୋଗଲମାନେ ତାଙ୍କ ଶରୀରର ଅଂଶଗୁଡ଼ିକୁ ଗୋଟିଏ ପରେ ଗୋଟିଏ କାଟି ତୁଳାପୁର ନଦୀରେ ଫିଙ୍ଗି ଚାଲିଥିଲେ। ଶେଷରେ, ୧୧ ମାର୍ଚ୍ଚ ୧୬୮୯ରେ, ସମ୍ଭାଜୀ ମହାରାଜଙ୍କ ମୁଣ୍ଡ କାଟି ଦିଆଯାଇଥିଲା ସମ୍ଭାଜୀଙ୍କ ମୃତ୍ୟୁ ପରେ, ଶିର୍କ ମୋଗଲମାନଙ୍କ ସହିତ ଯୋଗ ଦେଇଥିଲେ ଏବଂ ଜୁଲଫିକର ଖାନଙ୍କୁ ଜିଙ୍ଗି କବଜା କରିବାରେ ସାହାଯ୍ୟ କରିଥିଲେ। ତଥାପି, ଶିର୍କ ପରେ ଛତ୍ରପତି ରାଜାରାମ ମହାରାଜଙ୍କୁ ଜିଙ୍ଗିରୁ ଖସି ପଳାଇବାରେ ସାହାଯ୍ୟ କରିଥିଲେ ଏବଂ ତାଙ୍କ ପରିବାରକୁ ମଧ୍ୟ ସୁରକ୍ଷିତ ଭାବରେ ତାଙ୍କ ପାଖକୁ ଆଣିଥିଲେ। ଏହି କାରଣରୁ ଔରଙ୍ଗଜେବ ଶିରକେଙ୍କୁ ବନ୍ଦୀ କରିଥିଲେ। ଔରଙ୍ଗଜେବର ମୃତ୍ୟୁ ପରେ ଶିର୍କଙ୍କୁ ମୁକ୍ତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *