ଏହି ସାଇକୋ ପାଖରେ ଥିଲା ୧ ହଜାର ମହିଳାଙ୍କ ପାଦର ଫଟୋ !

foot

ଉତ୍ତର ପ୍ରଦେଶର ହାଥରସ ଜିଲ୍ଲାରେ ଏକ ଅଜବ ସୌକ ଥିବା ଜଣେ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତ ଏଭଳି ମାନସିକ ବିକାରଗ୍ରସ୍ତ ଥିଲା ଯେ ମହିଳାଙ୍କ ପାଦର ଫଟୋ ରଖୁଥିଲା । ଜଣେ କି ଦୁଇ ଜଣଙ୍କର ନୁହେଁ ସେ ଏକ ହଜାର ମହିଳାଙ୍କ ପାଦ ଫଟୋ ରଖିଥିଲା। ପୋଲିସ ଅଭିଯୁକ୍ତ ଫୋନରୁ ପାଖାପାଖି ୧ହଜାର ମହିଳାଙ୍କ ପାଦ ଫଟୋ ପାଇଛି । ଅଭିଯୁକ୍ତ ଦୀପକ ଶର୍ମା ଉତ୍ତର ପ୍ରଦେଶ ଆଲିଗଡ଼ ଜିଲ୍ଲାର ଭାନୌଲିର ବାସିନ୍ଦା। ସାଇବର ପୋଲିସ ତାକୁ ଆଲିଗଡ଼ ରୋଡର ରୁହେରୀ ତିରାହା ଗ୍ରାମ ନିକଟରୁ ଗିରଫ କରିଛି।

ଘଟଣା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ଜଣେ ମହିଳା ସାଇବର କ୍ରାଇମ୍ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ପୀଡିତା ମହିଳା କହିଛନ୍ତି ଯେ ୨୪ ଅକ୍ଟୋବର ୨୦୨୪ରେ ଅଭିଯୁକ୍ତ ତାଙ୍କୁ ସ୍ନାପଚଟ୍‌ରେ ଏକ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଇଥିଲେ, ଯାହାକୁ ସେ ଗ୍ରହଣ କରିଥିଲେ। କିଛି ଦିନ କଥାବାର୍ତ୍ତା ପରେ, ଅଭିଯୁକ୍ତ ଜଣକ ଅଶ୍ଳୀଳ ମନ୍ତବ୍ୟ ଦେବା ଆରମ୍ଭ କଲେ ଏବଂ ତାଙ୍କ ପାଦ ଫଟୋ ମାଗିଲେ। ସେ ଏଥିପାଇଁ ଟଙ୍କା ଦେବାକୁ ମଧ୍ୟ ପ୍ରସ୍ତାବ ଦେଲେ। ଯେତେବେଳେ ମହିଳା ଜଣକ ତାଙ୍କ ପାଦ ଫଟୋ ଦେବାକୁ ମନା କଲେ, ସେ ତାଙ୍କ ଏବଂ ମହିଳାଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାକୁ ସାର୍ବଜନୀନ କରିବାକୁ ଧମକ ଦେଲେ।

ସାଇବର କ୍ରାଇମ୍ ପୋଲିସ ବୈଷୟିକ ସୂଚନା ଆଧାରରେ ଅଭିଯୁକ୍ତଙ୍କୁ ଗିରଫ କରିଛି। ତଦନ୍ତ ସମୟରେ ଜଣାପଡିଲା ଯେ ଅଭିଯୁକ୍ତ ଜଣକ ଅନଲାଇନ୍ ଏବଂ ଅଫଲାଇନ୍ ଉଭୟ ମାଧ୍ୟମରେ ମହିଳାମାନଙ୍କ ସହିତ ବନ୍ଧୁତା କରୁଥିଲା। କିଛି ଦିନର ବନ୍ଧୁତା ପରେ, ଅଭିଯୁକ୍ତ ମହିଳାମାନଙ୍କୁ ସେମାନଙ୍କ ପାଦ ଫଟୋ ମାଗିବା ଆରମ୍ଭ କରେ ଏବଂ ପାଦ ଫଟୋ ବଦଳରେ ଟଙ୍କା ଦେବାକୁ ପ୍ରସ୍ତାବ ଦିଏ। ଯଦି ମହିଳାମାନେ ପାଦ ଫଟୋ ଦେବାକୁ ମନା କରନ୍ତି, ତେବେ ସେ ସେମାନଙ୍କୁ ବ୍ଲାକମେଲ କରିବାକୁ ଧମକ ଦିଏ ।

ପୋଲିସ ଅଭିଯୁକ୍ତର ମୋବାଇଲ୍ ଫୋନ୍‌ରୁ ପ୍ରାୟ ୧୦୦୦ ମହିଳାଙ୍କ ପାଦର ଫଟୋ ଉଦ୍ଧାର କରିଛି। ପୋଲିସର କହିବା ଅନୁଯାୟୀ, ଅଭିଯୁକ୍ତ ଅନେକ ମହିଳାଙ୍କୁ ଟଙ୍କା ଦେଇ ଫଟୋ ମଧ୍ୟ ନେଉଥିଲା। ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଏହି ଘଟଣା ସାଇବର ଅପରାଧ ଏବଂ ସୋସିଆଲ ମିଡିଆର ଅପବ୍ୟବହାରର ବଢୁଥିବା ଚ୍ୟାଲେଞ୍ଜକୁ ଇଙ୍ଗିତ କରୁଛି।

Leave a Reply

Your email address will not be published. Required fields are marked *