
ସମସ୍ତେ ପ୍ରତିଦିନ ପିଆଜ ବ୍ୟବହାର କରନ୍ତି । ଏହା କେବଳ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ନୁହେଁ, ଏହା ଆମ ଖାଦ୍ୟର ସ୍ୱାଦକୁ ମଧ୍ୟ ଦ୍ୱିଗୁଣିତ କରିଥାଏ । ଗୁଣରେ ପରିପୂର୍ଣ୍ଣ ଏହି ପିଆଜକୁ ବ୍ୟବହାର କରିବା ପୂର୍ବରୁ କାଟିବାକୁ ପଡ଼େ । ପିଆଜରେ ସିନ୍ଥେସ ନାମକ ଏନଜାଇମ୍ ଥାଏ । ଯେଉଁ କାରଣରୁ ଏହା କାଟିବା ମାତ୍ରେ ଆଖି ଜଳିବା ଆରମ୍ଭ ହୁଏ ଏବଂ ଲୁହ ବାହାରେ । ଏହିପରି ରୋଷେଇରେ ପିଆଜ କାଟିବା ସବୁଠାରୁ କଷ୍ଟକର କାର୍ଯ୍ୟ ଭାବରେ ବିବେଚନା କରାଯାଏ । ତଥାପି କିଛି ପଦକ୍ଷେପ ସାହାଯ୍ୟରେ ଆପଣ ଏହି ଏନଜାଇମର ପ୍ରଭାବରୁ ଆଖିକୁ ରକ୍ଷା କରିପାରିବେ ଏବଂ ଏହାକୁ ଅତି ସହଜରେ କାଟି ପାରିବେ । ତେଣୁ ଆସନ୍ତୁ ଜାଣିବା ପିଆଜ କାଟିବାର ସହଜ ଉପାୟ । ଯେଉଁଥିରେ ଆଖିରୁ ଲୁହ ବାହାରିବ ନାହିଁ ।
ପ୍ରଥମ ଉପାୟ
ଯଦି ଆପଣ ପିଆଜକୁ କିଛି ସମୟ ପାଣିରେ ବୁଡ଼ାଇ ରଖନ୍ତି, ଏଥିରେ ଥିବା ଏନଜାଇମ ବାୟୁ ସହିତ ପ୍ରତିକ୍ରିୟା କରିବାରେ ସମର୍ଥ ହେବ ନାହିଁ ଏବଂ ଏହାର ପ୍ରଭାବ ନଷ୍ଟ ହୋଇଯିବ । ଏଥିପାଇଁ ସର୍ବପ୍ରଥମେ ଆପଣ ପିଆଜକୁ କାଟି ଏକ ବଡ ପାତ୍ରରେ ରଖିବେ । ବର୍ତ୍ତମାନ ଏହି ପାତ୍ରକୁ ପାଣିରେ ଭରନ୍ତୁ । ପିଆଜ ଗୁଡ଼ିକୁ କିଛି ସମୟ ପାଣିରେ ବୁଡାଇ ରଖନ୍ତୁ । ଏହାପରେ କାଟିବା ଦ୍ବାରା ଆଖିରୁ ପାଣି ଗଡ଼ିବ ନାହିଁ ।
ଦ୍ୱିତୀୟ ଉପାୟ
ଯେତେବେଳେ ଆପଣ ପିଆଜ କାଟିବାକୁ ଯାଉଛନ୍ତି ଏକ ପାତ୍ରରେ ପାଣି ନେଇ ସେଥିରେ ଭିନେଗାର ମିଶାନ୍ତୁ । ବର୍ତ୍ତମାନ ପିଆଜ ଚୋପା ଛଡ଼ାଇ ସେଥିରେ ପକାନ୍ତୁ । ଆପଣଙ୍କୁ ଅଧିକ ଭିନେଗାର ମିଶାଇବାକୁ ପଡ଼ିବ ନାହିଁ | ଆପଣ ୨ ଚାମଚ ଭିନେଗାର ମିଶାଇ ପିଆଜର ପ୍ରଭାବକୁ ହ୍ରାସ କରିପାରିବେ ।
ତୃତୀୟ ଉପାୟ
ଯଦି ଆପଣ ପିଆଜକୁ କାଟିବାର ୨୪ ଘଣ୍ଟା ପୂର୍ବରୁ ରେଫ୍ରିଜରେଟରରେ ରଖନ୍ତି, ତେବେ ଏହାର ପ୍ରଭାବ କମିଯିବ । ଏହି ଉପାୟରେ ଆପଣ ଆପଣଙ୍କର ଦୈନନ୍ଦିନ ଆବଶ୍ୟକତା ଅନୁଯାୟୀ ପିଆଜକୁ ଫ୍ରିଜରେ ରଖିପାରିବେ । ଯାହା ଦ୍ବାରା ଆପଣ ପରଦିନ ଏହାକୁ ବ୍ୟବହାର କରିବା ପୂର୍ବରୁ ଏହାକୁ କାଟି ପାରିବେ । ଥଣ୍ଡା ପିଆଜ କାଟିବା ଦ୍ୱାରା ଆଖିରୁ ଲୁହ ବାହାରିବ ।