ସମୁଦ୍ର ଭିତରେ ଲୁଚିଛି ରହସ୍ୟମୟ ସହର,ବୈଜ୍ଞାନିକ ଯାହାକୁ ଦେଇଛନ୍ତି ‘ଲଷ୍ଟ ସିଟି’ର ନାମ

ସମୁଦ୍ରର ରହିଛି ନିଜସ୍ୱ ରହସ୍ୟମୟ ଦୁନିଆ । ଯାହା ନିଜ ଭିତରେ ଅନେକ ରହସ୍ୟ ଧରି ରଖିଥାଏ । ବିଶ୍ୱାସ କରାଯାଏ ଯେ ଗଭୀର ସମୁଦ୍ରରେ ଏପରି ଅନେକ ଜୀବ ଥାଇପାରନ୍ତି, ଯେଉଁମାନଙ୍କୁ  ଆମେ ଆଜି ପର୍ଯ୍ୟନ୍ତ ଦେଖିନାହୁଁ । ସେମାନଙ୍କ ମଧ୍ୟରୁ କେତେକ ଅତ୍ୟନ୍ତ ବିପଜ୍ଜନକ ହୋଇପାରନ୍ତି, ସମୁଦ୍ର ତଥା ପୃଥିବୀରେ ସେମାନେ କେଉଁଭଳି ବିନାଶ ଘଟାଇବାର କ୍ଷମତା ରଖନ୍ତି ସେବାବଦରେ କେହି ମଧ୍ଯ କିଛି ଜାଣି ନାହାନ୍ତି ।  ଏଥି ସହିତ, ଏହା ମଧ୍ୟ ବିଶ୍ୱାସ କରାଯାଏ ଯେ ସମୁଦ୍ର ଗର୍ଭରେ ଅନେକ ପ୍ରାଚୀନ ସହର ଲୁଚି ରହିଛନ୍ତି । ଆଟଲାଣ୍ଟିସ ଭଳି ସହର କିମ୍ବା କିମ୍ବଦନ୍ତୀର ମହାଦ୍ୱୀପ ସମୁଦ୍ର ଗର୍ଭରେ ଲୁଚିଯାଇଛନ୍ତି ବୋଲି ଏବେ ମଧ୍ଯ ବିଶ୍ୱାସ କରାଯାଏ । କଥା କାହାଣୀରେ ଥିବା ଅନେକ ସହର ଓ ସଭ୍ୟତାର ଧ୍ୱଂସାବଶେଷକୁ ଆଜି ପର୍ଯ୍ୟନ୍ତ ଖୋଜା ଚାଲିଛି କିନ୍ତୁ ମିଳି ନାହିଁ । ତେବେ ବେଳେବେଳେ ଆମେ ଏପରି ଏକ ଦୁନିଆକୁ ସାମ୍ନା କରିଥାଉ ଯାହା କେବଳ ସାଧାରଣ ଲୋକଙ୍କୁ ନୁହେଁ ବୈଜ୍ଞାନିକମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଥାଏ । ଯେମିତି ଏବେ ମଧ୍ୟ-ଆଟଲାଣ୍ଟିକ୍ ରିଜ୍ ନିକଟ ଗଭୀର ସମୁଦ୍ରରେ ଅବସ୍ଥିତ ଏହିପରି ଏକ ‘ହଜିଯାଇଥିବା  ସହର’କୁ ନେଇ ବେସ ଆଲୋଚନା ହୋଇଛି ।

ସାଇନ୍ସ ଆଲର୍ଟ ନାମକ ଏକ ୱେବସାଇଟର ରିପୋର୍ଟ ଅନୁଯାୟୀ ଏହି ରହସ୍ୟମୟ ସହର ‘ହାଇଡ୍ରୋଥର୍ମାଲ ଫିଲ୍ଡ ଲଷ୍ଟ୍ ସିଟି’ ଭାବରେ ପରିଚିତ, ଯାହା ଏକ ବିଶାଳ ପର୍ବତ ଅଟେ। ଏହି ସହର ସମୁଦ୍ରରେ 700 ମିଟର ଗଭୀରତାରେ ବୁଡ଼ି ରହିଛି । ଯଦିଓ ଏହି ‘ହଜିଯାଇଥିବା ସହରର ଆବିଷ୍କାର ୨୩ ବର୍ଷ ତଳେ ୨୦୦୦ ମସିହାରେ ହୋଇଥିଲା ତଥାପି ଏବେବି ଏହି ସହର ବୈଜ୍ଞାନିକହ୍କୁ ଚକିତ କରିଥାଏ । କାରଣ ହେଉଛି ସୃଷ୍ଟିକୁ ନେଇ ଏହାର ରହସ୍ୟ । 

ଅନ୍ୟତ୍ର ଏଭଳି ସହର ଅଛି କି ?

ବୈଜ୍ଞାନିକମାନେ କହିଛନ୍ତି ଯେ ହଜାରେ ବର୍ଷ ଧରି ଏହି ସ୍ଥାନରେ  ଜୀବନ ସମୃଦ୍ଧ ହୋଇଆସୁଛି। ଗେଣ୍ଡା,ଶାମୁକା ଏବଂ କ୍ରୋଟାସିଆନ୍ ସହିତ ଅନେକ ପ୍ରକାରର ଜୀବ ଏଠାରେ ବାସ କରନ୍ତି । ସମୁଦ୍ର ଗର୍ଭରେ ଏହି ସ୍ଥାନରେ ଅମ୍ଳଜାନର ଚିହ୍ନବର୍ଣ୍ଣ ନଥିଲେ ମଧ୍ଯ ଜୀବନ ସେଠାରେ ବଂଚିଛି । ହାଇଡ୍ରୋଜେନ ଏବଂ ମିଥେନ ପରି ଗ୍ୟାସ ଏଠାରେ ରହୁଥିବା ଅଣୁଜୀବକୁ ଜୀବନ୍ତ ରଖିବାରେ ସାହାଯ୍ୟ କରିଥାଏ। ବୈଜ୍ଞାନିକମାନେ କହିଛନ୍ତି ଯେ ଲଷ୍ଟ ସିଟି ହାଇଡ୍ରୋଥର୍ମାଲ କ୍ଷେତ୍ର ହେଉଛି ଦୀର୍ଘତମ ଜୀବନ୍ତ ଭେଣ୍ଟିଂ ପରିବେଶ ଯାହା ଏଯାବତ ଆମେ ଜାଣିଛେ । ଏଭଳି ପରିବେଷ ଅନ୍ୟତ୍ର ଆଜି ପର୍ଯ୍ୟନ୍ତ ଆବିଷ୍କୃତ ହୋଇନାହିଁ ।

ଏହା ମଙ୍ଗଳ ଗ୍ରହରେ ଜୀବନ ପାଇଁ ବାଟ ଖୋଲିବ କି?

ରିପୋର୍ଟ ଅନୁଯାୟୀ, ବୈଜ୍ଞାନିକମାନେ ବିଶ୍ୱାସ କରନ୍ତି ଯେ ଏହି ପରି ଅନ୍ୟ ହାଇଡ୍ରୋଥର୍ମାଲ କ୍ଷେତ୍ର ମହାସାଗରର ଅନ୍ୟତ୍ର ରହିଥାଇପାରେ  କିନ୍ତୁ ବର୍ତ୍ତମାନ ଏହା ହେଉଛି ଏକମାତ୍ର ହାଇଡ୍ରୋଥର୍ମାଲ କ୍ଷେତ୍ର ଯାହା ବାବଦରେ ବୈଜ୍ଞାନିକମାନେ ଜାଣିଛନ୍ତି । ବୈଜ୍ଞାନିକଙ୍କ ଅନୁସାରେ ଯେହେତୁ  ହାଇଡ୍ରୋକାର୍ବନ୍ ହେଉଛି ଜୀବନ ସୃଷ୍ଟିକାରୀ ବ୍ଲକ, ତେଣୁ ଜୀବନ ଏହିଭଳି  ଏକ ସ୍ଥାନରୁ ସୃଷ୍ଟି ହୋଇତିବାର ସମ୍ଭାବନା ରହିଛି । ତେଣୁ କେବଳ ପୃଥିବୀ ନୁହେଁ ମଙ୍ଗଳ ଏପରିକି ୟୁରୋପା ଗ୍ରହରେ ମଧ୍ଯ ଜୀବନ ସୃଷ୍ଟିର ସମ୍ଭାବନା ରହିଛି ।

Leave a Reply

Your email address will not be published. Required fields are marked *