ଆଜିର ଡିଜିଟାଲ୍ ଯୁଗରେ ଯୁବପିଢ଼ିଙ୍କ ମଧ୍ୟରେ ସୋସିଆଲ ସାଇଟରେ ଖେଳିବାର ଏକ ଭିନ୍ନ ଆଗ୍ରହ ଦେଖିବାକୁ ମିଳୁଛି । ହେଲେ ଅନଲାଇନରେ ଗେମ୍ ଖେଳିବାର ନିଶା ଯୁବପିଢ଼ୀଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଉଛି । ସୋସିଆଲ ସାଇଟରେ PUBG ଖେଳିବା ଯୋଗୁଁ ମାନସିକ ଅସନ୍ତୁଳନର ଅନେକ ଘଟଣା ସାମ୍ନାକୁ ଆସିଛି । ପଂଜାବର ଗୁରୁଦାସପୁର ଶ୍ରୀହରଗୋବିନ୍ଦ ସାହିବ ସହରରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଯେଉଁଠି ଜଣେ ଯୁବକ PUBG ଖେଳିବା ଦ୍ବାରା ତାଙ୍କର ମାନସିକ ସନ୍ତୁଳନ ବିଗିଡ଼ି ଯାଇଥିଲା ଏବଂ ସେ ହଠାତ୍ ଘରୁ ନିଖୋଜ ହୋଇଯାଇଥିଲେ ।

ପରିବାର ସଦସ୍ୟମାନେ କହିଛନ୍ତି ଯେ ପୁଅ ଅକ୍ଷୟ କୁମାର ଗତ ୧ ବର୍ଷ ଧରି PUBG ଗେମ୍ ଖେଳୁଥିଲା। ଖେଳ ଯୋଗୁଁ ତାଙ୍କର ମାନସିକ ସନ୍ତୁଳନ କ୍ରମାଗତ ଭାବରେ ଖରାପ ହେଉଥିଲା, ଯାହା ପରେ ତାଙ୍କର ଚିକିତ୍ସା ମଧ୍ୟ କରାଯାଉଥିଲା। ହେଲେ ହଠାତ୍ ସେ ଘରୁ ଚାଲିଗଲେ ଏବଂ ଏପର୍ଯ୍ୟନ୍ତ ତାଙ୍କର କୌଣସି ସନ୍ଧାନ ମିଳିନାହିଁ। ପରିବାର ସଦସ୍ୟଙ୍କ ଅନୁଯାୟୀ, ଯୁବକ ଜଣକ ଶେଷ ଥର ପାଇଁ ଏକ ଭିଡିଓ ବାର୍ତ୍ତାରେ ତାଙ୍କ ଭଉଣୀଙ୍କୁ କହିଥିଲେ ଯେ ତାଙ୍କ ଯିବା ପରେ ସେ ଦୁଃଖ କରିବା ନାହିଁ ।
‘ପଡ଼ୋଶୀମାନେ କହିଲେ ସେ ବସ୍ ଯୋଗେ ଚାଲିଯାଇଛନ୍ତି’
ଅକ୍ଷୟ ଶେଷ ଥର ପାଇଁ ଏକ ଭିଡିଓ ତିଆରି କରି ତାଙ୍କ ଭଉଣୀଙ୍କୁ ପଠାଇଥିଲେ। ସେ କହିଥିଲେ ଯେ ସେ କୌଣସି ସ୍ଥାନକୁ ଯାଉଛନ୍ତି ଏବଂ ସେ ଯିବା କାରଣରୁ କେହି ଦୁଃଖ କରିବେ ନାହିଁ । ତେଣୁ ଶେଷ ଥର ପାଇଁ ସମସ୍ତଙ୍କୁ ବାଏ କହିବା ପାଇଁ ଅକ୍ଷୟ ଭିଡିଓ ମାଧ୍ୟମରେ କହିଥିଲେ । ଏହା ପରେ ଅକ୍ଷୟଙ୍କ ବାପାମାଆ ତାଙ୍କ ପୁଅର ନିଖୋଜ ସମ୍ପର୍କରେ ପୋଲିସରେ ଅଭିଯୋଗ କରିଛନ୍ତି। ପୋଲିସ ଏକ ମାମଲା ରୁଜୁ କରି ଏବଂ ଘଟଣାର ତଦନ୍ତ କରୁଛି ।
ଅକ୍ଷୟଙ୍କ ବାପା ଗୁରନାମ ସିଂହ କହିଛନ୍ତି ଯେ ଗତକାଲି ସେ କାମ ପାଇଁ ଘରୁ ବାହାରିବା ସମୟରେ ତାଙ୍କ ପୁଅ ତାଙ୍କୁ କାମକୁ ଯିବାକୁ କହିଥିଲା। ଏବଂ ସେ ଦିନ ପ୍ରାୟ ୧୨ଟାରେ ତାଙ୍କ ପାଖରେ ପହଞ୍ଚିବାକୁ କହିଥିଲା । କିନ୍ତୁ ତାଙ୍କ ପୁଅ ତାଙ୍କ ପାଖକୁ ଆସିନଥିଲା । ଏହା ପରେ ଯେତେବେଳେ ସେ ଘରକୁ ଯାଇ ଦେଖିଲେ ଘରେ ତାଲା ପଡ଼ିଛି। ତା’ପରେ କେହି ଜଣେ ତାଙ୍କୁ କହିଲେ ଯେ ତାଙ୍କ ପୁଅ ବସ୍ରେ ବସି କୌଣସି ସ୍ଥାନକୁ ଗଲେ ।
ପୁଅକୁ ଖୋଜିବା ପାଇଁ ବାପା ପୋଲିସକୁ ଗୁହାରି କଲେ
ଏହା ପରେ, ଯେତେବେଳେ ସେ ତାଙ୍କ ଝିଅକୁ ଫୋନ୍ କଲେ, ସେ ତାଙ୍କୁ କହିଲେ ଯେ ଅକ୍ଷୟ କଲ୍ କରିଥିଲେ । ଆଉ ଅକ୍ଷୟ କହିଥିଲେ ‘ମୁଁ ବ୍ୟାସ ନଦୀ ନିକଟରେ ପହଞ୍ଚିଗଲିଣି।’ ମୁଁ ତୁମକୁ ଶେଷ ଥର ପାଇଁ ଫୋନ୍ କରୁଛି । ଯେତେବେଳେ ତାଙ୍କ ଭଉଣୀ ତାଙ୍କୁ ବୁଝାଇବାକୁ ଚେଷ୍ଟା କଲେ, ସେ ତୁରନ୍ତ ଫୋନ୍ କାଟି ଦେଲେ। ଏହା ପରେ ପରିବାର ଲୋକେ ଏ ବିଷୟରେ ପୋଲିସକୁ ଜଣାଇଥିଲେ।
ସୂଚନା ପାଇ ପୋଲିସ ବ୍ୟାସ ନଦୀ ନିକଟକୁ ଯାଇ ଖୋଜାଖୋଜି କରିବା ପରେ ନଦୀ କୂଳରେ ତାଙ୍କର ଚପଲ ପଡ଼ିଥିବା ଦେଖିବାକୁ ପାଇଥିଲେ । ବାପାଙ୍କ କହିବା କଥା ଯେ ତାଙ୍କ ପୁଅ ଗତ ଗୋଟିଏ ବର୍ଷ ଧରି PUBG ଖେଳ ପ୍ରତି ନିଶାଗ୍ରସ୍ତ ହୋଇଯାଇଥିଲା। ସେ PUBG ଖେଳ ଖେଳି ଦୁଇଟି ଫୋନ୍ ନଷ୍ଟ କରିସାରିଥିଲେ ଏବଂ ଏବେ ସେ ଗୋଟିଏ ନୂଆ ଫୋନ୍ କିଣିଥିଲେ। ଖେଳିବା ଯୋଗୁଁ ତାଙ୍କର ମାନସିକ ସନ୍ତୁଳନ କ୍ରମାଗତ ଭାବରେ ଖରାପ ହେଉଥିଲା, ତେଣୁ ତାଙ୍କୁ ଡାକ୍ତରଙ୍କ ପାଖକୁ ମଧ୍ୟ ନିଆଯାଇଥିଲା। ତାଙ୍କୁ ଔଷଧ ମଧ୍ୟ ଦିଆଯାଉଥିଲା। ଏବେ ସେ ତାଙ୍କ ପୁଅକୁ ଖୋଜିବା ପାଇଁ ପୋଲିସ ପ୍ରଶାସନକୁ ନିବେଦନ କରିଛନ୍ତି।