ପୁଶ୍-ଅପ୍ ଏକ ଉତ୍ତମ ଶାରୀରିକ ବ୍ୟାୟାମ, ଯାହା ଶରୀରର ବିଭିନ୍ନ ଅଂଶକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ। ଏହା ଏକ ପ୍ରକାର ବଡିୱେଟ୍ ଏକ୍ସରସାଇଜ୍, ଯାହାକୁ ଯେକୌଣସି ସ୍ଥାନରେ ଏବଂ ଯେକୌଣସି ସମୟରେ କରାଯାଇପାରିବ। ଯଦି ଆପଣ ସକାଳେ ଉଠି ମାତ୍ର ୨୦ଟି ପୁଶ୍-ଅପ୍ କରନ୍ତି, ତେବେ ଏହା ଆପଣଙ୍କ ଶରୀରକୁ ଅନେକ ବଡ଼ ଲାଭ ଦେଇପାରେ।
ପୁଶ୍-ଅପ୍ ଛାତି, କାନ୍ଧ, ପେଟ ଏବଂ ହାତର ମାଂସପେଶୀ ଉପରେ ଏକାସାଙ୍ଗରେ କାମ କରିଥାଏ। ଏହାକୁ ନେଇ ସବୁଠାରୁ ଖାସ କଥା ହେଉଛି ଯେ ପୁଶ୍-ଅପ୍ କରିବା ପାଇଁ କୌଣସି ଟ୍ରେନର କିମ୍ବା ଜିମ୍ ର ଆବଶ୍ୟକତା ନାହିଁ। ମାତ୍ର ୫ ମିନିଟ୍ ସମୟ ଏବଂ ଟିକିଏ ପ୍ରେରଣା ହିଁ ଯଥେଷ୍ଟ। ଆସନ୍ତୁ ଜାଣିବା ୨୦ଟି ପୁଶ୍-ଅପ୍ କରିବାର କ’ଣ ଲାଭ ଅଛି।
ଶରୀରର ଶକ୍ତି ବୃଦ୍ଧି କରେ
ପୁଶ୍-ଅପ୍ ଏକ ବ୍ୟାୟାମ ଯାହା ଆପଣଙ୍କ ଶରୀରର ଉପର ଭାଗକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ। ନିୟମିତ ଭାବେ ୨୦ଟି ପୁଶ୍-ଅପ୍ କରିବା ଦ୍ୱାରା ଏହି ମାଂସପେଶୀଗୁଡ଼ିକର ଶକ୍ତି ବୃଦ୍ଧି ପାଇଥାଏ, ଯାହା ଦ୍ୱାରା ଶରୀରର ସହନଶୀଳତାରେ ମଧ୍ୟ ସୁଧାର ହୋଇଥାଏ। ଏହାର ଅର୍ଥ ହେଉଛି ଆପଣ ଅନ୍ୟ ଶାରୀରିକ କାର୍ଯ୍ୟକଳାପରେ ମଧ୍ୟ ଅଧିକ ସମୟ ସକ୍ରିୟ ରହିପାରିବେ।
ହୃଦୟ ଓ ଫୁସଫୁସର ସ୍ୱାସ୍ଥ୍ୟରେ ସୁଧାର
ପୁଶ୍-ଅପ୍ ଏକ କାର୍ଡିଓଭାସ୍କୁଲାର ବ୍ୟାୟାମ ଭାବେ ମଧ୍ୟ କାମ କରିଥାଏ। ଯେତେବେଳେ ଆପଣ ପୁଶ୍-ଅପ୍ କରନ୍ତି, ସେତେବେଳେ ଆପଣଙ୍କ ହୃଦୟ ଓ ଫୁସଫୁସ ଅଧିକ କାମ କରିଥାଏ। ବ୍ୟାୟାମ ସମୟରେ ଶରୀରକୁ ଅମ୍ଳଜାନର ଆବଶ୍ୟକତା ହୋଇଥାଏ। ନିୟମିତ ପୁଶ୍-ଅପ୍ କରିବା ଦ୍ୱାରା ହୃଦୟ ରୋଗର ଆଶଙ୍କା ମଧ୍ୟ କମିପାରେ।
ପାଚନ ତନ୍ତ୍ରରେ ସୁଧାର
ଯେତେବେଳେ ଆପଣ ଶରୀରର ମାଂସପେଶୀଗୁଡ଼ିକୁ ସକ୍ରିୟ କରନ୍ତି, ତେବେ ଏହା ଆପଣଙ୍କ ସମଗ୍ର ଶରୀରରେ ରକ୍ତ ସଞ୍ଚାଳନକୁ ଉନ୍ନତ କରିଥାଏ। ୨୦ଟି ପୁଶ୍-ଅପ୍ କରିବା ଦ୍ୱାରା ଆପଣଙ୍କ ପେଟର ମାଂସପେଶୀଗୁଡ଼ିକ ସକ୍ରିୟ ହୋଇଥାଏ। ଏହା ଦ୍ୱାରା ପାଚନ ତନ୍ତ୍ର ଠିକ୍ ଭାବେ କାମ କରିଥାଏ। ଏହା ଅମ୍ଳତା ଓ କୋଷ୍ଠକାଠିନ୍ୟ ସମସ୍ୟାକୁ ଦୂର କରିଥାଏ।

ଓଜନ କମାଇବାରେ ସାହାଯ୍ୟ
ପୁଶ୍-ଅପ୍ ଏକ ଉଚ୍ଚ ତୀବ୍ରତା ବ୍ୟାୟାମ, ଯାହା ଆପଣଙ୍କ ଶରୀରରୁ କ୍ୟାଲୋରୀ ଜାଳିବାରେ ସାହାଯ୍ୟ କରିଥାଏ। ଯେତେବେଳେ ଆପଣ ୨୦ଟି ପୁଶ୍-ଅପ୍ କରନ୍ତି, ତେବେ ଓଜନ ହ୍ରାସ ମଧ୍ୟ ହୋଇଥାଏ। ଯଦି ଆପଣ ଓଜନ କମାଇବା ପାଇଁ ବ୍ୟାୟାମ କରୁଛନ୍ତି, ତେବେ ପୁଶ୍-ଅପ୍କୁ ଆପଣଙ୍କ ଦୈନିକ ନିୟମରେ ସାମିଲ କରିବା ଏକ ଉତ୍ତମ ବିକଳ୍ପ ହୋଇପାରେ।