‘ବିଶ୍ୱ ସ୍ୱାସ୍ଥ୍ୟ ଦିବସ’ କାହିଁକି ପାଳନ କରାଯାଏ, ନିଜ ସ୍ୱାସ୍ଥ୍ୟର ଯତ୍ନ କିପରି ରଖିବେ?

ପ୍ରତିବର୍ଷ ୭ ଏପ୍ରିଲରେ ‘ବିଶ୍ୱ ସ୍ୱାସ୍ଥ୍ୟ ଦିବସ’ ପାଳନ କରାଯାଏ। ଏହି ଦିନ କେବଳ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ ନୁହେଁ, ବରଂ ଆମ ସମସ୍ତଙ୍କ ପାଇଁ ଏକ ବିଶେଷ ବାର୍ତ୍ତା ନେଇ ଆସେ। ସ୍ୱାସ୍ଥ୍ୟ ହିଁ ସବୁଠାରୁ ବଡ଼ ସମ୍ପତ୍ତି। “Health is wealth, there is nothing bigger than good health” – ଆମେ ସମସ୍ତେ ଏହା ଜାଣିଛୁ, କିନ୍ତୁ ଆପଣ କ’ଣ ଏହି ଦିନର ମହତ୍ତ୍ୱ ଓ ଇତିହାସ ଜାଣିଛନ୍ତି? ଏହାର ଉଦ୍ଦେଶ୍ୟ କ’ଣ ଏବଂ ୨୦୨୫ ବର୍ଷର ଥିମ୍ କ’ଣ? କେଉଁ ଲକ୍ଷ୍ୟ ନେଇ ଆମେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ କରୁଛୁ? ବିଶ୍ୱ ସ୍ୱାସ୍ଥ୍ୟ ଦିବସ କେବଳ ଏକ ଔପଚାରିକତା ନୁହେଁ, ବରଂ ଏକ ବିଶ୍ୱବ୍ୟାପୀ ଚେତାବନୀ ଘଣ୍ଟି ଅଟେ, ଯାହା ଆମକୁ ଆମର ଦୈନନ୍ଦିନ ଜୀବନଚର୍ଯ୍ୟା, ଖାଦ୍ୟପେୟ, ମାନସିକ ଅବସ୍ଥା ଏବଂ ଜୀବନଶୈଳୀ ଆଡ଼କୁ ଧ୍ୟାନ ଦେବାକୁ ସ୍ମରଣ କରାଇ ଦିଏ।

ଏହି ଦିନର ଉଦ୍ଦେଶ୍ୟ କ’ଣ?

– ସାଧାରଣ ଜନତାଙ୍କୁ ସ୍ୱାସ୍ଥ୍ୟ ପ୍ରତି ସଚେତନ କରାଇବା।

– ସ୍ୱାସ୍ଥ୍ୟ ସେବା ସମ୍ବନ୍ଧୀୟ ସମସ୍ୟା ଉପରେ ସାର୍ବଜନୀନ ଆଲୋଚନା ଆରମ୍ଭ କରାଇବା।

– ସରକାରଙ୍କୁ ସ୍ୱାସ୍ଥ୍ୟ ସେବାରେ ଉନ୍ନତି ପାଇଁ ପ୍ରେରଣା ଦେବା।

– ନୂଆ ପିଢ଼ିକୁ “ସ୍ୱାସ୍ଥ୍ୟକର ଜୀବନଶୈଳୀ” ପାଇଁ ଉତ୍ସାହିତ କରାଇବା।

୧୯୪୮ ମସିହାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ତା’ର ପ୍ରଥମ ବିଶ୍ୱ ସ୍ୱାସ୍ଥ୍ୟ ସଭା ଆୟୋଜନ କରିଥିଲା, ଯେଉଁଠାରେ ୭ ଏପ୍ରିଲକୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହା ପ୍ରଥମେ ୧୯୫୦ ମସିହାରେ ପାଳନ କରାଯାଇଥିଲା। ଏହି ଦିନର ଉଦ୍ଦେଶ୍ୟ ହେଉଛି ବିଶ୍ୱବ୍ୟାପୀ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଏକ ପ୍ରମୁଖ ମୁଦ୍ଦା ଉପରେ ଧ୍ୟାନ କେନ୍ଦ୍ରୀତ କରି ଏହାକୁ ଜାଗରଣର କେନ୍ଦ୍ରବିନ୍ଦୁ କରାଇବା। ପୂର୍ବବର୍ଷଗୁଡ଼ିକରେ ମାନସିକ ସ୍ୱାସ୍ଥ୍ୟ, ମାତୃ ଓ ଶିଶୁ ଯତ୍ନ, ଜଳବାୟୁ ପରିବର୍ତ୍ତନ ଭଳି ବିଷୟଗୁଡ଼ିକ ଉପରେ ଧ୍ୟାନ ଦିଆଯାଇଛି।

ଏହାର ମହତ୍ତ୍ୱ କ’ଣ?

ଏହି ଦିନ ସରକାର, ବେସରକାରୀ ସଂଗଠନ ଏବଂ ସାଧାରଣ ଜନତାଙ୍କୁ ସ୍ୱାସ୍ଥ୍ୟର ବିଭିନ୍ନ ଦିଗ ଉପରେ ଧ୍ୟାନ ଦେବାର ସୁଯୋଗ ପ୍ରଦାନ କରେ। WHO ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସଂଗଠନଗୁଡ଼ିକ ଦ୍ୱାରା ଏହି ଦିନ ଅନ୍ତର୍ଜାତୀୟ, କ୍ଷେତ୍ରୀୟ ଏବଂ ସ୍ଥାନୀୟ ସ୍ତରରେ କାର୍ଯ୍ୟକ୍ରମ ଆୟୋଜନ କରାଯାଏ। ଏହାର ଉଦ୍ଦେଶ୍ୟ ହେଉଛି ବିଶ୍ୱବ୍ୟାପୀ ସ୍ୱାସ୍ଥ୍ୟ ବିଷୟବସ୍ତୁ ଗୁଡ଼ିକ ଉପରେ ଜାଗରଣ ବୃଦ୍ଧି କରିବା ଏବଂ ସ୍ୱାସ୍ଥ୍ୟ ଉନ୍ନତି ପାଇଁ କାର୍ଯ୍ୟକୁ ପ୍ରେରଣା ଦେବା।

୨୦୨୫ର ଥିମ୍ କ’ଣ?

୨୦୨୫ ମସିହାରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସର ଥିମ୍ ହେଉଛି “Healthy Beginnings, Hopeful Futures” (ସ୍ୱାସ୍ଥ୍ୟକର ଆରମ୍ଭ, ଆଶାବାଦୀ ଭବିଷ୍ୟତ)। ଏହି ବିଷୟ ମୁଖ୍ୟତଃ ମାଆ ଏବଂ ନବଜାତ ଶିଶୁଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ଉପରେ ଧ୍ୟାନ ଦେଇଛି। ଏହାର ଲକ୍ଷ୍ୟ ହେଉଛି ଗର୍ଭାବସ୍ଥା, ଶିଶୁ ଜନ୍ମ ଏବଂ ତା’ପରେ ଯତ୍ନ ସମୟରେ ଉତ୍ତମ ସେବାର ଆବଶ୍ୟକତାକୁ ସୂଚାଇବା, ଯାହା ଦ୍ୱାରା ମାଆ ଓ ନବଜାତ ଶିଶୁଙ୍କ ମୃତ୍ୟୁ ସଂଖ୍ୟାକୁ କମ୍ କରାଯାଇ ପାରିବ।

ଗର୍ଭବତୀ ମହିଳାଙ୍କ ପ୍ରତି ଏହି ବିଷୟରେ ଧ୍ୟାନ ଦିଅନ୍ତୁ:

– ଗର୍ଭାବସ୍ଥା ସମୟରେ ଜଟିଳତାକୁ ଶୀଘ୍ର ଚିହ୍ନଟ କରିବା।

– ଜରୁରୀକାଳୀନ ପ୍ରସୂତି ଯତ୍ନ।

– ଛୋଟ ଓ ଅପରିପକ୍ୱ ଜନ୍ମ ହୋଇଥିବା ଶିଶୁଙ୍କ ପାଇଁ ବିଶେଷ ଯତ୍ନ।

– ଜାଗରଣ ବୃଦ୍ଧି କରିବା ଏବଂ ସରକାର ଓ ସଂଗଠନଗୁଡ଼ିକୁ ଏହି କ୍ଷେତ୍ରରେ ନିବେଶ କରିବାକୁ ଆହ୍ୱାନ କରାଇବା।

– ବିଶ୍ୱରେ ପ୍ରତିବର୍ଷ ପ୍ରାୟ ୩ ଲକ୍ଷ ମାତୃ ମୃତ୍ୟୁ ଏବଂ ୨୦ ଲକ୍ଷ ନବଜାତ ମୃତ୍ୟୁ ରେକର୍ଡ କରାଯାଏ। ଏହି ଥିମ୍ ଏହି ସଂଖ୍ୟାକୁ ହ୍ରାସ କରିବା ଉପରେ ଗୁରୁତ୍ୱ ଦେଇଛି।

– ଗର୍ଭବତୀ ମହିଳାଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା, ବିଶେଷକରି ଗ୍ରାମାଞ୍ଚଳ ଓ ଅବହେଳିତ ଅଞ୍ଚଳରେ।

– ଶିଶୁ ଜନ୍ମ ପରେ ମାନସିକ ସ୍ୱାସ୍ଥ୍ୟ ସହାୟତା, ସ୍ତନ୍ୟପାନ ମାର୍ଗଦର୍ଶନ ଏବଂ ଟିକାକରଣ ଭଳି ସେବାଗୁଡ଼ିକରେ ପ୍ରବେଶ ବୃଦ୍ଧି କରାଇବା।

ଗର୍ଭବତୀ ମହିଳା ଓ ନବଜାତଙ୍କ ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକୀୟ ପଦକ୍ଷେପ:

– ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁ ପ୍ରାରମ୍ଭିକ ପରୀକ୍ଷାରେ ପରିବର୍ତ୍ତନ ଏବଂ ସଠିକ ଚିକିତ୍ସାର ପ୍ରବନ୍ଧ କରାଯାଇପାରେ।

– ଗର୍ଭାବସ୍ଥା ସମୟରେ ଖାଦ୍ୟପେୟ, ସଠିକ ଓ ପୁଷ୍ଟିକର ଖାଦ୍ୟ ସମ୍ବନ୍ଧରେ ସଚେତନତା ବୃଦ୍ଧି କରାଯିବା ଉଚିତ।

– ସତର୍କତାର ସହ ଶାରୀରିକ କାର୍ଯ୍ୟକଳାପର ଅନୁସରଣ କରିବା ଆବଶ୍ୟକ। ଅଳସୁଆମୀ ଓ କମ୍ ବ୍ୟାୟାମ ମଧ୍ୟ ଗର୍ଭାବସ୍ଥାରେ ସ୍ୱାସ୍ଥ୍ୟ ଖରାପ କରିପାରେ।

– ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଧ୍ୟାନ ଦେବା ଜରୁରୀ। ଅନେକ ସମୟରେ ପ୍ରଥମ ଥର ମାଆ ହେଉଥିବା ମହିଳାମାନେ ନୂଆ ଅନୁଭବ ଓ ପରିବର୍ତ୍ତନ ଯୋଗୁଁ ଚାପ ଅନୁଭବ କରନ୍ତି।

– ହସ୍ପିଟାଲରେ ଗର୍ଭବତୀ ମହିଳାଙ୍କ ପାଇଁ ପ୍ରସବ ପାଇଁ ଉପଯୁକ୍ତ ଉପକରଣ, ସଠିକ ସ୍ୱାସ୍ଥ୍ୟ ସେବା ଏବଂ ଶିଶୁ ପାଇଁ ପର୍ଯ୍ୟାପ୍ତ ଓ ଉନ୍ନତ ପରିବେଶ ଯୋଗାଇବାର ସୁବିଧା ଆୟୋଜନ କରାଯିବା ଉଚିତ।

Leave a Reply

Your email address will not be published. Required fields are marked *