ଭାରତରେ ଏକ ସାଧାରଣ ଧାରଣା ରହିଛି ଯେ ଓ୍ବାକଫ୍ ଯେକୌଣସି ଜମି ଉପରେ ଦଖଲ କରି ତାକୁ ନିଜର ବୋଲି ଦାବି କରିଥାଏ। ଏଭଳି ଘଟଣା ଦେଶର ସବୁଠାରେ ଦେଖାଯାଇଛି। ଏହା ପଛରେ କାରଣ କ’ଣ? ପ୍ରକୃତରେ କଣ ଏଥିପାଇଁ ତାକୁ ଆଇନର ସମର୍ଥନ ମିଳିଛି?
ଭାରତରେ ଓ୍ବାକଫ୍ ସମ୍ପତ୍ତିକୁ ନେଇ ଅଭିଯୋଗ ପ୍ରାୟତଃ ଉଠିଥାଏ ଯେ ଓ୍ବାକଫ୍ ବୋର୍ଡ ଅଣ-ମୁସଲମାନ ବା ଅନ୍ୟ ଲୋକଙ୍କ ଜମି ଉପରେ ଅବୈଧ ଦାବି କରିଥାଏ। କିଛି ମାମଲାରେ ଓ୍ବାକଫ୍ ବୋର୍ଡ ଶତାବ୍ଦୀ ପୁରୁଣା ଦାନପତ୍ର (Waqf Deeds) ଆଧାରରେ ଜମି ଉପରେ ଦାବି କରିଥାଏ, ଯାହାର ବୈଧତା ସନ୍ଦେହଜନକ ହୋଇପାରେ। ଆନ୍ଧ୍ରପ୍ରଦେଶରେ କିଛି ହିନ୍ଦୁ ମନ୍ଦିରର ଜମିକୁ ଓ୍ବାକଫ୍ ରେଜିଷ୍ଟରରେ ନଥିଭୁକ୍ତ କରାଯାଇଥିଲା, ଯାହାକୁ ପରେ ଅଦାଲତରେ ଚ୍ୟାଲେଞ୍ଜ କରାଗଲା।
୧୯୬୪ ଓ ୧୯୯୫ର ଓ୍ବାକଫ୍ ସର୍ଭେରେ ଅନେକ ଅଣ-ଓ୍ବାକଫ୍ ଜମିକୁ ଭୁଲ୍ରେ ଓ୍ବାକଫ୍ ସମ୍ପତ୍ତି ଘୋଷଣା କରାଯାଇଥିଲା। ଯେପରି ଦିଲ୍ଲୀର ହୌଜ୍ ଖାସ୍ ଅଞ୍ଚଳରେ ଏକ ହିନ୍ଦୁ ମନ୍ଦିରର ଜମିକୁ ଓ୍ବାକଫ୍ ବୋର୍ଡ ନିଜ ଅଧିକାରରେ ନେବାକୁ ଦାବି କରିଥିଲା, ଯାହାକୁ ହାଇକୋର୍ଟ ରଦ୍ଦ କରିଦେଇଥିଲା। ଅନେକ ମାମଲାରେ ଅଦାଲତ ଓ୍ବାକଫ୍ ବୋର୍ଡର ଦାବିକୁ ଖାରଜ କରିଛନ୍ତି। କାଶୀ ବିଶ୍ୱନାଥ-ଜ୍ଞାନବାପୀ ମାମଲାରେ ଓ୍ବାକଫ୍ ବୋର୍ଡର ଦାବି ଯେ “ସମ୍ପୂର୍ଣ ପରିସର ଓ୍ବାକଫ୍ ଅଟେ”, କୋର୍ଟ ଏହାକୁ ଗ୍ରହଣ କରିନଥିଲା।
ଓ୍ବାକଫ୍ ବୋର୍ଡ କଣ ବୈଧାନିକ ଭାବେ ଏହା କରିପାରିବ?
ଓ୍ବାକଫ୍ ଆକ୍ଟ, ୧୯୯୫ର ଧାରା ୪– ଏହା ଅନୁସାରେ ଓ୍ବାକଫ୍ ବୋର୍ଡକୁ ଏହି ଅଧିକାର ରହିଛି ଯେ ସେ ଯଦି ଐତିହାସିକ ଦସ୍ତାବିଜ ରହିଛି ତେବେ ଯେକୌଣସି ସମ୍ପତ୍ତିକୁ “ଓ୍ବାକଫ୍” ଘୋଷଣା କରିପାରିବ। କିନ୍ତୁ ଯଦି କୌଣସି ବ୍ୟକ୍ତି ବା ସଂସ୍ଥା ଏହି ଦାବିକୁ ଚ୍ୟାଲେଞ୍ଜ କରେ, ତେବେ ଓ୍ବାକଫ୍ ଟ୍ରିବ୍ୟୁନାଲ ବା ଅଦାଲତ ହିଁ ନିଷ୍ପତ୍ତି ନେଇଥାଏ।
ଯଦିଓ ଓ୍ବାକଫ୍ ବୋର୍ଡର ଦାବି ଯେ ସେମାନେ କେବଳ ସେହି ଜମି ଉପରେ ଅଧିକାର ଦାବି କରନ୍ତି, ଯାହା ଆଇନଗତ ଭାବେ ଓ୍ବାକଫ୍ ଦାନପତ୍ର ବା ଐତିହାସିକ ରେକର୍ଡରେ ନଥିଭୁକ୍ତ ଅଛି। ଆଲୋଚକମାନେ କହନ୍ତି ଯେ ଓ୍ବାକଫ୍ ବୋର୍ଡ ପ୍ରାୟତଃ ଜମିର ପୁରୁଣା ରେଜିଷ୍ଟ୍ରିର ଫାଇଦା ଉଠାଇ ଦାବି କରିଥାଏ, ଯେତେବେଳେ ପ୍ରକୃତ ମାଲିକାନା ଅନ୍ୟ କାହାର ହୋଇଥାଏ।
ଆଉ ମଧ୍ୟ ଅନେକ ପ୍ରକାରର ଅଭିଯୋଗ ଲାଗି ରହିଛି
ଏହା ବ୍ୟତୀତ ଓ୍ବାକଫ୍ ପ୍ରଣାଳୀ ଉପରେ ସବୁବେଳେ ଭ୍ରଷ୍ଟାଚାର, ଅବୈଧ ଦଖଲ, ରାଜନୈତିକ ହସ୍ତକ୍ଷେପ ଓ ପ୍ରଶାସନିକ ଅବହେଳାର ଅଭିଯୋଗ ଲାଗି ରହିଛି।
1. ସମ୍ପତ୍ତିର ମାଲିକାନା ଓ ଭ୍ରଷ୍ଟାଚାର
ଅଭିଯୋଗ: ଓ୍ବାକଫ୍ ବୋର୍ଡର ଅଧିକାରୀ ଓ ଟ୍ରଷ୍ଟିମାନେ ସମ୍ପତ୍ତି (ଜମି, ଦୋକାନ, ହୋଟେଲ) କମ୍ ମୂଲ୍ୟରେ ଭଡାକୁ ଦେଇ ବା ଅବୈଧ ଭାବେ ବିକ୍ରି କରି ଘୁଷ ଖାଇଥାନ୍ତି।
– ଦିଲ୍ଲୀ ଓ୍ବାକଫ୍ ବୋର୍ଡ ଘୋଟାଲା (2022)ରେ ବୋର୍ଡର ସିଇଓଙ୍କୁ ସମ୍ପତ୍ତିର ଅବୈଧ ଲିଜ୍ ଓ ଫଣ୍ଡର ଦୁରୁପଯୋଗ ଅଭିଯୋଗରେ ଗିରଫ କରାଯାଇଥିଲା।
– ଉତ୍ତରପ୍ରଦେଶରେ କଥିତ ଭାବେ ଓ୍ବାକଫ୍ ଜମି ଉପରେ ବିଲ୍ଡର ଓ ରାଜନେତାଙ୍କ ଦଖଲ।
2. ଓ୍ବାକଫ୍ ଜମି ଉପରେ ଅବୈଧ ଦଖଲ
ଅଭିଯୋଗ – ଦେଶରେ 50,000ରୁ ଅଧିକ ଓ୍ବାକଫ୍ ସମ୍ପତ୍ତି ଅବୈଧ ଦଖଲଦାର, ବିଲ୍ଡର ବା ସରକାରୀ ଏଜେନ୍ସିଙ୍କ ଦଖଲରେ ଅଛି।
– କର୍ଣ୍ଣାଟକରେ 2023ର ରିପୋର୍ଟ ଅନୁସାରେ, ବେଙ୍ଗାଲୁରୁର 90% ଓ୍ବାକଫ୍ ଜମି ଅବୈଧ ଦଖଲରେ ଅଛି।
– ହାଇଦ୍ରାବାଦର ଐତିହାସିକ ମକ୍କା ମସଜିଦ ପରିସରର ଦୋକାନଗୁଡିକ ଉପରେ ଅଣ-ଓ୍ବାକଫ୍ ଲୋକଙ୍କ ଦଖଲ।
3. ରାଜନୀତିକରଣ ଓ ସାମ୍ପ୍ରଦାୟିକ ଦୁରୁପଯୋଗ
ଅଭିଯୋଗ – କିଛି ରାଜ୍ୟରେ ଓ୍ବାକଫ୍ ବୋର୍ଡକୁ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରାଯାଏ, ଯେଉଁଠାରେ ନିଯୁକ୍ତି ଯୋଗ୍ୟତା ବଦଳରେ ରାଜନୈତିକ ସମ୍ପର୍କ ଆଧାରରେ ହୋଇଥାଏ।
– ତେଲଙ୍ଗାନା ଓ ପଶ୍ଚିମବଙ୍ଗରେ ଓ୍ବାକଫ୍ ବୋର୍ଡ ଚେୟାରମ୍ୟାନ ପଦରେ ରାଜନୈତିକ ନିଯୁକ୍ତିର ଅଭିଯୋଗ।
– ଓ୍ବାକଫ୍ ସମ୍ପତ୍ତିରୁ ହେଉଥିବା ଆୟକୁ ନିର୍ବାଚନୀ ପ୍ରଚାରରେ ବ୍ୟବହାର କରାଯାଉଥିବା ଦାବି।
4. ଧାର୍ମିକ ଭେଦଭାବର ଅଭିଯୋଗ
ଅଭିଯୋଗ: ଓ୍ବାକଫ୍ ବୋର୍ଡ ଅଣ-ମୁସଲମାନଙ୍କ ଦ୍ୱାରା ଦାନ କରାଯାଇଥିବା ସମ୍ପତ୍ତିକୁ ମଧ୍ୟ “ମୁସଲମାନ ସମ୍ପତ୍ତି” ଘୋଷଣା କରିଦିଅନ୍ତି, ଯାହାଦ୍ୱାରା ବିବାଦ ସୃଷ୍ଟି ହୋଇଥାଏ।
– ଦିଲ୍ଲୀର ହୌଜ୍ ଖାସ୍ ଜମି ବିବାଦରେ 2016ରେ ଓ୍ବାକଫ୍ ବୋର୍ଡ ଏକ ହିନ୍ଦୁ ମନ୍ଦିରର ଜମିକୁ ନିଜ ଅଧିକାରରେ ନେବାକୁ ଦାବି କରିଥିଲା।
– ଆନ୍ଧ୍ରପ୍ରଦେଶରେ କଥିତ ଭାବେ ହିନ୍ଦୁ ମଠଗୁଡିକର ଜମି ଓ୍ବାକଫ୍ ରେଜିଷ୍ଟରରେ ନଥିଭୁକ୍ତ କରାଯାଇଥିଲା।

5. ପାରଦର୍ଶିତା ଓ ଜବାବଦେହୀର ଅଭାବ
ଅଭିଯୋଗ – ଓ୍ବାକଫ୍ ବୋର୍ଡ ନିଜର ଆୟ ଓ ଖର୍ଚ୍ଚର ସାର୍ବଜନୀନ ବିବରଣୀ ଦିଅନ୍ତି ନାହିଁ। ଅନେକ ରାଜ୍ୟରେ ଓ୍ବାକଫ୍ ସର୍ଭେ ରିପୋର୍ଟ ଗାୟବ ବା ଅଧୁରା ଅଛି।
– ସଚ୍ଚର କମିଟି (2006) ଓ୍ବାକଫ୍ ପରିଚାଳନାରେ ଭ୍ରଷ୍ଟାଚାର ଓ ଅଦକ୍ଷତା ଆଡ଼କୁ ଇଙ୍ଗିତ କରିଥିଲା।
– CAG (2013) ଓ୍ବାକଫ୍ ସମ୍ପତ୍ତିର ଭୁଲ୍ ରେକର୍ଡ ଉପରେ ଚିନ୍ତା ପ୍ରକାଶ କରିଥିଲା।
6. ଆଇନଗତ ବିବାଦ ଓ ନିଷ୍କ୍ରିୟତା
ଅଭିଯୋଗ – ଓ୍ବାକଫ୍ ଆକ୍ଟ, 1995 ଅନୁସାରେ ବୋର୍ଡଗୁଡିକ ପାଖରେ ଅତ୍ୟଧିକ ଅଧିକାର ଅଛି, କିନ୍ତୁ ବିବାଦର ସମାଧାନ ଧୀର ଅଟେ।
– ଅଯୋଧ୍ୟା ରାମ ମନ୍ଦିର-ବାବରୀ ମସଜିଦ ବିବାଦରେ ଓ୍ବାକଫ୍ ବୋର୍ଡ ଏକ ପକ୍ଷ ଥିଲା।
– କାଶୀ ବିଶ୍ୱନାଥ-ଜ୍ଞାନବାପୀ ମାମଲାରେ ଓ୍ବାକଫ୍ ବୋର୍ଡର ଦାବିକୁ ଚ୍ୟାଲେଞ୍ଜ କରୁଥିବା ଲୋକଙ୍କ କହିବା ଅଛି ଯେ ଏହି ସମ୍ପତ୍ତି ପ୍ରକୃତରେ ଓ୍ବାକଫ୍ ନଥିଲା।