ମିଆଁମାର ଓ ଥାଇଲାଣ୍ଡରେ ବିନାଶ ସୃଷ୍ଟି କରିବା ପରେ ଭୂକମ୍ପ ଏବେ ପାକିସ୍ତାନରେ ହଇଚଇ ସୃଷ୍ଟି କରିଛି। ପାକିସ୍ତାନରେ ମଧ୍ୟ ରାତିରେ ଭୂକମ୍ପର ଜୋରଦାର ଝଟକା ଅନୁଭବ ହୋଇଥିଲା। ଏହି ଭୂକମ୍ପ ଯୋଗୁଁ ପାକିସ୍ତାନର ମାଟି କମ୍ପି ଉଠିଥିଲା। ରାତିରେ ଶୋଇଥିବା ଲୋକଙ୍କ ନିଦ ଭାଙ୍ଗି ଯାଇଥିଲା ଓ ସେମାନେ ଘରୁ ବାହାରକୁ ଦୌଡ଼ି ପଳାଇଥିଲେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ଖବର ମିଳିନାହିଁ।
ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି ଅନୁସାରେ, ପାକିସ୍ତାନରେ ଏପ୍ରିଲ ୨ ତାରିଖ ସକାଳ ୨ ଟା ୫୮ ମିନିଟରେ ଏହି ଭୂକମ୍ପ ଆସିଥିଲା। ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୩ ଥିଲା। ଏହା ଯୋଗୁଁ ପାକିସ୍ତାନର ମାଟି ଦୋହଲି ଯାଇଥିଲା । ଲୋକମାନେ ହାଲୁକା ଝଟକା ଅନୁଭବ କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ଖବର ମିଳିନାହିଁ। ଏହି ଭୂକମ୍ପ ଏମିତି ସମୟରେ ଆସିଛି ଯେତେବେଳେ ମିଆଁମାର ଓ ବ୍ୟାଙ୍କକରେ ଭୂକମ୍ପର ବିନାଶଲୀଳା ବିଶ୍ୱ ଦେଖୁଛି।