‘ୟେସୁ,ୟେସୁ ମେରେ ୟେସୁ’ ପାଦ୍ରୀ ବଜିନ୍ଦର ସିଂହଙ୍କୁ ଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡ

ପଞ୍ଜାବର ମୋହାଲି ଜିଲ୍ଲା ଅଦାଲତ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପାଦ୍ରୀ ବଜିନ୍ଦର ସିଂହଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛି। ଅଦାଲତ ତରଫରୁ ଆଜୀବନ କାରାଦଣ୍ଡର ରାୟ ଶୁଣାଇବା ପରେ ଦୋଷୀ ବଜିନ୍ଦର ସିଂହ ଦୟାର ଭିକ୍ଷା ମାଗିବା ଆରମ୍ଭ କରିଥିଲେ। ସେ ଅଦାଲତ ସାମ୍ନାରେ ଗୁହାରି କରିଥିଲେ। ଯଦିଓ ପୁଲିସ୍ ତାଙ୍କୁ ହେପାଜତରେ ନେଇ ପ୍ରସ୍ଥାନ କରିଥିଲା। ଏହି ମାମଲାରେ ପୀଡ଼ିତାଙ୍କ ଓକିଲ କହିଛନ୍ତି ଯେ ଅଦାଲତ ବଜିନ୍ଦରଙ୍କୁ ସଜା ଶୁଣାଇ କହିଛି ଯେ ତାଙ୍କୁ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଜେଲ୍ରେ ରହିବାକୁ ପଡ଼ିବ। ସଜାରୁ ରକ୍ଷା ପାଇବା ପାଇଁ ପାଦ୍ରୀ ବଜିନ୍ଦର ଅଦାଲତରେ ଗୁହାରି କରିଥିଲେ ଯେ,ମୋର ପିଲାମାନେ ଛୋଟ ଅଛନ୍ତି ଓ ପତ୍ନୀ ଅସୁସ୍ଥ ଅଛନ୍ତି। ସେ କହିଥିଲେ ଯେ ମୁଁ ଜଣେ ସାମାଜିକ ବ୍ୟକ୍ତି, ମୋ ଗୋଡ଼ରେ ରଡ଼୍ ଲାଗିଛି, ତେଣୁ ମୋ ଉପରେ ଦୟା କରାଯାଉ। କିନ୍ତୁ ଅଦାଲତ ତାଙ୍କ ଯୁକ୍ତିକୁ ଖାରଜ କରି ଦେଇଥିଲା। ଓ‘ୟେସୁ,ୟେସୁ ମେରେ ୟେସୁ’ ପାଦ୍ରୀ ବଜିନ୍ଦର ସିଂହଙ୍କୁ ଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡ । ଓକିଲ କହିଛନ୍ତି ଯେ ଅଦାଲତ ଭିତରେ ପାଦ୍ରୀ ହାତ ଯୋଡ଼ି ଦୟାର ଗୁହାରି ଲଗାଉଥିଲେ।

୨୮ ମାର୍ଚ୍ଚରେ ଦୋଷୀ ସାବ୍ୟସ୍ତ ହୋଇଥିଲେ

ଉଲ୍ଲେଖଯୋଗ୍ୟ ଯେ ୨୮ ମାର୍ଚ୍ଚରେ ଜିଲ୍ଲା ଅଦାଲତ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲା। ଏହା ପରେ ତାଙ୍କୁ ପଟିଆଲା ଜେଲ୍କୁ ପଠାଇ ଦିଆଯାଇଥିଲା। ପାଦ୍ରୀ ବଜିନ୍ଦର ସିଂହ ନିଜର ଚମତ୍କାରୀ ଚିକିତ୍ସା ଓ ପ୍ରାର୍ଥନା ସଭା ପାଇଁ ପ୍ରସିଦ୍ଧ ଥିଲେ। ଅତିରିକ୍ତ ଜିଲ୍ଲା ଓ ସେସନ୍ ବିଚାରପତି (ଏଡିଏସ୍ଜେ) ବିକ୍ରାନ୍ତ ଗୁପ୍ତା ସଜା ଘୋଷଣା କରି କହିଥିଲେ ଯେ ଜଣେ ଧାର୍ମିକ ନେତା ଭାବେ ନିଜକୁ ଉପସ୍ଥାପନ କରୁଥିବା ବ୍ୟକ୍ତି ଏପରି ଘୃଣ୍ୟ ଅପରାଧ କରିପାରେ ନାହିଁ, ବିଶେଷକରି ସେହି ଲୋକଙ୍କ ବିରୋଧରେ ଯେଉଁମାନେ ତାଙ୍କ ଉପରେ ଆସ୍ଥା ରଖିଥାନ୍ତି। ଏହି ନିଷ୍ପତ୍ତି କେବଳ ପୀଡ଼ିତାଙ୍କୁ ନ୍ୟାୟ ଦେଇ ନାହିଁ, ବରଂ ସେହି ସମସ୍ତ ଲୋକଙ୍କୁ ଆଶ୍ୱସ୍ତି ଦେଇଛି ଯେଉଁମାନେ ବଜିନ୍ଦରଙ୍କ ବିରୋଧରେ ନିଜର ସ୍ୱର ଉଠାଇଥିଲେ।

ପୂରା ମାମଲା କ’ଣ ଥିଲା

ଏହି ମାମଲା ୨୦୧୮ ମସିହାର ଅଟେ, ଯେତେବେଳେ ଜୀରକପୁରର ଜଣେ ମହିଳା ବଜିନ୍ଦର ସିଂହଙ୍କ ବିରୋଧରେ ଅଭିଯୋଗ ଦାୟର କରିଥିଲେ। ମହିଳା ଅଭିଯୋଗ କରିଥିଲେ ଯେ ବଜିନ୍ଦର ତାଙ୍କୁ ବିଦେଶ ପଠାଇବାର ପ୍ରଲୋଭନ ଦେଇ ମୋହାଲିର ସେକ୍ଟର ୬୩ ସ୍ଥିତ ନିଜ ବାସଭବନକୁ ଡାକିଥିଲେ ଓ ସେଠାରେ ତାଙ୍କ ସହ ବଳାତ୍କାର କରିଥିଲେ। ଏତିକି ନୁହେଁ, ସେ ଏହି ଘଟଣାର ଏକ ଅଶ୍ଳୀଳ ଭିଡିଓ ମଧ୍ୟ ତିଆରି କରିଥିଲେ ଓ ଧମକ ଦେଇଥିଲେ ଯେ ଯଦି ସେ ତାଙ୍କ ଦାବି ନ ମାନନ୍ତି, ତେବେ ସେ ସେହି ଭିଡିଓକୁ ସୋସିଆଲ ମିଡିଆରେ ଛାଡ଼ି ଦେବେ। ପୀଡ଼ିତା କହିଥିଲେ ଯେ ସେ ଭୟରେ ଚୁପ୍ ରହିଥିଲେ, କିନ୍ତୁ ଶେଷରେ ସାହସ ସଂଗ୍ରହ କରି ୨୦୧୮ ଏପ୍ରିଲ୍ରେ ଜୀରକପୁର ପୁଲିସ୍ ଷ୍ଟେସନ୍ରେ ଅଭିଯୋଗ ଦାୟର କରିଥିଲେ। ଏହା ପରେ ବଜିନ୍ଦର ସିଂହଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତାର ଧାରା ୩୭୬ (ବଳାତ୍କାର), ୩୨୩ (ଜାଣିଶୁଣି ଆଘାତ ପହଞ୍ଚାଇବା), ଓ ୫୦୬ (ଅପରାଧିକ ଧମକ) ଅନୁସାରେ ମାମଲା ରୁଜୁ କରାଯାଇଥିଲା।

Leave a Reply

Your email address will not be published. Required fields are marked *