ହାଲ ଉପରେ ବାୟୁସେନା ମୁଖ୍ୟଙ୍କ ଭରସା ନାହିଁ,ଭାଇରାଲ ଭିଡିଓରେ ଟ୍ୟୁସନ୍ ହେଉଛନ୍ତି ହାଲ୍ ମୁଖ୍ୟ

ପଡ଼ୋଶୀ ଦେଶ ଚୀନ୍ ୫ମ ପିଢ଼ିର ଲଢ଼ୁଆ ବିମାନ ତିଆରି କରୁଛି। ଏପରି ରିପୋର୍ଟ ମଧ୍ୟ ଅଛି ଯେ ଚୀନ୍ ତା’ର ପରମ ମିତ୍ର ପାକିସ୍ତାନକୁ ଏପରି ଯୁଦ୍ଧ ବିମାନ ଯୋଗାଇବା ବିଷୟରେ କଥା ହୋଇଛି। ଏହାକୁ ଦୃଷ୍ଟିରେ ରଖି, ଭାରତ ମଧ୍ୟ ତାର ଆକାଶକୁ ସୁରକ୍ଷିତ ରଖିବା ପାଇଁ ନିରନ୍ତର ପଦକ୍ଷେପ ନେଉଛି। ଫ୍ରାନ୍ସରୁ ଅତ୍ୟାଧୁନିକ ରାଫେଲ ଯୁଦ୍ଧ ବିମାନ କ୍ରୟ ବାୟୁ ସୁରକ୍ଷା ମିଶନ କ୍ଷେତ୍ରରେ ବଡ଼ ଉପଲବ୍ଧି। ବିଦେଶରୁ ଆଧୁନିକ ଯୁଦ୍ଧ ବିମାନ କ୍ରୟ ସହିତ, ସାର୍ବଜନୀନ କ୍ଷେତ୍ରର ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ (HAL) କୁ ମଧ୍ୟ ହାଲୁକା ଯୁଦ୍ଧ ବିମାନ ନିର୍ମାଣ ପାଇଁ  ଅର୍ଡର ଦିଆଯାଇଛି। ତଥାପି, ଭାରତୀୟ ବାୟୁସେନା ମୁଖ୍ୟ HALର ବିଳମ୍ବରେ ଆଦୌ ଖୁସି ନୁହଁନ୍ତି। HAL ଅଧ୍ୟକ୍ଷ ଡିକେ ସୁନୀଲଙ୍କ ସହ ବାୟୁସେନା ମୁଖ୍ୟ ମାର୍ଶାଲ ଅମର ପ୍ରୀତ ସିଂହଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ, ତେଜସ୍ Mk1A ର ଅର୍ଡର ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ନ ହେବା ଉପରେ ବାୟୁସେନା ମୁଖ୍ୟ ମାର୍ଶାଲ ଅମର ପ୍ରୀତ ସିଂହ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ ସ୍ପଷ୍ଟ ଶବ୍ଦରେ କହୁଥିବା ଦେଖିବାକୁ ମିଳିଛି ଯେ, ମୋର ଆଉ Mk1A ଉପରେ ବିଶ୍ୱାସ ନାହିଁ ଏବଂ ଏହା ବହୁତ ଖରାପ ।

ସୂଚନାଯୋଗ୍ୟ ଯେ,  ଭାରତ ଏବଂ ବିଦେଶର ପ୍ରତିରକ୍ଷା କ୍ଷେତ୍ରର ଅନେକ କମ୍ପାନୀ ଏରୋ ଇଣ୍ଡିଆ-୨୦୨୫ରେ ଅଂଶଗ୍ରହଣ କରିଛନ୍ତି। ସେମାନଙ୍କ ଦ୍ୱାରା ଯୁଦ୍ଧ ବିମାନଠାରୁ ଆରମ୍ଭ କରି ଗୁଇନ୍ଦା ବିମାନ ପର୍ଯ୍ୟନ୍ତ ଏକ ପ୍ରଦର୍ଶନୀ ସ୍ଥାପନ କରାଯାଇଛି। ଏଥିରେ ଅଂଶଗ୍ରହଣ କରିବା ପାଇଁ ବାୟୁସେନା ମୁଖ୍ୟ ମାର୍ଶାଲ ଅମର ପ୍ରୀତ ସିଂହ ମଧ୍ୟ ପହଞ୍ଚିଥିଲେ। ଏରୋ ଇଣ୍ଡିଆରେ IAF ମୁଖ୍ୟଙ୍କ ସହ HAL ଅଧ୍ୟକ୍ଷ ଡିକେ ସୁନୀଲଙ୍କୁ ମଧ୍ୟ ଦେଖାଯାଇଥିଲା। ବାୟୁସେନା ମୁଖ୍ୟ ଏବଂ HAL ମୁଖ୍ୟଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାର ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ, ଏୟାର ଚିଫ୍ ମାର୍ଶାଲ୍ HAL ମୁଖ୍ୟଙ୍କୁ ପାଠ ପଢ଼ାଉଥିବାର ଦେଖାଯାଉଛି। ବାୟୁସେନା ମୁଖ୍ୟ ଅମର ପ୍ରୀତ ସିଂହ HAL ଅଧ୍ୟକ୍ଷ ଡିକେ ସୁନୀଲଙ୍କୁ କହିଥିଲେ, ‘ଆପଣଙ୍କ (ଡିକେ ସୁନୀଲ HAL ମୁଖ୍ୟ) ପାଖରେ କେବଳ 200 ବିମାନ ପାଇଁ ଅର୍ଡର ଅଛି। ମୁଁ ଇଞ୍ଜିନର ସମସ୍ୟା ଏବଂ ଏହାର ନିର୍ଭରତା ବୁଝିପାରୁଛି। ଆମେ ଏବେ ୯୯ଟି ବିମାନ ଅର୍ଡର କରିଛୁ।’ ପ୍ରତିରକ୍ଷା ମାମଲା ସହ ଜଡିତ ଖବର ପ୍ରଦାନ କରୁଥିବା ନ୍ୟାସନାଲ ଡିଫେନ୍ସ ନିଜ ପୋର୍ଟାଲରେ ଉଭୟଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାର ଭିଡିଓ ଜାରି କରିଛି।

https://youtu.be/CE1nIop1zFc

ଆଇଏଏଫ୍ ମୁଖ୍ୟ କହିଲେ- ଭରସା ନାହିଁ

ହାଲୁକା ଯୁଦ୍ଧ ବିମାନ ଯୋଗାଣରେ ବିଳମ୍ବକୁ ନେଇ ଭାରତୀୟ ବାୟୁସେନା ମୁଖ୍ୟ ଅମର ପ୍ରୀତ ସିଂହ ବହୁତ କ୍ରୋଧିତ ଦେଖାଯାଉଥିଲେ। ଭିଡିଓରେ, HAL ଅଧ୍ୟକ୍ଷ ସୁନୀଲ ବାୟୁସେନା ମୁଖ୍ୟଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିବାର ଦେଖିବାକୁ ମିଳୁଛି। ବାୟୁସେନା ମୁଖ୍ୟ ମାର୍ଶାଲ ଅମର ପ୍ରୀତ ସିଂହ କହୁଛନ୍ତି, ‘ମୁଁ କେବଳ ଆପଣଙ୍କୁ ଆମର ଆବଶ୍ୟକତା ଏବଂ ଚିନ୍ତା କ’ଣ ସେ ବାବଦରେ କହି ପାରିବି। ଆପଣଙ୍କୁ ସେହି ଚିନ୍ତାଗୁଡ଼ିକୁ ଦୂର କରିବାକୁ ପଡିବ ଏବଂ ଆମକୁ ଅଧିକ ଆଶ୍ୱସ୍ତ କରିବାକୁ ପଡିବ। ବର୍ତ୍ତମାନ, ମୁଁ HAL ବିଷୟରେ ଆତ୍ମବିଶ୍ୱାସୀ ନୁହେଁ, ଯାହା  ବହୁତ ଖରାପ କଥା।

“ମୁଁ ମଧ୍ୟ ଏଠାରେ କାମ କରିଛି”

IAF ମୁଖ୍ୟ ଅମର ପ୍ରୀତ ସିଂହ, HAL ଅଧ୍ୟକ୍ଷ ଏବଂ ତାଙ୍କ ଦଳ ସହ କଥାବାର୍ତ୍ତା କରିବା ସମୟରେ ସ୍ପଷ୍ଟ ଭାବରେ କହିଥିଲେ ଯେ ସେ ଏହାକୁ ଉପଭୋଗ କରୁନାହାଁନ୍ତି। ସେ କହିଥିଲେ, ‘HAL ଆମର ନିଜସ୍ୱ କମ୍ପାନୀ।’ ମୁଁ ଏଠାରେ ମଧ୍ୟ କାମ କରିଛି… କିନ୍ତୁ ମୁଁ ଭାବୁଛି HAL ଏବେ ମିଶନ ମୋଡରେ ନାହିଁ… ମୋତେ ପ୍ରତିଶ୍ରୁତି ଦିଆଯାଇଥିଲା ଯେ ଯେତେବେଳେ ମୁଁ ଫେବୃଆରୀରେ ଏଠାକୁ ଆସିବି, 11 Tejas MK1A ପ୍ରସ୍ତୁତ ଥିବ କିନ୍ତୁ ଏବେ ଗୋଟିଏ ମଧ୍ୟ ପ୍ରସ୍ତୁତ ନାହିଁ।’ ସେ ଆହୁରି କହିଲେ, ‘ଆପଣ MK1A ନାମରେ ବିମାନ ଉଡ଼ାଇଥିଲେ।’ ଏହା Mk1A ନୁହେଁ। ଏହା କେବଳ ଏକ ସଫ୍ଟୱେର୍ କିମ୍ବା ଚେହାର ପରିବର୍ତ୍ତନ କରି କରାଯାଇପାରିବ ନାହିଁ। ଯେତେବେଳେ ଅସ୍ତ୍ରଶସ୍ତ୍ର ଆସେ ଏବଂ ଦକ୍ଷତା ଆସେ, ଏହା MK1A…କିଛି ଥଟାମଜା ନୁହେଁ

Leave a Reply

Your email address will not be published. Required fields are marked *