ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସ୍ୱାସ୍ଥ୍ୟକୁ ନେଇ ଦୀର୍ଘ ସମୟ ଧରି ଚର୍ଚ୍ଚା ଜୋର ଧରିଛି। ପୁଟିନଙ୍କ ବିଷୟରେ ଦାବି କରାଯାଇଛି ଯେ ସେ ଅନେକ ପ୍ରକାରର ରୋଗରେ ପୀଡ଼ିତ। କିନ୍ତୁ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ତାଙ୍କ ବିଷୟରେ ଏକ ଗୁଜବ ସୃଷ୍ଟିକରି ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଛନ୍ତି। ସେ ଦାବି କରିଛନ୍ତି ଯେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ‘ଶୀଘ୍ର ମରିଯିବେ।’ ଜେଲେନସ୍କିଙ୍କ ଏହି ବୟାନ ଏମିତି ସମୟରେ ଆସିଛି ଯେତେବେଳେ ପୁଟିନଙ୍କ ସ୍ୱାସ୍ଥ୍ୟକୁ ନେଇ ଗୁଜବ ଚାଲିଛି। ତାଙ୍କର ଏହି ବୟାନକୁ ବେଶ ସାହସୀ ମନେ କରାଯାଉଛି।
ଯଦିଓ କ୍ରେମଲିନ ଏଭଳି ଗୁଜବରେ କୌଣସି ସତ୍ୟତା ନଥିବା କହିଛି । ୭୧ ବର୍ଷୀୟ ପୁଟିନ ସବୁବେଳେ ରୁଷିଆର ଲୋକମାନଙ୍କୁ ଦେଖାଇବାକୁ ଚେଷ୍ଟା କରିଛନ୍ତି ଯେ ସେ କେତେ ଶକ୍ତିଶାଳୀ ଓ ଦୃଢ଼।
ଅନେକ ଦେଶରେ ନିଜର ଶୀର୍ଷ ନେତାମାନଙ୍କର ଖରାପ ସ୍ୱାସ୍ଥ୍ୟକୁ ଲୁଚାଇବାର ପରମ୍ପରା କିଛି ନୂଆ ନୁହେଁ। ଖାସକରି ରୁଷ ଓ ଆମେରିକା ଭଳି ଦେଶମାନଙ୍କରେ, ଯେଉଁଠାରେ ଶକ୍ତି ଓ ଜାତୀୟ ସୁରକ୍ଷା ସହିତ ଜଡ଼ିତ ମାମଲା ଏହା ଉପରେ ନିର୍ଭର କରେ, ସେଠାରେ ଏହାକୁ ଲୁଚାଇବାର ପ୍ରବୃତ୍ତି ଅଧିକ ଦେଖାଯାଇଥାଏ।
କେଉଁ ଦେଶମାନଙ୍କରେ ଏହା ଅଧିକ ହୁଏ?
ନେତାମାନଙ୍କର ରୋଗକୁ ଲୁଚାଇବାର ପ୍ରଥା ସାଧାରଣତଃ ସେହି ଦେଶମାନଙ୍କରେ ଅଧିକ ଦେଖାଯାଇଛି ଯେଉଁଠାରେ ଶକ୍ତି କେନ୍ଦ୍ରୀକୃତ ହୋଇଥାଏ ଏବଂ ସରକାର ନିଜର ଛବିକୁ ବଜାୟ ରଖିବା ପାଇଁ ପାରଦର୍ଶିତାରୁ ଦୂରେଇ ରହିଥାଏ। ଯଦିଓ ଗଣତାନ୍ତ୍ରିକ ଦେଶମାନଙ୍କରେ ମଧ୍ୟ ଶକ୍ତିର ଶୀର୍ଷରେ ଥିବା ନେତାମାନଙ୍କର ସ୍ୱାସ୍ଥ୍ୟକୁ ସମ୍ପୂର୍ଣ୍ଣ ରୂପେ ପ୍ରକାଶ କରିବାରେ ସଙ୍କୋଚ କରାଯାଇ ଆସିଛି। ଆଜିର ଯୁଗରେ ସୋସିଆଲ ମିଡିଆ ଓ ସ୍ୱାଧୀନ ସାମ୍ବାଦିକତା ଯୋଗୁଁ ଏହା ପୂର୍ବ ପରି ସହଜ ନୁହେଁ, କିନ୍ତୁ ତଥାପି ଅନେକ ଦେଶରେ ଏହି ପରମ୍ପରା ଆଜି ମଧ୍ୟ ଜାରି ରହିଛି।
ରୁଷରେ ନେତାମାନଙ୍କ ସ୍ୱାସ୍ଥ୍ୟ ଲୁଚାଇବାର ପରମ୍ପରା
ରୁଷ (ସୋଭିଏତ ସଂଘ)ରେ ନେତାମାନଙ୍କର ଖରାପ ସ୍ୱାସ୍ଥ୍ୟକୁ ଜନସାଧାରଣ ଏବଂ ଏପରିକି ସରକାରର ଅନେକ ବରିଷ୍ଠ ସଦସ୍ୟଙ୍କଠାରୁ ମଧ୍ୟ ଲୁଚାଇ ରଖାଯାଇଛି। ୧୯୨୪ରେ ଯେତେବେଳେ ଭ୍ଲାଦିମିର ଲେନିନ ଷ୍ଟ୍ରୋକ ଯୋଗୁଁ କାମ କରିବାରେ ଅସମର୍ଥ ହୋଇପଡ଼ିଥିଲେ, ସେତେବେଳେ ମଧ୍ୟ ତାଙ୍କର ପ୍ରକୃତ ଅବସ୍ଥାକୁ ଗୋପନ ରଖାଯାଇଥିଲା। ଜନସାଧାରଣଙ୍କୁ କୁହାଯାଇଥିଲା ଯେ ତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସୁଛି । କିନ୍ତୁ ବାସ୍ତବରେ ସେ ଅପଙ୍ଗ ହୋଇଯାଇଥିଲେ। ସେହିପରି ୧୯୫୩ରେ ଜୋସେଫ ଷ୍ଟାଲିନଙ୍କ ମୃତ୍ୟୁ ପୂର୍ବରୁ କିଛି ଦିନ ତାଙ୍କର ଖରାପ ଅବସ୍ଥାକୁ ଗୋପନ ରଖାଯାଇଥିଲା। ଯେତେବେଳେ ସେ ଗମ୍ଭୀର ଭାବେ ଅସୁସ୍ଥ ହୋଇଥିଲେ, ତାଙ୍କ ଆଖପାଖର ଅଧିକାରୀମାନେ ଶକ୍ତି ସଂଘର୍ଷର ପ୍ରସ୍ତୁତି ପାଇଁ ଏହାକୁ ଲୁଚାଇବାକୁ ଚେଷ୍ଟା କରିଥିଲେ।
୧୯୭୦ ଦଶକର ଶେଷ ସୁଦ୍ଧା ଲିଓନିଦ ବ୍ରେଜନେଭ ଶାରୀରିକ ଓ ମାନସିକ ଭାବେ ଦୁର୍ବଳ ହୋଇଯାଇଥିଲେ, କିନ୍ତୁ ସୋଭିଏତ ମିଡିଆ ଏହାକୁ ଲୁଚାଇ ରଖିଥିଲା। ସେ ସାର୍ବଜନିକ ସ୍ଥାନରେ ଥକିଯାଇ ଓ ଧୀରେ ଚାଲୁଥିବା ଦେଖାଯାଉଥିଲେ, କିନ୍ତୁ ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଏହାକୁ ସ୍ୱୀକାର କରାଯାଇ ନଥିଲା। ନିକଟ ବର୍ଷମାନଙ୍କରେ ପୁଟିନଙ୍କ ସ୍ୱାସ୍ଥ୍ୟକୁ ନେଇ ଅନେକ ସନ୍ଦେହ ସୃଷ୍ଟି ହୋଇଛି, କିନ୍ତୁ କ୍ରେମଲିନ ଏହାକୁ ଗୋପନ ରଖିଛି। ଗୁଜବ ଅଛି ଯେ ସେ ପାର୍କିନସନ କିମ୍ବା କ୍ୟାନସର ଭଳି ରୋଗରେ ପିଡ଼ୀତ, କିନ୍ତୁ ଏହାକୁ ସବୁବେଳେ ଖାରଜ କରାଯାଇଛି।
ଆମେରିକାରେ ମଧ୍ୟ ଏପରି ଉଦାହରଣ ମିଳେ
ଆମେରିକାରେ ମଧ୍ୟ ରାଷ୍ଟ୍ରପତିମାନଙ୍କର ଗମ୍ଭୀର ରୋଗକୁ ଲୁଚାଇବାର ପରମ୍ପରା ରହିଛି, ଯଦିଓ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏହା ସବୁବେଳେ ସମ୍ଭବ ହୋଇ ନଥାଏ। ୧୯୧୯ରେ ଉଡ୍ରୋ ଉଇଲସନଙ୍କୁ ଷ୍ଟ୍ରୋକ ହୋଇଥିଲା, ଯାହାଦ୍ୱାରା ସେ ବହୁତ ଅକ୍ଷମ ହୋଇଯାଇଥିଲେ। କିନ୍ତୁ ତାଙ୍କ ପତ୍ନୀ ଏଡିଥ ଉଇଲସନ ସରକାର ଚଳାଇଥିଲେ ଏବଂ ହ୍ୱାଇଟ ହାଉସ ଏହି କଥାକୁ ଲୁଚାଇବାକୁ ପୂରା ଚେଷ୍ଟା କରିଥିଲା। ଫ୍ରାଙ୍କଲିନ ଡି. ରୁଜଭେଲ୍ଟ (୧୯୪୫) ପୋଲିଓରେ ଆକ୍ରାନ୍ତ ଥିଲେ ଓ ତାଙ୍କର ଶେଷ ଦିନମାନଙ୍କରେ ସ୍ୱାସ୍ଥ୍ୟ ଅତ୍ୟନ୍ତ ଖରାପ ଥିଲା। କିନ୍ତୁ ଏହାକୁ ଲୁଚାଇବା ପାଇଁ ମିଡିଆକୁ ତାଙ୍କର ଫଟୋ ଓ ଭିଡିଓ ଦେଖାଇବାରୁ ବଞ୍ଚିତ କରାଯାଇଥିଲା। ତାଙ୍କ ମୃତ୍ୟୁ ପରେ ହିଁ ଜନସାଧାରଣଙ୍କୁ ତାଙ୍କର ପ୍ରକୃତ ଅବସ୍ଥାର ଆଭାସ ମିଳିଥିଲା।
୧୯୬୦ ଦଶକରେ ଜନ୍ ଏଫ. କେନେଡି ଏଡିସନ ରୋଗ ଓ ପିଠିର ଗମ୍ଭୀର ସମସ୍ୟାରେ ଜୁଝୁଥିଲେ, କିନ୍ତୁ ଏହି ସୂଚନା ସାର୍ବଜନିକ କରାଯାଇ ନଥିଲା। ସେ ପ୍ରଚୁର ପରିମାଣର – ପେନକିଲର ଓ ଅନ୍ୟାନ୍ୟ ଔଷଧ ନେଉଥିଲେ, କିନ୍ତୁ ତାଙ୍କର ଛବି ଜଣେ ଯୁବକ ଓ ଉର୍ଜାବାନ ନେତା ଭାବେ ବଜାୟ ରହିଥିଲା। ୧୯୮୦ ଦଶକରେ ରୋନାଲ୍ଡ ରେଗାନଙ୍କ କାର୍ଯ୍ୟକାଳ ସମୟରେ ତାଙ୍କର ସ୍ମୃତିଶକ୍ତି ଦୁର୍ବଳ ହେବାର ସଙ୍କେତ ମିଳିବା ଆରମ୍ଭ ହୋଇଥିଲା। ରାଷ୍ଟ୍ରପତି ପଦରୁ ବିଦାୟ ନେବାର କିଛି ବର୍ଷ ପରେ ସେ ଆଲଜାଇମର ରୋଗରେ ପୀଡ଼ିତ ଥିବା ଜଣା ପଡ଼ିଥିଲା ।
ଚୀନରେ ମଧ୍ୟ ଏହି ପରମ୍ପରା ରହିଛି
ନେତାମାନଙ୍କର ଖରାପ ସ୍ୱାସ୍ଥ୍ୟକୁ ଲୁଚାଇବାର ପରମ୍ପରା କେବଳ ରୁଷିଆ ଓ ଆମେରିକା ପର୍ଯ୍ୟନ୍ତ ସୀମିତ ନୁହେଁ। ଅନେକ ଅନ୍ୟ ଦେଶରେ ମଧ୍ୟ ଏହା ହୋଇଛି, ଖାସକରି ଯେଉଁଠାରେ ଶକ୍ତି କେନ୍ଦ୍ରୀକୃତ ହୋଇଥାଏ କିମ୍ବା ଯେଉଁଠାରେ ଏକଛତ୍ରବାଦୀ ଓ ଅଧିନାୟକବାଦୀ ଶାସନ ରହିଛି। ଉଦାହରଣ ସ୍ୱରୂପ, ଚୀନରେ ମଧ୍ୟ ଶୀର୍ଷ ନେତାମାନଙ୍କର ରୋଗ ଓ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ମାମଲାକୁ ଗୋପନ ରଖାଯାଇଥାଏ। ମାଓ ସେ ତୁଙ୍ଗ୍ ଶାସନକାଳର ଶେଷ ବର୍ଷମାନଙ୍କରେ ତାଙ୍କର ସ୍ୱାସ୍ଥ୍ୟ ଦ୍ରୁତ ଗତିରେ ଖରାପ ହେଉଥିଲା, କିନ୍ତୁ ଚୀନୀ କମ୍ୟୁନିଷ୍ଟ ପାର୍ଟି (CCP) ଏହାକୁ ଲୁଚାଇବାକୁ ଚେଷ୍ଟା କରିଥିଲା। ୧୯୭୬ରେ ତାଙ୍କର ମୃତ୍ୟୁ ହେବା ପର୍ଯ୍ୟନ୍ତ ସାଧାରଣ ଜନତାଙ୍କୁ ତାଙ୍କର ଗମ୍ଭୀର ଅବସ୍ଥା ବିଷୟରେ ବହୁତ କମ୍ ସୂଚନା ଥିଲା। ସେହିପରି ଡେଙ୍ଗ ଶିଆଓପିଙ୍ଗ (୧୯୯୭) ବହୁତ ଦୁର୍ବଳ ହୋଇଯାଇଥିଲେ ଓ ସାର୍ବଜନିକ କାର୍ଯ୍ୟକ୍ରମରୁ ଦୂରେଇ ରହିଥିଲେ, କିନ୍ତୁ ଚୀନୀ ସରକାର ତାଙ୍କର ରୋଗ ବିଷୟରେ କୌଣସି ଆଧିକାରିକ ସୂଚନା ଦେଇ ନଥିଲେ।
ଉତ୍ତର କୋରିଆ ନେତାମାନଙ୍କୁ ଅଜେୟ ଦେଖାଏ
ଉତ୍ତର କୋରିଆରେ ନେତାମାନଙ୍କର ଛବିକୁ ଦିବ୍ୟ ଓ ଅଜେୟ ଦେଖାଇବାକୁ ଚେଷ୍ଟା କରାଯାଏ, ତେଣୁ ତାଙ୍କର ଖରାପ ସ୍ୱାସ୍ଥ୍ୟକୁ ଲୁଚାଇ ରଖାଯାଏ। ୨୦୦୮ରେ ଯେତେବେଳେ କିମ୍ ଜୋଙ୍ଗ-ଇଲଙ୍କୁ ଷ୍ଟ୍ରୋକ ହୋଇଥିଲା, ଉତ୍ତର କୋରିଆର ମିଡିଆ ଏହାକୁ ଗୋପନ ରଖିଥିଲା ଓ ଜନସାଧାରଣଙ୍କୁ ତାଙ୍କ ବିଷୟରେ ବହୁତ କମ୍ ସୂଚନା ଦିଆଯାଇଥିଲା। ୨୦୨୦ରେ କିମ୍ ଜୋଙ୍ଗ-ଉନ ଅନେକ ସପ୍ତାହ ଧରି ସାର୍ବଜନିକ ରୂପେ ଦେଖା ଦେଇ ନଥିଲେ, ଯାହାଦ୍ୱାରା ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଅଟକଳ ବଢ଼ିଥିଲା। ପରେ ରିପୋର୍ଟ ଆସିଥିଲା ଯେ ତାଙ୍କର ସର୍ଜରୀ ହୋଇଥିଲା, କିନ୍ତୁ ଆଧିକାରିକ ଭାବେ କିଛି ସ୍ୱୀକାର କରାଯାଇ ନଥିଲା।
ଆଉ କେଉଁ ଦେଶମାନଙ୍କରେ ଏହା ହୁଏ?
କ୍ୟୁବାରେ ଫିଦେଲ କାଷ୍ଟ୍ରୋ (୨୦୦୬)ଙ୍କ ରୋଗକୁ ଦୀର୍ଘ ସମୟ ଧରି ଗୋପନ ରଖାଯାଇଥିଲା। ୨୦୦୬ରେ ଯେତେବେଳେ ସେ ଗମ୍ଭୀର ଭାବେ ଅସୁସ୍ଥ ହୋଇଥିଲେ, ତାଙ୍କ ଅନୁପସ୍ଥିତିକୁ ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା ବୋଲି କୁହାଯାଇଥିଲା। ପରେ ଜଣାପଡ଼ିଥିଲା ଯେ ସେ ପେଟର ଗମ୍ଭୀର ରୋଗ ସହ ସଂଘର୍ଷ କରୁଥିଲେ । ତାଙ୍କ ଉତ୍ତରାଧିକାରୀ ରାଉଲ କାଷ୍ଟ୍ରୋଙ୍କ ବିଷୟରେ ମଧ୍ୟ ଅନେକ ଥର ତାଙ୍କ ସ୍ୱାସ୍ଥ୍ୟକୁ ନେଇ ସୂଚନା ସୀମିତ ରଖାଯାଇଥିଲା। ଭେନେଜୁଏଲାରେ ହ୍ୟୁଗୋ ଚାଭେଜ (୨୦୧୩)ଙ୍କୁ କ୍ୟାନସର ହୋଇଥିଲା, ତେଣୁ ସେ ମାସ ମାସ ଧରି ସାର୍ବଜନିକ ଜୀବନରୁ ଦୂରେଇ ରହୁଥିଲେ। ସରକାର ତାଙ୍କ ରୋଗକୁ ଲୁଚାଇବାକୁ ପୂରା ଚେଷ୍ଟା କରିଥିଲା ଓ ଯେତେବେଳେ ତାଙ୍କ ଅବସ୍ଥା ବହୁତ ଖରାପ ହୋଇଥିଲା, ସେତେବେଳେ ମଧ୍ୟ ତାଙ୍କର ପ୍ରକୃତ ଅବସ୍ଥା ବିଷୟରେ ଜନସାଧାରଣଙ୍କୁ କିଛି କୁହାଯାଇ ନଥିଲା। ତାଙ୍କ ମୃତ୍ୟୁ ଖବର ମଧ୍ୟ ବିଳମ୍ବରେ ଘୋଷଣା କରାଯାଇଥିଲା।
ହିଟଲରଙ୍କ ଖରାପ ସ୍ୱାସ୍ଥ୍ୟ ମଧ୍ୟ ଲୁଚାଇ ରଖାଯାଇଥିଲା
୧୯୪୦ ଦଶକରେ ଆଡଲଫ ହିଟଲରଙ୍କୁ ପାର୍କିନସନ, ନ୍ୟୁରୋଲଜିକାଲ ଡିସଅର୍ଡର ଓ ମାନସିକ ସମସ୍ୟା ଥିଲା, କିନ୍ତୁ ଜର୍ମାନୀର ନାଜି ସରକାର ଏହାକୁ ଗୋପନ ରଖିଥିଲା। ଯୁଦ୍ଧର ଶେଷ ଦିନମାନଙ୍କରେ ତାଙ୍କର ଅବସ୍ଥା ବହୁତ ଖରାପ ହୋଇଯାଇଥିଲା, କିନ୍ତୁ ତାଙ୍କ ଛବିକୁ ମଜବୁତ ରଖିବା ପାଇଁ ପ୍ରଚାର ତନ୍ତ୍ର ଏହାକୁ ଲୁଚାଇବାକୁ ଚେଷ୍ଟା କରିଥିଲା।
ଫ୍ରାନ୍ସ ଓ ବ୍ରିଟେନରେ କି ସ୍ଥିତି?
ଫ୍ରାନ୍ସର ରାଷ୍ଟ୍ରପତି ଫ୍ରାନ୍ସୱା ମିତେରାଙ୍କୁ (୧୯୮୧-୧୯୯୫) ତାଙ୍କ କାର୍ଯ୍ୟକାଳର ଆରମ୍ଭରେ ହିଁ କ୍ୟାନସର ହୋଇଥିଲା, କିନ୍ତୁ ସେ ଏହାକୁ ଏକ ଦଶନ୍ଧି ଧରି ଲୁଚାଇ ରଖିଥିଲେ। ଜନସାଧାରଣଙ୍କୁ ଏହି ସୂଚନା ସେତେବେଳେ ମିଳିଥିଲା ଯେତେବେଳେ ସେ ନିଜର ଶେଷ ବର୍ଷମାନଙ୍କରେ ଥିଲେ। ବ୍ରିଟେନରେ ମିଡିଆ ତୁଳନାତ୍ମକ ଭାବେ ସ୍ୱାଧୀନ, କିନ୍ତୁ କିଛି ମାମଲାରେ ନେତାମାନଙ୍କର ସ୍ୱାସ୍ଥ୍ୟକୁ ନେଇ ପରଦା ପକାଯାଇଛି। ଯେପରି ଉଇନଷ୍ଟନ ଚର୍ଚିଲଙ୍କୁ ୧୯୫୩ରେ ଏକ ବଡ଼ ଷ୍ଟ୍ରୋକ ହୋଇଥିଲା, କିନ୍ତୁ ବ୍ରିଟିଶ ସରକାର ଏହାକୁ ଲୁଚାଇବାକୁ ଚେଷ୍ଟା କରିଥିଲା। ସେ ପ୍ରଧାନମନ୍ତ୍ରୀ ପଦରେ ରହିଥିଲେ, ଯଦିଓ ତାଙ୍କର ଅବସ୍ଥା କାମ କରିବା ଯୋଗ୍ୟ ନଥିଲା।
ଭାରତରେ କଥା କ’ଣ?
ଭାରତରେ ନେତାମାନଙ୍କର ସ୍ୱାସ୍ଥ୍ୟ ଲୁଚାଇବାର ପରମ୍ପରା ପାଶ୍ଚାତ୍ୟ ଦେଶମାନଙ୍କ ପରି ଏତେ ବ୍ୟାପକ ନୁହେଁ, କିନ୍ତୁ କିଛି ଉଦାହରଣ ମିଳିଛି। ଲାଲ ବାହାଦୂର ଶାସ୍ତ୍ରୀ (୧୯୬୬)ଙ୍କ ତାଶକନ୍ଦରେ ମୃତ୍ୟୁକୁ ନେଇ ଅନେକ ରହସ୍ୟ ରହିଛି। କୁହାଯାଏ ଯେ ତାଙ୍କର ସ୍ୱାସ୍ଥ୍ୟକୁ ନେଇ ଆଧିକାରିକ ରେକର୍ଡ ବହୁତ ସୀମିତ ରଖାଯାଇଥିଲା। ଇନ୍ଦିରା ଗାନ୍ଧୀ (୧୯୮୪)ଙ୍କ ହତ୍ୟା ପୂର୍ବରୁ ତାଙ୍କୁ କିଛି ସ୍ୱାସ୍ଥ୍ୟ ସମସ୍ୟା ଥିଲା, କିନ୍ତୁ ଏହା ଉପରେ ଅଧିକ ଆଲୋଚନା କରାଯାଇ ନଥିଲା। ଅଟଲ ବିହାରୀ ବାଜପେୟୀ ନିଜର ଶେଷ ସମୟରେ ଗମ୍ଭୀର ଭାବେ ଅସୁସ୍ଥ ହୋଇଯାଇଥିଲେ, କିନ୍ତୁ ସରକାର ତାଙ୍କର ସ୍ୱାସ୍ଥ୍ୟର ସମ୍ପୂର୍ଣ୍ଣ ସୂଚନା ସାର୍ବଜନିକ କରି ନଥିଲେ।
ନେତାମାନଙ୍କ ରୋଗ ଲୁଚାଇବାର କାରଣ
ଯଦି କୌଣସି ଦେଶର ନେତାଙ୍କ ରୋଗ ସାର୍ବଜନିକ ହୋଇଯାଏ, ତେବେ ରାଜନୈତିକ ଅସ୍ଥିରତା ଆସିପାରେ। ଏହାଦ୍ୱାରା ବିପକ୍ଷ ଓ ବାହାରେ ଶକ୍ତିମାନଙ୍କ ମଧ୍ୟରେ ଏହି ସଙ୍କେତ ଯାଇପାରେ ଯେ ନେତୃତ୍ୱ ଦୁର୍ବଳ ଅଛି। ଅନେକ ସମୟରେ ସରକାରମାନେ ଚାହାଁନ୍ତି ନାହିଁ ଯେ ଜନସାଧାରଣ ଅସ୍ଥିରତା ନେଇ ଚିନ୍ତିତ ହୁଅନ୍ତୁ, ତେଣୁ ସେମାନେ ରୋଗକୁ ଲୁଚାଇ ରଖନ୍ତି। ଅନେକ ନେତା ଓ ତାଙ୍କ ଦଳ ଏହା ନିଶ୍ଚିତ କରିବାକୁ ଚାହାଁନ୍ତି ଯେ ସେମାନେ ଶେଷ ସମୟ ପର୍ଯ୍ୟନ୍ତ ପାଓ୍ବାରରେ ରହିବେ, ତେଣୁ ତାଙ୍କର ରୋଗକୁ ସାର୍ବଜନିକ କରାଯାଏ ନାହିଁ। ଯଦିଓ ୨୧ଶ ଶତାବ୍ଦୀରେ ମିଡିଆର ବଢ଼ୁଥିବା ପହଞ୍ଚ ଓ ଇଣ୍ଟରନେଟ ଯୋଗୁଁ ନେତାମାନଙ୍କର ସ୍ୱାସ୍ଥ୍ୟ ଲୁଚାଇବା ପୂର୍ବ ପରି ସହଜ ନୁହେଁ। ତଥାପି, ଅନେକ ଦେଶ ଏହି ପରମ୍ପରାକୁ ବଜାୟ ରଖିଛନ୍ତି। ଖାସକରି ଯେଉଁଠାରେ ଶକ୍ତି କେନ୍ଦ୍ରୀକୃତ ହୋଇଥାଏ ଏବଂ ଗଣତାନ୍ତ୍ରିକ ସଂସ୍ଥାଗୁଡ଼ିକ ଏତେ ମଜବୁତ ନଥାଏ, ସେଠାରେ ଏହା ଅଧିକ ଦେଖାଯାଏ।ଫ୍ରାନ୍ସର ରାଷ୍ଟ୍ରପତି ଫ୍ରାନ୍ସୱା ମିତେରାଙ୍କୁ (୧୯୮୧-୧୯୯୫) ତାଙ୍କ କାର୍ଯ୍ୟକାଳର ଆରମ୍ଭରେ ହିଁ କ୍ୟାନସର ହୋଇଥିଲା, କିନ୍ତୁ ସେ ଏହାକୁ ଏକ ଦଶନ୍ଧି ଧରି ଲୁଚାଇ ରଖିଥିଲେ। ଜନସାଧାରଣଙ୍କୁ ଏହି ସୂଚନା ସେତେବେଳେ ମିଳିଥିଲା ଯେତେବେଳେ ସେ ନିଜର ଶେଷ ବର୍ଷମାନଙ୍କରେ ଥିଲେ। ବ୍ରିଟେନରେ ମିଡିଆ ତୁଳନାତ୍ମକ ଭାବେ ସ୍ୱାଧୀନ, କିନ୍ତୁ କିଛି ମାମଲାରେ ନେତାମାନଙ୍କର ସ୍ୱାସ୍ଥ୍ୟକୁ ନେଇ ପରଦା ପକାଯାଇଛି। ଯେପରି ଉଇନଷ୍ଟନ ଚର୍ଚିଲଙ୍କୁ ୧୯୫୩ରେ ଏକ ବଡ଼ ଷ୍ଟ୍ରୋକ ହୋଇଥିଲା, କିନ୍ତୁ ବ୍ରିଟିଶ ସରକାର ଏହାକୁ ଲୁଚାଇବାକୁ ଚେଷ୍ଟା କରିଥିଲା। ସେ ପ୍ରଧାନମନ୍ତ୍ରୀ ପଦରେ ରହିଥିଲେ, ଯଦିଓ ତାଙ୍କର ଅବସ୍ଥା କାମ କରିବା ଯୋଗ୍ୟ ନଥିଲା।

ଭାରତରେ କି ରୀତି ରହିଛି?
ଭାରତରେ ନେତାମାନଙ୍କର ସ୍ୱାସ୍ଥ୍ୟ ଲୁଚାଇବାର ପରମ୍ପରା ପାଶ୍ଚାତ୍ୟ ଦେଶମାନଙ୍କ ପରି ଏତେ ବ୍ୟାପକ ନୁହେଁ, କିନ୍ତୁ କିଛି ଉଦାହରଣ ମିଳିଛି। ଲାଲ ବାହାଦୂର ଶାସ୍ତ୍ରୀ (୧୯୬୬)ଙ୍କ ତାଶକନ୍ଦରେ ମୃତ୍ୟୁକୁ ନେଇ ଅନେକ ରହସ୍ୟ ରହିଛି। କୁହାଯାଏ ଯେ ତାଙ୍କର ସ୍ୱାସ୍ଥ୍ୟକୁ ନେଇ ଆଧିକାରିକ ରେକର୍ଡ ବହୁତ ସୀମିତ ରଖାଯାଇଥିଲା। ଇନ୍ଦିରା ଗାନ୍ଧୀ (୧୯୮୪)ଙ୍କ ହତ୍ୟା ପୂର୍ବରୁ ତାଙ୍କୁ କିଛି ସ୍ୱାସ୍ଥ୍ୟ ସମସ୍ୟା ଥିଲା, କିନ୍ତୁ ଏହା ଉପରେ ଅଧିକ ଆଲୋଚନା କରାଯାଇ ନଥିଲା। ଅଟଲ ବିହାରୀ ବାଜପେୟୀ ନିଜର ଶେଷ ସମୟରେ ଗମ୍ଭୀର ଭାବେ ଅସୁସ୍ଥ ହୋଇଯାଇଥିଲେ, କିନ୍ତୁ ସରକାର ତାଙ୍କର ସ୍ୱାସ୍ଥ୍ୟର ସମ୍ପୂର୍ଣ୍ଣ ସୂଚନା ସାର୍ବଜନିକ କରି ନଥିଲେ।
ନେତାମାନଙ୍କ ରୋଗ ଲୁଚାଇବାର କାରଣ
ଯଦି କୌଣସି ଦେଶର ନେତାଙ୍କ ରୋଗ ସାର୍ବଜନିକ ହୋଇଯାଏ, ତେବେ ରାଜନୈତିକ ସ୍ଥିରତା ଆସିପାରେ। ଏହାଦ୍ୱାରା ବିପକ୍ଷ ଓ ବାହାରେ ଶକ୍ତିମାନଙ୍କ ମଧ୍ୟରେ ଏହି ସଙ୍କେତ ଯାଇପାରେ ଯେ ନେତୃତ୍ୱ ଦୁର୍ବଳ ଅଛି। ଅନେକ ସମୟରେ ସରକାରମାନେ ଚାହାଁନ୍ତି ନାହିଁ ଯେ ଜନସାଧାରଣ ଅସ୍ଥିରତା ନେଇ ଚିନ୍ତିତ ହୁଅନ୍ତୁ, ତେଣୁ ସେମାନେ ରୋଗକୁ ଲୁଚାଇ ରଖନ୍ତି। ଅନେକ ନେତା ଓ ତାଙ୍କ ଦଳ ଏହା ନିଶ୍ଚିତ କରିବାକୁ ଚାହାଁନ୍ତି ଯେ ସେମାନେ ଶେଷ ସମୟ ପର୍ଯ୍ୟନ୍ତ ପାଓ୍ବାରରେ ରହିବେ, ତେଣୁ ତାଙ୍କର ରୋଗକୁ ସାର୍ବଜନିକ କରାଯାଏ ନାହିଁ। ଯଦିଓ ୨୧ଶ ଶତାବ୍ଦୀରେ ମିଡିଆର ବଢ଼ୁଥିବା ପହଞ୍ଚ ଓ ଇଣ୍ଟରନେଟ ଯୋଗୁଁ ନେତାମାନଙ୍କର ସ୍ୱାସ୍ଥ୍ୟ ଲୁଚାଇବା ପୂର୍ବ ପରି ସହଜ ନୁହେଁ। ତଥାପି, ଅନେକ ଦେଶ ଏହି ପରମ୍ପରାକୁ ବଜାୟ ରଖିଛନ୍ତି। ଖାସକରି ଯେଉଁଠାରେ ଶକ୍ତି କେନ୍ଦ୍ରୀକୃତ ହୋଇଥାଏ ଏବଂ ଗଣତାନ୍ତ୍ରିକ ସଂସ୍ଥାଗୁଡ଼ିକ ଏତେ ମଜବୁତ ନଥାଏ, ସେଠାରେ ଏହା ଅଧିକ ଦେଖାଯାଏ।