ଅଭିନେତ୍ରୀ ଆୟେଶା ଜୁଲକା ବଲିଉଡରେ ବହୁତ ନାମ ଏବଂ ଖ୍ୟାତି ଅର୍ଜନ କରିଛନ୍ତି।୯୦ ଦଶକର ଟପ୍ ଆକ୍ଟ୍ରେସଙ୍କ ମଧ୍ୟରେ ସେ ଗଣା ଯାଉଥିଲା । ଯୋ ଜିତା ୱହି ସିକନ୍ଦର ଭଳି ଫିଲ୍ମରେ ତାଙ୍କ ନୀରିହ ଚାହାଁଣୀ ଦର୍ଶକଙ୍କୁ ପାଗଳ କରିଥିଲା । ‘ମାସୁମ୍’ ଫିଲ୍ମର ‘ଟୁକୁରୁ ଟୁକୁର ଦେଖତୋ ହୋ କ୍ୟା’ ଗୀତରେ ସତରେ ଦର୍ଶକ ତାଙ୍କ ଉପରେ ଫିଦା ହୋଇଥିଲେ । କିନ୍ତୁ ଗୋଟିଏ ସମୟରେ ସେ ହଠାତ ବଲିଉଡରୁ ଅଦୃଶ୍ୟ ହୋଇଗଲେ। ଫିଲ୍ମ ଦୁନିଆକୁ ଅଲବିଦା କହି ସେ ବ୍ୟକ୍ତିଗତ ଜୀବନ ଆରମ୍ଭ କରିଥିଲେ । ୯୦ ଦଶକର ସେହି ଚର୍ଚ୍ଚିତ ଅଭିନେତ୍ରୀ ଏବେ ଟିଭି ରିଆଲିଟି ଶୋ ସେଲିବ୍ରିଟି ମାଷ୍ଟର ସେଫ୍ରେ ନଜର ଆସୁଛନ୍ତି । ସେ ଜଣେ ୱାଇଲ୍ଡ କାର୍ଡ ପ୍ରତିଯୋଗୀ ଭାବରେ ଶୋ’ରେ ପ୍ରବେଶ କରିଥିଲେ। ଆୟେଶା ଏବେ ଖବରରେ ଅଛନ୍ତି ଓ ତାଙ୍କୁ ନେଇ ଢେର ଆଲୋଚନା ହେଉଛି ।

ଆୟେଶା ଝୁଲକା ତାଙ୍କ ବ୍ୟକ୍ତିଗତ ଜୀବନ ଏବଂ ବୃତ୍ତିଗତ ଜୀବନ ପାଇଁ ବହୁତ ଖବରରେ ଅଛନ୍ତି। ଆୟେଶାଙ୍କର ଅଭିନେତା ଅରମାନ କୋହଲିଙ୍କ ସହ ସମ୍ପର୍କ ଥିଲା। ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁସାରେ, ଆୟେଶା ଏବଂ ଅରମାନ ନିର୍ବନ୍ଧ କରିଥିଲେ ଏବଂ ବିବାହ କରିବାକୁ ଯାଉଥିଲେ। ଏହି କାରଣରୁ ଆୟେଶା ମଧ୍ୟ ନିଜକୁ ଇଣ୍ଡଷ୍ଟ୍ରିରୁ ଦୂରେଇ ରଖିଥିଲେ। କିନ୍ତୁ ଦୃଢ଼ ସମ୍ପର୍କ ସତ୍ତ୍ୱେ, ସେମାନଙ୍କ ସମ୍ପର୍କ ସ୍ଥାୟୀ ହୋଇପାରିଲା ନାହିଁ ଏବଂ ସେମାନଙ୍କ ମଧ୍ୟରେ ବ୍ରେକ୍ ଅପ୍ ହୋଇଥିଲା ।
ଆରମାନଙ୍କୁ ବାହା ହୋଇଥାନ୍ତେ କିନ୍ତୁ…
ଆୟେଶା,ଅରମାନଙ୍କ ସହ ନିଜ ସମ୍ପର୍କକୁ ନେଇ ଉନ୍ମୁକ୍ତ ଥିଲେ । ଏନେଇ ସେତେବେଳେ ସେ ଏଣ୍ଟରଟେନମେଣ୍ଟ୍ ଭିଡିଓ ମ୍ୟାଗାଜିନ୍ ଲହରେଁକୁ ସାକ୍ଷାତକାର ମଧ୍ୟ ଦେଇଥିଲେ । ଯେତେବେଳେ ଆୟେଶାଙ୍କୁ ସେମାନଙ୍କ ବ୍ରେକଅପ୍ ପଛର କାରଣ ପଚରାଗଲା, ସେତେବେଳେ ସେ ଏହାକୁ ଗୋପନ ରଖିଥିଲେ। ସେ କହିଥିଲେ ଯେ ସେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଅଧିକ ବିସ୍ତାରିତ ଭାବରେ କଥା ହେବାକୁ ଚାହାଁନ୍ତି ନାହିଁ। ଆୟେଶା କହିଥିଲେ ଯେ ସେ ତାଙ୍କ ବୃତ୍ତିଗତ ଜୀବନ ଉପରେ ଧ୍ୟାନ ଦେଉଥିଲେ।

ଫ୍ୟାନମାନେ ଆୟେଶା ଏବଂ ଅରମାନଙ୍କ ଯୋଡ଼ିକୁ ବହୁତ ପସନ୍ଦ କରିଥିଲେ। ସେମାନେ ଏକାଠି “କୋହରା” ଭଳି ଏକ ଫିଲ୍ମ ମଧ୍ୟ କରିଥିଲେ। ସେହି ସମୟରେ, ଏପରି ଖବର ଆସିଥିଲା ଯେ ଅରମାନ ବିବାହ ପୂର୍ବରୁ ଅନ୍ୟ କାହାକୁ ପ୍ରେମ କରିସାରିଛନ୍ତି ଏବଂ ଏହି କାରଣରୁ ଆୟେଶା ବହୁତ ଆଘାତ ପାଇଥିଲେ। ବ୍ରେକଅପ୍ ଯୋଗୁଁ ଆୟେଶାଙ୍କ କ୍ୟାରିଅର ଶେଷ ହୋଇଗଲା ଏବଂ ସେ ବଡ଼ ପ୍ରୋଜେକ୍ଟ ହରାଇଲେ।