ଭାରତୀୟ କ୍ରିକେଟ୍ ଟିମର ଷ୍ଟାର ଖେଳାଳି ଯୁଜବେନ୍ଦ୍ର ଚହଲ ଓ ଧନଶ୍ରୀ ବର୍ମାଙ୍କର ନିକଟରେ ବିବାହ ବିଚ୍ଛେ ହୋଇଛି। ଉଭୟେ ୨୦୨୦ ମସିହାରେ ବିବାହ କରିଥିଲେ, କିନ୍ତୁ ୫ ବର୍ଷ ମଧ୍ୟରେ ଉଭୟେ ପରସ୍ପରଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ଧନଶ୍ରୀ ବର୍ମା ପେଷାଗତ ଭାବେ ଜଣେ କୋରିଓଗ୍ରାଫର ଏବଂ ନୃତ୍ୟଶିଳ୍ପୀ। ଧନଶ୍ରୀ ଓ ଯୁଜବେନ୍ଦ୍ର ଚହଲଙ୍କର ପ୍ରଥମ ସାକ୍ଷାତ କୋଭିଡ-୧୯ ମହାମାରୀ ସମୟରେ ଲକଡାଉନ ମଧ୍ୟରେ ହୋଇଥିଲା। ଅନେକ ରିପୋର୍ଟରେ ଦାବି କରାଯାଉଛି ଯେ ଉଭୟେ ୨୦୨୨ ମସିହାଠାରୁ ଅଲଗା ରହୁଥିଲେ, କିନ୍ତୁ ବର୍ତ୍ତମାନ ଏମାନଙ୍କ ଅଲଗା ହେବାର ଏକ ନୂଆ କାରଣ ସାମ୍ନାକୁ ଆସିଛି।
ଧନଶ୍ରୀଙ୍କ ଏହି ଜିଦ୍…
ପ୍ରସିଦ୍ଧ ବିନୋଦନ ସାମ୍ବାଦିକ ବିକି ଲାଲୱାନୀଙ୍କ ଅନୁସାରେ, ଚହଲ ଓ ଧନଶ୍ରୀଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହେବାର କାରଣ ଥିଲା ଧନଶ୍ରୀ ଶ୍ୱସୁର ଘରେ ରହିବାକୁ ଚାହୁଁନଥିଲେ । ସେ ମୁମ୍ବାଇରେ ସ୍ଥାୟୀ ଭାବେ ରହିବାକୁ ଚାହୁଁଥିଲେ । ଧନଶ୍ରୀ ବର୍ମା ଚାହୁଁଥିଲେ ଯେ ଯୁଜି ତାଙ୍କ ସହ ମୁମ୍ବାଇରେ ରୁହନ୍ତୁ । କିନ୍ତୁ ଚହଲ ଏଥିରେ ସହମତ ନଥିଲେ। ଏହି ବିଷୟକୁ ନେଇ ଉଭୟଙ୍କ ମଧ୍ୟରେ ଏତେ ମତଭେଦ ହେଲା ଯେ କଥା ବିବାହ ବିଚ୍ଛେଦ ପର୍ଯ୍ୟନ୍ତ ପହଞ୍ଚିଗଲା। ଯଦିଓ ବିବାହ ପରେ ଧନଶ୍ରୀ ଚହଲଙ୍କ ପରିବାର ସହ ହରିୟାଣାରେ ରହୁଥିଲେ, କିନ୍ତୁ ଶୀଘ୍ର ସେ ମୁମ୍ବାଇକୁ ସ୍ଥାନାନ୍ତର ହେବା ପାଇଁ ଜିଦ୍ କରିବା ଆରମ୍ଭ କଲେ, ଯାହା ଫଳରେ କଥା ବିବାହ ବିଚ୍ଛେଦ ପର୍ଯ୍ୟନ୍ତ ଯାଇଥିଲା।

ଚହଲ ତାଙ୍କ ମାତାପିତାଙ୍କଠାରୁ ଅଲଗା ହେବାକୁ ଚାହୁଁନଥିଲେ
ବିକି ଲାଲୱାନୀ ତାଙ୍କ ରିପୋର୍ଟରେ ଦାବି କରିଛନ୍ତି ଯେ ବିବାହ ପରେ ଧନଶ୍ରୀ ହରିୟାଣାରେ ଚହଲଙ୍କ ପରିବାର ସହ ରହୁଥିଲେ। ସେ ମୁମ୍ବାଇ ସେତେବେଳେ ଯାଉଥିଲେ ଯେତେବେଳେ କିଛି ଜରୁରୀ କାମ ରହୁଥିଲା। ଧନଶ୍ରୀଙ୍କର ମୁମ୍ବାଇରେ ଧୀରେ ଧୀରେ କାମ ବଢ଼ିବାକୁ ଲାଗିଲା। ଏହି କାରଣରୁ ତାଙ୍କୁ ଲଗାତାର ଯାତ୍ରା କରିବାରେ ଅସୁବିଧା ହେଉଥିଲା। ଏହି କାରଣରୁ ଚହଲଙ୍କ ସହ ଝଗଡ଼ା ଆରମ୍ଭ ହେଲା। ଅନ୍ୟପକ୍ଷରେ ଚହଲ ତାଙ୍କ ମାତାପିତାଙ୍କଠାରୁ ଅଲଗା ରହିବାକୁ ଚାହୁଁ ନଥିଲେ। ସେ ଧନଶ୍ରୀଙ୍କଠାରୁ ମଧ୍ୟ ଏହା ଚାହୁଁଥିଲେ ଯେ ସେ ପରିବାର ସହ ହରିୟାଣାରେ ରହନ୍ତୁ, ଉଭୟଙ୍କ ମଧ୍ୟରେ ଏହାକୁ ନେଇ ମତଭେଦ ଉତ୍ପନ ହୋଇଥିଲା । କେହି କାହା କଥାରେ ଏକମତ ହୋଇନଥିଲେ ।
ଉଲ୍ଲେଖଯୋଗ୍ୟ ଯେ, ଯୁଜବେନ୍ଦ୍ର ଚହଲ ବର୍ତ୍ତମାନ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୫ରେ ପଞ୍ଜାବ କିଙ୍ଗ୍ସ ପାଇଁ ଖେଳୁଛନ୍ତି। ଆଇପିଏଲ୍ ୨୦୨୫ ଆରମ୍ଭ ହେବାର ଠିକ୍ ଦୁଇ ଦିନ ପୂର୍ବରୁ ତାଙ୍କର ବିବାହ ବିଚ୍ଛେଦ ହୋଇଥିଲା। ରିପୋର୍ଟ ଅନୁସାରେ, ଚହଲଙ୍କୁ ବିବାହ ବିଚ୍ଛେଦର ଭରଣପୋଷଣ ରାଶି ଭାବେ ୪.୭୫ କୋଟି ଟଙ୍କା ଦିଆଯାଇଛି। ଏହି ରାଶିରୁ ୨.୩୭ କୋଟି ଟଙ୍କା ଚହଲ ଧନଶ୍ରୀଙ୍କୁ ପରିଶୋଧ କରି ଦେଇଛନ୍ତି।