ଗ୍ରୀଷ୍ମ ଋତୁରେ ସ୍କିନର ବିଶେଷ ଯତ୍ନର ଆବଶ୍ୟକତା ହୋଇଥାଏ। ଏହି ଋତୁରେ ସୂର୍ଯ୍ୟଙ୍କ ତୀବ୍ର କିରଣ, ଝାଳ ଏବଂ ପ୍ରଦୂଷଣ ଯୋଗୁଁ ସ୍କିନ ଫିକା ପଡ଼ିଯାଏ । ଯଦି ଆପଣ ସକାଳେ ଆପଣଙ୍କ ସ୍କିନକୁ ସତେଜ ଏବଂ ଉଜ୍ଜ୍ୱଳ ଦେବାକୁ ଚାହୁଁଛନ୍ତି, ତେବେ ରାତିରେ ଶୋଇବା ପୂର୍ବରୁ କିଛି ଘରୋଇ ଜିନିଷର ବ୍ୟବହାର କରନ୍ତୁ ଅନେକ ଫାଇଦା ମିଳିବ ।
ଗ୍ଲୋଇଂ ସ୍କିନ ପାଇବା ପାଇଁ ଅଧିକାଂଶ ଲୋକ କିଛି ବିୟୁଟି ଟିପ୍ସ ଆପଣାଇଥାନ୍ତି । କିନ୍ତୁ ଗ୍ରୀଷ୍ମ ଋତୁରେ ସ୍କିନକୁ ଅଧିକ ଜଳର ଆବଶ୍ୟକତା ହୋଇଥାଏ। ଏପରି ସ୍ଥିତିରେ ଆପଣ ପ୍ରାକୃତିକ ଜିନିଷଗୁଡ଼ିକର ସାହାଯ୍ୟ ନେଇପାରିବେ। ଏହା ଦ୍ୱାରା ତ୍ବଚା ଚମକି ଉଠିବ ।
ଏଲୋଭେରା
ଏଲୋଭେରା ସ୍କିନକୁ ଶୀତଳତା ଏବଂ ଆର୍ଦ୍ରତା ପ୍ରଦାନ କରିଥାଏ। ଏହା ସ୍କିନରେ ଜାଳାପୋଡ଼ା, ଫୁଲା ଏବଂ ଲାଲ ହେବାରୁ ରକ୍ଷା କରେ। ଗ୍ରୀଷ୍ମ ଋତୁରେ ଆଲୋଭେରା ଜେଲ୍ର ବ୍ୟବହାର ଅତ୍ୟନ୍ତ ଲାଭଦାୟକ। ଆପଣ ସ୍କିନକୁ ଭଲଭାବେ ପରିଷ୍କାର କରି ତାଜା ଏଲୋଭେରା ଜେଲ୍କୁ ମୁହଁରେ ହାଲୁକା ହାତରେ ଲଗାଇ ଦିଅନ୍ତୁ
ନଡ଼ିଆ ତେଲ
ନଡ଼ିଆ ତେଲ ଚର୍ମ ପାଇଁ ଏକ ଉତ୍ତମ ମଇଶ୍ଚରାଇଜର। ଏହା ଚର୍ମକୁ ଗଭୀର ପୋଷଣ ଦେଇଥାଏ ଏବଂ ରାତି ସାରା ଚର୍ମରେ ଆର୍ଦ୍ରତା ବଜାୟ ରଖିଥାଏ। ଗ୍ରୀଷ୍ମ ଋତୁରେ ଚର୍ମ ଶୁଷ୍କ ହୁଏ ଏବଂ ଜଳୀୟଅଂଶ କମିଯାଏ, ତେଣୁ ନଡ଼ିଆ ତେଲକୁ ମୁହଁରେ ଲଗାଇଲେ ଚର୍ମରେ ଆର୍ଦ୍ରତା ବଜାୟ ରହିଥାଏ। ଏହା ଚର୍ମକୁ ନରମ ଏବଂ ଉଜ୍ଜ୍ୱଳ କରିଥାଏ। ତେବେ, ଯଦି ଆପଣଙ୍କ ଚର୍ମ ତେଲିଆ ତାହେଲେ ଏହାକୁ ଅଳ୍ପ ପରିମାଣରେ ଲଗାନ୍ତୁ।
ଗୋଲାପ ଜଳ
ଗୋଲାପ ଜଳ ଚର୍ମକୁ ସତେଜତା ପ୍ରଦାନ କରିଥାଏ। ଏହା ଏକ ପ୍ରାକୃତିକ ଟୋନର, ଯାହା ଚର୍ମର ଛିଦ୍ରଗୁଡ଼ିକୁ ବନ୍ଦ କରିବାରେ ସାହାଯ୍ୟ କରେ। ଗ୍ରୀଷ୍ମ ଋତୁରେ ଗୋଲାପ ଜଳକୁ ମୁହଁରେ ଲଗାଇଲେ ଚର୍ମକୁ ଶୀତଳତା ମିଳିଥାଏ। ଆପଣ ରାତିରେ ଶୋଇବା ପୂର୍ବରୁ ମୁହଁରେ ଗୋଲାପ ଜଳ ସ୍ପ୍ରେ କରିପାରନ୍ତି କିମ୍ବା କଟନ୍ ବଲ୍ ସାହାଯ୍ୟରେ ଲଗାଇ ପାରନ୍ତି। ଏହା ଚର୍ମକୁ ସତେଜ ଏବଂ ଟାଇଟ୍ କରିଥାଏ।

କଞ୍ଚା ଖିର
ଆପଣ ମୁହଁରେ କଞ୍ଚା ଖିର ମଧ୍ୟ ଲଗାଇ ପାରନ୍ତି। ଏହା ଦ୍ୱାରା ମୁହଁ ଜଳୀୟ ରହିବ ଏବଂ ପୋଷଣ ମଧ୍ୟ ମିଳିବ। ନିୟମିତ ଭାବେ ମୁହଁରେ କଞ୍ଚା ଖିର ଲଗାଇଲେ ଚର୍ମର ରଙ୍ଗରେ ମଧ୍ୟ ଉନ୍ନତି ହୋଇପାରେ। ଆପଣ ରାତିରେ କଟନ୍ ବଲ୍ ସାହାଯ୍ୟରେ ମୁହଁରେ କଞ୍ଚା ଖିର ଲଗାନ୍ତୁ। ଏହାକୁ ରାତି ସାରା ରହିବାକୁ ଦିଅନ୍ତୁ ଏବଂ ସକାଳେ ଉଠି ମୁହଁକୁ ପାଣିରେ ଧୋଇ ଦିଅନ୍ତୁ।